ETV Bharat / bharat

195 ପ୍ରାର୍ଥୀ ଦେଲା ବିଜେପି: ପ୍ରଥମ ପାଳିରେ କେଉଁ ରାଜ୍ୟରୁ କେତେ

author img

By ETV Bharat Odisha Team

Published : Mar 2, 2024, 9:45 PM IST

Lok Sabha elections 2024: ପ୍ରଥମ ପର୍ଯ୍ୟାୟରେ ମୋଟ 195 ପ୍ରାର୍ଥୀଙ୍କ ମଧ୍ୟରେ କେଉଁ ରାଜ୍ୟର କେତେ ପ୍ରାର୍ଥୀ ରହିଛନ୍ତି । ନଜର ପକାନ୍ତୁ

195 ପ୍ରାର୍ଥୀ ଦେଲା ବିଜେପି: ପ୍ରଥମ ପାଳିରେ କେଉଁ ରାଜ୍ୟରୁ କେତେ
195 ପ୍ରାର୍ଥୀ ଦେଲା ବିଜେପି: ପ୍ରଥମ ପାଳିରେ କେଉଁ ରାଜ୍ୟରୁ କେତେ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଦଳ ମୋଟ 18 ରାଜ୍ୟରେ 195 ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏଥିରେ 34 ଜଣ କେନ୍ଦ୍ରମନ୍ତ୍ରୀ ରହିଥିବା ବେଳେ 2 ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି ।

ଏକାଧିକ ହଇପ୍ରୋଫାଇଲ ଆସନରେ ପୂର୍ବ ହେଭିଓ୍ବେଟଙ୍କୁ ଅପରିବର୍ତ୍ତିତ ରଖିଛି ଦଳ । ନିଜେ ଦଳର ସବୁଠୁ ବଡ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ପାରମ୍ପରିକ ଆସନ ଉତ୍ତର ପ୍ରଦେଶର ବାରାଣାସୀରୁ ତୃତୀୟ ଥର ନିର୍ବାଚନ ଲଢିବାକୁ ଯାଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ 100 ଆସନରେ ପ୍ରାର୍ଥୀ ଘୋଷଣା କରାଯିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଦଳ 195 ପ୍ରାର୍ଥୀ ଘୋଷଣା କରିଛି ।

ତେବେ ରାଜ୍ୟଓ୍ବାରୀ ପ୍ରାର୍ଥୀଙ୍କ ସଂଖ୍ୟା ଦେଖିଲେ, ସବୁଠୁ ବଡ ରାଜ୍ୟ ଉତ୍ତର ପ୍ରଦେଶର 80 ସଂସଦୀୟ ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ 51 ଆସନରେ ପ୍ରାର୍ଥୀ ଘୋଷଣା ହୋଇଛି । ସେହିପରି ଦ୍ବିତୀୟରେ ମଧ୍ୟ ପ୍ରଦେଶରେ 24, ଅଣବିଜେପି ଶାସିତ ପଶ୍ଚିମବଙ୍ଗରେ 20, ଗୁଜୁରାଟରେ 15, ରାଜସ୍ଥାନରେ 15, କେରଳରେ 12, ତେଲେଙ୍ଗାନା 9 ଆସନ, ଆସାମରେ 11 ଆସନ, ଝାଡଖଣ୍ଡରେ 11, ଛତିଶଗଡରେ 11, ଦିଲ୍ଲୀରେ 5, ଜାମ୍ମୁ କାଶ୍ମୀରରେ 2ଟି ଉତ୍ତରାଖଣ୍ଡରେ 3, ଅରୁଣାଚଳ ପ୍ରଦେଶରେ 2, ଗୋଆ, ତ୍ରିପୁରା,ଆଣ୍ଡାମାନ ନିକୋବର ଓ ଡାମନ- ଡ୍ୟୁରେ ପାର୍ଟି ଗୋଟିଏ ଆସନରେ ପ୍ରାର୍ଥୀ ଦେଇଛି ।

  1. ଉତ୍ତରପ୍ରଦେଶ 51
  2. ପଶ୍ଚିମବଙ୍ଗ 20
  3. ମଧ୍ୟ ପ୍ରଦେଶ 24
  4. ଗୁଜୁରାଟ 15
  5. ରାଜସ୍ଥାନ 15
  6. କେରଳ 12
  7. ତେଲେଙ୍ଗାନା 9 ଆସନ
  8. ଆସାମ 11
  9. ଝାଡଖଣ୍ଡ 11
  10. ଛତିଶଗଡ 11
  11. ଦିଲ୍ଲୀ 5
  12. ଜାମ୍ମୁ କାଶ୍ମୀର 2
  13. ଉତ୍ତରାଖଣ୍ଡ 3
  14. ଅରୁଣାଚଳ ପ୍ରଦେଶ 2
  15. ଗୋଆ 1
  16. ତ୍ରିପୁରା 1
  17. ଆଣ୍ଡାମାନ ନିକୋବର 1
  18. ଡାମନ ଓ ଡ୍ୟୁରେ 1

ଏହା ମଧ୍ୟ ପଢନ୍ତୁ:- ବାରାଣାସୀରୁ ଲଢିବେ ପ୍ରଧାନମନ୍ତ୍ରୀ, ପ୍ରଥମ ପର୍ଯ୍ୟାୟରେ 34 କେନ୍ଦ୍ରମନ୍ତ୍ରୀଙ୍କ ସହ 195 ପ୍ରାର୍ଥୀ ଘୋଷଣା କଲା BJP

ଆଜି ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ ବିଶ୍ଳେଷଣାତ୍ମକ ତଥ୍ୟ ଦେଖିଲେ, 28 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ସେହିପରି 50 ବର୍ଷରୁ କମ ଆୟୁବର୍ଗର 47 ଯୁବ ପ୍ରାର୍ଥୀଙ୍କୁ ମଧ୍ୟ ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ସେହିପରି ତାଲିକାରେ ଅନ୍ୟାନ୍ୟ ପଛୁଆ ବର୍ଗ ‘ଓବିସି’ରୁ 47 ଜଣ ପ୍ରାର୍ଥୀ ରହିଛନ୍ତି । ଦଳ ଚଳିତଥର ଏକାକୀ 370 ଆସନ ଓ ‘ଏନଡିଏ’ ମେଣ୍ଟ ସହଯୋଗୀଙ୍କ ସଂଖ୍ୟା ମିଶାଇ ମୋଟ 400 ପାର କରିବାର ଲକ୍ଷ୍ୟ ରଖିଛି । ପ୍ରଧାନମନ୍ତ୍ରୀ ମୋଦି ଏହି ବିଜୟ ଲକ୍ଷ୍ୟ ସହ ଆସନ୍ତା 100 ଦିନ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ନିର୍ବାଚନୀ ଟାକ୍ସ ମଧ୍ୟ ଦେଇସାରିଛନ୍ତି । ଏହି 100 ଦିନ ଗୁରୁତ୍ବପୂର୍ଣ୍ଣ । ଏହି ଅବଧି ମଧ୍ୟରେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଦେଶର ପ୍ରତ୍ୟେର ବର୍ଗର ଭୋଟରଙ୍କ ନିକଟରେ ପହଞ୍ଚିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଲାଭାର୍ଥୀ, ସମୂଦାୟ ଓ ଯୁବ ଭୋଟରଙ୍କ ନିକଟରେ ଦଳର କାର୍ଯ୍ୟକର୍ତ୍ତା ପହଞ୍ଚିବେ ବୋଲି ପ୍ରଧାନମନ୍ତ୍ରୀ ନିକଟରେ ଶେଷ ହୋଇଥିବା ଦୁଇଦିନିଆ ରାଷ୍ଟ୍ରୀୟ ଅଧିବେଶନରେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.