ETV Bharat / bharat

ଅଶାନ୍ତ ବାଂଲାଦେଶ, ପଡ଼ୋଶୀ ଦେଶ ପାଇଁ ମୁହଁ ଖୋଲିଲେ ମମତା - Mamata on Bangla crisis - MAMATA ON BANGLA CRISIS

MAMATA ON BANGLA CRISIS: ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଅଶାନ୍ତ ହୋଇପଡ଼ିଛି ବାଂଲାଦେଶ । ପଡ଼ୋଶୀ ରାଷ୍ଟ୍ରରେ ଏପରି ସ୍ଥିତିକୁ ନେଇ ମୁହଁ ଖୋଲିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ

MAMATA BANERJEE
MAMATA BANERJEE (ETV Bharat)
author img

By ETV Bharat Odisha Team

Published : Jul 21, 2024, 8:43 PM IST

କୋଲକାତା: ସଂରକ୍ଷଣ ବିରୋଧୀ ଆନ୍ଦୋଳନ ପାଇଁ ଏବେ ଅଶାନ୍ତ ହୋଇପଡ଼ିଛି ପଡ଼ୋଶୀ ବାଂଲାଦେଶ । ବିଶ୍ବବିଦ୍ୟାଳୟରୁ ବାହାରିଥିବା ନିଆଁରେ ଏବେ ସାରା ଦେଶ ଜଳୁଛି । ଆଜି ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଭଳି କଠିନ ପରିସ୍ଥିତିରେ ଯଦି କେହି ବାଂଲାଦେଶୀ ଏଠାରେ ଚିକିତ୍ସିତ ହେଉଛନ୍ତି କିମ୍ବା କୌଣସି ଭାରତୀୟ ସେଠାରେ ଫସି ରହିଛନ୍ତି ସେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି । ତେବେ ପଡ଼ୋଶୀ ରାଷ୍ଟ୍ରରେ ଏଭଳି ସ୍ଥିତି ଉପୁଜିଥିବାରୁ ଭାରତ ସରକାର ଏ ସମ୍ପର୍କରେ ଚିନ୍ତା କରିବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ମମତା ।

କୋଲକାତାର ଏସପ୍ଲାନେଡ ନିକଟରେ ଏକ ମେଗା ରାଲିକୁ ସମ୍ବୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି ଯେ ବାଂଲାଦେଶ ଏକ ସ୍ବାଧୀନ ରାଷ୍ଟ୍ର । ସେ ଏ ସମ୍ପର୍କରେ ଅଧିକ କିଛି କହିବାକୁ ଚାହୁଁନାହାନ୍ତି । ଏ ସମ୍ପର୍କରେ ଭାରତ ସରକାର କହିବା ଉଚିତ ହେବ । ତେବେ ସେ ଗୋଟିଏ କଥା ସ୍ପଷ୍ଟ କରିଦେଇଛନ୍ତି ଯେ ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ଯାହା ସବୁ ଘଟୁଛି ସେ ସମ୍ପର୍କରେ ପଶ୍ଚିମବଙ୍ଗ ସରକାର ଅବଗତ ଅଛନ୍ତି । ଯଦି କେହି ଉଚ୍ଚ ଶିକ୍ଷା ପାଇଁ ବାଂଲାଦେଶ ଯାଇଛନ୍ତି କିମ୍ବା କୌଣସି ବାଂଲାଦେଶୀ ଏଠାକୁ ଚିକିତ୍ସା ପାଇଁ ଆସି ଫସି ଯାଇଛନ୍ତି, ତେବେ ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ।

'ବାଂଲାଦେଶୀଙ୍କୁ ଆଶ୍ରୟ ଦେବୁ'

ମମତା ଆହୁରି କହିଛନ୍ତି ଯେ ଯଦି କୌଣସି ଅସହାୟ ଆଶ୍ରୟ ପାଇଁ ପଶ୍ଚିମବଙ୍ଗର ସହାୟତା ଲୋଡ଼ିବ, ତେବେ ସରକାର ନିଶ୍ଚିତ ତାଙ୍କୁ ସହାୟ ହେବେ । କାରଣ ଏହା ହେଉଛି ମିଳିତ ଜାତିସଂଘର ନିୟମ । ଯଦି କୌଣସି ବ୍ୟକ୍ତି ଶରଣାର୍ଥୀ ପାଲଟେ, ତେବେ ସେ ତାର ପଡ଼ୋଶୀ ସ୍ଥାନରେ ନିଶ୍ଚିତ ସମ୍ମାନ ଯୋଗ୍ୟ । ପୂର୍ବରୁ ଆସାମରେ ଏକ ଦଙ୍ଗା ହୋଇଥିବା ବେଳେ ସେଠାରୁ ଅନେକ ଲୋକ ଆସି ଅଲିପୁରଦୁଆର ଠାରେ ଆଶ୍ରୟ ନେଇଥିଲେ । ସେହି ସମୟରେ ମଧ୍ୟ ମମତା ସେମାନଙ୍କୁ ଭେଟିଥିଲେ ବୋଲି କହିଛନ୍ତି । ତେବେ ଏହା ଏକ ଅଲଗା ଦେଶର ପ୍ରସଙ୍ଗ ହୋଇଥିବାରୁ ରାଜ୍ୟ ସରକାର ନୁହେଁ, ବରଂ କେନ୍ଦ୍ର ସରକାର ଆଲୋଚନା କରିବେ ବୋଲି ସେ କହିଛନ୍ତି ।

କାହିଁକି ଅଶାନ୍ତ ବାଂଲାଦେଶ ?

୧୯୭୧ ମସିହାରେ ବାଂଲାଦେଶର ସ୍ବାଧୀନତା ସଂଗ୍ରାମ ପାଇଁ ଲଢ଼ିଥିବା ଯୁଦ୍ଧ ବୀରଙ୍କ ସମ୍ପର୍କୀୟଙ୍କ ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରାଯାଇଛି । ଫଳରେ ଢାକା ଏବଂ ଅନ୍ୟାନ୍ୟ ସହରର ବିଶ୍ବବିଦ୍ୟାଳୟ ଛାତ୍ରମାନେ ଅନେକ ଦିନ ଧରି ଆନ୍ଦୋଳନ କରି ଆସୁଛନ୍ତି । ଚାକିରି ଅଭାବରୁ ଏହି ସଂରକ୍ଷଣ ବ୍ୟବସ୍ଥାକୁ ହଟାଇବା ଲାଗି ଛାତ୍ରଛାତ୍ରୀ ଦାବି କରିଆସୁଥିଲେ । ଗତ 2018ରେ କିଛି ଗୋଷ୍ଠୀ ଛାତ୍ରଛାତ୍ରୀ ଆନ୍ଦୋଳନ କରିବା ପରେ ତତ୍କାଳୀନ ସରକାର ଏହାକୁ ବନ୍ଦ କରିଥିଲେ । କିନ୍ତୁ ଗତ ଜୁନରେ ବାଂଲାଦେଶ ହାଇକୋର୍ଟ ପୁଣି ଏହାକୁ ପୁନଃକ୍ଷମ କରିବା ପରେ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା । ଏହି ଆନ୍ଦୋଳନ ଏତେ ଭୟଙ୍କର ରୂପ ନେଇଛି ଯେ ଏଯାବତ 150ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ପାଖାପାଖି 1000ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ସ୍ବଦେଶ ଫେରିଛନ୍ତି ।

ସଂରକ୍ଷଣ ବ୍ୟବସ୍ଥାକୁ ରଦ୍ଦ କଲେ ସୁପ୍ରିମକୋର୍ଟ:-

ଆଜି (ରବିବାର) ବାଂଲାଦେଶ ସୁପ୍ରିମକୋର୍ଟ ପୂର୍ବରୁ ହାଇକୋର୍ଟଙ୍କ ଦ୍ବାରା ଦିଆଯାଇଥିବା ରାୟକୁ ରଦ୍ଦ କରିବା ସହ 93 ପ୍ରତିଶତ ସଂରକ୍ଷଣ ଛାଡ଼ କରିଛନ୍ତି । ଅର୍ଥାତ ଏବେ ବି ଦେଶରେ 7 ପ୍ରତିଶତ ସଂରକ୍ଷଣ ଯୁଦ୍ଧ ବୀରଙ୍କ ସମ୍ପର୍କୀୟଙ୍କ ପାଇଁ ରହିଛି । 30 ପ୍ରତିଶତ ସଂରକ୍ଷଣ ନେଇ ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ବେଆଇନ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଦେଶରେ ସରକାରୀ ଚାକିରିର ୯୩ ପ୍ରତିଶତ ଅସଂରକ୍ଷିତ ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ତଥାପି ସଂପୂର୍ଣ୍ଣ ଶେଷ ହୋଇନାହିଁ ସଂରକ୍ଷଣ ବ୍ୟବସ୍ଥା ।

ପଢନ୍ତୁ ଅନ୍ୟ କିଛି ଖବର

ଉଗ୍ର ରୂପ ନେଉଛି ବାଂଲାଦେଶ ହିଂସା: 100 ମୃତ, ଦେଶବ୍ୟାପୀ କର୍ଫ୍ୟୁ, ସ୍ବଦେଶ ଫେରିଲେଣି 300 ଭାରତୀୟ ଛାତ୍ରଛାତ୍ରୀ

ଚାକିରିରେ ସଂରକ୍ଷଣ ବିରୋଧରେ ହିଂସା; 25 ମୃତ, ଶତାଧିକ ଆହତ, କାହିଁକି ଘଟିଲା ହିଂସା, ରହିଛି 1971 ଯୁଦ୍ଧ ସହ ଲିଙ୍କ୍ ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.