ETV Bharat / bharat

କୋଲକାତା ଲଜ୍ଜା: ଅଭୟାଙ୍କୁ ନ୍ୟାୟ ଦାବିରେ ବିଜେପିର ବଙ୍ଗ ବନ୍ଦ ଡ଼ାକରା, ହେଲମେଟ୍ ପିନ୍ଧି ବସ ଚଳାଇଲେ ଡ୍ରାଇଭର - Bengal Bandh - BENGAL BANDH

Nabanna Protest: କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା। ନ୍ୟାୟ ଦାବିରେ ଉଠୁଛି ପଡ଼ୁଛି ପଶ୍ଚିମବଙ୍ଗ। ଆଜି ରାଜ୍ୟ ବିଜେପି ପକ୍ଷରୁ ଦିଆଯାଇଛି ବନ୍ଦ ଡ଼ାକରା। ପୂରା ଖବର ପଢନ୍ତୁ

WESTBENGAL BANDH
WESTBENGAL BANDH (ETV Bharat)
author img

By ETV Bharat Odisha Team

Published : Aug 28, 2024, 7:38 AM IST

Updated : Aug 28, 2024, 10:17 AM IST

କୋଲକାତା: ବହୁଚର୍ଚ୍ଚିତ ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା। ଏନେଇ ରାଜ୍ୟ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଥିବାବେଳେ ଆଜି କୋଲକାତା ବନ୍ଦ ଡ଼ାକରା ଦିଆଯାଇଛି। ମମତା ସରକାରଙ୍କ ଗଡ଼ରେ ବଡ଼ ଧରଣ ବିକ୍ଷୋଭ କରିଛି ଭାରତୀୟ ଜନତା ପାର୍ଟି। ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କାଁଭାଁ ଗାଡ଼ି ମୋଟର ଚଳାଚଳ କରୁଛି। ବିଜେପି ପକ୍ଷରୁ 12 ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡ଼ାକରା ଦିଆଯାଇଥିବାବେଳେ ସଜାଗ ରହିଛି ପୋଲିସ।

ହେଲମେଟ୍ ପିନ୍ଧି ବସ ଚଳାଇଲେ ଡ୍ରାଇଭର:

ବିଜେପି ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଥିବାବେଳେ ବସ ଡ୍ରାଇବରମାନେ ନିଜ ସୁରକ୍ଷା ପାଇଁ ହେଲମେଟ୍ ପିନ୍ଧି ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଛି।

'ମହିଳାଙ୍କୁ ନ୍ୟାୟ ଦେବାକୁ ରାଜ୍ୟ ସରକାର ଅସମର୍ଥ'

ବିଜେପି ନେତ୍ରୀ ଅଗ୍ନିମିତ୍ରା ପାଲ କହିଛନ୍ତି, "ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ରାଜ୍ୟ ସରକାର ଅସମର୍ଥ। ପୋଲିସ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଛି। ଯାହାକୁ ଆମେ ତୀବ୍ର ବିରୋଧ କରୁଛୁ।"

'ଆମେ ଅଛୁ ମମତାଙ୍କ ସହ'

ଏହି ଆନ୍ଦୋଳନକୁ ନେଇ TMC ନେତା କହିଛନ୍ତି, "ଗରିବ ଲୋକଙ୍କୁ ହଇରାଣ କରିବାକୁ ଚାହୁଁଛନ୍ତି। ପଶ୍ଚିମବଙ୍ଗରେ ଡକାୟତି କରାଯାଉଛି। ହେଲେ ଆମେ ସାଧାରଣ ଜନତା ମମତା ବାନାର୍ଜୀଙ୍କ ସହ ଅଛୁ।"

ନବାନ୍ନ ଘେରାଉ:

ଗତକାଲି (ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ ଘେରାଉ କରିଥିଲେ ହଜାର ହଜାର ଛାତ୍ରଛାତ୍ରୀ। ଏହି ବିକ୍ଷୋଭକୁ ସେମାନେ 'ନବାନ୍ନ ଘେରାଉ' ନାଁ ଦେଇଛନ୍ତି।

'ଜଷ୍ଟିସ ଫର୍ ଅଭୟା'

ହାତରେ ପ୍ଲାକାର୍ଡ ଧରି 'ଜଷ୍ଟିସ ଫର୍ ଅଭୟା' ନାରା ଦେଇ ରାଜରାସ୍ତାକୁ ଓହ୍ଲାଇଥିଲେ ହଜାର ହଜାର ଛାତ୍ରଛାତ୍ରୀ। ନ୍ୟାୟ ପାଇଁ ସରକାରଙ୍କୁ ପ୍ରଶ୍ନ କରିଥିଲେ ଆନ୍ଦୋଳନକାରୀ।

କୋଲକାତାରେ କର୍ଫ୍ୟୁ:

କୋଲକାତାରେ ଛାତ୍ର ସଂଗଠନର ଆକ୍ରୋଶ ରାଲି ଦେଖିବାକୁ ମିଳିଥିଲା। ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଏହାକୁ ନିୟନ୍ତ୍ରଣ କରିବାକୁ କର୍ଫ୍ୟୁ ଜାରି ହେବା ସହ ଦୋକାନବଜାର ଆଦି ବନ୍ଦ କରିଦିଆଯାଇଥିଲା।

ଆନ୍ଦୋଳନକାରୀଙ୍କ ଉପରେ ଲାଠି ଚାର୍ଜ:

ବିକ୍ଷୋଭ ସମୟରେ ଛାତ୍ରଛାତ୍ରୀମାନେ ବ୍ୟାରିକେଡ୍ ଡେଇଁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଥିବାବେଳେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ପୋଲିସ ଲାଠିଚାର୍ଜ ସହ ପାଣି ମାଡ଼ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ସେପଟେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ପ୍ରତିବାଦ କରିଛି ରାଜ୍ୟ ବିଜେପି।

କ'ଣ ଥିଲା ସେଦିନ ରାତିର ଘଟଣା?

ସୂଚନାନୁସାରେ, ପୀଡିତା ଏବଂ ଦୁଇଜଣ ପ୍ରଥମ ବର୍ଷର ସ୍ନାତକୋତ୍ତର ଟ୍ରେନି ଡାକ୍ତର ପ୍ରାୟ ମଧ୍ୟରାତ୍ରିରେ ଏକାଠୀ ରାତ୍ରୀଭୋଜନ କରିଥିଲେ । ତା’ପରେ ସେମାନେ ସେମିନାର ରୁମକୁ ଯାଇ କିଛି ସମୟ ବିଶ୍ରାମ କରିଥିଲେ । ସେଠାରେ ସେମାନେ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ ଜାଭେଲିନ୍ ଇଭେଣ୍ଟ ଦେଖିଥିଲେ । ରାତି ପ୍ରାୟ 2ଟା ସମୟରେ ଦୁଇ ସହକର୍ମୀ ସେମିନାର ହଲରୁ ଶୟନ କୋଠରୀକୁ ଯାଇଥିଲେ । ସେଠାରେ ସେମାନେ ଡ୍ୟୁଟିରେ ଥିବା ଡାକ୍ତରମାନଙ୍କ ବିଶ୍ରାମ ପାଇଁ ଥିବା ପ୍ରକୋଷ୍ଠରେ ବିଶ୍ରାମ କରିଥିଲେ । କିନ୍ତୁ ପୀଡିତା ସେମିନାର ରୁମରେ ରହିଥିଲେ ।

ଏହା ବି ପଢନ୍ତୁ...ସନ୍ଦୀପ ଘୋଷଙ୍କ ଘରେ CBI ରେଡ, ଦୁର୍ନୀତି ଅଭିଯୋଗରେ 15 ସ୍ଥାନରେ ଚଢାଉ - Kolkata Doctor Rape Murder

ସକାଳୁ ମିଳିଥିଲାଲା କ୍ଷତାକ୍ତ ମୃତଦେହ:

ପୂର୍ବାହ୍ନ ପ୍ରାୟ 9.30 ସମୟରେ ପୀଡିତାଙ୍କ ସହ ରାତ୍ରିଭୋଜନ କରିଥିବା ଜଣେ ଟ୍ରେନି ଡାକ୍ତର ସେମିନାର ହଲକୁ ଯାଇଥିଲେ । ସେଠାରେ ପୀଡିତାଙ୍କ କ୍ଷତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ । ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସକୁ ଅବଗତ କରାଯାଇଥିଲା । ପରଦିନ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରାଯାଇଥିଲା । ସନ୍ଦୀପ ଘୋଷ ତୁରନ୍ତ ମେଡିକାଲ କଲେଜ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ କିଛି ଘଣ୍ଟା ବ୍ୟବଧାନରେ ଆଉ ଏକ ସରକାରୀ ମେଡିକାଲ ପ୍ରତିଷ୍ଠାନ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । 3 ଘଣ୍ଟା ପରେ ଏଫଆଇଆର ପଞ୍ଜୀକରଣ କରାଯିବାକୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ । ଏହି ମାମଲାରେ ଗିରଫ ଅଭିଯୁକ୍ତ ସଞ୍ଜୟ ରୟ ଓ ସନ୍ଦୀପ ଘୋଷଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଛି ।

Last Updated : Aug 28, 2024, 10:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.