ETV Bharat / bharat

ବିହାରରେ ଘଡିକେ ଛୁଟୁଛି ଘୋଡା: ରାତାରାତି ବଦଳିଲେ ୭୯ IPS, ୨୨ IAS

author img

By ETV Bharat Odisha Team

Published : Jan 27, 2024, 9:01 AM IST

Major Bureaucratic reshuffle in Bihar: ବିହାରରେ ରାଜନୈତିକ ହଟଚମଟ ଭିତରେ ଆଇଏଏସ, ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ । ରାତାରାତି ବଦଳିଲେ ୭୯ ଆଇପିଏସ ଓ ୨୨ ଆଇଏଏସ ଅଧିକାରୀ । ଅଧିକ ପଢନ୍ତୁ

Major Bureaucratic reshuffle in Bihar
ବିହାରରେ ପ୍ରଶାସନିକ ସ୍ତରରେ ଅଦଳବଦଳ

ପାଟନା: ବିହାରରେ ଘଡିକେ ଛୁଟୁଛି ଘୋଡ଼ା । ରାଜ୍ୟ ରାଜନୀତିରେ ଚାଲିଥିବା ହଟଚମଟ ଭିତରେ ଶୁକ୍ରବାର ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ରାତାରାତି ବଦଳିଛନ୍ତି ଶତାଧିକ ଆଇଏଏସ ଓ ଆଇପିଏସ ଅଫିସର । ନୀତିଶ ସରକାର ଶୁକ୍ରବାର ରାଜ୍ୟରେ ମୋଟ ୨୨ ଜଣ ଆଇଏଏସ, ୭୯ ଆଇପିଏସ ଅଧିକାରୀ ଏବଂ ୪୫ ଜଣ ବିହାର ପ୍ରଶାସନିକ ସେବା(BAS) ଅଧିକାରୀଙ୍କୁ ବଦଳି କରିଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆରଜେଡି ସହ ମହାଗଠନବନ୍ଧନ ମେଣ୍ଟ ଭାଙ୍ଗି ବିଜେପିକୁ ଫେରିବା ସମ୍ଭାବନା ମଧ୍ୟରେ ଏଭଳି ବଡ଼ ଅଦଳବଦଳ ହୋଇଛି । ଯାହାକି ବର୍ତ୍ତମାନ ସମୟରେ ନୀତିଶଙ୍କ ଦଳବଦଳ ଚର୍ଚ୍ଚାକୁ ଆହୁରି ମଜବୁତ କରିଛି ।

ବିହାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପାଟନା ଜିଲ୍ଲାପାଳ ଥିବା ୨୦୧୦ ବ୍ୟାଚର ଆଇଏଏସ ଚନ୍ଦ୍ରଶେଖର ସିଂହ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟର ସ୍ବତନ୍ତ୍ର ସଚିବ ଭାବେ ବଦଳି ହୋଇଛନ୍ତି । ତାଙ୍କର ସ୍ଥାନରେ ଆଇଜି(ଜେଲ୍) ନଭାଲ କିଶୋରଙ୍କୁ ଦାୟିତ୍ବ ଦିଆଯାଇଛି । ସେହିପରି ଗୋପାଳପୁର ଜିଲ୍ଲାପାଳଙ୍କୁ ଭାଗଲପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଏହିପରି ଭାବେ ବିହାର ସରକାର ୨୨ ଜଣ ଆଇଏଏସ, ୭୯ ଆଇପିଏସ ଅଧିକାରୀ ଏବଂ ୪୫ ଜଣ ବିହାର ପ୍ରଶାସନିକ ସେବା(BAS) ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିହାର କ୍ଷମତାକୁ ଫେରିବ କି NDA ? ନୀତିଶଙ୍କ ଉପରେ ନଜର, କଣ କହୁଛି ସଂଖ୍ୟା ଗଣିତ

ଦିନେ ଦୁଇ ଦିନ ଭିତରେ ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ବିଜେପି ସହ ମେଣ୍ଟ ଭାଙ୍ଗି ଆରଜେଡି ସହ ମିଶି ସରକାର ଗଢିଥିବା ଜେଡିୟୁ ସୁପ୍ରିମୋ ନୀତିଶ କୁମାର ପୁଣିଥରେ ପଦ୍ମ ଶିବିରଙ୍କୁ ଡିଆଁ ମାରିବାର ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ଆରଜେଡି ଓ ଜେଡିୟୁ ଭିତରେ ତିକ୍ତତା ଯୋଗୁଁ ମୁଖ୍ୟମନ୍ତ୍ରୀ ନୀତିଶ ମହାଗଠନବନ୍ଧନ ଛାଡି NDAକୁ ଫେରିବେ । ଆସନ୍ତାକାଲି (ରବିବାର) ସେ ଜେଡିୟୁ-ବିଜେପି ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହାରି ସହିତ ବିଜେପିର ସୁଶୀଲ ମୋଦି ପୁଣିଥରେ ବିହାର ଉପମୁଖ୍ୟମନ୍ତ୍ରୀ ହେବେ ।

ସାଧାରଣ ନିର୍ବାଚନକୁ ମାତ୍ର କିଛି ଦିନ ବାକି ଥିବାବେଳେ ନୀତିଶଙ୍କ ଏଭଳି ପଟ ପରିବର୍ତ୍ତନ ଚର୍ଚ୍ଚା ବିହାରରୁ ଦିଲ୍ଲୀ ଯାଏଁ କମ୍ପନ ସୃଷ୍ଟି କରିଛି । ଦିନେ କେନ୍ଦ୍ରରୁ ବିଜେପିକୁ ହଟାଇବାକୁ ବୁଲି ବୁଲି ବିରୋଧୀଙ୍କୁ ଏକଜୁଟ କରିଥିବା ନୀତିଶ ଏବେ ପୁଣିଥରେ ବିଜେପି ପ୍ରତି ଢଳିବା ଇଣ୍ଡିଆ ମେଣ୍ଟର ସଙ୍କଟ ବଢାଇଛି । ସୂତ୍ର ଅନୁଯାୟୀ, ଆସନ୍ତାକାଲି ସକାଳ ୧୦ଟାରେ ଜେଡିୟୁର ବିଧାୟକ ଦଳ ବୈଠକ ବସିବ । ବୈଠକ ପରେ କାଲି ନୀତିଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥଙ୍କୁ ଭେଟି ନୂଆ ସରକାର ଗଠନ ପାଇଁ ଦାବି କରିପାରନ୍ତି । ଏହାପରେ ରବିବାର ସନ୍ଧ୍ୟାରେ ନଚେତ୍ ସୋମବାର ସକାଳେ ବିଜେପି-ଜେଡିୟୁ ମେଣ୍ଟ ସରକାରର ଶପଥ ଗ୍ରହଣ ହୋଇପାରେ । ତେବେ ସୋମବାର ସୁଦ୍ଧା ପୁରା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.