ETV Bharat / bharat

ଯୋଧପୁରରେ କଙ୍ଗନାଙ୍କ ରୋଡ ଶୋ', କହ୍ନେୟାଲାଲଙ୍କ କଥା ମନେପକାଇ ମାଗିଲେ ଭୋଟ - Kangana Ranaut - KANGANA RANAUT

Lok Sabha Election 2024: ହିମାଚଳ ପ୍ରଦେଶ ମଣ୍ଡିରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି କଙ୍ଗନା ରାଣାୱତ । ଏହି ସମୟରେ ଅଭିନେତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ଯୋଧପୁରରେ ରୋଡ ଶୋ' କରିଛନ୍ତି । ସେ ରାଜପୁତଙ୍କ ଭାବନାକୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତକୁ ମଜବୁତ କରିବା ପାଇଁ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।

ଲୋକସଭା ନିର୍ବାଚନ; ଜୋଧପୁରରେ କଙ୍ଗନାଙ୍କ ରୋଡ ଶୋ', କହ୍ନେୟାଲାଲଙ୍କ କଥା ଭାବି ଭୋଟ ଦେବାକୁ କଲେ ନିବେଦନ

author img

By ETV Bharat Odisha Team

Published : Apr 24, 2024, 3:57 PM IST

Updated : Apr 24, 2024, 4:02 PM IST

ଜୟପୁର(ରାଜସ୍ଥାନ): ମଙ୍ଗଳବାର ସନ୍ଧ୍ୟାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ଗଜେନ୍ଦ୍ର ସିଂ ଶିଖାୱତଙ୍କ ସମର୍ଥନରେ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ମଣ୍ଡି ପ୍ରାର୍ଥୀ କଙ୍ଗନା ରାଣାୱତ ଯୋଧପୁରରେ ଏକ ରୋଡ୍ ଶୋ' କରିଥିଲେ । ରୋଡ୍ ଶୋ'ରେ ଏକ ବିରାଟ ଜନସମାଗମ ହୋଇଥିଲା । ଏହି ସମୟରେ ସେ ଶିଖାୱତଙ୍କ ସହ ବିଜେପିର ଦମଦାର ପ୍ରଚାର କରିଛନ୍ତି । ସେ ନିଜକୁ 'ରାଜପୁତ ଗର୍ବ' ବୋଲି କହି ମୋଦିଙ୍କ ହାତକୁ ମଜବୁତ କରିବା ପାଇଁ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।

କଙ୍ଗନା କହିଛନ୍ତି ଯେ କ୍ଷତ୍ରିୟ ଏବଂ ରାଜପୁତ ଯେଉଁଠାରେ ବି ଥାଆନ୍ତୁ, ସେମାନଙ୍କର ମୂଳ ରାଜସ୍ଥାନରେ ଅଛି । ଯେତେବେଳେ କଂଗ୍ରେସର ବିଷାକ୍ତ ମିଶ୍ରିତ ସରକାର ମୋତେ ଚ୍ୟାଲେଞ୍ଜ କରି ମୋ ଚରିତ୍ରକୁ ଅଙ୍ଗୁଳି ନିର୍ଦ୍ଦେଶ କଲେ, ସେତେବେଳେ ମୋର କ୍ଷତ୍ରିୟଙ୍କ ରକ୍ତ ଯୋଗୁଁ କ୍ଷମତାର ସିଂହାସନ ଓଲଟପାଲଟ ହୋଇଗଲା ଏବଂ ଗଡ଼ ଭାଙ୍ଗିଗଲା । ଯେଉଁମାନେ ମୋ ଘର ଭାଙ୍ଗିଥିଲେ ସେମାନଙ୍କ ଗର୍ବ ଭାଙ୍ଗିଗଲା ।

ସେ କହିଛନ୍ତି ଯେ ସୈନିକମାନଙ୍କ ସାହସିକତା ଉପରେ କଂଗ୍ରେସ ଲୋକମାନେ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି । ସେନାକୁ ଅପମାନିତ କରୁଛନ୍ତି । କଙ୍ଗନା କହିଛନ୍ତି ଯେ ଆପଣ ଦରଜୀ କହ୍ନେୟାଲାଲଙ୍କ ବିଷୟରେ ଚିନ୍ତା କରି ଭୋଟ୍ ଦେବା ଉଚିତ୍ । ଆମର ମହିଳା ଶକ୍ତି ଏବଂ ସୈନ୍ୟ ବିଷୟରେ ଚିନ୍ତା କରି ଭୋଟ୍ ଦିଅନ୍ତୁ । ଏଥିସହ ମୋଦିଜୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଆବେଦନ କରି କଙ୍ଗନା କହିଛନ୍ତି, ''ଯୋଧପୁର ଲୋକସଭା ଆସନରୁ ଶିଖାୱତଙ୍କୁ ବହୁ ସଂଖ୍ୟାରେ ଜିତାଇ ୪୦୦ ଅତିକ୍ରମ କରି ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରାନ୍ତୁ ।''

କହିରଖୁଛୁ କି, ରୋଡ୍ ଶୋ’ରେ ସୁରସାଗର ବିଧାୟକ ଦେବେନ୍ଦ୍ର ଯୋଶୀ ଏବଂ ଶିଖାୱତଙ୍କ ଉଭୟ ଝିଅ ସାମିଲ ଥିଲେ । ସେପଟେ ପାଲିରେ ବିଜେପି ପ୍ରାର୍ଥୀ ପ୍ରୀତି ଚୌଧୁରୀଙ୍କ ସହ ମଧ୍ୟ କଙ୍ଗନା ଏକ ରୋଡ୍ ଶୋ' ମଧ୍ୟ କରିଥିଲେ । ଆଜି ଅର୍ଥାତ୍ ବୁଧବାର ଦିନ ସେ ଜୈସଲମେରରେ ଏବଂ ପରେ ବାଡମେରରେ ବିଜେପି ପ୍ରାର୍ଥୀ କୈଳାସ ଚୌଧୁରୀଙ୍କ ସମର୍ଥନରେ ରାଲି କରିବେ ।

ଏହା ମଧ୍ୟ ପଢନ୍ତୁ: ମଣ୍ଡିରେ ରୋଡ ଶୋ’ କଲେ କଙ୍ଗନା, କହିଲେ ମୋତେ ଷ୍ଟାର ନୁହେଁ ଭଉଣୀ-ଝିଅ ଭାବନ୍ତୁ

ସୂଚନା ଥାଉ କି, ଜୁନ୍ ୨୮, ୨୦୨୨ର ଘଟଣା । ଏହି ଦିନ ରାଜସ୍ଥାନର ଉଦୟପୁରରେ ଦିନ ଦ୍ୱିପହରରେ ହିନ୍ଦୁ ଦରଜୀ କହ୍ନେୟାଲାଲଙ୍କୁ ଦିନ ଦ୍ୱିପହରରେ ହତ୍ୟା କରାଯାଇଥିଲା । ତାଙ୍କ ଆଠ ବର୍ଷର ପୁଅ ନୂପୁର ଶର୍ମାଙ୍କ ବିବାଦୀୟ ଭିଡିଓକୁ ସମର୍ଥନ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଏଥିରେ କିଛି ଲୋକ ରାଗି ଯାଇଥିଲେ । ଯାହା ପରେ ଜୁନ୍ ୨୮ରେ ୨ ଜଣ ମୁସଲମାନ ଯୁବକ କହ୍ନେୟାଲାଲ ନାମକ ଜଣେ ଦରଜୀଙ୍କ ଦୋକାନକୁ ଯାଇଥିଲେ । ସେଠାରେ ପୋଷାକ ମାପ ଦେବା ବାହାନାରେ ମାରଣାସ୍ତ୍ର ସାହାଯ୍ୟରେ କହ୍ନେୟାଲାଲଙ୍କ ଗଳାକାଟି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଏବଂ ଏହି ସମଗ୍ର ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ପୋଷ୍ଟ କରିଥିଲେ । ଯାହା ପରେ ସମଗ୍ର ଦେଶକୁ ଚକିତ କରିଥିଲା ।

Last Updated : Apr 24, 2024, 4:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.