ETV Bharat / bharat

ଏକଜିଟ୍ ପୋଲ ଭରସା ଯୋଗ୍ୟ ନା ନୁହେଁ ? କଣ କହୁଛି ପୁରୁଣା ରେକର୍ଡ, ଜାଣନ୍ତୁ - Exit Poll Prediction - EXIT POLL PREDICTION

Exit Poll Prediction: ଅନେକ ସମୟରେ ଏହି ଆକଳନ ଭୁଲ ପ୍ରମାଣିତ ହୋଇଛି ଏକଜିଟ୍ ପୋଲ୍ ତଥ୍ୟ । ଜାଣନ୍ତୁ କେଉଁ କେଉଁ ନିର୍ବାଚନରେ ଏକଜିଟ୍ ପୋଲ ଆକଳନ ସଠିକ ରହିନାହିଁ ।

Exit Poll Prediction
Exit Poll Prediction (ETV Bharat Odisha)
author img

By ETV Bharat Odisha Team

Published : Jun 2, 2024, 10:40 PM IST

ହାଇଦ୍ରାବାଦ: ଶେଷ ହୋଇଛି ଲୋକସଭା ନିର୍ବାଚନ ୨୦୨୪ । ଆସନ୍ତା ୪ରେ ଆସିବ ଫଳାଫଳ । ଯାହାକୁ ଅପେକ୍ଷା କରି ରହିଛନ୍ତି ନେତାରୁ ଜନତା । ଏହାପୂର୍ବରୁ ଆସି ସାରିଛି ବିଭିନ୍ନ ସଂସ୍ଥାର ଏକଜିଟ ପୋଲ । ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, ଭାଜପା-ଏନଡିଏ ଅଧିକ ଆସନ ଜିତୁଥିବା ଦେଖିବାକୁ ମିଳିଛି । ହେଲେ ରାଜନୈତିଜ୍ଞମାନଙ୍କ କହିବା ଅନୁଯାୟୀ, ଏହି ଏକଜିଟ ପୋଲକୁ ଆଖିବୁଜି ବିଶ୍ବାସ କରାଯାଇପାରିବନାହିଁ । କାରଣ ଅନେକ ସମୟରେ ଏହି ଆକଳନ ଭୁଲ ପ୍ରମାଣିତ ହୋଇଥିବାର ନଜିର ରହିଛି ।

Exit Poll Prediction
Exit Poll Prediction (ETV Bharat Odisha)

୨୦୦୪ରେ ଭୁଲ୍ ପ୍ରମାଣିତ ହୋଇଥିଲା ଏକଜିଟ ପୋଲ:

୨୦୦୪ ଲୋକସଭା ନିର୍ବାଚନ ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତ୍ବତ୍ବାଧୀନ ବିଜେପି ସରକାର 'ଇଣ୍ଡିଆ ସାଇନିଂ' ସ୍ଲୋଗାନ ଦେଇଥିଲେ । ଦଳ ପୁନର୍ବାର କ୍ଷମତାକୁ ଫେରିବା ନେଇ ବେଶ ଉତ୍ସାହିତ ଥିଲା ବିଜେପି ଶିବିର । ଏକଜିଟ୍ ପୋଲରେ ମଧ୍ୟ ବିଜେପି ନେତୃତ୍ବାଧୀନ ଏନଡିଏକୁ ୨୪୦ ରୁ ୨୭୫ ସିଟ୍ ମିଳିବ ବୋଲି ପୂର୍ବାନୁମାନ କରାଯାଇଥିଲା । ତେବେ ସଂଖ୍ୟା ଗରିଷ୍ଠତା ମିଳିବ ବୋଲି ଆକଳନ କରାଯାଇଥିଲେ ସୁଦ୍ଧା ନିର୍ବାଚନ ଫଳାଫଳ ବିପରୀତ ଥିଲା । ଏନଡିଏ 187ଟି ସିଟ୍ ପାଇଥିବାବେଳେ କଂଗ୍ରେସ ଏବଂ ଏହାର ସହଯୋଗୀମାନେ 216ଟି ସିଟ୍ ଜିତିଥିଲେ ।

୨୦୧୪ ଲୋକସଭା ନିର୍ବାଚନ:

୨୦୧୪ ଲୋକସଭା ନିର୍ବାଚନରେ ​​ଅଧିକାଂଶ ଏକଜିଟ୍ ପୋଲ୍ ସର୍ଭେରେ ବିଜେପି ନେତୃତ୍ବାଧୀନ ଏନଡିଏର ବିଜୟର ହେବ ବୋଲି ସଂକେତ ମିଳିଥିଲା । ଏନଡିଏ ୨୬୧ରୁ ୨୮୯ ସିଟ୍ ପାଇବ ବୋଲି ପୂର୍ବାନୁମାନ କରାଯାଇଥିଲା । କିନ୍ତୁ ନିର୍ବାଚନ ଫଳାଫଳ ଆଶାନୁରୂପ ଅଧିକ ଥିଲା । ଏନଡିଏ ୩୩୬ଟି ସିଟ୍ ପାଇଥିଲା । କେବଳ ବିଜେପି ୨୮୦ରୁ ଅଧିକ ଆସନ ଜିତିଥିଲା । କଂଗ୍ରେସକୁ ମାତ୍ର ୪୪ଟି ଆସନରେ ସୀମିତ ରହି ଖରାପ ପ୍ରଦର୍ଶନ କରିଥିଲା ।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୧୭:

ବିମୁଦ୍ରୀକରଣ ପରେ ୨୦୧୭ରେ ହୋଇଥିଲା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଯେଉଁଥିରେ ଏକଜିଟ୍ ପୋଲ୍ ପୂର୍ବାନୁମାନର ବିପରୀତ ଫଳାଫଳ ଆସିଥିଲା । ବିଜେପି 325ଟି ଆସନ ଜିତି ବହୁମତ ହାସଲ କରିଥିବାବେଳେ ଏକଜିଟ୍ ପୋଲ ତଥ୍ୟ ଭୁଲ ପ୍ରମାଣିତ ହୋଇଥିଲା । ବିଜେପି ବହୁତ କମ୍ ସିଟ୍ ଜିତିବ ବୋଲି ଏକଜିଟ ପୋଲରେ ପୂର୍ବାନୁମାନ ହୋଇଥିଲା ।

ବିହାର ବିଧାନସଭା ନିର୍ବାଚନ ୨୦୧୫:

ସେହିପରି ୨୦୧୫ରେ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ମଧ୍ୟ ଏକଜିଟ ପୋଲ ସର୍ଭେ ଭୁଲ ପ୍ରମାଣିତ ହୋଇଥିଲା । ଆରଜେଡି-ଜେଡିୟୁ-ବିଜେପି ମେଣ୍ଟ ବିଜୟ ହାସଲ କରିଥିଲା ।

ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୧୫:

୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (AAP)କୁ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ​​ଏକଜିଟ୍ ପୋଲରେ ପୂର୍ବାନୁମାନ ହୋଇଥିଲା । AAP ସର୍ବାଧିକ ୫୦ ଟି ସିଟ୍ ପାଇବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ନିର୍ବାଚନ ଫଳାଫଳରେ ଦିଲ୍ଲୀର ମୋଟ ୭୦ ଟି ସିଟ୍ ମଧ୍ୟରୁ ୬୭ଟି ଜିତିଥିଲା ଆପ୍ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧:

୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଅନେକ ପ୍ରମୁଖ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେ ଅନୁଯାୟୀ, ଭାଜପା ସବୁଠୁ ବଡ଼ ଦଳ ଭାବେ ଉଭା ହେବ । ହେଲେ ନିର୍ବାଚନ ଫଳାଫଳରେ ମାତ୍ର ୭୭ ସିଟ୍ ଜିତିଥିଲା ଭାଜପା । ଅନ୍ୟପଟେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ ୨୯୪ ସିଟରୁ ୨୧୩ ସିଟ୍ ହାତେଇ ସରକାର ଗଢିଥିଲା ।

ଛତିଶଗଡ଼ ବିଧାନସଭା ନିର୍ବାଚନ ୨୦୨୩:

ଗତବର୍ଷ ଛତିଶଗଡ଼ରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାଜପାର ବାଜିମାତ ଏକଜିଟ୍ ପୋଲକୁ ଭୁଲ ପ୍ରମାଣିତ କରିଥିଲା । ଆକଳନରୁ ୫୦ଟି ଅଧିକ ଆସନ ହାତେଇଥିଲା ଭାଜପା ।

ରାଜସ୍ଥାନ ବିଧାନସଭା ନିର୍ବାଚନ ୨୦୨୩:

ସେହିପରି ରାଜସ୍ଥାନରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଯେଉଁ ଆକଳନ କରାଯାଇଥିଲା ତାହା ଭୁଲ ପ୍ରମାଣିତ ହୋଇଥିଲା । ବିଜେପି ସହଜରେ ଜିତିଥିଲା ।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୩:

ମଧ୍ୟପ୍ରଦେଶରେ ମଧ୍ୟ ରାଜସ୍ଥାନ ଭଳି ସ୍ଥିତି ଦେଖିବାକୁ ମିଳିଥିଲା । ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବା ନେଇ ପୂର୍ବାନୁମାନ କରାଯାଇଥିବାବେଳେ ବିଜେପି କିନ୍ତୁ ସହଜରେ ଜିତିଥିଲା ।

ଏହା ବି ପଢନ୍ତୁ...ଓଡ଼ିଶାରେ କିଏ ଗଢିବ ସରକାର: ଆସିଲା ବୁଥ ବାହୁଡା ମତ, ବିଜେଡି-ବିଜେପି ମଧ୍ୟରେ କାଣ୍ଟେ କା ଟକ୍କର - Odisha Exit Polls Result 2024

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.