ETV Bharat / bharat

ନିର୍ବାଚନ ଆସିଲେ ଚର୍ଚ୍ଚାକୁ ଆସେ ଏକଜିଟ୍‌ ପୋଲ ଓ ଓପିନିଅନ ପୋଲ, କଣ ଏହି ସର୍ଭେର ପୂରା କାହାଣୀ ? ଜାଣନ୍ତୁ - Opinion Polls Exit Polls Difference

author img

By ETV Bharat Odisha Team

Published : May 31, 2024, 7:18 PM IST

What's Opinion and Exit Polls: ନିର୍ବାଚନ ବେଳେ ଆପଣ ଏକଜିଟ୍‌ ପୋଲ୍‌ ଓ ଓପିନିଅନ ପୋଲ୍‌ ଶୁଣିଥିବେ । ଏହା ସମାନ ନା ଭିନ୍ନ ? ଏହା ମଧ୍ୟରେ ପାର୍ଥକ୍ୟ କଣ ? ଜାଣନ୍ତୁ ସବୁ କିଛି

Difference between exit polls and opinion polls
Difference between exit polls and opinion polls (ETV Bharat Odisha)

ହାଇଦ୍ରାବାଦ: ଦେଶରେ ଜାରି ରହିଛି 2024 ଲୋକସଭା ନିର୍ବାଚନ । 7ଟି ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ଜୁନ 1 ତାରିଖ ଶେଷ ପର୍ଯ୍ୟାୟ ମତଦାନ । ଜୁନ 4 ତାରିଖରେ ଭୋଟ ଗଣତି । ତେବେ ଏହା ମଧ୍ୟରେ ଆପଣ ଏକଜିଟ୍‌ ପୋଲ୍‌ ଓ ଓପିନିଅନ ପୋଲ୍‌ ସମ୍ପର୍କରେ ନିଶ୍ଚୟ ଶୁଣିଥିବେ । ଅନେକ ମତଦାତା ଏହା ସମ୍ପର୍କରେ ଭ୍ରମ ଧାରଣା ରଖିଥାନ୍ତି । ଏହା ସମାନ ନା ଭିନ୍ନ ସେ ନେଇ ଅନେକଙ୍କ ମନରେ ଦ୍ବନ୍ଦ୍ବ ରହିଥାଏ । ଅନେକ ଗଣମାଧ୍ୟମ ସଂସ୍ଥା ନିଜସ୍ବ ଏକଜିଟ୍‌ ପୋଲ୍‌ ପ୍ରକାଶ କରିଥାନ୍ତି । ବାସ୍ତବରେ ଏକଜିଟ୍‌ ପୋଲ୍‌ ଓ ଓପିନିଅନ ପୋଲ୍‌ ମଧ୍ୟରେ ପ୍ରଭେଦ କଣ ? କାହିଁକି ନିର୍ବାଚନ ସମୟରେ ଏହାର ଭୂମିକା ଗୁରୁତ୍ବ ବହନ କରେ ?

ଓପିନିଅନ ପୋଲ୍‌ ନିର୍ବାଚନ ପୂର୍ବରୁ ବା ଭୋଟ୍‌ ଦେବା ପୂର୍ବରୁ କରାଯାଏ । ଏଥିରେ ସାଧାରଣ ଲୋକଙ୍କୁ ସାମିଲ କରାଯାଏ । ଅନ୍ୟପଟେ ଏକଜିଟ୍‌ ପୋଲ୍‌ ମତଦାନ ପ୍ରକ୍ରିୟା ଶେଷ ହେବା ପରେ କରାଯାଏ । ଏଥିରେ କେବଳ ଭୋଟରମାନଙ୍କୁ ସାମିଲ କରାଯାଏ । କେବେ କେବେ ଉଭୟ ସର୍ଭେର ଫଳାଫଳ ସମାନ ଆସୁଥିବା ବେଳେ ଅନେକ ସମୟରେ ଭିନ୍ନ ମଧ୍ୟ ଆସିଥାଏ । ତେବେ ଆସନ୍ତୁ ଏହା ମଧ୍ୟରେ ଥିବା ପ୍ରଭେଦକୁ ବିସ୍ତୃତ ଭାବରେ ବୁଝିବା ।

ଓପିନିଅନ ପୋଲ୍‌ କଣ ?

ଏକଜିଟ୍‌ ପୋଲ୍‌ ଓ ଓପିନିଅନ ପୋଲ୍‌
ଏକଜିଟ୍‌ ପୋଲ୍‌ ଓ ଓପିନିଅନ ପୋଲ୍‌ (ETV Bharat Odisha)

ଓପିନିଅନ ପୋଲ୍‌କୁ 'ନିର୍ବାଚନ ପୂର୍ବ' ବା 'ମତଦାନ ପୂର୍ବ' ପୋଲ୍‌ ମଧ୍ୟ କୁହାଯାଏ । ଏହା ଏକ ପ୍ରକାର ନିର୍ବାଚନ ସର୍ଭେ । ଅନେକ ନ୍ୟୁଜ ଏଜେନ୍ସି ନିର୍ବାଚନ ପୂର୍ବରୁ ଓପିନିଅନ ପୋଲ୍‌ କରିଥାନ୍ତି । ଏଥିରେ ସାଧାରଣ ଲୋକଙ୍କୁ ସାମିଲ କରାଯାଏ । ସେ ମତଦାତା ହୁଅନ୍ତୁ କି ନାହିଁ ସମସ୍ତଙ୍କର ମତାମତ ଗ୍ରହଣ କରାଯାଏ । ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ସମସ୍ୟା, ସତ୍ତା ପରିବର୍ତ୍ତନ ଆଦି ସମ୍ପର୍କରେ ସାଧାରଣ ଜନତା ଓ ମତଦାତାଙ୍କ ମୁଡ୍‌ ଜାଣିବା ।

  • ଓପିନିଅନ ପୋଲ୍‌ର ସମୟ: ଭୋଟରଙ୍କୁ ସେମାନଙ୍କର ମତ ଏବଂ ଧାରଣା ପ୍ରକାଶ କରିବାର ସୁଯୋଗ ଦେବା ପାଇଁ ନିର୍ବାଚନର ବହୁ ପୂର୍ବରୁ ଜନମତ ସର୍ବେକ୍ଷଣ କରାଯାଏ । ଏଥିରୁ ରାଜନୈତିକ ବାତାବରଣ ବିଷୟରେ ଏକ ଧାରଣା ମିଳିଥାଏ ।
  • କେଉଁ ପ୍ରଶ୍ନ କରାଯାଏ ?: ଏହି ସର୍ଭେରେ ସାମିଲ ହୋଇଥିବା ଲୋକଙ୍କୁ ମତଦାନ ନେଇ ଯୋଜନା, ସେମାନଙ୍କ ପସନ୍ଦ ରାଜନୈତିକ ଦଳ, ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ପ୍ରଶ୍ନ କରାଯାଏ । ସର୍ଭେର ପରିସଂଖ୍ୟାନକୁ ନେଇ ନିର୍ବାଚନ ଫଳାଫଳର ଆକଳନ କରାଯାଏ ।
  • ପୂର୍ବରୁ କେତେ ଠିକ୍‌ ଥିଲା ଓପିନିଅନ ପୋଲ୍‌: 1998 ଲୋକସଭା ନିର୍ବାଚନ ଫଳାଫଳ ଜନମତ ସର୍ବେକ୍ଷଣ ବା ଓପିନିଅନ ପୋଲ୍‌ର ପାଖାପାଖି ଥିଲା । କିନ୍ତୁ 1999 ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ଓପିନିଅନ ପୋଲ୍‌ର ଫଳାଫଳ ଅପେକ୍ଷା ଭଲ ପ୍ରଦର୍ଶନ କରିଥିଲା । ମାତ୍ର 2004 ଲୋକସଭା ନିର୍ବାଚନ ପରିଣାମ ସମସ୍ତଙ୍କୁ ତାଜୁବ କରିଥିଲା । କାରଣ ଓପିନିଅନ ଓ ଏକଜିଟ୍‌ ପୋଲ୍‌ରେ କଂଗ୍ରେସ ନେତୃତ୍ବାଧୀନ UPAକୁ ବହୁମତ ମିଳିନଥିଲା । 5ବର୍ଷ ପରେ 2009 ଲୋକସଭା ନିର୍ବାଚନରେ ଓପିନିଅନ ପୋଲ୍‌ ପୁଣି ଥରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏର ବିଜୟକୁ ନେଇ ପୂର୍ବାନୁମାନ କରିବାରେ ବିଫଳ ହୋଇଥିଲା । ଯେତେବେଳେ 2004ରେ ୟୁପିଏ 222ଟି ଆସନରୁ ବୃଦ୍ଧି ପାଇ 2009ରେ 262 ଆସନ ହାତେଇଥିଲା । ସେହିପରି 2014ରେ ଏନଡିଏକୁ 257ରୁ 340 ଆସନ ଜିତିବା ନେଇ ଆକଳନ କରିଥିବା ବେଳେ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଏନଡିଏ ହାତକୁ 336ଟି ଆସନ ଯାଇଥିଲା । 2019ରେ ଓପିନିଅନ ପୋଲ୍‌ର ଆକଳନ କରିଥିଲା ଯେ ଏନଡିଏକୁ 285 ଆସନ ମିଳିବ । କିନ୍ତୁ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏନଡିଏ ମେଣ୍ଟ 353 ଆସନରେ ବିଜୟୀ ହୋଇଥିବା ବେଳେ କେବଳ ବିଜେପି 303ଟି ଆସନ ହାତେଇଥିଲା ।

ଏକଜିଟ୍‌ ପୋଲ୍‌ କଣ ?

What's Exit & Opinion Polls
What's Exit & Opinion Polls (ETV Bharat Odisha)

ଏକଜିଟ୍‌ ପୋଲ୍‌ ମତଦାନ ଶେଷ ହେବା ପରେ ତୁରନ୍ତ ପ୍ରକାଶ ପାଇଥାଏ । ଏହାକୁ 'ବୁଥ ବାହୁଡା ଜନମତ' ମଧ୍ୟ କୁହାଯାଏ । ଭୋଟ୍‌ ଦେଇ ମତଦାନ କେନ୍ଦ୍ରରୁ ମତଦାତା ବାହାରକୁ ଆସିବା ବେଳେ ସେଠାରେ ଅନେକ ସର୍ଭେ ଏଜେନ୍ସି ଓ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ଉପସ୍ଥିତ ରହିଥାନ୍ତି । ସେମାନେ ମତଦାତାଙ୍କୁ ଭୋଟିଂକୁ ନେଇ ପ୍ରଶ୍ନ କରିଥାନ୍ତି । ମତଦାତା କାହାକୁ ଭୋଟ ଦେଲେ ବୋଲି ପ୍ରଶ୍ନ କରାଯାଏ । ଏପରି ଭାବରେ ପ୍ରତି ନିର୍ବାଚନ ମଣ୍ଡଳୀର ଭୋଟରମାନଙ୍କୁ ପ୍ରଶ୍ନ କରାଯାଏ । ମତଦାନ ଶେଷ ହେବା ପର୍ଯ୍ୟନ୍ତ ଏହି ପ୍ରଶ୍ନର ଉତ୍ତରକୁ ନେଇ ଏକ ସର୍ଭେ ରିପୋର୍ଟ ପ୍ରକାଶ କରାଯାଏ । ମତଦାତାଙ୍କ ମୁଡ୍‌ କଣ ତାହାର ଆକଳନ କରାଯାଏ । ଏହି ସମସ୍ତ ତଥ୍ୟକୁ ନେଇ କେଉଁ ଦଳ କେତେ ଆସନ ଜିତିଛନ୍ତି ତାର ଏକ ରିପୋର୍ଟ ପ୍ରକାଶ କରାଯାଏ ।

  • ଏକଜିଟ୍‌ ପୋଲ୍‌ର ସମୟ: ଶେଷ ମତଦାନ ପ୍ରକ୍ରିୟା ସରିବା ପରେ ହିଁ ଏକଜିଟ୍‌ ପୋଲ୍‌ ପ୍ରକାଶ କରାଯାଏ । ଏଥିରୁ ଆକଳନ କରାଯାଏ ଯେ କେଉଁ ଦଳକୁ କେତେ ଆସନ ମିଳିଛି ଓ କିଏ ଶାସନ କ୍ଷମତାକୁ ଆସୁଛି । ଚଳିତ ନିର୍ବାଚନର ଏକଜିଟ୍‌ ପୋଲ୍‌ ଜୁନ 1 ତାରିଖ ମତଦାନ ପରେ ସନ୍ଧ୍ୟା 6.30 ପରେ ପ୍ରକାଶ ପାଇବ ।
  • କେଉଁ ପ୍ରଶ୍ନ କରାଯାଏ: ଏକଜିଟ୍‌ ପୋଲ୍‌ରେ ମତଦାନ କରିଥିବା ଲୋକଙ୍କୁ ପ୍ରଶ୍ନ କରାଯାଏ । କିନ୍ତୁ ଅପରପକ୍ଷେ ଓପିନିଅନ ପୋଲ୍‌ରେ ସାଧାରଣ ଜନତାଙ୍କୁ ମଧ୍ୟ ସର୍ଭେରେ ସାମିଲ କରାଯାଏ । ମତଦାତା କାହାକୁ ଭୋଟ୍‌ ଦେଲେ ସେ ସମ୍ପର୍କରେ ପ୍ରଶ୍ନ କରାଯାଏ । ଏକଜିଟ୍‌ ପୋଲ୍‌ର ତଥ୍ୟ ଅଧିକ ସଠିକ୍‌ ହେବାର ସମ୍ଭାବନା ରହିଥାଏ । କାରଣ ଏଠାରେ ସିଧାସଳଖ ତଥ୍ୟ ମତଦାନ କରିଥିବା ମତଦାତାଙ୍କଠାରୁ ସଂଗ୍ରହ କରାଯାଏ ।
  • ପ୍ରଥମ ଥର ପାଇଁ କେବେ ହୋଇଥିଲା ଏକଜିଟ୍ ପୋଲ୍: 1996ରେ ଭାରତରେ ଏକଜିଟ୍ ପୋଲ୍ ଆରମ୍ଭ ହୋଇଥିଲା । ପ୍ରଥମ ଥର ପାଇଁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଓପିନିଅନର ମୁଖ୍ୟ ଏରିକ୍ ଡି’ କୋଷ୍ଟା ଆରମ୍ଭ କରିଥିଲେ । ପୂର୍ବରୁ ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଥିଲା ​​ଯେ ଲୋକସଭା ନିର୍ବାଚନରେ ​​ବିଜେପି ଜିତିବ । ଯେତେବେଳେ ଲୋକସଭା ନିର୍ବାଚନର ଫଳାଫଳ ଆସିଲା, ବିଜେପି ବିଜୟୀ ହୋଇଥିଲା । ଏହା ପରେ ଏକଜିଟ୍ ପୋଲର ଧାରା ବୃଦ୍ଧି ପାଇଲା । 1998 ମସିହାରେ ପ୍ରଥମ ଥର ପାଇଁ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ୍ ଏକ ଏକଜିଟ୍ ପୋଲ୍ ପ୍ରସାରଣ କରିଥିଲା ।
  • ନିର୍ବାଚନ ପୂର୍ବରୁ ଜାରି ହୋଇପାରିବ କି ଏକଜିଟ୍‌ ପୋଲ: କହିରଖୁଛୁ କି ଏକଜିଟ୍‌ ପୋଲ୍‌ ସରକାରୀ ଅଧିକାରୀଙ୍କ ପରିବର୍ତ୍ତେ ଘରୋଇ କମ୍ପାନୀ ଓ ଗଣମାଧ୍ୟମ ସଂସ୍ଥା ଦ୍ବାରା କରାଯାଏ । ଏହାର ରିପୋର୍ଟକୁ ନିର୍ବାଚନ ପୂର୍ବରୁ ଜାରି କରାଯାଇପାରିବ ନାହିଁ । ମତଦାନର ସମସ୍ତ ପର୍ଯ୍ୟାୟ ଶେଷ ହେବା ପରେ ହିଁ ଏହାକୁ ଜାରି କରାଯାଇଥାଏ । ଯଦି କୌଣସି ଗଣମାଧ୍ୟମ ସଂସ୍ଥା ମତଦାନ ପ୍ରକ୍ରିୟା ଶେଷ ହେବା ପୂର୍ବରୁ ଏକଜିଟ୍‌ ପୋଲ୍‌ ଜାରି କରେ, ତେବେ ଉକ୍ତ ନ୍ୟୁଜ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ।
  • 2019ରେ କେତେ ଠିକ୍‌ ଥିଲା ଏକଜିଟ୍‌ ପୋଲ: ଲୋକସଭା ନିର୍ବାଚନ 2019ରେ ଅଧିକାଂଶ ସର୍ଭେ ଏଜେନ୍ସି ଓ ଗଣମାଧ୍ୟମ ସଂସ୍ଥା ବିଜେପି ଓ ଏନଡିଏର ପ୍ରଚଣ୍ଡ ବିଜୟର ଆକଳନ କରିଥିଲେ । ଅଧିକାଂଶ ଏକଜିଟ୍‌ ପୋଲରେ ବିଜେପି ଓ ଏନଡିଏକୁ 300ରୁ ଅଧିକ ଆସନ ମିଳିବାର ଆକଳନ କରାଯାଇଥିଲା । ସେପଟେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ଗଠବନ୍ଧନକୁ 100 ପାଖାପାଖି ଆସନ ମିଳିବ ବୋଲି ଆକଳନ କରାୟାଇଥିଲା । ଗତ ନିର୍ବାନଚରେ ଏକଜିଟ୍‌ ପୋଲ୍‌ ସଠିକ ଥିଲା । ଏନଡିଏକୁ 350 ଆସନ ମିଳିଥିବା ବେଳେ ୟୁପିଏକୁ 91 ଓ ଅନ୍ୟ ରାଜନୈତିକ ଦଳ 100 ଆସନରେ ବିଜୟୀ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.