ETV Bharat / bharat

370 ଉଚ୍ଛେଦକୁ 5ବର୍ଷ ପୂର୍ତ୍ତି: ଆତଙ୍କବାଦରୁ ଅର୍ଥନୀତି... କେତେ ବଦଳିଛି କାଶ୍ମୀର, କେବେ ହେବ ବିଧାନସଭା ନିର୍ବାଚନ ! - 5 years to Article 370 abrogation

author img

By ETV Bharat Odisha Team

Published : Aug 5, 2024, 7:47 AM IST

Updated : Aug 5, 2024, 7:54 AM IST

5 YEARS OF ABROGATION OF ARTICLE 370: କାଶ୍ମୀରରୁ ଧାରା 370 ଉଚ୍ଛେଦକୁ ପୂରିଲା 5 ବର୍ଷ । କେନ୍ଦ୍ର ସରକାରଙ୍କ ଦାବି, କାଶ୍ମୀରରେ ହୋଇଛି ଯୁଗାନ୍ତକାରୀ ପ୍ରଗତି । ଅର୍ଥନୀତିରୁ ଆତଙ୍କବାଦ, କେତେ ବଦଳିଛି କାଶ୍ମୀର । କେବେ ହେବ ବିଧାନସଭା ନିର୍ବାଚନ । ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍‌ ପାଇବା ପରେ ମଧ୍ୟ ଏବେବି ବିତର୍କିତ ଏହି ନିଷ୍ପତ୍ତି । ପଢନ୍ତୁ ‘ଇଟିଭି ଭାରତ’ ସ୍ପେଶାଲ ରିପୋର୍ଟ...

370 ଉଚ୍ଛେଦକୁ 5ବର୍ଷ ପୂର୍ତ୍ତି, କେତେ ବଦଳିଛି କାଶ୍ମୀର, କେତେ କମିଛି ଆତଙ୍କବାଦ
370 ଉଚ୍ଛେଦକୁ 5ବର୍ଷ ପୂର୍ତ୍ତି, କେତେ ବଦଳିଛି କାଶ୍ମୀର, କେତେ କମିଛି ଆତଙ୍କବାଦ (ETV Bharat Odisha)

ହାଇଦ୍ରାବାଦ: ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରୁଥିବା ଓ ଦେଶର ଅଖଣ୍ଡତା ପ୍ରତି ସର୍ବଦା ତର୍କ ସୃଷ୍ଟି କରୁଥିବା ଭାରତୀୟ ସମ୍ବିଧାନର ଧାରା-370 ଉଚ୍ଛେଦକୁ 5 ବର୍ଷ ପୂରୁଛି । 2019 ମସିହା ଅଗଷ୍ଟ 5 ତାରିଖରେ ମୋଦି ସରକାର ଏହାକୁ ସଂସଦରେ ପାରିତ କରିିଥିଲେ । ଧାରା 370 ଓ ଅନୁଚ୍ଛେଦ ‘A’ ଉଚ୍ଛେଦ ହେବା ସହ କାଶ୍ମୀରର ରାଜ୍ୟ ପ୍ୟାହା ମଧ୍ୟ ସମାପ୍ତ ହୋଇଥିଲା । ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ‘ଜମ୍ମୁ କାଶ୍ମୀର’ ଓ ଲଦାଖରେ ବିଭାଜିତ ହୋଇଥିଲା ଜମ୍ମୁ କାଶ୍ମୀର ।

ଲୋକସଭାରେ  370 ଉଚ୍ଛେଦ ବିଲ ଆଗତ କରୁଛନ୍ତି ଶାହ
ଲୋକସଭାରେ 370 ଉଚ୍ଛେଦ ବିଲ ଆଗତ କରୁଛନ୍ତି ଶାହ (ETV Bharat Odisha)
  • 2019 ଅଗଷ୍ଟ 5 ରେ ପାରିତ କରିଥିଲେ କେନ୍ଦ୍ର ସରକାର:-

2019 ଅଗଷ୍ଟ 5 ରେ ସଂସଦରେ ଅହି ସଂଶୋଧିତ ଅଧିନିୟମ ଆଗତ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପ୍ରବଳ ହଟ୍ଟଗୋଳ ଓ ଦୀର୍ଘ ଚର୍ଚ୍ଚା ମଧ୍ୟରେ ଏହା ପାରିତ ହୋଇଥିଲା । ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ଦେଶର ସବୁଠୁ ବଡ ବିତର୍କିତ ରାଜନୈତିକ ପ୍ରସଙ୍ଗ ହୋଇଥିଲା କେନ୍ଦ୍ର ସରକାରଙ୍କ ଏହି ବହୁଚର୍ଚ୍ଚିତ ନିଷ୍ପତ୍ତି । ବିଜେପିର ମୂଳ ରାଜନୈତିକ ସଂଗଠନ ‘ଭାରତୀୟ ଜନସଂଘ’ ର ଦୀର୍ଘକାଳୀନ ସ୍ଲୋଗାନ ‘ଏକ ସମ୍ବିଧାନ, ଏକ ପ୍ରଧାନ, ଏକ ନିଶାନ’ କୁ କେନ୍ଦ୍ରରେ ପୂର୍ଣ୍ଣବହୁମତରେ ସରକାର କରୁଥିବା ଭାରତୀୟ ଜନତା ପାର୍ଟି ସାକାର କରିଥିଲା । ଏହାକୁ ବିରୋଧୀ ପ୍ରବଳ ବିରୋଧ କରିଥିଲେ । ମାମଲା ସର୍ବୋଚ୍ଚ କୋର୍ଟରେ ମଧ୍ୟ ପହଞ୍ଚିଥିଲା । ଏହି ଐତିହାସିକ ନିଷ୍ପତ୍ତିକୁ ଆଜି 5 ବର୍ଷ ପୁରୁଛି । ମୋଦି ସରକାର ଏହାକୁ ଯୁଗାନ୍ତକାରୀ ଓ ଐତିହାସିକ ନଷ୍ପତ୍ତି କହୁଥିବା ବେଳେ ବିରୋଧୀ ଏବେ ମଧ୍ୟ ବିରୋଧ କରିଆସୁଛନ୍ତି । ତେବେ 5 ବର୍ଷ ମଧ୍ୟରେ କେତେ ପରିବର୍ତ୍ତନ ହୋଇଛି ଘାଟିରେ ସ୍ଥିତି । ଅର୍ଥନୀତିରୁ ଆତଙ୍କ ବାଦ, କେତେ ହୋଇଛି ପରିବର୍ତ୍ତନ । ନଜର ପକାନ୍ତୁ ସେସବୁ ସମ୍ପର୍କରେ ।

ସୁରକ୍ଷାକର୍ମୀଙ୍କ ଉପରେ ପଥରମାଡ କରୁଛନ୍ତି କାଶ୍ମୀର ଯୁବକ
ସୁରକ୍ଷାକର୍ମୀଙ୍କ ଉପରେ ପଥରମାଡ କରୁଛନ୍ତି କାଶ୍ମୀର ଯୁବକ (ETV Bharat Odisha)
  • ନିୟନ୍ତ୍ରଣକୁ ଆସିଛି ଆତଙ୍କବାଦ:-

ସଂସଦରେ କେନ୍ଦ୍ର ସରକାର ରଖିଥିବା ଉତ୍ତରରେ ଦର୍ଶାଇଛନ୍ତି, ଘାଟିରେ ଆତଙ୍କୀ ହମଲା ବହୁମାତ୍ରାରେ ହ୍ରାସ ପାଇଛି । ଘାଟିରେ ପ୍ରାୟ 66 ପ୍ରତିଶତ ଆତଙ୍କୀ ହମଲା ଓ 81 ପ୍ରତିଶତ ଟାର୍ଗେଟ କିଲିଂ ମାମଲା ହ୍ରାସ ପାଇଛି । ଘାଟିରେ ପଥରମାଡ, ଆତଙ୍କବାଦୀଙ୍କ ମୃତ୍ୟୁରେ ଶୋଭାଯାତ୍ରା ଆୟୋଜିତ ହେବା, ଭାରତ ବିରୋଧୀ ଓ ପାକିସ୍ତାନ ସମର୍ଥନରେ ନାରାବାଜୀ କରାଯିବା ଆଦି ଘଟଣା ମଧ୍ୟ ଦେଖିବାକୁ ମିଳିନି । କେନ୍ଦ୍ରର ଦାବି ଅନୁସାରେ, ବର୍ଷ 2018 ରେ ଘାଟିରେ ବିଭିନ୍ନ ଆତଙ୍କୀ ଆକ୍ରମଣ ଘଟଣାରେ 91 ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ । 2023 ରେ ଏହି ସଂଖ୍ୟା 30କୁ ହ୍ରାସ ପାଇଥିବା ବେଳେ 2024 ମଧ୍ୟ ଭାଗ ପର୍ଯ୍ୟନ୍ତ 14 ଜଣ ଜବାନ ଆତଙ୍କୀ ହମଲାରେ ଶହୀଦ ହୋଇଛନ୍ତି । ଘାଟିରେ ଭିତ୍ତିଭୂମି ଓ ପର୍ଯ୍ୟଟନରେ ସୁଧାର ଆସିଛି । ଦେଶର ବିକାଶ ପଥରେ କାଶ୍ମୀର ମଧ୍ୟ ଅଗ୍ରସର ହେଉଛି ବୋଲି କେନ୍ଦ୍ର ସରକାର ବାରମ୍ବାର ଦାବି କରୁଛନ୍ତି ।

  • 2020 ରେ ଜମି ଏକାଧିକାର ସମାପ୍ତ କରିଥିଲେ କେନ୍ଦ୍ର ସରକାର :-

2019 ରେ ଧାରା 370 ଉଚ୍ଛେଦ ହେବା ପରେ 2020 ଅକ୍ଟୋବର 26 ତାରିଖରେ କେନ୍ଦ୍ର ସରକାର କାଶ୍ମୀରରେ ଭୁ-ଅଧିକାର ଆଇନରେ ମଧ୍ୟ ସଂଶୋଧନ କରିଥିଲେ । ଯେଉଁଥିରେ କାଶ୍ମୀର ଅଞ୍ଚଳର ଭୂମି କ୍ରୟ-ବିକ୍ରୟ କରିବା କ୍ଷେତ୍ରରେ କେବଳ ସ୍ଥାନୀୟ ଲୋକଙ୍କ ଏକାଧିକାର ସମାପ୍ତ ହୋଇଥିଲା । ଦେଶର କୌଣସି ପ୍ରଦେଶର ବାସିନ୍ଦା ଚାହିଁଲେ କାଶ୍ମୀରରେ ଜମି କ୍ରୟ କରିପାରିବେ ଓ ବିକ୍ରୟ ମଧ୍ୟ କରିପାରିବା ନେଇ କେନ୍ଦ୍ର ସରକାର ସଂଶୋଧନ ଅଧିନିୟମରେ ବ୍ୟବସ୍ଥା କରିଥିଲେ । ‘ଜେ.କେ ଡେଭଲପମେଣ୍ଟ ଆକ୍ଟ-1970’ ଓ ‘ଲାଣ୍ଡ ଲ’ ରେ ଏକାଧିକ ସଂଶୋଧନ କରିଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏହା ସଂଶୋଧିତ ହେବା ପରେ ଗତ ତିନି ବର୍ଷ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟର ପ୍ରାୟ 185 ଜଣ କାଶ୍ମୀରରେ ଜମି କିଣିଥିବା ନେଇ ମଧ୍ୟ ସଂସଦରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇଥିଲେ ।

  • ରାଜନେତାଙ୍କ ଗୃହବନ୍ଦୀ ବନ୍ଦ:-

ଏବେ ଘାଟିରେ କୌଣସି ରାଜନେତାଙ୍କୁ ଗୃହବନ୍ଦୀ ରଖାଯାଇନି । ସେ ସମୟରେ ଘାଟିରେ ଏକାଧିକ ରାଜନେତାଙ୍କୁ ପୋଲିସ ଗୃହବନ୍ଦୀ କରିିଥିଲା । ଇଣ୍ଟରନେଟ ଓ ଅନ୍ୟ ସମସ୍ତ କଟକଣା ମଧ୍ୟ ଜାରି କରାଯାଇଥିଲା । କୌଣସି ଅଘଟଣ ଓ ଉତ୍ତେଜନା ଆଶଙ୍କାରେ ବିଭିନ୍ନ ବର୍ଗ ଉପରେ କଟକଣା ଜାରି କରାଯାଇଥିଲା । ଘାଟିରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା । 2020 ମାର୍ଚ୍ଚ 13 ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଏନସି’ ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କୁ ଗୃହବନ୍ଦୀରୁ ମୁକ୍ତ କରାଯାଇଥିଲା । ଏହା ପରେ ଅନ୍ୟ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ପିଡିପି ମୁଖ୍ୟ ମେହେବୁବା ମୁଫତି ଓ ଓମାର ଅବଦୁଲ୍ଲାଙ୍କୁ ମଧ୍ୟ ମୁକ୍ତ କରାଯାଇଥିଲା । ବର୍ତ୍ତମାନ ଘାଟିରେ ସ୍ଥିତି ସମ୍ପୂର୍ଣ୍ଣ ଠିକ ଥିବା ଦର୍ଶାଇ କେନ୍ଦ୍ର ସରକାର କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ।

କାଶ୍ମୀରରେ ଜି20 ସମ୍ମିଳନୀ
କାଶ୍ମୀରରେ ଜି20 ସମ୍ମିଳନୀ (ETV Bharat Odisha)
  • କାଶ୍ମୀରରେ ଆୟୋଜିତ ହୋଇଥିଲା ଜି-20

ସୁରକ୍ଷା ସ୍ଥିତିରେ ସୁଧାର ଆସିବା ପରେ ଘାଟିରେ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଇଛି । ଭାରତ ଅଧ୍ୟକ୍ଷତାରେ ଆୟୋଜିତ ‘ଜି-20’ ସମ୍ମିଳୀନର ଟ୍ୟୁରିଜିମ ଓ୍ବାର୍କିଂ ଗ୍ରୁପ ମିଟ୍‌ ମଧ୍ୟ କାଶ୍ମୀରରେ ଆୟୋଜିତ ହୋଇଥିଲା । ଡାଲ ଲେକରେ ଆୟୋଜିତ ଐତିହାସିକ କାର୍ଯ୍ୟକ୍ରମରେ ଦେଶ ଓ ବିଦେଶର ବହୁ ପ୍ରତିନିଧି ଓ ଅନ୍ତର୍ଜାତୀୟ ଅତିଥି ଅଂଶଗ୍ରହଣ କରିଥିଲେ ।

କାଶ୍ମୀର ପର୍ଯ୍ୟଟନ
କାଶ୍ମୀର ପର୍ଯ୍ୟଟନ (ETV Bharat Odisha)
  • କେତେ ବଦଳିଛି ଅର୍ଥନୀତି:-

କେନ୍ଦ୍ରର ଦାବି ଅନୁସାରେ, ଘାଟିର ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ହୋଇଛି । 2023ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ‘କାଶ୍ମୀର ପୁନର୍ଗଠନ ସଂଶୋଧନ ଅଧିନିୟମ’ ଆଗତ କରିବା ବେଳେ କହିଥିଲେ, ଧାରା-370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରର ଜିଡିପି (ସକଳ ଘରୋଇ ଉତ୍ପାଦ) ପୂର୍ବାପେକ୍ଷା ଦୁଇଗୁଣା ବୃଦ୍ଧି ପାଇଛି । ଏହା ପୂର୍ବରୁ ମାତ୍ର ଏକ ଲକ୍ଷ କୋଟି ଥିବା ବେଳେ ଉଚ୍ଛେଦ ପରେ (2023) ପର୍ଯ୍ୟନ୍ତ ଏହି ପରିମାଣ 2,27,927 କୋଟିରେ ପହଞ୍ଚିଛି । ଯାହା ପ୍ରାୟତଃ ଦୁଇଗୁଣାରୁ ଅଧିକ । ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଏକ ବିବୃତ୍ତି ଅନୁସାରେ, ଘାଟିରେ ଧାରା 370 ଉଚ୍ଛେଦ ଅର୍ଥନୈତିକ ଅଭିବୃଦ୍ଧିକୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିଛି । 2018-19 ରେ ରାଜ୍ୟର ଜିଡିପି 1.6 କୋଟି ଥିବା ବେଳେ ଆର୍ଥିକ ବର୍ଷ 2021-22 ରେ ଏହା 2.64 ଲକ୍ଷ କୋଟିକୁ ବୃଦ୍ଧି ଘଟିଛି ।

  • ଘାଟିରେ ସୁଧୁରିଛି ଶିକ୍ଷା ବ୍ୟବସ୍ଥା:-

ଘାଟିରେ ରେକର୍ଡ ସଂଖ୍ୟାରେ ଶିକ୍ଷାନୁଷ୍ଠାନ ମଧ୍ୟ ପ୍ରତିଷ୍ଠା କରାଯାଇଛି । ସରକାରୀ ତଥ୍ୟ ଅନୁସାରେ, ଇଞ୍ଜିନିୟରିଂ କଲେଜର ସଂଖ୍ୟା 96 ରୁ 147କୁ ବୃଦ୍ଧି ପାଇଛି । ସେହିପରି କେନ୍ଦ୍ରୀୟ ପ୍ରତିଷ୍ଠାନ ଭାବେ ଦୁଇଟି AIIMS ଗୋଟିଏ ଲେଖାଏଁ IIT ଓ IIM ମଧ୍ୟ ପ୍ରତିଷ୍ଠା କରାଯାଇଛି । ଯାହା ଅନ୍ୟ ରାଜ୍ୟ କ୍ଷେତ୍ରରେ ବିରଳ । ପୂର୍ବରୁ 4ଟି ମେଡିକାଲ କଲେଜ ଥିବା ବେଳେ ଆଉ 7ଟି ପ୍ରତିଷ୍ଠା କରାଯାଇଛି । 15ଟି ନର୍ସିଂ କଲେଜ ମଧ୍ୟ ଖୋଲାଯାଇଛି । ପୂର୍ବରୁ ରାଜ୍ୟରେ ମୋଟ 500 ମେଡିକାଲ କଲେଜ ସିଟ୍‌ ଥିବା ବେଳେ ଏବେ ଏଥିରେ ଆଉ 800 ଯୋଡାଯାଇଛି ।

  • ସୁପ୍ରିମକୋର୍ଟରେ ଏହି ମାମଲା:-

ଏହି ବହୁଚର୍ଚ୍ଚିତ ମାମଲାଟି ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ଏହାକୁ ଅବୈଧ ତରିକାରେ ଲାଗୁ କରାଯାଇଥିବା ଓ ଏହା ଭାରତୀୟ ସମ୍ବିଧାନ ପ୍ରଦତ୍ତ କାଶ୍ମୀରର ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ନେଇ ଏକାଧିକ ରାଜନେତା ଓ ସାମାଜିକ ସଂଗଠନ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ମାତ୍ର ଦୀର୍ଘ ବର୍ଷର ଶୁଣାଣି ପରେ 2023 ଡିସେମ୍ବର 11 ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଏହି ବହୁଚର୍ଚ୍ଚିତ ନିଷ୍ପତ୍ତିକୁ ବୈଧ ଦର୍ଶାଇଥିଲେ ।

କାଶ୍ମୀରରେ ବିଶ୍ବର ଉଚ୍ଚତମ ରେଳ ପୋଲ ‘ଚେନାବ’
କାଶ୍ମୀରରେ ବିଶ୍ବର ଉଚ୍ଚତମ ରେଳ ପୋଲ ‘ଚେନାବ’ (ETV Bharat Odisha)
  • ଘାଟିରେ ଭିତ୍ତିଭୂମି ମେଗା ପ୍ରକଳ୍ପ:-

ପ୍ରଥମ ଥର ଦେଶରେ ରେଳ ନେଟଓ୍ବାର୍କ ସହିତ ଯୋଡି ହେଲା କାଶ୍ମୀର । ବିଶ୍ବର ଉଚ୍ଚତମ ରେଳ ପୋଲ ଭାବେ ଚେନାବ ରେଲ ବ୍ରିଜ ରେକର୍ଡ ସୃଷ୍ଟି କରିଛି । ଏହା ଉପରେ ଟ୍ରାଏଲ ରନ ମଧ୍ୟ ସଫଳତାର ସହ ଶେଷ କରିସାରିଛି ଭାରତୀୟ ରେଳବାଇ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶ୍ମୀର ଗସ୍ତ କରିବା ସମୟରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ସ୍ଥାପନ କରିଥିଲେ । ଏଥି ମଧ୍ୟରେ ରେଳ ଓ ସଡକ ଯୋଗାଯୋଗ ପ୍ରକଳ୍ପ ଥିଲା । ଯାହା ପାଇଁ ପ୍ରାୟ 16 ହଜାର କୋଟିର ଅର୍ଥରାଶି ମଞ୍ଜୁର କରାଯାଇଥିଲା ।

  • କାଶ୍ମୀର ଓ ନିର୍ବାଚନ:-

ଘାଟିରେ ନିର୍ବାଚନ କେବେ ଓ ସେଠାରେ ଧାରା 370 ଉଚ୍ଛେଦ ପରି କିଏ ସରକାର ଗଠନ କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଚଳିତ 2004 ସାଧାରଣ ନିର୍ବାଚନରେ ଘାଟିରେ ଭୋଟ ପଡିଛି । ମାତ୍ର ବିଧାନସଭା ନିର୍ବାଚନ ହୋଇନାହିଁ । ସୀମା ପୁନଃନିର୍ଦ୍ଧାରଣ ସରିଛି । ପୁନର୍ଗଠନ ସଂଶୋଧିତ ଅଧିନିୟମ ମଧ୍ୟ ପାରିତ ହୋଇସାରିଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ମଧ୍ୟ ଘାଟି ପରିଦର୍ଶନ କରିସାରିଛନ୍ତି । ଏହି ପ୍ରସଙ୍ଗ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । କୋର୍ଟ କେନ୍ଦ୍ରକୁ ଏନେଇ ପ୍ରଶ୍ନ ମଧ୍ୟ କରିଥିଲେ । ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି ଓ ଏହା ଖୁବଶୀଘ୍ର ହେବା ନେଇ କେନ୍ଦ୍ର କୋର୍ଟଙ୍କୁ ଅବଗତ କରିଥିଲା । ଏହି ବର୍ଷ ଶେଷ ସୁଦ୍ଧା ପ୍ରାୟତଃ ନିର୍ବାଚନ ଶେଷ ହେବାର ସର୍ବାଧିକ ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 5, 2024, 7:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.