ETV Bharat / bharat

ମୋଦିଙ୍କୁ ହତ୍ୟା ଧମକ ! ମୁମ୍ବାଇ ପୋଲିସକୁ ମିଳିଲା ଓ୍ବାଟ୍ସଆପ ମେସେଜ - LIFE THREAT TO PM MODI

ଧମକ ମିଳିଥିବା ନମ୍ବରର କରେଣ୍ଟ ଲୋକେସନ ରାଜସ୍ଥାନ । ଘଟଣାସ୍ଥଳ ଅଭିମୁଖେ ପୋଲିସର ଏକାଧିକ ଟିମ । ଆଇଏସ ଆତଙ୍କୀ ବୋଲି ଦାବି କରିଛି ଦୁର୍ବୃତ୍ତ ।

ମୋଦିଙ୍କୁ ହତ୍ୟା ଧମକ ! ମୁମ୍ବାଇ ପୋଲିସକୁ ମିଳିଲା ଓ୍ବାଟ୍ସଆପ ମେସେଜ
ମୋଦିଙ୍କୁ ହତ୍ୟା ଧମକ ! ମୁମ୍ବାଇ ପୋଲିସକୁ ମିଳିଲା ଓ୍ବାଟ୍ସଆପ ମେସେଜ (ETV Bharat odisha)
author img

By ETV Bharat Odisha Team

Published : Dec 7, 2024, 9:27 PM IST

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ । ମୁମ୍ବାଇ ପୋଲିସକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ହ୍ବାଟ୍ସଆପ’ରେ କେହି ଦୁର୍ବୃତ୍ତ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ନେଇ ଏକ ବାର୍ତ୍ତା ପଠାଇଥିବା ଜଣାାପଡିଛି । ପୋଲିସ ସାଇବର ସେଲ ଜରିଆରେ ମେସେଜ ଆସିଥିବା ନମ୍ବରର ଲୋକେସନ ଟ୍ରାକ କରିବାରେ ସଫଳ ହୋଇଛି । ନମ୍ବରଟିର କରେଣ୍ଟ ଲୋକେସନ ରାଜସ୍ଥାନର ଆଜମେର ବୋଲି ଜଣାପଡିବା ପରେ ତୁରନ୍ତ ପୋଲିସ ଟିମ୍‌ ଘଟଣାସ୍ଥଳ ଅଭିମୁଖେ ବାହାରିଛି । ରାଜସ୍ଥାନ ପୋଲିସ ସହଯୋଗରେ ମୁମ୍ବାଇ ପୋଲିସ ଦୁର୍ବୃତ୍ତକୁ ଚିହ୍ନଟ କରିବା ସହ ଗିରଫ କରିବା ପାଇଁ ପ୍ରୟାସ କରୁଥିବା ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ଅଧିକାରୀ ନ୍ୟୁଜ ଏଜେନ୍ସି ‘ପିଟିଆଇ’କୁ ସୂଚନା ଦେଇଛନ୍ତି ।

  • ନିଜକୁ ‘ଆଇଏସ’ ଆତଙ୍କୀ ବୋଲି ଦାବି କରିଛି ଦୁର୍ବୃତ୍ତ

ଏହି ମେସେଜଟି ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଆସିଛି । ଏଥିରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ‘ଆଇଏସ-ଆଇଏସ’ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଦୁର୍ବୃତ୍ତ ନିଜକୁ ଆଇଏସ ଆତଙ୍କୀ ବୋଲି ଦାବି କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ବିସ୍ଫୋରଣରେ ଉଡାଇ ଦିଆଯିବ ବୋଲି ଧମକ ଦେଇଛି । ପୋଲିସ ତୁରନ୍ତ ଅଜ୍ଞାତ ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗୋଟିଏପଟେ ଆତଙ୍କବାଦ ଲିଙ୍କ ସହ ଅନ୍ୟ ବିଭିନ୍ନ ଦିଗରୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । କେହି ମାନସିକ ଭିନ୍ନକ୍ଷମ ବ୍ୟକ୍ତି ମଧ୍ୟ ଏମତି କରିଥାଇ ପାରନ୍ତି ବୋଲି ପୋଲିସ ମଧ୍ୟ ସନ୍ଦେହ କରୁଛି । ତେବେ ପ୍ରାଥମିକ ତଦନ୍ତରେ ନମ୍ବରକୁ ନେଇ ଆସିଥିବା ତଥ୍ୟରେ, ଏହାର କରେଣ୍ଟ ଲୋକେସନ ରାଜସ୍ଥାନର ଆଜମେର ଏରିଆରେ ରହିଛି ।

  • ମାମଲା ରୁଜୁ କଲା ମୁମ୍ବାଇ ପୋଲିସ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ତୀତିନ ଗଡକରୀ ଓ ଅନ୍ୟ କିଛି ବରିଷ୍ଠ ନେତାଙ୍କୁ ମଧ୍ୟ ଅତୀତରେ ଏପରି ଧମକ ମିଳିସାରିଛି । ନିକଟରେ ଏକାଧିକ ଏୟାରପୋର୍ଟକୁ ବିସ୍ଫୋରଣରେ ଉଡାଇବା ନେଇ ମଧ୍ୟ ଧମକ ମିଳିଥିଲା । ଯାହା ସାୟମିକ ଭାବେ ବିମାନ ସେବାରେ ମଧ୍ୟ ଅଚଳାବସ୍ଥା ସୃଷ୍ଟି କରିଥିଲା । ହେଲେ ପରବର୍ତ୍ତୀ ସମୟରେ ବିଭିନ୍ନ ଘଟଣାରେ ଏହା ଫେକ କଲ୍‌ ବୋଲି ଜଣାପଡିଥିବା ବେଳେ କିଛି ରାଜନେତାଙ୍କୁ ଧମକପୂର୍ଣ୍ଣ ଫୋନ ଓ ମେସେଜ କ୍ଷେତ୍ରରେ ଅଭିଯୁକ୍ତ ଭିନ୍ନକ୍ଷମ ବ୍ୟକ୍ତିବିଶେଷ ବୋଲି ଜଣାପଡିଛି । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏପରି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ମୁମ୍ବାଇ ପୋଲିସ ଆକ୍ସନ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ:- ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି, ମିଠା ଖୁଆଇ ଶୁଭକାମନା ଜଣାଇଲେ

ଏହା ବି ପଢନ୍ତୁ...ଜନ୍ମମାଟି ରାଇକଳାରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ: ଦୀପ ଜାଳିଲେ, ବାଣ ଫୁଟାଇଲେ

ଏହା ବି ପଢନ୍ତୁ...ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର, ୧୦୦ କୋଟି ବ୍ୟୟରେ ନିର୍ମାଣ ହେବ ନୂଆ ହସ୍ପିଟାଲ

  • ‘ଏସପିଜି’ ସୁରକ୍ଷା ବଳୟରେ ପ୍ରଧାନମନ୍ତ୍ରୀ:-

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଏକମାତ୍ର ରାଜନେତା ଭାବେ ସ୍ପେଶାଲ ପ୍ରୋଟକସନ ଗ୍ରୁପ (ଏସପିଜି) ଦ୍ବାରା ସୁରକ୍ଷା ଗ୍ରହଣ କରୁଛନ୍ତି । ‘ଏସପିଜି’ ହେଉଛି ସ୍ବତନ୍ତ୍ର ପ୍ରଶିକ୍ଷିତ ସୁରକ୍ଷା ପ୍ରଦାନକାରୀ କମାଣ୍ଡୋ ଓ ଗୁଇନ୍ଦା ଅଧିକାରୀଙ୍କ ଏକ ସ୍ବତନ୍ତ୍ର ୟୁନିଟ୍‌ । ଏହା ଜେଡ-ପ୍ଲସ ଶ୍ରେଣୀର ସୁରକ୍ଷାଠାରୁ ମଧ୍ୟ ଅଭେଦ୍ୟ । ଏହି ସୁରକ୍ଷା ଶୃଙ୍ଖଳା କୌଣସି ପ୍ରକାର ଆହ୍ବାନକୁ ସାମ୍ନା କରିବାରେ ସକ୍ଷମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.