ETV Bharat / bharat

ଷଷ୍ଠ ପର୍ଯ୍ୟାୟରେ ଦେଶରେ 61.20% ଭୋଟିଂ, ପଶ୍ଚିମବଙ୍ଗ ପୁଣି ଆଗରେ - voting percentage

author img

By ETV Bharat Odisha Team

Published : May 26, 2024, 9:51 AM IST

lok sabha election 2024: ଷଷ୍ଠ ପର୍ଯ୍ୟାୟରେ ଦେଶରେ 61.20% ଭୋଟିଂ, ପଶ୍ଚିମବଙ୍ଗ ପୁଣି ଆଗରେ । 2019 ଅପେକ୍ଷା ସାମାନ୍ୟ ହ୍ରାସ ପାଇଲା ଭୋଟିଂ । ଅଧିକ ପଢନ୍ତୁ

ଷଷ୍ଠ ପର୍ଯ୍ୟାୟରେ 61.20% ଭୋଟିଂ, ପଶ୍ଚିମବଙ୍ଗ ପୁଣି ଆଗରେ
ଷଷ୍ଠ ପର୍ଯ୍ୟାୟରେ 61.20% ଭୋଟିଂ, ପଶ୍ଚିମବଙ୍ଗ ପୁଣି ଆଗରେ (ETV Bharat Odisha)

ନୂଆଦିଲ୍ଲୀ: ଗତକାଲି (ରବିବାର) ଦେଶରେ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 58 ସଂସଦୀୟ ଆସନରେ ଭୋଟିଂ ହୋଇଥିଲା । ନିର୍ବାଚନ ଆୟୋଗଙ୍କ ଶେଷତମ ତଥ୍ୟ ଅନୁସାରେ, ଦେଶରେ ସାମଗ୍ରିକ ଭୋଟିଂ ହାର 61.20% ରେକର୍ଡ ହୋଇଛି । ରାଜ୍ୟଓ୍ବାରୀ ଦେଖିଲେ, ପୂର୍ବ ପର୍ଯ୍ୟାୟ ପରି ପୁଣି ପଶ୍ଚିମବଙ୍ଗ 79.47 ପ୍ରତିଶତ ସହ ଶୀର୍ଷରେ ରହିଛି ।

ଷଷ୍ଠ ପର୍ଯ୍ୟାୟରେ ଦେଶରେ 61.20% ଭୋଟିଂ, ପଶ୍ଚିମବଙ୍ଗ ପୁଣି ଆଗରେ
ଷଷ୍ଠ ପର୍ଯ୍ୟାୟରେ ଦେଶରେ 61.20% ଭୋଟିଂ, ପଶ୍ଚିମବଙ୍ଗ ପୁଣି ଆଗରେ (ETV Bharat Odisha)

ବିହାରରେ 8 ଆସନରେ ମତଦାନ ହୋଇଥିବା ବେଳେ ଭୋଟିଂ ପ୍ରତିଶତ ରହିଛି 55.24 । ସେହିପରି ହରିୟାଣାର 6 ଆସନରେ ଭୋଟିଂ ସହ 60.4 ପ୍ରତିଶତ, ଜମ୍ମୁ କାଶ୍ମୀର ଗୋଟିଏ ଆସନରେ 54.30, ଝାଡଖଣ୍ଡରେ 4 ଆସନରେ 63.76 ପ୍ରତିଶତ, ଦିଲ୍ଲୀ ଓ ଏନସିଆରର ସମସ୍ତ 7 ସଂସଦୀୟ ଆସନରେ 57.67 ପ୍ରତିଶତ, ଓଡ଼ିଶା 6 ଆସନରେ ପ୍ରାୟ 69.56 ପ୍ରତିଶତ, ଉତ୍ତରପ୍ରଦେଶ 14ଟି ଆସନରେ 54.03 ପ୍ରତିଶତ ମତଦାନ ରେକର୍ଡ ହୋଇଥିବା ବେଳେ ଓ ପଶ୍ଚିମବଙ୍ଗରେ 8 ସଂସଦୀୟ ଆସନରେ 79.47 ପ୍ରତିଶତ ଭୋଟିଂ ହୋଇଛି । ତେବେ ପୂର୍ବଥର ପରି ପଶ୍ଚିମବଙ୍ଗ ରାଜ୍ୟଓ୍ବାରୀ ଭୋଟିଂ ହାରରେ ଆଗରେ ରହିଛି । ମାତ୍ର 2019 ନିର୍ବାଚନଠାରୁ ଏହି ଭୋଟିଂ ପ୍ରତିଶତ ସାମାନ୍ୟ ହ୍ରାସ ପାଇଛି ।

ମୈଦାନରେ ଥିଲେ ୮୮୯ ପ୍ରାର୍ଥୀ:

ଷଷ୍ଠ ପର୍ଯ୍ୟାୟରେ 58 ଆସନରେ ବିଭିନ୍ନ ଦଳ ଓ ସ୍ବାଧୀନ ଭାବେ ମୋଟ ୮୮୯ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି । ସେଥିମଧ୍ୟରୁ ୭୯୧ ଜଣ ପୁରୁଷ, ୯୫ ଜଣ ମହିଳା ଓ ତୃତୀୟ ଲିଙ୍ଗୀ ୩ ଜଣ ପ୍ରାର୍ଥୀ ରହିଥିଲେ । ମୋଟ ୨୦୨୫ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ବିଭିନ୍ନ କାରଣରୁ ୧,୩୯୯ଙ୍କ ପ୍ରାର୍ଥୀପତ୍ର ବୈଧ ଭାବେ ଗ୍ରହଣ କରାଯାଇଥିଲା । ଯାଞ୍ଚ ପରେ ୫୭୭ ପ୍ରାର୍ଥିପତ୍ର ନାକଚ କରାଯିବା ସହ ୪୮ ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ । ସମସ୍ତ ଯାଞ୍ଚ ପ୍ରକ୍ରିୟା ପରେ ୮୮୯ ପ୍ରାର୍ଥୀଙ୍କ ନାମ ଇଭିଏମରେ ଚଢିଥିଲା । ହରିୟାଣାର କୁରୁକ୍ଷେତ୍ର ଲୋକସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୩୧ ଜଣ ପ୍ରାର୍ଥୀ ରହିଥିବାବେଳେ ବିହାରର ମହାରାଜଗଞ୍ଜରେ ସର୍ବନିମ୍ନ ୫ ପ୍ରାର୍ଥୀ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ :- ମହଙ୍ଗା ପଡିଲା EVM ଭଙ୍ଗାରୁଜା, ଗିରଫ ହୋଇ ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ - PRASHANT JAGDEV ARREST

ଓଡିଶାରେ 71 ପ୍ରତିଶତ ଭୋଟିଂ:-

ଗତକାଲି ସାଧାରଣ ନିର୍ବାଚନ ସହ ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ପାଇଁ ଭୋଟ ପଡିଛି । ରାଜଧାନୀ ଭୁବନେଶ୍ବର ସମେତ 6 ଚର୍ଚ୍ଚିତ ସଂସଦୀୟ ଆସନ ଓ ଏହା ଅଧୀନସ୍ଥ 42ଟି ବିଧାନସଭା ଆସନରେ ମତଗ୍ରହଣ ଶେଷ ହୋଇଛି । ରାଜ୍ୟରେ ସାମଗ୍ରିକ ଭୋଟିଂ ହାର ପ୍ରାୟ 70 ପ୍ରତିଶତ ରେକର୍ଡ ହୋଇଛି । ରାଜ୍ୟରେ ଶେଷ ପର୍ଯ୍ୟାୟରେ ଉପକୂଳ ଓ ଉତ୍ତରର 6 ଲୋକସଭା ଓ ଏହା ଅଧୀନସ୍ଥ ବିଧାନସଭା ଆସନରେ ଭୋଟିଂ ଶେଷ ହେବ । ଜୁନ 4 ତାରିଖରେ ସାଧାରଣ ନିର୍ବାଚନ ସହ ସମାନ୍ତରଳ ଭାବେ 4 ରାଜ୍ୟର ବିଧାନସଭା ଫଳାଫଳ ମଧ୍ୟ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.