ETV Bharat / bharat

ଜେଲରୁ ଚାଲିପାରିବ କି ଆପ୍‌ ସରକାର ? କଣ କହୁଛି ଆଇନଗତ ଦିଗ - Kejriwal Run Govt from Jail - KEJRIWAL RUN GOVT FROM JAIL

Kejriwal Run Govt from Jail: କଣ ହେବ ଆପ୍ ସରକାରର ଭାଗ୍ୟ । କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଗିରଫ ହେବା ପରେ ଉଠିଛି ପ୍ରଶ୍ନବାଚୀ । ଜେଲରେ ରହି ସରକାର ଚଳାଇବେ ନା ଇସ୍ତଫା ଦେବେ ? ପଢନ୍ତୁ କଣ କହୁଛି ନିୟମ

Kejriwa
Kejriwa
author img

By ETV Bharat Odisha Team

Published : Mar 22, 2024, 1:31 PM IST

Updated : Mar 22, 2024, 1:58 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତକାଲି(ଗୁରୁବାର) ଦୁଇ ଘଣ୍ଟା ଜେରା କରିବା ପରେ ତାଙ୍କ ବାସଭବନରୁ କେଜ୍ରିଓ୍ବାଲକୁ ବାନ୍ଧିଛି ଇଡି । ତେବେ ଭାରତ ଇତିହାସରେ ଏହା ପ୍ରଥମ ଘଟଣା ଯେ, କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଭାବେ ଗିରଫ ହୋଇଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଯଦି ଜାମିନ ମିଳିଯାଏ ତାହେଲେ କୌଣସି ସମସ୍ୟା ହେବ ନାହିଁ । ଏଠାରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ, ହାଇକୋର୍ଟରେ ଆଜି ଶୁଣାଣି ରହିଥିବା ବେଳେ ଇଡି ଯଦି ହେପାଜତ ପାଇଁ ଦାବି କରେ ଏବଂ କେଜ୍ରିଓ୍ବାଲ ଜେଲ୍‌ରେ ରୁହନ୍ତି ତେବେ କଣ ହେବ ସରକାର ? ଜେଲ ଭିତରୁ ସରକାର ଚଳାଇବା ସମ୍ଭବପର କି ?

ଗିରଫ ହାଇପ୍ରୋଫାଇଲ୍ ନେତା:

arrarrested list
arrarrested list

ଏନେଇ ସୁପ୍ରିମକୋର୍ଟ ଆଇନଜୀବୀ ବୀନତ ଜିନ୍ଦଲଙ୍କ କହିବା ଅନୁସାରେ, ଅରବିନ୍ଦ କେଜ୍ରିଓ୍ବାଲ ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ବାଧ୍ୟ ନୁହନ୍ତି । ଲୋକପ୍ରତିନିଧୀ ଆଇନ 1951 ଅନୁସାରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଅଯୋଗ୍ୟତା ଘୋଷଣା କରାଯାଇ ପାରେ କିନ୍ତୁ ତାଙ୍କୁ ପଦବୀରୁ ହଟାଇବା ପାଇଁ ଦୋଷୀ ସାବ୍ୟସ୍ତ କରିବା ଜରୁରୀ ଅଟେ । କୋର୍ଟର ଅନୁମୋଦନ କ୍ରମେ ଫାଇଲରେ ଦସ୍ତଖତ କରିବା ଭଳି କିଛି କାର୍ଯ୍ୟ ମଧ୍ୟ ଜେଲରେ ରହି କରିପାରିବେ କେଜ୍ରିଓ୍ବାଲ ।

ଇସ୍ତଫା ଦେବାକୁ ବାଧ୍ୟ ହେବେ କି କେଜ୍ରିଓ୍ବାଲ ? : ଉପରାଜ୍ୟପାଳ ଧାରା 239AB ଅନୁଯାୟୀ ରାଷ୍ଟ୍ରପତି ଶାସନ ଜାରି ପାଇଁ ସାମ୍ବିଧାନିକ ବ୍ୟବସ୍ଥାର ବିଫଳତାକୁ ଯଥାର୍ଥ କରିପାରିବେ । ଏହି କାରଣରୁ କେଜ୍ରିଓ୍ବାଲଙ୍କୁ ଇସ୍ତଫା ଦେବାକୁ ପଡିପାରେ । ଏହାସହ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ଅନୁମତି ମିଳିପାରେ ।

ଅନ୍ୟପଟେ ସାମ୍ବିଧାନିକ ଧାରା 361 ଅନୁସାରେ, ରାଷ୍ଟ୍ରପତି, ରାଜ୍ୟପାଳଙ୍କ ଭଳି ସାମ୍ବିଧାନିକ ପଦବୀରେ ରହିଥିବା ବ୍ୟକ୍ତିଙ୍କ ନାମରେ ଯଦି ଅପରାଧିକ ମାମଲା ରୁଜୁ ହୁଏ ଏବଂ ମମଲା ବିଚାରଧୀନ ରହିଲେ ସେମାନଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ କୌଣସି ସମସ୍ୟା ରହିବ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଅପରାଧିକ ମାମଲାରେ ଗିରଫ ହେଲେ ଏଥିପାଇଁ ଜଣକୁ ଆଇନ ଅନୁସାରେ, ଗିରଫ ହେବାକୁ ହେବ ।

ତେବେ ଆଇନ ଅନୁସାରେ, ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ ଗିରଫ ହୋଇ ଜେଲରେ ରହିଲେ ତାଙ୍କ ପଦ ରହିବ । ଦୋଷୀ ସାବ୍ୟସ୍ତ ହେବା ପରେ ହିଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ହିସାବରେ କେଜ୍ରିଓ୍ବାଲ ଜେଲରେ ରହି ସରକାର ଚଳାଇ ପାରିବେ । ଏଥିରେ କୌଣସି ଆଇନଗତ ଅସୁବିଧା ହେବ ନାହିଁ ।

ତେବେ ଏନେଇ ଆପ୍‌ ମନ୍ତ୍ରୀ ଆତିଶୀ କହିଛନ୍ତି, ଗିରଫଦାରୀ ହେବା ପରେ ମଧ୍ୟ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ । ଜେଲରେ ରହି ସରକାର ଚଲାଇ ପାରିବେ । ସେ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ରହିବେ ମଧ୍ୟ । ସେ କେବେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ।

ଏହା ମଧ୍ୟ ପଢନ୍ତୁ: କେଜ୍ରିଓ୍ବାଲଙ୍କୁ ଗିରଫ କଲା ED, ବାହାରେ ସମର୍ଥକଙ୍କ ପ୍ରବଳ ହଙ୍ଗାମା - ARVIND KEJRIWAL ARRESTED

ମଦ ଦୁର୍ନୀତି ମାମଲାରେ ବର୍ତ୍ତମାନ ସୁଦ୍ଧା ବନ୍ଧା ହେଲେଣି 16:

  • 2022 ସେପ୍ଟେମ୍ବର: ଆପର ଯୋଗାଯୋଗ ମୁଖ୍ୟ ବିଜୟନାଏୟରକୁ ବାନ୍ଧିଥିଲ ଇଡି ।
  • 2022 ସେପ୍ଟମ୍ବର 29: ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଣ୍ଡୋ ସ୍ପିରିଟ କମ୍ପାନୀ ମାଲିକ ସମୀର ମହେନ୍ଦ୍ରୁକୁ ଗିରଫ କରାଯାଇଥିଲା ।
  • 2022 ନଭେମ୍ବର 10: ହାଇଦ୍ରାବାଦର ବ୍ୟବସାୟୀ ପି ସରଥ ଚନ୍ଦ୍ର ରେଡୀ ଏବଂ ବିନୟବାବୁକୁ ଗିରଫ ହୋଇଥିଲେ ।
  • 2022 ନଭେମ୍ବର 14: ବ୍ୟବସାୟୀ ଅଭିଷେକ ବୋଇନପଲ୍ଲିଙ୍କୁ ଗିରଫ କରାଯାଇଥିଲା ।
  • 2022 ନଭେମ୍ବର 30 : ଗୁରୁଗ୍ରାମର ମଦ ବ୍ୟବସାୟୀ ଅମିତ ଆରୋଡାକୁ ଗିରଫ କରିଥିଲା ଇଡି ।
  • 2023 ଫେବୃଆରୀ 9 : ଚାରିୟଡ ମିଡିଆ ପ୍ରାଇଭେଟ ଲିମିଟେଡର ମୁଖ୍ୟ ରାଜେଶ ଜୋଶୀ ଗିରଫ ।
  • 2023 ଫେବୃଆରୀ 11: କଂଗ୍ରେସ ସାଂସଦ ମଙ୍ଗୁଟା ଶ୍ରୀନିବାସୁଲଙ୍କ ପୁଅ ରାଘବ ଗିରଫ ହୋଇଥିଲା ।
  • 2023 ଫେବୃଆରୀ 26: ମନୀଷ ସିସୋଦିଆ ଗିରଫ ।
  • 2023 ଫେବୃଆରୀ 8: ବ୍ୟବସାୟୀ ଗୌତମ ମଲହୋତ୍ରା ଗିରଫ ।
  • 2023 ମାର୍ଚ୍ଚ 7 : ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ପିଲାଇ ଗିରଫ ।
  • 2023 ଏପ୍ରିଲ 18 : ବ୍ୟବସାୟୀ ଅମନଦୀପ ଢାଲ ଗିରଫ ।
  • 2023 ଜୁଲାଇ 6 : ବ୍ୟବସାୟୀ ଦିନେଶ ଆରୋରା ଗିରଫ ହୋଇଥିଲେ ।
  • 2023 ଅକ୍ଟୋବର 1: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆପ୍ ନେତା ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା ।
  • 2024 ମାର୍ଚ୍ଚ 16: ବିଆରଏସ ନେତ୍ରୀ କେ କବିତାଙ୍କୁ ଗିରଫ କରିଥିଲା ଇଡି ।
  • 2024 ମାର୍ଚ୍ଚ 21: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗିରଫ

ଏହା ମଧ୍ୟ ପଢନ୍ତୁ: ଦାୟିତ୍ବରେ ଥାଇ ଗିରଫ ହେବାରେ ପ୍ରଥମ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ, ଆଜି ଦେଶବ୍ୟାପୀ ଆପ୍‌ର ପ୍ରତିବାଦ

ମଦ ଦୁର୍ନୀତି ମାମଲା କଣ: 2020 ମସିହାରେ ଦିଲ୍ଲୀରେ ମଦ ନୀତି ପ୍ରଣିତ ହୋଇଥିଲା । 2021 ନଭମ୍ବର ମାସରେ ଏହା କାର୍ଯ୍ୟକାରୀ ହୋଇଥିଲା । ଏଥିରେ ଥିବା ବ୍ୟବସ୍ଥା ଗୁଡିକରେ ସନ୍ଦେହ ହେବାରୁ ଦିଲ୍ଲୀର ତତକାଳନୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଗତ ଜୁଲାଇ ମାସରେ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତିକୁ ପ୍ରତ୍ୟାହାର କରିନେଇଥିଲେ । ପୂର୍ବରୁ ଦିଲ୍ଲୀରେ ସରକାରୀ ମଦ ଦୋକାନଗୁଡିକରେ ମଦ ବିକ୍ରି ହେଉଥିଲା ।

ନୂଆ ଅବକାରୀ ନୀତି ଅଧିନରେ ଘରୋଇ କମ୍ପାନୀ ଓ ଦୋକାନଗୁଡିକୁ ମଦ ବିକ୍ରି ପାଇଁ ଅନୁମତି ଦିଆଗଲା । ଏ ସମ୍ପର୍କରେ ସରକାରଙ୍କ କହିବା କଥା ଥିଲା ଯେ, ଏପରି ହେଲେ କମ୍ପାନୀଗୁଡିକ ମଧ୍ୟରେ ପ୍ରତିଯୋଗିତା ହେବ ଏବଂ ଲୋକ କମ୍ ଦାମରେ ମଦ କ୍ରୟ କରିପାରିବେ । ଦୋକାନରେ ଉଭୟ ଦେଶୀ ଏବଂ ବିଦେଶୀ ବ୍ରାଣ୍ଡ ମଦ ମିଳିବା ସହ ମଦ ମାଫିଆଙ୍କ ଉପରେ ଅଙ୍କୁଶ ଲାଗି ପାରିଥାନ୍ତା । ହେଲେ ପରବର୍ତ୍ତୀ ସମୟରେ ଏହି ଅବକାରୀ ନୀତିରେ ଅନିୟମିତତା ନେଇ ଉପରାଜ୍ୟପାଳ ଅବକାରୀ ବିଭାଗର ପୂର୍ବତନ କମିଶନର ଗୋପୀ କୃଷ୍ଣ ଏବଂ ଡେପୁଟି କମିଶନର ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ ଜଣ ଅଧିକାରୀଙ୍କୁ ସସପେଣ୍ଡ କରିଥିଲେ । ତେବେ ଏହି ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମିଶାଇ ୧୫ରୁ ଅଧିକ ବ୍ୟକ୍ତି ସିବିଆଇ ସ୍କାନରକୁ ଆସିଥିଲେ ।

Last Updated : Mar 22, 2024, 1:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.