ETV Bharat / bharat

ବୋରଓ୍ୱେଲ ଟ୍ରାଜେଡି: ଜୀବନ ଯୁଦ୍ଧରେ ହାରିଗଲା ମୟଙ୍କ, 46ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ମୃତ ଅବସ୍ଥାରେ ଉଦ୍ଧାର - Madhya Pradesh Borewell Accident

author img

By ETV Bharat Odisha Team

Published : Apr 14, 2024, 4:44 PM IST

Madhya Pradesh Borewell Accident: ମଧ୍ୟପ୍ରଦେଶ ବୋରଓ୍ୱେଲ ଅଘଟଣ । ଜୀବନ ଯୁଦ୍ଧରେ ହାରିଗଲା କୋମଳମତି ଶିଶୁ । 2 ଦିନ ପରେ ମୃତ ଅବସ୍ଥାରେ 6 ବର୍ଷୀୟ ଶିଶୁ ମୟଙ୍କ ଉଦ୍ଧାର । ଅଧିକ ପଢନ୍ତୁ

Madhya Pradesh Borewell
Madhya Pradesh Borewell

ଭୋପାଳ: ଜୀବନ ଯୁଦ୍ଧରେ ହାରିଗଲା ମୟଙ୍କ । 60 ଫୁଟ ଗଭୀର ବୋରଓ୍ୱେଲରେ ଖସିପଡି ଜୀବନ ମରଣ ସହ ସଂଘର୍ଷ କରି ଶେଷରେ ଆଖିବୁଜିଛି ମଧ୍ୟପ୍ରଦେଶର ରେଓ୍ବା ଜିଲ୍ଲାର 6 ବର୍ଷୀୟ ଶିଶୁ ମୟଙ୍କ । ଗତକାଲି (ଶୁକ୍ରବାର ଦିନ) ଅପରାହ୍ନ ସମୟରେ ଖେଳୁଥିବା ସମୟରେ ହଠାତ ବୋରଓ୍ୱେଲ ପାଇଁ ଖୋଳାଯାଇଥିବା ଗାତରେ ଖସିପଡିଥିବା ବେଳେ ଦୀର୍ଘ 46 ଘଣ୍ଟା ଧରି ରେସ୍କ୍ୟୁ ଅପରେସନ କରାଯାଇଥିଲା । ହେଲେ ଶିଶୁଟି ପାଖରେ ପହଞ୍ଚିବା ବେଳକୁ ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟେ ଏଭଳି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି । ଘଟଣାସ୍ଥଳରେ ଉପସ୍ଥିତ ହଜାର ହଜାର ଲୋକେ ସ୍ତବ୍ଧ ହୋଇପଡିଥିଲେ ।

Madhya Pradesh Borewell
Madhya Pradesh Borewell

ଶୁକ୍ରବାର ଦ୍ୱିପହରରେ ବୋରଓ୍ୱେଲରେ ଖସି ପଡିଥିଲା ମୟଙ୍କ: ମଧ୍ୟପ୍ରଦେଶର ରେଓ୍ୱା ଜିଲ୍ଲାର ମନିକା ଗ୍ରାମରେ ଏହି ଅଘଟଣ ଘଟିଛି । ଶୁକ୍ରବାର ଦ୍ୱିପହର 3ଟା ସୁଦ୍ଧା 6 ବର୍ଷିୟ ମୟଙ୍କ ଆଦିବାସୀ ଘରଠୁ କିଛି ଦୂରରେ ନିଜ ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ହଠାତ୍ ଏକ 60ଫୁଟ ଗଭୀର ଖୋଲା ବୋରଓ୍ବେଲରେ ଖସି ପଡିଥିଲା । ମୟଙ୍କର ସାଙ୍ଗମାନେ ତୁରନ୍ତ ଏନେଇ ତାଙ୍କ ଘରଲୋକଙ୍କୁ ଜଣାଇଥିଲେ । ଏନେଇ ପରିବାର ଲୋକେ ପୋଲିସ ଟିମକୁ ସୂଚନା ଦେଇଥିଲେ । ତେବେ ଖବର ପାଇଁ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ରେସ୍କ୍ୟୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ ମଧ୍ୟ ଉପସ୍ଥିତ ଥିଲେ ।

ଏହାମଧ୍ୟ ପଢନ୍ତୁ..ବୋରୱେଲ ଟ୍ରାଜେଡି: 60 ଫୁଟ ତଳେ 6 ବର୍ଷ ଶିଶୁର ଜୀବନ - CHILD FELL INTO BOREWELL

ବୋରଓ୍ୱେଲରେ ଅକ୍ସିଜେନ ସିଲିଣ୍ଡର ବ୍ୟବସ୍ଥା କରାଯାଇଥିଲା । ମୟଙ୍କର ଗାତ ମଧ୍ୟରେ ଗତିବିିଧି ଦେଖିବା ପାଇଁ ବୋରଓ୍ୱେଲ ଭିତରକୁ କ୍ୟାମେରା ମଧ୍ୟ ପଠାଯାଇଥିଲା । କିନ୍ତୁ କ୍ୟାମେରାରେ ମୟଙ୍କର ଘଣ୍ଟା ଘଣ୍ଟା ଧରି ହଲଚଲ ହେଉନଥିବା ଦେଖିବାକୁ ମିଳିଥିଲା ।

46 ଘଣ୍ଟା ଧରି SDERF ଓ NDRF ଟିମ୍ ରେସକ୍ୟୁ ଅପରେସନ: ଘଟଣାସ୍ଥଳରେ SDERF ଓ NDRF ଜୋରଦାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । 10ଟି ଜେସିବି ମେସିନ ଦ୍ୱାରା ବୋରଓ୍ୱେଲର କିଛି ଦୂରରେ ଗାତ ଖୋଳାଯାଇଥିଲା । ଶନିବାର ମଧ୍ୟପ୍ରଦେଶ ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଚିନ୍ତାବ୍ୟକ୍ତ କରିଥିଲେ । ଏଥିସହ ଉଦ୍ଧାର କାର୍ଯ୍ୟ ଜୋରସୋରରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୋରଓ୍ୱେଲକୁ ଏଭଳି ଖୋଲା ନ ଛାଡିବାକୁ ସେ ଲୋକଙ୍କୁ ଅପିଲ କରିଥିଲେ । ତେବେ ଦୀର୍ଘ 46 ଘଣ୍ଟା ଧରି ଟିମର ନିରନ୍ତର ପ୍ରୟାସ ପରେ ମୃତ ଅବସ୍ଥାରେ ମୟଙ୍କକୁ ଉଦ୍ଧାର କରାଯାଇଛି । ଯାହାକୁ ନେଇ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ଯେଉଁ ବିଲରେ ଏହି ବୋରଓ୍ୱେଲ ଖୋଳା ଯାଇ ଖୋଲା ଛଡାଯାଇଥିଲା ସେହି ବିଲର ମାଲିକ ମଧ୍ୟ ଫେରାର ହୋଇଯାଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.