ETV Bharat / bharat

ରାହୁଲଙ୍କ ଉପରେ ବର୍ଷିଲେ ମୋଦି, 'ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ମୋ ପୂଜାକୁ ପରିହାସ କରୁଛି କଂଗ୍ରେସ' - MODI TARGETS RAHUL

PM Modi takes dig at Rahul Gandhi: ଉତ୍ତର ପ୍ରଦେଶ ଅମରୋହା ଗସ୍ତରେ ଯାଇ ରାହୁଲ ଏବଂ ଅଖିଳେଖଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ଏମିତି,

NARENDRA MODI VISIT AMROHA
NARENDRA MODI VISIT AMROHA
author img

By ETV Bharat Odisha Team

Published : Apr 19, 2024, 1:48 PM IST

ଲକ୍ଷ୍ନୌ: ଗଣତନ୍ତ୍ର ମହାପର୍ବ ଆରମ୍ଭ ହୋଇସାରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଜରୈଲାର ଅମରୋହା ଲୋକସଭା ସିଟ୍ ପାଇଁ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇଛନ୍ତି । ବିଜେପି ପ୍ରାର୍ଥୀ କନଓ୍ବର ସିଂଙ୍କ ସମର୍ଥନରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀ କହିଛନ୍ତି, " ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । ଆଜି ସବୁଠାରୁ ବଡ ଉତ୍ସବର ଦିନ । ସମ୍ବିଧାନରକ ଏହି ଅଧିକାରରୁ ଉପଯୋଗ କରିବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି । ବିଶେଷକରି ଯେଉଁମାନେ ପ୍ରଥମ ଥର କରି ଭୋଟ ଦେଉଛନ୍ତି ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ, ସୁଯୋଗକୁ ହାତଛଡା କରନ୍ତୁ ନାହିଁ । 2024 ଲୋକସଭା ନିର୍ବାଚନ ହେଉଛି ଦେଶର ଭବିଷ୍ୟତ ପାଇଁ ନିର୍ବାଚନ । ଆପଣମାନଙ୍କର ଗୋଟିଏ ଗୋଟିଏ ଭୋଟ ଭାରତର ଭାଗ୍ୟ ନିର୍ଦ୍ଧାରିତ କରିବ । ଗ୍ରାମ ଏବଂ ଗରିବଙ୍କ ପାଇଁ ଏକ ବଡ଼ ଭିଜନ ଏବଂ ଲକ୍ଷ୍ୟ ନେଇ ବିଜେପି ଆଗକୁ ବଢୁଛି । କିନ୍ତୁ ଇଣ୍ଡିଆ ମେଣ୍ଟ ଗ୍ରାମକୁ ପଛୁଆ କରିବା ପାଇଁ ଚେଷ୍ଟା କରୁଛି । "

ବିଜେପି ସରକାରକୁ ନେଇ ମୋଦି କହିଛନ୍ତି, "ଦେଶରେ ବୟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ବିଜେପି ସରକାର ଏକ ଟେକ୍ସଟାଇଲ ପାର୍କ ନିର୍ମାଣ କରୁଛି । ଅମରୋହା ବସ୍ତ୍ର ଶିଳ୍ପ ମଧ୍ୟ ଏଥିରୁ ଉପକୃତ ହେବ । ଏଥିରେ ରୋଜଗାର ଅଧିକରୁ ଅଧିକ ହେବ । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଏବଂ ବିଜେପି ସରକାରଙ୍କ ମୁଦ୍ରା ଯୋଜନା ଲାଭ ଉଠାଉଛନ୍ତି । ମୋଦି ସରକାର ଗତ 10 ବର୍ଷ ମଧ୍ୟରେ ଯାହା କରିଛନ୍ତି ତାହା ଟ୍ରେଲର । ବର୍ତ୍ତମାନ ଆମକୁ ଉତ୍ତରପ୍ରଦେଶ ଏବଂ ଦେଶକୁ ଆହୁରି ଆଗକୁ ନେବାକୁ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସର୍ବଦା ଆଖୁ ଚାଷୀଙ୍କ ପାଇଁ ଚିନ୍ତାରେ ରହିଛନ୍ତି । ଯେତେବେଳେ ସପା ସରକାର ରହିଥିଲା, ଅମରୋହାରେ ଆଖୁ ଚାଷୀଙ୍କୁ ବର୍ଷକୁ 500 କୋଟି ଟଙ୍କା ଦିଆଯାଉଥିଲା । ଯୋଗୀ ସରକାରଙ୍କ ଅଧୀନରେ ପ୍ରତିବର୍ଷ ଆଖୁ ଚାଷୀଙ୍କୁ ପ୍ରାୟ 1.5 ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । "

ଏହା ମଧ୍ୟ ପଢନ୍ତୁ: ତ୍ରିପୁରାରେ ବର୍ଷିଲେ ମୋଦି, କମ୍ୟୁନିଷ୍ଟମାନେ ଉତ୍ତର-ପୂର୍ବକୁ ଶାସନ କରି ବର୍ବାଦ କରିଛନ୍ତି - LOKSABHA ELECTIONS 2024

ସପା-କଂଗ୍ରେସ ଉପରେ ବର୍ଷିଲେ ମୋଦି: ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ଅଯୋଧ୍ୟା ରାମ ମନ୍ଦିର ତିଆରି ହେଲା ସେତେବେଳ ସପା ଏହଂ କଂଗ୍ରେସ ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏମାନେ ରାମ ମନ୍ଦିର ଏବଂ ସନାତନ ଆସ୍ଥାକୁ ଗାଳି ଦେଉଛନ୍ତି । ବର୍ତ୍ତମାନ ରାମ ନବମୀ ଦିନ ରାମଲାଲାଙ୍କର ସୂର୍ଯ୍ୟ ତିଳକ କରାଯାଇଥିଲା । ଆଜି ଯେତେବେଳେ ସମଗ୍ର ଦେଶ ରାମମୟ ହୋଇଛି, ସେତେବେଳେ ମାଜବାଦୀ ପାର୍ଟିର ଲୋକେ ସର୍ବସାଧାରଣରେ ରାମ ଭକ୍ତଙ୍କୁ କପଟୀ ବୋଲି ଡାକନ୍ତି ।

ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ କଂଗ୍ରେସ ମୋର ଦ୍ବାରକା ପୂଜାକୁ ପରିହାସ କରିଥିଲା : ପ୍ରଧାନମନ୍ତ୍ରୀ କହିଛନ୍ତି, ଇଣ୍ଡିଆ ମେଣ୍ଟ ସନାତନ ଧର୍ମକୁ ଘୃଣା କରନ୍ତି । ମୁଁ ଦ୍ବାରକା ଯାଇ ସମୁଦ୍ରରେ ଭଗବାନ କୃଷ୍ଣଙ୍କର ପୂଜା କରିଥିଲି । କିନ୍ତୁ କଂଗ୍ରେସର ରାଜକୁମାରମାନେ କହିଛନ୍ତି ଯେ, ସମୁଦ୍ରରେ ଯାଇ ପୂଜା କରିବାର କିଛି ଆବଶ୍ୟକତା ନାହିଁ । ଏହି ଲୋକମାନେ ଆମର ହଜାରେ ବର୍ଷର ବିଶ୍ବାସ ଏବଂ ଭକ୍ତିକୁ କେବଳ ଭୋଟ୍ ବ୍ୟାଙ୍କ ପାଇଁ ପ୍ରତ୍ୟାଖ୍ୟାନ କରୁଛନ୍ତି ।

ସମସ୍ତଙ୍କୁ ହକ୍ ମିଳିବ: ନରେନ୍ଦ୍ର ମୋଦି କହିଛନ୍ତି, ର୍ତ୍ତମାନ ସମସ୍ତେ ସ୍ଥାୟୀ ଘର ପାଇବେ । ଏହା ମୋଦିଙ୍କର ଗ୍ଯାରେଣ୍ଟି ଅଟେ । ଯେତେବେଳେ ଆପଣ ନିର୍ବାଚନ ପ୍ରଚାର ପାଇଁ ଗ୍ରାମକୁ ଯାଆନ୍ତି, ସେତେବେଳେ ଏଭଳି ଦୁଇ-ଚାରି ଜଣ ଲୋକଙ୍କୁ ପାଇବେ ଯାହାଙ୍କ ପାଖେ ଏପର୍ଯ୍ୟନ୍ତ ଘର ଏବଂ ପାନୀୟ ଜଳ ସୁବିଧା ନଥିବ । ଏହା ବ୍ୟତୀତ, କିଛି ଲୋକ ଗ୍ୟାସ୍ ସଂଯୋଗର ସବୁଧା ମଧ୍ୟ ପାଇପାରି ନାହାନ୍ତି । ଯଦି ଏଭଳି କିଏ ଅଛନ୍ତି ତାହେଲେ ଆତ୍ମବିଶ୍ବାସର ସହ କୁହନ୍ତୁ । ତୃତୀୟ ଥର ମୋଦି ସରକାର ଆସିବା ପରେ ଅବଶିଷ୍ଟ କାର୍ଯ୍ୟ ପୂରଣ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.