ETV Bharat / bharat

ଜନାଦେଶ 2024: କର୍ଣ୍ଣାଟକରେ ଆଗରେ ବିଜେପି, ଲିଡ୍‌ କରୁଛନ୍ତି ଯୌନ କେଳେଙ୍କାରୀ ଅଭିଯୁକ୍ତ ପ୍ରଜ୍ଜ୍ବଳ - PRAJWAL REVANNA LEADING

author img

By ETV Bharat Odisha Team

Published : Jun 4, 2024, 12:34 PM IST

Karnataka Lok Sabha Election Results 2024: କର୍ଣ୍ଣାଟକରେ ଆଗରେ ବିଜେପି । ହାସନରେ ଲିଡ୍‌ କରୁଛନ୍ତି ଯୌନ କେଳେଙ୍କାରୀ ଅଭିଯୁକ୍ତ ତଥା NDA ପ୍ରାର୍ଥୀ ପ୍ରଜ୍ଜ୍ବଳ ରେବନ୍ନା । ଅଧିକ ପଢନ୍ତୁ

Prajwal Revanna trailing in Hassan
Prajwal Revanna trailing in Hassan (ETV Bharat Odisha)

ବେଙ୍ଗାଲୁରୁ: ଜାରି ରହିଛି ଲୋକସଭା ନିର୍ବାଚନ 2024ର ମତଗଣନା । କ୍ଷମତା ରାଜନୀତିରେ ଦେଖିବାକୁ ମିଳିଛି ଓଲଟପାଲଟ । କେଉଁଠି ଏକଜିଟ୍‌ ପୋଲ୍‌ର ସମ୍ପୂର୍ଣ୍ଣ ବିପରୀତ ଦେଖିବାକୁ ମିଳିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଏନଡିଏ 291 ଆସନରେ ଓ ଇଣ୍ଡିଆ ମେଣ୍ଟ 222 ଆସନରେ ଆଗୁଆ ରହିଛି । ଭାରତୀୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ କର୍ଣ୍ଣାଟକରେ ବିଜେପି 17 ଆସନରେ ଆଗୁଆ ରହିଛି । ସେପଟେ ଏନଡିଏର ସହଯୋଗୀ ଦଳ ଜେଡିଏସ 3 ସିଟ୍‌ରେ ଆଗୁଆ ଅଛି । ସାଙ୍ଘାତିକ ଯୌନ କେଳେଙ୍କାରୀ ମାମଲାରେ ଜଡି଼ତ ଏନଡିଏ ହାସନ ପ୍ରାର୍ଥୀ ପ୍ରଜ୍ଜ୍ବଳ ରେବନ୍ନା ଆଗୁଆ ରହିଛନ୍ତି ।

କର୍ଣ୍ଣାଟକ ହାସନ ଲୋକସଭା ଆସନରୁ NDA ମେଣ୍ଟ ପ୍ରଜ୍ଜ୍ବଳ ରେବନ୍ନାଙ୍କୁ ପ୍ରାର୍ଥୀ କରିଥିଲା । ପ୍ରଜ୍ଜ୍ବଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡ଼ାଙ୍କ ନାତି । ସେ ଏକାଧିକ ମହିଳାଙ୍କ ଯୌନ ଶୋଷଣ କରିବା ସହ ଏହାର ଭିଡିଓ ଉତ୍ତୋଳନ କରି ଧମକ ଚମକ ଦେଉଥିବା ଭଳି ସାଙ୍ଘାତିକ ଅଭିୟୋଗ ହୋଇଥିଲା । ହାସନରେ ଭୋଟ ପଡ଼ିବା ପରେ ପ୍ରଜ୍ଜ୍ବଳଙ୍କ ଏହି କାରନାମା ସମ୍ପର୍କରେ ଜଣାପଡ଼ିଥିଲା । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ପ୍ରଜ୍ଜ୍ବଳ ହାସନରୁ ଲିଡ୍‌ କରୁଛନ୍ତି ।

ଏହା ବି ପଢନ୍ତୁ- ଯୌନ କେଳେଙ୍କାରୀ: ପ୍ରଜ୍ଜଳ ରେବନ୍ନା ଗିରଫ, ଜର୍ମାନୀରୁ ଫେରିବା କ୍ଷଣି ମାଡ଼ିବସିଲା SIT

ଏହି ଯୌନ କେଳେଙ୍କାରୀ ମାମଲା ସାମ୍ନାକୁ ଆସିବା ପରେ ପ୍ରଜ୍ଜ୍ବଳ ରେବନ୍ନା ଜର୍ମାନୀରେ ପୋଲିସ ନଜରରୁ ଲୁଚି ରହିଥିଲେ । ଏହାପରେ ପୋଲିସ ଲୁକ ଆଉଟ୍‌ ନୋଟିସ ଜାରି କରିଥିଲା । ପ୍ରଜ୍ଜ୍ବଳଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ତାଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବା ନେଇ ଯୋଜନା କରିବା ମଧ୍ୟରେ ପ୍ରଜ୍ଜ୍ବଳଙ୍କ ଜେଜେ ତାଙ୍କୁ ଚେତାବନୀ ଦେଇଥିଲେ । ଖୁବଶୀଘ୍ର ସ୍ବଦେଶ ଫେରି ଆସି ଆଇନର ସାମ୍ନା କରିବାକୁ କହିଥିଲେ । ଏହାପରେ ପ୍ରଜ୍ଜ୍ବଳ ଏକ ଭିଡିଓ ବାର୍ତ୍ତା ଜାରି କରି ମେ 31ରେ ସ୍ବଦେଶ ଫେରିବେ ବୋଲି ସୂଚନା ଦେଇଥିଲେ । ସେ ବେଙ୍ଗାଲୁରୁ ଏୟାରପୋର୍ଟରେ ପହଞ୍ଚିବା ମାତ୍ରେ ତାଙ୍କୁ ଏସ୍‌ଆଇଟି (SIT) ଟିମ୍ ମେ 31 ତାରିଖରେ ଗିରଫ କରିଥିଲା ।

ସେପଟେ ମାଣ୍ଡ୍ୟା ଆସନରୁ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ 1ଲକ୍ଷରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । କୋଲାରରୁ ବି JDS ଆଗୁଆ ରହିଛି । ଏଠାରେ ଜନତା ଦଳ (ସିକ୍ୟୁଲାର) ପ୍ରାର୍ଥୀ ମଲ୍ଲେଶ ବାବୁ କଂଗ୍ରେସ ପ୍ରାର୍ଥୀ କେବି ଗୌତମଙ୍କଠାରୁ 27,593 ଭୋଟରେ ଆଗରେ ଅଛନ୍ତି । କର୍ଣ୍ଣାଟକ ବିଜେପି ମୁଖ୍ୟ ରାଘବେନ୍ଦ୍ର ଶିବମୋଗା ଆଗରେ ଅଛନ୍ତି । ବାଗଲକୋଟରୁ ବିଜେପି ପ୍ରାର୍ଥୀ ଗଦ୍ଦି ଗୌଦର 6000ରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ବେଲଗାବି ଲୋକସଭା ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ଜଗଦିଶ ଶେଟ୍ଟାର 21,809 ଆସନରେ ଆଗୁଆ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.