ETV Bharat / bharat

୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ: ଅର୍ଥମନ୍ତ୍ରୀ - ଲକ୍ଷପତି ଦିଦି ଯୋଜନା

FM on Lakhpati Didi Yojana: ମହିଳାଙ୍କ ବିକାଶ ପାଇଁ ନିରନ୍ତର ପ୍ରୟାସ କରାଯାଉଛି । ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯାଇ ପାରିଥିବା ବେଳେ ଆଉ 2କୋଟି ମହିଳାଙ୍କୁ ଲକ୍ଷପତି ଦିଦି ବନେଇବାକୁ ଟାର୍ଗେଟ୍ ରଖାଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

FM on Lakhpati Didi Yojana
FM on Lakhpati Didi Yojana
author img

By ETV Bharat Odisha Team

Published : Feb 1, 2024, 5:39 PM IST

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷଷ୍ଠ ଥର ଲାଗି ସଂସଦରେ କେନ୍ଦ୍ର ବଜେଟ ଉପସ୍ଥାପନା କରିଛନ୍ତି । ମୋଦି ସରକାରଙ୍କ ସମୟରେ ଏହି ହେଉଛି ଶେଷ ଅନ୍ତରୀଣ ବଜେଟ । ତେବେ ବଜେଟ ଉପସ୍ଥାପନା ସମୟରେ ମହିଳାମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । 3କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖଥିବା ନେଇ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ ।

Interim Budget 2024
Interim Budget 2024

ବଜେଟ ଉପସ୍ଥାପନା କରି ଅର୍ଥମନ୍ତ୍ରୀ କହିଛନ୍ତି, "ପ୍ରାୟ ଏକ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ଯୋଜନାରେ ସାମିଲ କରାଯାଇଛି । ମୋଦି ସରକାର ମହିଳାଙ୍କ ବିକାଶ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି । ଲକ୍ଷପତି ଦିଦି ଏହାର ଏକ ଅଂଶ ଅଟେ । 9କୋଟି ମହିଳାଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିଛି। ସେମାନେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।"

ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ସ୍ବୟଂ ସହାୟ ଗୋଷ୍ଠୀ ଏବଂ ଆତ୍ମନିର୍ଭରଶୀଳତା ମାଧ୍ୟମରେ ଗ୍ରାମାଞ୍ଚଳର ସାମାଜିକ-ଅର୍ଥନୈତିକ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସୁଛି । ସେମାନଙ୍କର ସଫଳତା ହେତୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ଏକ କୋଟି ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି । ସେ ଅନ୍ୟ ମହିଳାମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି । ସେମାନଙ୍କୁ ସମ୍ମାନିତ କରାଯାଇ ଉପଲବ୍ଧିର ମାନ୍ୟତା ପ୍ରଦାନ କରାଯିବ । ଏହି ସଫଳତାରେ ଉତ୍ସାହିତ ହୋଇ ଲକ୍ଷପତି ଦିଦିର ଲକ୍ଷ୍ୟ 2କୋଟିରୁ 3କୋଟିକୁ ବୃଦ୍ଧି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଦେଶର 4 ସ୍ତମ୍ଭକୁ ମଜବୁତ କରିବ ଅନ୍ତରୀଣ ବଜେଟ: ପ୍ରଧାନମନ୍ତ୍ରୀ

ପ୍ରକାଶଥାଉକି, ବଜେଟ ଅଧିବେସନର ପ୍ରଥମ ଦିନରେ ଲୋକସଭା ଏବଂ ରାଜ୍ୟସଭାର ମିଳିତ ବୈଠକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲକ୍ଷପତି ଦିଦି ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ମାଡାମ ପ୍ରେସିଡେଣ୍ଟ କହିଥିଲେ, "ଆମେ ସମସ୍ତେ ଜାଣିଛୁ ମହିଳାଙ୍କ ପାଇଁ ଆର୍ଥନୈତିକ ସ୍ବାଧିନତାର ଅର୍ଥ । ମହିଳାଙ୍କୁ ଲକ୍ଷପତି ବନାଇବା ପାଇଁ ସରକାର ଲକ୍ଷପତି ଦିଦି ଯୋଜନା ଅଭିଯାନ ଜାରି ରଖିଛନ୍ତି ।"

ଲକ୍ଷପତି ଦିଦି ଯୋଜନା କଣ: ଲକ୍ଷପତି ଦିଦି ଯୋଜନା ଦେଶର ମହିଳାମାନଙ୍କ ପାଇଁ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ଅଟେ । ଏହାକୁ ସଂକ୍ଷେପରେ SHGs(Self Help Groups) ମଧ୍ୟ କୁହାଯାଏ । ଏହି ଗୋଷ୍ଠୀରେ ମହିଳାମାନେ ସର୍ବାଧିକ ଭାଗିଦାରୀ ରହିଛନ୍ତି । ଲକ୍ଷପତି ଦିଦି ଯୋଜନା ହେଉଛି ମହିଳାମାନଙ୍କ ପାଇଁ ଏକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ । ଯାହା ଦେଶର ଦିଦିମାନଙ୍କୁ ଦକ୍ଷତା ତାଲିମ ଦେଇ ଟଙ୍କା ରୋଜଗାର କରିବାରେ ସକ୍ଷମ କରିଥାଏ । ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତିକରଣ କରିବା ପାଇଁ 2023 ମସିହା ଅଗଷ୍ଟ 15 ତାରିଖରେ ଦେଶବାସୀଙ୍କୁ ସମ୍ବେଧିତ କରି ଲକ୍ଷପତି ଯୋଜନା ବିଷୟରେ କହିଥିଲେ । ଆର୍ଥିକ ଦୃଷ୍ଟିରୁ ପଛୁଆ ମହିଳାମାନଙ୍କୁ ମୁଖ୍ୟ ସ୍ତ୍ରୋତରେ ସାମିଲ କରିବା ଏହି ଯୋଜନାର ମୂଲ ଲକ୍ଷ୍ୟ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.