ETV Bharat / bharat

ଦିବ୍ୟାଙ୍ଗ-ବୟସ୍କଙ୍କ ଲାଗି ସହଜ ହେବ ମତଦାନ; ହୋମ ଭୋଟିଂ ଘୋଷଣା କଲେ ECI - Home Voting Facility - HOME VOTING FACILITY

Home Voting Facility: 2024 ସାଧାରଣ ନିର୍ବାଚନରେ ସହଜ ହେଲା ଭିନ୍ନକ୍ଷମ ଓ ବୟସ୍କଙ୍କ ଲାଗି ମତଦାନ । ହୋମ ଭୋଟିଂ ସୁବିଧା ପହଞ୍ଚାଇଲା ଭାରତୀୟ ନିର୍ବାଚନ ଆୟୋଗ । ଅଧିକ ପଢନ୍ତୁ

Home Voting Facility
Home Voting Facility
author img

By ETV Bharat Odisha Team

Published : Apr 12, 2024, 5:06 PM IST

ନୂଆଦିଲ୍ଲୀ: ପାଖେଇ ଆସୁଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ । ଦେଶର ସମସ୍ତ ଭୋଟର ଯେପରି ସୁବିଧାରେ ମତଦାନ କରି ନିଜ ନେତା ବାଛିବେ ସେଥିଲାଗି ଦେଶବାସୀଙ୍କୁ ଭାରତୀୟ ନିର୍ବାଚନ ଆୟୋଗ (ECI) ଆହ୍ବାନ କରିଛି । ଏହାରି ମଧ୍ୟରେ ଦିବ୍ୟାଙ୍ଗ ଓ ବୟସ୍କଙ୍କ ଲାଗି ମତଦାନକୁ ଅଧିକ ସହଜ କରିଛି ଇସିଆଇ । ଏଥର ସାଧାରଣ ନିର୍ବାଚନରେ ଏହି ବର୍ଗଙ୍କ ଲାଗି ଇସିଆଇ 'ହୋମ ଭୋଟିଂ'ର ବ୍ୟବସ୍ଥା କରିଛି । ଅର୍ଥାତ ଏହି ବର୍ଗର ମତଦାତା ଘରେ ରହି ଭୋଟ ଦେଇପାରିବେ ।

ପୋଲ ପ୍ୟାନେଲ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, 85 ବର୍ଷରୁ ଅଧିକ ବୟସର ଭୋଟର ଏବଂ 40% ବେଞ୍ଚମାର୍କ ଅକ୍ଷମତା ଥିବା ଦିବ୍ୟାଙ୍ଗ (PwDs) ଗୃହ ଭୋଟ୍ ସୁବିଧା ପାଇପାରିବେ । ଏହି ବର୍ଗର ଭୋଟରମାନେ ମତଦାନର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ପାଇଁ ନିଜର ଭୋଟ୍ ଦେବା ଆରମ୍ଭ କରିଦେଇଛନ୍ତି । ଦେଶରେ 85 ବର୍ଷରୁ ଅଧିକ ବୟସ ଥିବା ଭୋଟର ସଂଖ୍ୟା 81 ଲକ୍ଷ ରହିଥିବା ବେଳେ 90 ଲକ୍ଷରୁ ଅଧିକ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ସମେତ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ଡଃ ସୁଖବୀର ସିଂ ସାନ୍ଧୁଙ୍କ କହିବାନୁସାରେ ହୋମ ଭୋଟିଂ ସୁବିଧା ଦ୍ବାରା ଏହି ବର୍ଗଙ୍କ ଲାଗି ଏକ ସମ୍ମାନ ଭାବକୁ ପ୍ରତିପାଦିତ କରିବ ।

ଏହା ବି ପଢନ୍ତୁ- ନିର୍ବାଚନ ସମୟରେ କେତେ ଟଙ୍କା ଓ ସୁନା ବାହାରକୁ ନେଇପାରିବେ ? ଜାଣନ୍ତି କି କଣ ରହିଛି ନିୟମ

ତେବେ ପ୍ରଥମ ପର୍ଯ୍ୟାୟରେ ମତଦାନ କରିଥିବା ଭୋଟରମାନେ ଭାରତୀୟ ନିର୍ବାଚନ ଆୟୋଗକୁ କୃତଜ୍ଞତା ଜଣାଇଛନ୍ତି । ଇସିଆଇର କହିବାନୁସାରେ, ଘରୁ ମତଦାନ ସମୟରେ ମତଦାନ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କ ସହିତ ଜଣେ ଗୁପ୍ତଚର ମଧ୍ୟ ରହିବେ । ଏହାଦ୍ବାରା ଭାରତୀୟ ନିର୍ବାଚନ ଆୟୋଗ ଗଣତନ୍ତ୍ରକୁ ସୁଗମ କରିବା ଦିଗରେ ଏହି ନିର୍ଣ୍ଣାୟକ ପଦକ୍ଷେପ ନେଇଛି । ଯେଉଁଠି ଶାରୀରିକ ସୀମିତତା କିମ୍ବା ବୟସ ନିର୍ବିଶେଷରେ ପ୍ରତ୍ୟେକ ନାଗରିକଙ୍କ ସ୍ବର ବା ମତ ଗୁରୁତ୍ବପୂର୍ଣ୍ଣ ।

ଏହି କ୍ରମରେ ରାଜସ୍ଥାନ ଚୁରୁରେ ଏକ ପରିବାରର 8 ଜଣ ଦିବ୍ୟାଙ୍ଗ ଭୋଟର ମତଦାନ କରିଛନ୍ତି । ସେହିପରି ଛତିଶଗଡ଼ର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ବସ୍ତର ଓ ସୁକମାର 87 ବର୍ଷୀୟ ଇନ୍ଦୁମତି ପାଣ୍ଡେ ଓ 86 ବର୍ଷୀୟ ସୋନମତି ବଘେଲ ପୋଷ୍ଟାଲ ବାଲାଟ ପେପରେ ଘରେ ମତଦାନ କରିଛନ୍ତି । ମହାରାଷ୍ଟ୍ରରେ ଇସିଆଇ ପୋଲିଂ ଟିମ ଦୀର୍ଘ 107 କିମି ଯାତ୍ରା କରି ହୋମ ଭୋଟିଂ ସୁବିଧା ପ୍ରଦାନ କରିଛନ୍ତି । ଏଠାରେ ଗଡଚିରୋଲି ଜିଲ୍ଲାର ସିରୋଞ୍ଚା ସହରର 2 ଜଣ ବୟସ୍କ ଭୋଟର ମତଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.