ETV Bharat / bharat

ଅଟୋକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ; ଚାଲିଗଲା 9 ଜୀବନ, 5 ଗୁରୁତର - ଅଟୋ ଟ୍ରକ ଦୁର୍ଘଟଣା

Bihar Road Accident: ବିହାରର ଲଖିସରାଇରେ ଭୟଙ୍କର ସଡ଼କ ଦୁର୍ଘଟଣା । 9 ଜଣଙ୍କ ମୃତ୍ୟୁ ଓ 5 ଗୁରୁତର । ଅଧିକ ପଢ଼ନ୍ତୁ

ଅଟୋ-ଟ୍ରକ ମଧ୍ୟରେ ଭୟଙ୍କର ଦୁର୍ଘଟଣା
ଅଟୋ-ଟ୍ରକ ମଧ୍ୟରେ ଭୟଙ୍କର ଦୁର୍ଘଟଣା
author img

By ETV Bharat Odisha Team

Published : Feb 21, 2024, 7:46 AM IST

Updated : Feb 21, 2024, 9:03 AM IST

ପାଟନା: ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଅଟୋକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ । ଆଖି ପିଛୁଳାକେ ଚାଲିଗଲା 9 ଜୀବନ । ମଙ୍ଗଳବାର ରାତିରେ ବିହାର ଲଖିସରାଇ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏଥିରେ 8 ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ ଅନ୍ୟ ଆହତମାନଙ୍କୁ ନିକଟସ୍ଥ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ସମସ୍ତେ ମୁଙ୍ଗେର ଓ ଲଖିସରାଇ ଅଞ୍ଚଳର ହୋଇଥିବା ଜଣାପଡିଛି । ଖବର ପାଇ ଜିଲ୍ଲାର ଏସପି ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛନ୍ତି ।

ସୂଚନା ଅନୁସାରେ, ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ବିହାରର ଲଖିସରାଇ ଜିଲ୍ଲା ରାମଗଡ଼ ଥାନା ଛକ ଅନ୍ତର୍ଗତ ଝୁଲୌନା ଗ୍ରାମ ଲଖିସରାୟ-ସିକନ୍ଦର 30 ନମ୍ବର ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ସମୟରେ ଅଟୋ ମଧ୍ୟରେ 14 ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଅଟୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ହିଁ 8 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 6 ଜଣ ଗୁରୁତର ଆହତ ହୋଇଥିଲେ । ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇ ରାମଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତମାନଙ୍କୁ ଚିକିତ୍ସା ପାଇଁ ସଦର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ଦୁର୍ଘଟଣାରେ ଫରେଷ୍ଟର ମୃତ

ଏହା ମଧ୍ୟ ପଢ଼ନ୍ତୁ...ବିଏମ୍‌ସି ଅଫିସ ଆଗରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଫଳ ଦୋକାନୀ ମୃତ

ତେବେ ଆହତଙ୍କମାନଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ସମସ୍ତଙ୍କୁ ଲଖିସରାଇରୁ ପାଟନା ପିଏମସିକୁ ସ୍ଥାନାନ୍ତର କରାଯାଇଥିବା ବେଳେ ହସ୍ପିଟାଲରେ ଆଉ ଜଣଙ୍କର ମୃତ୍ୟୁ ଘଟି ମୃତ୍ୟୁ ସଂଖ୍ୟା 9ରେ ପହଞ୍ଚିଛି । ବର୍ତ୍ତମାନ ଆହତମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଏବେ ମଧ୍ୟ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଅଟୋ ଡ୍ରାଇଭର ଲଖିସରାଇ ମହସୋନା ନିବାସୀ ମନୋଜ କୁମାର ହୋଇଥିବା ପରିଚୟ ମିଳିଛି । ଅନ୍ୟ 8 ଜଣ ମୁଙ୍ଗେର ଏବଂ ଲଖିସରାଇର ବାସିନ୍ଦା ବୋଲି ଜଣାପଡ଼ିଛି । ବର୍ତ୍ତମାନ ଜିଲ୍ଲା ଏସପି ପଙ୍କଜ କୁମାର ନଗର ପୋଲିସ ମୁଖ୍ୟ ଡାଲବଲଙ୍କ ସହ ସଦର ହସ୍ପିଟାଲରେ ପହଞ୍ଚି ଅନ୍ୟ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଆରମ୍ଭ କରିଛନ୍ତି । ସେପଟେ ଦୁର୍ଘଟଣାଫଳରେ ଅଟୋଟି ପୁରା ଖଣ୍ଡ ବିଖଣ୍ଡିତ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 21, 2024, 9:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.