ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । 6ଟି ରାଜ୍ୟ ଓ 2ଟି କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ 57.44% ପ୍ରତିଶତ ମତଦାନ ରେକର୍ଡ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ 73% ମତଦାନ ରେକର୍ଡ ହୋଇଥିବା ବେଳେ ମହାରାଷ୍ଟ୍ରରେ ସର୍ବନିମ୍ନ 48.88% ମତଦାନ ହୋଇଛି । ଓଡ଼ିଶାରେ ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ମୋଟ 60.70 ପ୍ରତିଶତ ମତଦାନ ରେକର୍ଡ ହୋଇଛି ।
ସରିଲା ପଞ୍ଚମ ପର୍ଯ୍ୟାୟ ମତଦାନ; ମୋଟ 57.44% ପ୍ରତିଶତ ମତଦାନ ରେକର୍ଡ, ପଶ୍ଚିମବଙ୍ଗରେ ସର୍ବାଧିକ ଭୋଟିଂ - LOK SABHA ELECTION FIFTH PHASE - LOK SABHA ELECTION FIFTH PHASE
Published : May 20, 2024, 6:53 AM IST
|Updated : May 20, 2024, 9:09 PM IST
21:03 May 20
ସରିଲା ପଞ୍ଚମ ପର୍ଯ୍ୟାୟ ମତଦାନ, ଦେଖନ୍ତୁ କେଉଁଠି ହୋଇଛି କେତେ ପ୍ରତିଶତ ମତଦାନ ?
18:19 May 20
ସନ୍ଧ୍ୟା 5ଟା ସୁଦ୍ଧା କେଉଁଠି କେତେ ମତଦାନ ?
ପଞ୍ଚମ ପର୍ଯ୍ୟାୟ ମତଦାନରେ ସନ୍ଧ୍ୟା 5ଟା ସୁଦ୍ଧା ଦେଶରେ ମୋଟ 56.68% ମତଦାନ ରେକର୍ଡ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ 73% ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ସର୍ବନିମ୍ନ 48.66 ପ୍ରତିଶତ ମତଦାନ ହୋଇଛି ।
17:47 May 20
ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ଆସିଲା 1000ରୁ ଅଧିକ ଅଭିଯୋଗ
ପଞ୍ଚମ ପର୍ଯ୍ୟାୟ ମତଦାନରେ ମଧ୍ୟ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବାରାକପୁର, ବୋନଗାଓଁ, ଆରାମବାଘରେ ଟିଏମସି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ପୋଲ ପ୍ୟାନେଲଙ୍କ ନିକଟରେ ପ୍ରାୟ 1ହଜାରରୁ ଅଧିକ ଅଭିଯୋଗ ଆସିଛି । ଇଭିଏମରେ ଗଡବଡ଼ ତ ଆଉ କେଉଁଠି କିଛି ରାଜନୈତିକ ଏଜେଣ୍ଟମାନେ ବୁଥରେ ବିଶୃଙ୍ଖଳା କରୁଥିବା ଅଭିଯୋଗ ରହିଛି । ଏହା ସତ୍ତ୍ବେ ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ ରେକର୍ଡ କରାଯାଇଛି ।
16:08 May 20
ଅପରାହ୍ନ 3ଟା ସୁଦ୍ଧା ମୋଟ 47.53% ମତଦାନ
ଦେଶରେ ଜାରି ରହିଛି ପଞ୍ଚମ ପର୍ଯ୍ୟାୟ ମତଦାନ । ତେବେ ଅପରାହ୍ନ 3ଟା ସୁଦ୍ଧା ମୋଟ 47.53% ମତଦାନ ରେକର୍ଡ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ 62.72% ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ସର୍ବନିମ୍ନ 38.77% ମତଦାନ ହୋଇଛି ।
15:48 May 20
କାଶ୍ମୀରରେ ଆତଙ୍କବାଦୀଙ୍କ ଭାଇ ଦେଲେ ଭୋଟ, ଆତ୍ମସମର୍ପଣ ପାଇଁ କଲେ ଅପିଲ୍
ପଞ୍ଚମ ପର୍ଯ୍ୟାୟରେ ଜମ୍ମୁକାଶ୍ମୀରର ଗୋଟିଏ ଆସନରେ ହେଉଛି ମତଦାନ । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ଜଣେ ସକ୍ରିୟ ଆତଙ୍କବାଦୀର ଭାଇ । ସେ ସୋମବାର ନିଜ ପୋଲିଂ ବୁଥକୁ ଆସି ମତଦାନ ସାବ୍ୟସ୍ତ କରିବା ସହ ଅସ୍ତ୍ରଶସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଜ ଭାଇକୁ ଅପିଲ୍ କରିଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ରୌଫ ଅହମ୍ମଦ ଲୋନ୍ । ଯିଏକି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଜଣେ ସକ୍ରିୟ ଆତଙ୍କବାଦୀ ଉମର ଲୋନର ଭାଇ । ସେ ଭୋଟ ଦେବା ପରେ ଏକ ଭିଡିଓ ବାର୍ତ୍ତା ଜାରି କରି ସମସ୍ତଙ୍କୁ ଭୋଟ୍ ଦେବା ପାଇଁ ଅପିଲ୍ କରିବା ସହ ନିଜ ଭାଇକୁ ମଧ୍ୟ ଅପରାଧିକ ରାସ୍ତା ତ୍ୟାଗ କରିବାକୁ ପରାମର୍ଶ ଦେଇଛନ୍ତି । ସେ ବାରମୁଲ୍ଲା ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ।
13:36 May 20
ଦିନ 1ଟା ସୁଦ୍ଧା କେଉଁଠି କେତେ ଭୋଟିଂ ?
ନୂଆଦିଲ୍ଲୀ: ଦିନ 1ଟା ସୁଦ୍ଧା ମୋଟ 36.73 ପ୍ରତିଶତ ମତଦାନ ହୋଇଛି । ଓଡିଶାରେ 35.31 ପ୍ରତିଶତ ଭୋଟିଂ ହୋଇଥିବା ବେଳେ ବିହାରରେ 34.62, ଜମ୍ମୁକାଶ୍ମୀରରେ 34.79 ଏବଂ ଝାଡଖଣ୍ଡରରେ 41.89 ପ୍ରତିଶତ ଭୋଟିଂ ହୋଇଛି । ଅନ୍ୟପଟେ ଲଦାଖରେ 52.02 ପ୍ରତିଶତ, ମହାରାଷ୍ଟ୍ରରେ 27.78, ଉତ୍ତରପ୍ରଦେଶରେ 39.55 ଏବଂ ପଶ୍ଚିମବଙ୍ଗରେ 48.41 ପ୍ରତିଶତ ମତଦାନ ହୋଇଛି ।
12:17 May 20
ମତ ସାବ୍ୟସ୍ତ କଲେ ଅନିଲ କପୁର
ମୁମ୍ବାଇ: ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ବଲିଉଡ ଅଭିନେତା ଅନିଲ କପୁର । ସେ ମୁମ୍ବାଇର ଏକ ବୁଥ୍ରେ ପହଞ୍ଚି ଭୋଟ ଦେଇଛନ୍ତି । ଭୋଟ ଦେବା ପରେ ସେ କହିଛନ୍ତି," ମୁଁ ଆସି ମୋର ଭୋଟ ଦେଇଛି । ସମସ୍ତ ଦେଶବାସୀ ଆସି ଭୋଟ ଦିଅନ୍ତୁ ।"
11:39 May 20
ଦିନ 11ଟା ସୁଦ୍ଧା କେଉଁଠି କେତେ ମତଦାନ ?
ନୂଆଦିଲ୍ଲୀ: ଦିନ 11ଟା ସୁଦ୍ଧା ଓଡିଶାରେ 21.07 ପ୍ରତିଶତ ଭୋଟିଂ ହୋଇଛି । ସେହିପରି ବିହାରରେ 21.11, ଜମ୍ମୁକାଶ୍ମୀରରେ 21.37 ଏବଂ ଝାଡଖଣ୍ଡରରେ 26.18 ପ୍ରତିଶତ ଭୋଟିଂ ହୋଇଛି । ଅନ୍ୟପଟେ ଲଦାଖରେ 27.87 ପ୍ରତିଶତ, ମହାରାଷ୍ଟ୍ରରେ 15.93, ଉତ୍ତରପ୍ରଦେଶରେ 27.76 ଏବଂ ପଶ୍ଚିମବଙ୍ଗରେ 32.70 ପ୍ରତିଶତ ମତଦାନ ହୋଇଛି ।
10:26 May 20
ଭୋଟ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ଲକ୍ଷ୍ନୌ: 8ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 49ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଭୋଟିଂ ଜାରି ରହିଛି । ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ମଇଦାନକୁ ଓହ୍ଲାଇଥିବା ବେଳେ ସେ ଲକ୍ଷ୍ନୌର ଏକ ବୁଥରେ ମତ ସାବ୍ୟସ୍ତ କରିଛନ୍ତି । ପ୍ରକାଶଥାଉକି, ଏହି ଆସନରୁ ସମାଜବାଦୀ ପାର୍ଟିରୁ ରବିଦାସ ମେହେରୋତ୍ରା ଲଢୁଛନ୍ତି ।
10:10 May 20
ଭୋଟ ଦେଲେ ବଲିଉଡ ଷ୍ଟାର ଗୋବିନ୍ଦା
ମୁମ୍ବାଇ: ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ସାମିଲ ହେଲେ ଅଭିନେତା ତଥା ଶିବସେନା ନେତା ଗୋବିନ୍ଦା । ମୁମ୍ବାଇର ଏକ ମତଦାନ କେନ୍ଦ୍ରକୁ ଭୋଟ ଦେଇଛନ୍ତି ।
10:07 May 20
ମତ ସାବ୍ୟସ୍ତ କଲେ ଏକନାଥ ସିନ୍ଧେ
ମୁମ୍ବାଇ: ଭୋଟ ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ । ଥାନେର ଏକ ବୁଥକୁ ଆସି ନିଜର ମତ ସାବ୍ୟସ୍ତ କରିଛନ୍ତି ।
09:47 May 20
ଦିନ 9 ସୁଦ୍ଧା ପଶ୍ଚିମବଙ୍ଗରେ ସର୍ବାଧିକ ଓ ମହାରାଷ୍ଟ୍ରରେ ସର୍ବାନିମ୍ନ ପ୍ରତିଶତ ମତଦାନ
ନୂଆଦିଲ୍ଲୀ: ସକାଳ 9ଟା ସୁଦ୍ଧା ଓଡିଶାରେ 6.87 ପ୍ରତିଶତ ଭୋଟିଂ ହୋଇଛି । ସେହିପରି ବିହାରରେ 8.86, ଜମ୍ମୁକାଶ୍ମୀରରେ 7.63 ଏବଂ ଝାଡଖଣ୍ଡରରେ 11.68 ପ୍ରତିଶତ ଭୋଟିଂ ହୋଇଛି । ଅନ୍ୟପଟେ ଲଦାଖରେ 10.51 ପ୍ରତିଶତ, ମହାରାଷ୍ଟ୍ରରେ 6.33 ଏବଂ ପଶ୍ଚିମବଙ୍ଗରେ 15.35 ପ୍ରତିଶତ ମତଦାନ ହୋଇଛି ।
09:34 May 20
ଭୋଟ ଦେଲେ ସ୍ମୃତି ଇରାନୀ
ଲକ୍ଷ୍ନୌ: ଆମେଠୀର ବିଜେପି ସାସଂଦ ପ୍ରାର୍ଥୀ ସ୍ମୃତି ଇରାନୀ ଆମେଠୀର ଏକ ମତଦାନ କେନ୍ଦ୍ରକୁ ଆସି ମତଦାନ ଦେଇଛନ୍ତି ।
09:30 May 20
ଭୋଟ ଦେଲେ ବ୍ରିଜଭୂଷଣ ସିଂ
ଲକ୍ଷ୍ନୌ: ପଞ୍ଚମ ପର୍ଯ୍ୟାୟରେ ଉତ୍ତରପ୍ରଦେଶର 14ଟି ଆସନରେ ମତଦାନ ଜାରି ରହିଛି । ଏହି କ୍ରମରେ ବିଜେପି ସାସଂଦ ବ୍ରିଜଭୂଷଣ ସିଂ ଭୋଟ ଦେଇଛନ୍ତି । କେଶରଗଞ୍ଜ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି । ତେବେ ତାଙ୍କ ପୁଅ କରନ ଭୂଷଣ ସରନ ସିଂ ବିଜେପି ପ୍ରାର୍ଥୀ ହୋଇଛନ୍ତି ।
08:55 May 20
ଭୋଟ ଦେଲେ ତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ
ଲକ୍ଷ୍ନୌ: ପଞ୍ଚମ ପର୍ଯ୍ୟାୟରେ ଉତ୍ତରପ୍ରଦେଶର 14ଟି ଆସନରେ ଭୋଟ ଦେଉଛନ୍ତି ଜନତା । ଏହି କ୍ରମରେ ଲକ୍ଷ୍ନୌର ଏକ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି ତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ । ନିଜ ପରିବାର ସଦସ୍ୟ ସହିତ ଆସି ଭୋଟ ଦେଇଛନ୍ତି ।
08:24 May 20
ମତ ସାବ୍ୟସ୍ତ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
ମୁମ୍ବାଇ: ଭୋଟ ଦେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ନିଜ ପତ୍ନୀଙ୍କ ସହିତ ମୁମ୍ବାଇର ଏକ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି ।
08:01 May 20
ଭୋଟ ଦେଲେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ
ମୁମ୍ବାଇ: ମତଦାନ କେନ୍ଦ୍ରକୁ ଆସି ମତ ସାବ୍ୟସ୍ତ କଲେ କେନ୍ଦ୍ରମନ୍ତ୍ରୀ ତଥା ମୁମ୍ବାଇ ଉତ୍ତର ଲୋକସଭା ବିଜେପି ପ୍ରାର୍ଥୀ ପିୟୁଷ ଗୋଏଲ ଭୋଟ ଦେଇଛନ୍ତି । ତେବେ ସେ ବହୁତ ଖୁସି ରହିଥିବା ନଜର ଆସିଛନ୍ତି ।
07:57 May 20
ମତ ସାବ୍ୟସ୍ତ କଲେ ଫରହାନ-ଜୋୟା ଅଖତର
ମୁମ୍ବାଇ: ଭୋଟ ଦେଲେ ଫରହାନ ଅଖତର ଏବଂ ନିର୍ଦ୍ଦେଶକ ଜୋୟା ଅଖତର । ମୁମ୍ବାଇର ଏକ ମତଦାନ କେନ୍ଦ୍ରରେ ଭୋଟ ଦେବା ପରେ ଭୋଟିଂ ସଙ୍କେତ ଦେଖାଇଛନ୍ତି ।
07:53 May 20
ଭୋଟ ଦେଲେ ସୁପରଷ୍ଟାର ଅକ୍ଷୟ କୁମାର
ମୁମ୍ବାଇ: ମହାରାଷ୍ଟ୍ରର 13ଟି ଆସନରେ ମତଦାନ ଆରମ୍ଭ ହୋଇଥିବା ବେଳେ ଭୋଟ ଦେଲେ ସୁପରଷ୍ଟାର ଅକ୍ଷୟ କୁମାର । ମତ ସାବ୍ୟସ୍ତ କରିବା ପରେ ସେ କହିଛନ୍ତି, "ମୁଁ ଚାହୁଁଛି ମୋର ଭାରତ ବିକଶିତ ଏବଂ ଶକ୍ତିଶାଳୀ ହେଉ । ଏହାକୁ ଧ୍ୟାନରେ ରଖି ମୁଁ ଭୋଟ ଦେଇଛି । "
07:31 May 20
ଭୋଟ ଦେଲେ ମାୟାବତୀ
ଲକ୍ଷ୍ନୌ: ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ଉତ୍ତରପ୍ରଦେଶର 14ଟି ଆସନରେ ପଡୁଛି ଭୋଟ । ତେବେ ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ବିଏସପି ମୁଖ୍ୟ ମାୟାବତୀ ଲକ୍ଷ୍ନୌର ଏକ ବୁଥରେ ଆସି ଭୋଟ ଦେଇଛନ୍ତି ।
07:28 May 20
ଭୋଟ ଦେଲେ ଅନୀଲ ଅମ୍ବାନୀ
ମୁମ୍ବାଇ: ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଲେ ସକାଳୁ ସକାଳୁ ଆସି ଭୋଟ ଦେଲେ ଶିଳ୍ପପତି ଅନୀଲ ଅମ୍ବାନୀ । ମୁମ୍ବାଇର ଏକ ବୁଥରେ ସେ ଭୋଟ ଦେଇଛନ୍ତି ।
07:17 May 20
ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟର 5 ସଂସଦୀୟ କ୍ଷେତ୍ରରେ ଭୋଟିଂ
ଭୁବନେଶ୍ବର: ଆଜି ଓଡିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । 5 ସଂସଦୀୟ କ୍ଷେତ୍ର ସୁନ୍ଦରଗଡ଼, ଆସିକା, କନ୍ଧମାଳ, ବରଗଡ଼ ଓ ବଲାଙ୍ଗୀରରେ ମତଦାନ ଆରମ୍ଭ ହୋଇଛି । ଏହି 5 ଲୋକସଭା ଆସନ ଲାଗି ମୈଦାନରେ ମୋଟ 40 ଜଣ ସାଂସଦ ପ୍ରାର୍ଥୀ ଅଛନ୍ତି ।
06:47 May 20
ଭୋଟ ଦେବା ପାଇଁ ଅପିଲ କଲେ ପ୍ରଧାନମନ୍ତ୍ରୀ
ହାଇଦ୍ରାବାଦ: 2024 ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଆଜି 8ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 49ଟି ଆସନରେ ମତଦାନ ହେବାକୁ ଥିବା ବେଳେ ଭୋଟ ଦେବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, "ଆଜି ଯେଉଁ ମାନଙ୍କ ଆସନରେ ଭୋଟ୍ ହେଉଛି ସେମାନଙ୍କୁ ରେକର୍ଡ ସଂଖ୍ୟକ ଭୋଟ ଦେବାକୁ ଅନୁରୋଧ କରୁଛି । ମୁଁ ବିଶେଷ ଭାବରେ ମହିଳା ଏବଂ ଯୁବ ଭୋଟର ମାନଙ୍କୁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଆହ୍ୱାନ କରୁଛି ।"
06:02 May 20
ଆରମ୍ଭ ହେଲା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ
ହାଇଦ୍ରାବାଦ: 2024 ଲୋକସଭା ନିର୍ବାଚନର ଆଜି ପଞ୍ଚମ ପର୍ଯ୍ୟାୟ ଭୋଟ । 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 49ଟି ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ମତଦାନ । 7ଟାରୁ ଭୋଟ୍ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ । ପଞ୍ଚମ ପର୍ଯ୍ୟାୟରେ ଉତ୍ତରପ୍ରଦେଶର 14, ମହାରାଷ୍ଟ୍ରର 13, ପଶ୍ଚିମବଙ୍ଗର 7, ବିହାର ଏବଂ ଓଡିଶାର 5 ଲେଖାଏଁ, ଝାଡଖଣ୍ଡର 3ଟି ଏବଂ ଜମ୍ମୁ କଶ୍ମୀରର ଓ ଲଦାଖର ଗୋଟିଏ ଲେଖାଏଁ ଆସନରେ ଭୋଟ ଦେଉଛନ୍ତି ଜନତା । ଚଳିତ ପର୍ଯ୍ୟାୟରେ 9 କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେବ । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମୋଟ 149 ରାଜନୈତିକ ଦଳର 695ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ନିଜ ପସନ୍ଦର ନେତା ବାଛୁଛନ୍ତି ଭୋଟର ।