ବେଙ୍ଗାଲୁରୁ/ଚେନ୍ନାଇ: ଦେଶର ଅନ୍ୟତମ ବିଶ୍ୱସ୍ତ ତଥା ପ୍ରତିଷ୍ଠିତ ଚିଟଫଣ୍ଡ ସଂସ୍ଥା ମାର୍ଗଦର୍ଶୀ ଚିଟଫଣ୍ଡ କର୍ଣ୍ଣାଟକ ଓ ତାମିଲନାଡୁରେ ଦୁଇଟି ନୂତନ ଶାଖା ଖୋଲିଛି । ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ଶୈଳଜା କିରଣ କର୍ଣ୍ଣାଟକର କେଙ୍ଗେରୀରେ 119 ତମ ଓ ତାମିଲନାଡୁର ହସୁରରେ 120 ତମ ନୂତନ ଶାଖାର ଶୁଭାରମ୍ଭ କରିଛନ୍ତି । କେଙ୍ଗେରୀରେ ଶାଖାର ଉଦଘାଟନ ବେଳେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ଶୈଳଜା କିରଣ କହିଛନ୍ତି, ମାର୍ଗଦର୍ଶୀ ଚିଟଫଣ୍ଡ କର୍ଣ୍ଣାଟକ ପ୍ରାଃ ଲିମିଟେଡ 2000 ମସିହାରେ ଆରମ୍ଭ ହୋଇଥିଲା । ରାଜ୍ୟରେ ସେବା ଦେବାରେ 24 ବର୍ଷ ପୂରଣ କରିଛି ।
କର୍ଣ୍ଣାଟକରେ 119 ତମ ଶାଖା ଉଦଘାଟନ:
ଶୈଳଜା କିରଣ ଆହୁରି କହିଛନ୍ତି, ‘25ତମ ଶାଖା କେଙ୍ଗେରୀରେ ଖୋଲିଛି । କେଙ୍ଗେରୀ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଠାରୁ ମାତ୍ର 40 କିଲୋମିଟର ଦୂରରେ ଅବସ୍ଥିତ । ଆସନ୍ତା ମାସରେ ଆମେ ଅନେକ ଶାଖା ଖୋଲିବାକୁ ଯାଉଛୁ । ମାର୍ଗଦର୍ଶୀ ଏକ ଦ୍ରୁତଗତିଶୀଳ କମ୍ପାନୀ ଅଟେ । 260 ବିଲିୟନ ଡଲାର ସହ ଦେଶର ତୃତୀୟ ସବୁଠୁ ବଡ଼ GSDP ରାଜ୍ୟ କର୍ଣ୍ଣାଟକ । ଏହା ଅନେକ ସମ୍ଭାବନା ରହିଛି । ରାଜ୍ୟ ଅର୍ଥବ୍ୟବସ୍ଥାର 40 ପ୍ରତିଶତ ଯୋଗଦାନ ବେଙ୍ଗାଲୁରୁର ରହିଛି । ଇଲୋଟ୍ରୋନିକ୍ସ, ଇଲେଟ୍ରିକାଲ ଇନଫରମେସନ, ବିଭିନ୍ନ ଉଦ୍ୟୋଗର ବେଙ୍ଗାଲୁରୁ କେନ୍ଦ୍ର ଅଟେ ।’
ତାମିଲନାଡୁରେ 120ତମ ଶାଖା ଉଦଘାଟନ
ସେହିପରି ତାମିଲନାଡୁର ହସୁରରେ 120ତମ ଶାଖା ଉଦଘାଟନ ବେଳେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ଶୈଳଜା କିରଣ କହିଛନ୍ତି,‘ହସୁରରେ ନୂତନ ଶାଖା ଉନ୍ମୋଚନ ମାର୍ଗଦର୍ଶୀ ପାଇଁ ଏକ ଗର୍ବର ମୁହୂର୍ତ୍ତ । ତାମିଲନାଡୁ ଆମ ଜୀବନରେ ଏକ ପ୍ରମୁଖ ଅଂଶ ଅଟେ । ନୂତନ ଶାଖା ସହ ଆମର ଲକ୍ଷ୍ୟ ଆମ ସେବାକୁ ହସୁର ବାସୀଙ୍କ ନିକଟରେ ପହଞ୍ଚାଇବୁ । ଆମ ଯାତ୍ରାରେ ହସୁର ଆଉ ଏକ ଅଶଂବିଶେଷ ଅଟେ ।’
ଚିଟଫଣ୍ଡ ସଂସ୍ଥା ମାର୍ଗଦର୍ଶୀ ସମ୍ପର୍କରେ...
୧୯୬୨ ମସିହା ଅକ୍ଟୋବରରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ଦ୍ବାରା ମାର୍ଗଦର୍ଶୀ ଚିଟଫଣ୍ଡର ସ୍ଥାପନା ହୋଇଥିଲା । ନିଷ୍ପତ୍ତିଗତ ପାରଦର୍ଶିତା ଓ ସମନ୍ବିତ କାର୍ଯ୍ୟ ଦକ୍ଷତା ପାଇଁ ସଂସ୍ଥା ଗତ 6 ଦଶନ୍ଧି ମଧ୍ୟରେ ବହୁ ମାଇଲଖୁଣ୍ଟ ଅତିକ୍ରମ କରିଲାଣି । ଏବେ କମ୍ପାନୀରେ ୫ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ କାର୍ଯ୍ୟରତ ଥିବାବେଳେ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକରେ ଏହାର 120 ଶାଖା ରହିଛି । ପ୍ରତିଷ୍ଠା ବର୍ଷରୁ ଆଜି ପର୍ଯ୍ୟନ୍ତ ମୋଟ ନିଲାମ ବ୍ୟବସାୟ 9,396 କୋଟି ଟଙ୍କାରେ ପହଞ୍ଚିଛି ।
ଗ୍ରାହକଙ୍କୁ ନିର୍ଭରଯୋଗ୍ୟ ଆର୍ଥିକ ସେବା ଯୋଗାଇ ଦେଉଥିବାରୁ କମ୍ପାନୀ ଏକ ସୁନାମ ସହ ନିଜ ବ୍ୟବସାୟିକ ନେଟଓ୍ବାର୍କକୁ ମଧ୍ୟ ସଫଳତାର ବିସ୍ତାର କରିବା ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ 60 ଲକ୍ଷରୁ ଊର୍ଦ୍ଧ୍ବ ଗ୍ରାହକ ସଂସ୍ଥାରେ ନିଜ ଅର୍ଥରାଶି ସଞ୍ଚୟ କରିଛନ୍ତି । ବିଶ୍ବସନୀୟତା ବଜାୟ ରଖି ଅଧିକରୁ ଅଧିକ ଗ୍ରାହକଙ୍କୁ ଆର୍ଥିକ ସେବା ପ୍ରଦାନ କରିବା ପାଇଁ ସଂସ୍ଥା ମଧ୍ୟ ସଙ୍କଳ୍ପବଦ୍ଧ ବୋଲି କହିଛନ୍ତି ମାର୍ଗଦର୍ଶୀ ପରିଚାଳନା ନିର୍ଦ୍ଦେଶିକା ଶୈଳଜା କିରଣ ।