ETV Bharat / bharat

ନିର୍ବାଚନ ନ ଲଢି ଜିତିଗଲେ ବିଜେପି ପ୍ରାର୍ଥୀ ! - Mukesh Dalal Elected Unopposed

Mukesh Dalal Elected Unopposed: ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ବନ୍ଦ୍ବରେ ନିର୍ବାଚନ ଜିତିବା ନେଇ ଚର୍ଚ୍ଚା ହେଉଛି । ଲୋକସଭା ନିର୍ବାଚନ ପୂର୍ବରୁ ନାକଚ ହୋଇଛି ପ୍ରତିଦ୍ବନ୍ଦ୍ବୀଙ୍କ ପ୍ରାର୍ଥୀପତ୍ର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 22, 2024, 4:22 PM IST

Mukesh Dalal
Mukesh Dalal

ଅହମ୍ମଦାବାଦ: ସୁରଟ ରାଜନୈତିକ ହାଇଡ୍ରାମା ଭିତରେ କଂଗ୍ରେସକୁ ଝଟକା । ଲୋକସଭା ନିର୍ବାଚନ ପୂର୍ବରୁ ରଦ୍ଦ ହେଲା ନୀଲେଶ କୁମ୍ଭାନୀଙ୍କ ପ୍ରାର୍ଥୀପତ୍ର । ତେଣୁ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ବନ୍ଦ୍ବରେ ନିର୍ବାଚନ ଜିତିବା ନେଇ ଚର୍ଚ୍ଚା ହେଉଛି । କାରଣ ଅନ୍ୟ ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିସାରିଛନ୍ତି । ଗୁଜୁରାଟ ପିସିସି ସଭାପତି ଶକ୍ତି ସିଂହ ଗୋହିଲ ଅଭିଯୋଗ ଆଣି ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ବିଜେପିର ଇସାରାରେ ନାମାଙ୍କନ ପତ୍ର ନାକଚ କରାଯାଇଛି । କାରଣ ବିଜେପିର ହାରିବାର ଭୟ ରହିଛି ।" ଲୋକତନ୍ତ୍ରର ହତ୍ୟା କରାଯାଇଥିବା କହି ବର୍ଷିଛନ୍ତି ଗୁଜୁରାଟ ପିସିସି ସଭାପତି ।

ସୂଚନା ଅନୁସାରେ, ସୁରଟ ଲୋକସଭା ଆସନ ପାଇଁ ମୋଟ ୧୦ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ସେମାନଙ୍କ ମଧ୍ୟରୁ ୮ ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ । ଏଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ ବିଗ୍ ଫାଇଟ ହେବାକୁ ଯାଉଥିଲା । ଆଉ ଶେଷରେ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ଭାନୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବାବେଳେ ବର୍ତ୍ତମାନ ନିର୍ଦ୍ବନ୍ଦ୍ବରେ ଜିତିବାକୁ ଯାଉଛନ୍ତି ମୁକେଶ ଦଲାଲ ।

ଏହା ବି ପଢନ୍ତୁ...ନେହେରୁ-ଗାନ୍ଧୀ ପରିବାର; ଦିନେ ନିର୍ବାଚନୀ ମୈଦାନରେ କରୁଥିଲେ ରାଜ, ଆଜି ପାରମ୍ପରିକ ଆସନ ପାଇଁ ମିଳୁନି ଚେହେରା - Nehru Gandhi Family

ଏହା ବି ପଢନ୍ତୁ...ମଣିପୁରର 11ଟି ବୁଥରେ ସାନିମତଦାନ ଆରମ୍ଭ, ମତ ସାବ୍ୟସ୍ତ କରୁଛନ୍ତି ଭୋଟର - Lok Sabha Election 2024

ନାମାଙ୍କନ ଫର୍ମରେ ହୋଇଥିବା ଦସ୍ତଖତରେ କୌଣସି ସମସ୍ୟା କାରଣରୁ ରିଟର୍ଣ୍ଣିଂ ଅଫିସର ନୀଲେଶଙ୍କର ନାମାଙ୍କନ ପତ୍ର ନାକଚ କରିଥିବା ଜଣାପଡ଼ିଛି । ରିଟର୍ଣ୍ଣିଂ ଅଫିସର ସୌରଭ ପାଡସାଲା ଏନେଇ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି, "ଦସ୍ତଖତ ଆହୁରି କ୍ଲିଅର ହେବା ଆବଶ୍ୟକତା ଥିଲା ।" ସେପଟେ ଏହି ଘଟଣାକୁ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି କହି ବର୍ଷିଛି କଂଗ୍ରେସ । ଏହି ମାମଲାକୁ ନେଇ କଂଗ୍ରେସ କୋର୍ଟଙ୍କ ଦ୍ବାରସ୍ଥ ହେବା ନେଇ ଚେତାବନୀ ଦେଇଛି । ତେବେ ଆଗକୁ ଏହା କେଉଁ ମୋଡ଼ ନେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଅପରପକ୍ଷେ, ମୁକେଶ ଦଲାଲ ସୁରଟରୁ ଏକମାତ୍ର ପ୍ରାର୍ଥୀ ଥିବାବେଳେ ତାଙ୍କର କେହି ପ୍ରତିଦ୍ବନ୍ଦ୍ବୀ ନଥିବାରୁ ବିଜେପି ଶିବିରରେ ଦେଖିବାକୁ ମିଳିଛି ଖୁସିର ମାହୋଲ । ନିର୍ବାଚନ ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବାକୁ ଯାଉଛନ୍ତି ମୁକେଶ ଦଲାଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.