ETV Bharat / bharat

ଆଉ ୨ ନୂଆ ଶାଖା ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡ, ଶାଖା ସଂଖ୍ୟା ଦେଶରେ ୧୧୩କୁ ବୃଦ୍ଧି

author img

By ETV Bharat Odisha Team

Published : Feb 16, 2024, 8:00 PM IST

Updated : Feb 16, 2024, 8:41 PM IST

Margadarsi Chit Fund New Branch: ଆଉ ଦୁଇ ନୂତନ ଶାଖା ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡ କମ୍ପାନୀ । ଏହାସହ ଦେଶରେ କମ୍ପାନୀର ଶାଖା ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

Margadarsi Chit Fund
Margadarsi Chit Fund
ଆଉ ୨ ନୂଆ ଶାଖା ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡ

ହାଇଦ୍ରାବାଦ: ରାଜ୍ୟରେ ଆଉ ଦୁଇଟି ନୂତନ ଶାଖା ଖୋଲିଲା ଦେଶର ଅଗ୍ରଣୀ ଚିଟଫଣ୍ଡ ସଂସ୍ଥା 'ମାର୍ଗଦର୍ଶୀ ଚିଟଫଣ୍ଡ' । ଆଜି (ଶୁକ୍ରବାର) ସକାଳେ ଜାଗିତ୍ୟାଲା ଜିଲ୍ଲାରେ ଏକ ଶାଖା ଖୋଲିଥିବା ବେଳେ ସନ୍ଧ୍ୟାରେ ସୂରିଆପେଟ ଜିଲ୍ଲାରେ ଆଉ ଏକ ଶାଖା ଖୋଲାଯାଇଛି । କମ୍ପାନୀର ଏମଡି ଶୈଳଜା କିରନ ଏହି ଦୁଇ ନୂତନ ଶାଖାର ଉଦଘାଟନ କରିବା ପରେ ଶାଖାର ସମସ୍ତ କର୍ମଚାରୀଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ । ତେବେ ଏହି ନୂଆ ଶାଖା ଖୋଲିବା ପରେ ସାରା ଦେଶରେ ମାର୍ଗଦର୍ଶୀ ଚିଟଫଣ୍ଡ କମ୍ପାନୀର ଶାଖା ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି ।

ମାର୍ଗଦର୍ଶୀର ୧୧୨ତମ ଶାଖା ଜାଗିତ୍ୟାଲା ବସ ଡିପୋର ଅପର ପାର୍ଶ୍ବରେ ଖୋଲାଯାଇଛି । ଭର୍ଚ୍ଚୁଆଲ ମାଧ୍ୟମରେ ଇନାଡୁ ଏମଡି ସି.ଏଚ କିରନ ଓ କମ୍ପାନୀର ଉପସଭାପତି ପି ରାଜାଜି ମଧ୍ୟ ଉଦଘାଟନୀ ସମାରୋହରେ ସାମିଲ ହୋଇଥିଲେ । ଏହାପରେ କମ୍ପାନୀର ଏମଡି ନୂତନ ଶାଖାର ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଏମଡି କିରନ କହିଥିଲେ, "ପ୍ରତିଦିନ ଯେପରି ଗ୍ରାହକମାନେ ଜାଗିତ୍ୟାଲା ଶାଖାରେ ଉତ୍ତମ ସେବା ପାଇବେ ତାହା ନିଶ୍ଚିତ କରିବା ଆମର ଦାୟିତ୍ବ । ଦୀର୍ଘ ୬୦ବର୍ଷ ଧରି କମ୍ପାନୀ ଯେପରି ଲକ୍ଷ ଲକ୍ଷ ଗ୍ରାହକଙ୍କ ଭରସା ଜିତିଛି, ଏହାକୁ ଆମକୁ ଆଗକୁ ବଢାଇବାକୁ ପଡ଼ିବ ।"

ଏହା ବି ପଢନ୍ତୁ- କର୍ଣ୍ଣାଟକରେ ଶାଖା ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡ, ଶାଖା ସଂଖ୍ୟା ରାଜ୍ୟରେ 23 ଓ ଦେଶରେ 110କୁ ବୃଦ୍ଧି

ଏହା ବି ପଢନ୍ତୁ- ହାଇଦ୍ରାବାଦରେ ଖୋଲିଲା ମାର୍ଗଦର୍ଶୀର ନୂଆ ଶାଖା

ତେବେ ଜାଗିତ୍ୟାଲାରେ ଖୋଲିଥିବା ନୂତନ ଶାଖାକୁ ମିଶାଇ ସାରା ରାଜ୍ୟରେ ମାର୍ଗଦର୍ଶୀ ଚିଟଫଣ୍ଡ କମ୍ପାନୀର ମୋଟ ଶାଖା ସଂଖ୍ୟା ୩୬ରେ ପହଞ୍ଚିଛି ଓ ଦେଶରେ ୧୧୨ ତମ ସ୍ଥାନରେ ପହଞ୍ଚିଛି । ଏହାପରେ ସନ୍ଧ୍ୟାରେ ସୂରିଆପେଟରେ ଖୋଲାଯାଇଥିବା ନୂତନ ଶାଖାକୁ ମିଶାଇ ରାଜ୍ୟରେ ଏହି ସଂଖ୍ୟା ୩୭ରେ ପହଞ୍ଚିଥିବା ବେଳେ ଦେଶରେ ୧୧୩ରେ ପହଞ୍ଚିଛି । ସୂଚନା ଥାଉ କି ଗତବର୍ଷ ଡିସେମ୍ବର ୧୫ ତାରିଖରେ କ୍ୟାପିଟାଲ ସିଟି ହାଇଦ୍ରାବାଦରେ ମାର୍ଗଦର୍ଶୀର ନୂଆ ଶାଖା ଖୋଲିଥିଲା । ଜୀବନରେ ଆର୍ଥିକ ସ୍ଥିରାବସ୍ଥା ଚାହୁଁଥିଲେ, ମାର୍ଗଦର୍ଶୀରେ ଟଙ୍କା ଜମା କରିବା ଲାଗି ଯୁବପିଢିଙ୍କୁ କମ୍ପାନୀ ଏମଡି ଶୈଳଜା କିରନ କହିଥିଲେ ।

ମାର୍ଗଦର୍ଶୀ ସମ୍ପର୍କରେ:- ୧୯୬୨ ମସିହା ଅକ୍ଟୋବରରେ ମାତ୍ର ୨ଟି କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଚିଟଫଣ୍ଡ କମ୍ପାନୀ 'ମାର୍ଗଦର୍ଶୀ' ଇତି ମଧ୍ୟରେ ବହୁ ସଫଳତା ହାସଲ କରିଛି । ଏବେ କମ୍ପାନୀରେ ୫ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ କାମ କରୁଥିବା ବେଳେ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକରେ ଏହାର ୧୧୩ଟି ଶାଖା ରହିଛି । ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେଉଥିବାରୁ କମ୍ପାନୀ ଏକ ଉତ୍ତମ ଭାବମୂର୍ତ୍ତି ବଜାୟ ରଖିଛି । ଏହି କମ୍ପାନୀକୁ ରାମୋଜି ଗ୍ରୁପ ଚେୟାରମ୍ୟାନ ସିଏଚ ରାମୋଜି ରାଓ ସ୍ଥାପିତ କରିଥିବା ବେଳେ ଗତ ୬ ଦଶନ୍ଧି ଧରି ୬୦ ଲକ୍ଷ ଗ୍ରାହକ ଏହା ସହିତ ଜଡ଼ିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2024, 8:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.