ETV Bharat / bharat

JNU ଛାତ୍ର ସଂସଦ ନିର୍ବାଚନରେ ବାମ ସଂଗଠନର ବାଜିମାତ: ଧନଞ୍ଜୟ ସଭାପତି, 4ଟି ଯାକ ପଦରେ ଏବିଭିପିର ପରାଜୟ - JNU STUDENT ELECTION RESULT 2024

author img

By ETV Bharat Odisha Team

Published : Mar 25, 2024, 11:32 AM IST

JNU STUDENT ELECTION RESULT 2024: ଜେଏନୟୁ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିକୁ ପଛରେ ପକାଇଲା ବାମ ଛାତ୍ର ସଂଗଠନ । 4ଟି ଯାକ ପଦବୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP) ପ୍ରାର୍ଥୀମାନେ ପରାସ୍ତ ହୋଇଛନ୍ତି । ଅଧିକ ପଢନ୍ତୁ,

JNU STUDENT ELECTION
JNU STUDENT ELECTION

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (JNU)ରେ ଶେଷ ହେଲା ଭୋଟ ଗଣତି । ଛାତ୍ର ସଂସଦ ନିର୍ବାଚନ ପାଇଁ ଶନିବାର ରାତିରୁ ଆରମ୍ଭ ହୋଇଥିବା ଗଣନା ରବିବାର ରାତିରେ ଶେଷ ହୋଇଛି । ତେବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP)କୁ ପଛରେ ପକାଇ ବାଜି ମାରିଛି ବାମପନ୍ଥୀ । ତେବେ 4ଟି ପଦବୀରେ ବାଜି ମାରିଛି ବାମପନ୍ଥୀ ଗୋଷ୍ଠୀ । ସଂଯୁକ୍ତ ବାମପନ୍ଥୀ ଛାତ୍ର ସଂଗଠନ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏସନ(AISA)ର ଧନଞ୍ଜୟ ଅଧ୍ୟକ୍ଷ ଜିତିଥିବା ବେଳେ, ବାମ ଛାତ୍ର ସଂଗଠନରୁ ଅଭିଜିତ ଘୋଷ ଉପାଧ୍ୟକ୍ଷ ଏବଂ ପ୍ରିୟାଶୀଂ ଆର୍ଯ୍ୟା ସାଧାରଣ ସମ୍ପାଦକ ଏବଂ ମହମ୍ମଦ ସାଜିଦ ଯୁଗ୍ମ ସଚିବ ଭାବେ ନିର୍ବାଚିତ ହୋଇଛନ୍ତି । ଏବିଭିପି ହାତରୁ ଯୁଗ୍ମ ସଚିବ ପଦ ମଧ୍ୟ ଚାଲିଯାଇଛି । 2015 ମସିହାରେ ଏବିଭିପି ଯୁଗ୍ମ ସଚିବ ଆସନରେ ବାଜି ମାରିଥିଲା । ସେହି ସମୟରେ ସୌରଭ ଶର୍ମା ଯୁଗ୍ମ ସଚିବ ଭାବରେ ନିର୍ବାଚିତ ହୋଇଥିଲେ । ତେବେ ବର୍ତ୍ତମାନ ନିର୍ବାଚନରେ ବାମପନ୍ଥୀ ବାଜି ମାରିଥିବା ବେଳ ରବିବାର ରାତିରେ ବହୁ ଉତ୍ସାହର ସହିତ ବିଜୟ ଉତ୍ସବ ପାଳନ କରାଯାଇଛି ।

ଜେଏନୟୁ ଛାତ୍ର ସଂସଦ ନିର୍ବାଚନ ପାଇଁ ମତଦାନ ଗତ ମାର୍ଚ୍ଚ 22 ତାରିଖରେ ଅନୁଷ୍ଠିତ ହୋଇଥିଲା । ମୋଟ 5656 ଭୋଟିଂ ହୋଇଥିଲା । ତେବେ ମତଦାନ ପରେ ପ୍ରଥମ କାଉନସିଲର ପଦ ପାଇଁ ଭୋଟ ଗଣତି ଆରମ୍ଭ ହୋଇଥିଲା । 42 କାଉନସିଲର ପଦ ପାଇଁ ଭୋଟ୍ ଗଣନା କରାଯାଇଥିଲା । ଏହା ପରେ ଚାରୋଟି କେନ୍ଦ୍ରୀୟ ପଦ ପାଇଁ ଭୋଟ୍ ଗଣନା ଆରମ୍ଭ ହୋଇଥିଲା । ତେବେ ବାମ ଦଳ 4ଟି ସିଟ୍‌ରେ ବାଜି ମାରିଥିଲା ।

ଏହା ମଧ୍ୟ ପଢନ୍ତୁ: ଜେଏନୟୁରେ ହିଂସା, ଏବିଭିପି ଏବଂ ବାମପନ୍ଥୀ ଛାତ୍ର ସଂଗଠନ ମଧ୍ୟରେ ମାରପିଟ୍

ଅଧ୍ୟକ୍ଷ: ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏସନ(AISA)ରେ ଅଧ୍ୟକ୍ଷ ଆଶାୟୀ ପ୍ରାର୍ଥୀ ଧନଞ୍ଜୟ 2598 ଭୋଟରେ ବାଜି ମାରିଥିଲେ । ଦ୍ୱିତୀୟ ସ୍ଥାନରେ ଥିବା ଏବିଭିପି ପ୍ରାର୍ଥୀ ଉମେଶ ଚନ୍ଦ୍ର ଅଜମିରାକୁ 1,676 ଭୋଟ୍ ମିଳିଥିଲା । ଧନଞ୍ଜୟ ବିହାର ଗୟା ନିବାସୀ ହୋଇଥିବା ବେଳେ ସେ ଜେଏନୟୁର ପିଏଚଡି ଛାତ୍ର ଅଟନ୍ତି । ତେବେ ବତି ଲାଲ ବୈରଓ୍ବା ପରେ ସେ ପ୍ରଥମ ଦଳିତ ଅଧ୍ୟକ୍ଷ ଭାବେ ବାଜି ମାରିଛନ୍ତି । 1996-97 ରେ ସେ ନିର୍ବାଚିତ ହୋଇଥିଲେ । ବାଜି ମାରିବା ପରେ ସେ ପିଟିଆଇକୁ ବୟାନରେ କହିଛନ୍ତି, "ଛାତ୍ରମାନଙ୍କ ଦ୍ବାରା ପାଇଥିବା ଭୋଟରୁ ମୁଁ ବିଜୟୀ ହୋଇପାରିଛି । ପ୍ରଥମ ଥର ପାଇଁ ଘୃଣା ଏବଂ ହିଂସାକୁ ପ୍ରତ୍ୟାଖାନ କରାଯାଇଛି । ଛାତ୍ରମାନ ଆମେ ଉପରେ ବିଶ୍ବାସ ପ୍ରଦର୍ଶନ କରିଛନ୍ତି ।"

ଉପାଧ୍ୟକ୍ଷ : ଷ୍ଟୁଡେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ଉପାଧୟକ୍ଷ ପ୍ରାର୍ଥୀ ଅଭିଜିତ୍ ଘୋଷ 2,409 ଭୋଟରେ ବାଜି ମାରିଛନ୍ତି । ଅନ୍ୟପଟେ ଏବିଭିପି ପ୍ରାର୍ଥୀ ଦୀପିକା ଶର୍ମା 1,482 ଭୋଟ ପାଇଥିଲେ । ଅଭିଜିତ୍ ଘୋଷ CSRD ର ପିଏଚଡି ଛାତ୍ର । ସେ ସିଲିଗୁଡି ବାସିନ୍ଦା ।

ସାଧାରଣ ସମ୍ପାଦକ : ବିର୍ସା ଆମ୍ବେଦକର ଫୁଲେ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (BAPSA)ର ସାଧାରଣ ସମ୍ପାଦକ ଆଶାୟୀ ପ୍ରାର୍ଥୀ ପ୍ରିୟାଶୀଂ ଆର୍ଯ୍ୟ 2,887 ଭୋଟରେ ଜିତିଛନ୍ତି । ଅନ୍ୟପଟେ ABVP ର ଅର୍ଜୁନ ଆନନ୍ଦ 1961 ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ପ୍ରିୟାଶୀଂ ଦର୍ଶନଶାସ୍ତ୍ରରେ ପିଏଚଡି ଛାତ୍ରୀ ଅଟନ୍ତି । ସେ ଉତ୍ତରାଖଣ୍ଡର ବାସିନ୍ଦା ।

ଯୁଗ୍ମ ସମ୍ପାଦକ: ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେସନ(AISF) ପକ୍ଷରୁ ଯୁଗ୍ମ ସଚିବ ପାଇଁ ରହିଥିବା ଆଶାୟୀ ପ୍ରାର୍ଥୀ ମହମ୍ମଦ ସାଜିଦ୍ 2,574 ଭୋଟ୍ ପାଇ ବାଜି ମାରିଥିଲେ । ଏବିଭିପିର ଗୋବିନ୍ଦ ଡାଙ୍ଗି 2,066 ଭୋଟ୍ ପାଇଥିଲେ । ମହମ୍ମଦ ଉତ୍ତରପ୍ରଦେଶର ବାସିନ୍ଦା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.