ETV Bharat / bharat

ପହଞ୍ଚିଲା କୁଏତ ଅଗ୍ନିକାଣ୍ଡରେ ମୃତ 45 ଭାରତୀୟଙ୍କ ମରଶରୀର, ୨ ଓଡ଼ିଆଙ୍କ ମୃତଦେହ ଅଣାଯାଉଛି ଓଡ଼ିଶା - KUWAIT FIRE INDIANS MORTAL REMAINS

author img

By ETV Bharat Odisha Team

Published : Jun 14, 2024, 10:25 AM IST

Updated : Jun 14, 2024, 12:39 PM IST

KUWAIT FIRE MORTAL REMAINS OF INDIANS REACHED: କୁଏତ ଅଗ୍ନିକାଣ୍ଡ ଘଟଣାରେ 45 ଭାରତୀୟଙ୍କ ମୃତ୍ୟୁ । ସେମାନଙ୍କ ମଧ୍ୟରେ 2ଜଣ ଓଡି଼ଆ ଶ୍ରମିକ ରହିଛନ୍ତି । ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ କୋଚି ପହଞ୍ଚିଲା ସମସ୍ତ ମରଶରୀର । ପରେ ୨ ଓଡ଼ିଆଙ୍କ ମୃତଦେହ ଓଡ଼ିଶା ଅଣାଯାଉଛି । ଅଧିକ ପଢନ୍ତୁ

Kuwait fire tragedy
Kuwait fire tragedy (@indembkwt)

ନୂଆଦିଲ୍ଲୀ: କୁଏତ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଜଣେ କଟକର ହୋଇଥିବା ବେଳେ ଅନ୍ୟ ଜଣେ ଗଞ୍ଜାମର ହୋଇଥିବା ସୂଚନା ମିଳିଛି । ସ୍ବତନ୍ତ୍ର ବାୟୁସେନା ବିମାନରେ କେରଳର କୋଚି ବିମାନବନ୍ଦରରେ ପହଞ୍ଚିଛି ମୃତଦେହ ମୃତଦେହ ପହଞ୍ଚିଛି । ଅଗ୍ନିକାଣ୍ଡରେ 45 ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ସର୍ବାଧିକ 23 ଜଣ ମୃତକ କେରଳର ରହିଥିବା ବେଳେ 7 ଜଣ ତାମିଲନାଡୁ, ଆନ୍ଧ୍ରପ୍ରଦେଶର ତିନି ଜଣ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଝାଡଖଣ୍ଡ, ହରିୟାଣା, ପଞ୍ଜାବ ଏବଂ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ରହିଛନ୍ତି ।

ଅକାଳରେ ଆଖି ବୁଜିଲେ ଓଡ଼ିଆ ଶ୍ରମିକ:- ଏହି ଅଘଟଣରେ 45 ଭାରତୀୟଙ୍କ ମଧ୍ୟରେ 2 ଜଣ ଓଡ଼ିଆ ଅଛନ୍ତି । ସୂଚନା ମୁତାବକ ଜଣେ ମୃତକ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ମହମ୍ମଦ ଜାହୁର ବୋଲି ଜଣାପଡ଼ିଛି । ସେହିପରି ଅନ୍ୟ ଜଣେ ମୃତକ ଗଞ୍ଜାମ ରଣଝାଲ୍ଲୀ ଗ୍ରାମର ସନ୍ତୋଷ କୁମାର ଗୌଡ଼ ବୋଲି ଜଣାପଡ଼ିଛି । ଦୁହିଁଙ୍କ ମରଶରୀରକୁ ଓଡ଼ିଶା ଅଣାଯାଇ ଦୁହିଁଙ୍କ ପରିବାରକୁ ହସ୍ତାନ୍ତର କରାଯିବା ନେଇ ବ୍ୟବସ୍ଥା କରାଯାଇଛି ।

ସ୍ବତନ୍ତ୍ର ଭାରତୀୟ ବାୟୁସେନା ବିମାନରେ ସମସ୍ତ ମୃତଦେହ ନେଇ ବାହାରିଥିବା ବିମାନ କୋଚି ବିମାନବନ୍ଦରରେ ପହଞ୍ଚିଛି । କୁଏତରେ ଘଟିଥିବା ଅଗ୍ନିକାଣ୍ଡରେ 45 ଜଣ ଭାରତୀୟ ପୀଡିତଙ୍କ ମୃତଦେହକୁ ନେଇ ଏକ ସ୍ୱତନ୍ତ୍ର IAF ବିମାନ କୋଚି ଅଭିମୁଖେ ଯାତ୍ରା କରିଥିଲା ବୋଲି ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-କୁଏତରେ ଭୟାବହ ଅଗ୍ନିକାଣ୍ଡରେ 49 ମୃତ, 50ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ: ମୃତାହତଙ୍କ ମଧ୍ୟରେ ଅନେକ ଭାରତୀୟ, ମୋଦିଙ୍କ ଶୋକ ପ୍ରକାଶ - Kuwait Building Fire

ମୃତଦେହ ଭାରତରେ ପହଞ୍ଚିବା ବେଳେ ସେମାନଙ୍କ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରାଯିବା । ଏନେଇ କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୋଲିସ ଫୋର୍ସ ଉପସ୍ଥିତ ଥିବା ବେଳେ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ଏର୍ଣ୍ଣାକୁଲମ ରେଞ୍ଜ ଡିଆଇଜି ପୁଟା ଭିମାଲାଦିତ୍ୟ କହିଛନ୍ତି ଯେ, ମୃତଦେହ ହସ୍ତାନ୍ତର କରିବା ପାଇଁ ଆମେ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିଛୁ । ପୀଡିତଙ୍କ ପରିବାର ସଦସ୍ୟଙ୍କ ସହ ସମନ୍ୱୟ ରକ୍ଷା କରିଛୁ । ମୃତଦେହ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କ ଜନ୍ମମାଟିକୁ ପଠାଯିବ । ପ୍ରତ୍ୟେକ ମୃତଦେହ ପାଇଁ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି ।

ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଥିବା ବେଳେ ମୃତକଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ କୁଏତ କର୍ତ୍ତୃପକ୍ଷ ନିରନ୍ତର କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂ ଜୁନ୍ 13ରେ କୁଏତର ଡାକ୍ତରଖାନା ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଚିକିତ୍ସିତ ହେଉଥିବା ଭାରତୀୟଙ୍କ ସହ କଥାବାର୍ତ୍ତା ହୋଇଥିଲେ ।

Last Updated : Jun 14, 2024, 12:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.