ETV Bharat / bharat

କୋଲକାତା କାଣ୍ଡ: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ କରିବ CBI - SC to hear Kolkata horror Case

author img

By ETV Bharat Odisha Team

Published : Aug 20, 2024, 10:07 AM IST

Kolkata Doctor Rape-Murder Case: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ନିଜ ଆଡୁ ଉଦବେଗ ପ୍ରକାଶ କରିଥିଲେ ସର୍ବୋଚ୍ଚ ଅଦାଲତ । ଅନ୍ୟପଟେ ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ କରିବ ସିବିଆଇ । ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ଜାରି ରହିଛି ମାରାଥାନ ଜେରା । ଅଧିକ ପଢନ୍ତୁ

କୋଲକାତା ହରର: ଆଜି ସର୍ବୋଚ୍ଚ କୋର୍ଟରେ ଶୁଣାଣି, ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ କରିବ CBI
କୋଲକାତା ହରର: ଆଜି ସର୍ବୋଚ୍ଚ କୋର୍ଟରେ ଶୁଣାଣି, ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ କରିବ CBI (ETV Bharat Odisha)

କୋଲକାତା: କନିଷ୍ଠ ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସର୍ବୋଚ୍ଚ କୋର୍ଟ ଶୁଣାଣି କରିବେ । 18 ତାରିଖରେ ସୁପ୍ରିମକୋର୍ଟ ନିଜଆଡୁ ମାମଲାରେ ହସ୍ତକ୍ଷେପ କରିଥିଲେ । ଅନ୍ୟପଟେ ଏହି ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘ସିବିଆଇ’ ଆଜି ଅଭିଯୁକ୍ତ ସଞ୍ଜୟ ରୟର ପଲିଗ୍ରାଫ ଟେଷ୍ଟ କରିବ । ଏଥିପାଇଁ ନ୍ୟାୟିକ ଅନୁମତି ଆବଶ୍ୟକ ଥିବା ବେଳେ କୋଲକାତା ହାଇକୋର୍ଟ ‘ସିବିଆଇ’କୁ ଅନୁମତି ଦେଇସାରିଛନ୍ତି । ଅଭିଯୁକ୍ତ ଜେରା ବେଳେ ତଦନ୍ତକାରୀ ସଂସ୍ଥାକୁ ଦେଇଥିବା ତଥ୍ୟରେ କେତେ ସତ୍ୟତା ଅଛି, ତାହା ଏହି ପଲିଗ୍ରାଫ ଟେଷ୍ଟରେ ସ୍ପଷ୍ଟ ହେବ । ଅନ୍ୟପଟେ ଘଟଣା ଘଟିଥିବା ଆର.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଘୋଷଙ୍କୁ ମଧ୍ୟ ‘ସିବିଆଇ’ ମାରାଥନ ଜେରା ଜାରି ରଖିଛି । ଡାକ୍ତର ଘୋଷଙ୍କ ସହ ଅନ୍ୟ କିଛି ମେଡିକାଲ କଲେଜ କର୍ମଚାରୀ ମଧ୍ୟ ‘ସିବିଆଇ’ ସ୍କାନରରେ ରହିଛନ୍ତି । ‘ସିବିଆଇ’ ଟିମ୍‌ ପୀଡିତାଙ୍କ ପରିବାର ସଦସ୍ୟଙ୍କ ବୟାନ ମଧ୍ୟ ରେକର୍ଡ କରିଛି ।

  • ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା ତଥ୍ୟ:-

9 ତାରିଖ ରାତିରେ ଏହି ବୀଭତ୍ସ କାଣ୍ଡକୁ ରୂପ ଦେଇଥିଲା ଅଭିଯୁକ୍ତ ସଞ୍ଜୟ ରୟ । ସେ କୋଲକାତା ପୋଲିସରେ ଜଣେ ସ୍ବଚ୍ଛାସେବୀ ଭାବେ କାର୍ଯ୍ୟ କରୁଥିଲା । ସେଦିନ କୌଣସି କାମ ନଥିବା ସତ୍ତ୍ବେ ସେ ହସ୍ପିଟାଲରେ ଅବାଧରେ ପ୍ରବେଶ କରିଥିଲା । କିଛି ସମୟ ଉଦ୍ଦେଶ୍ୟହୀନ ଭାବେ ହସ୍ପିଟାଲରେ ପରିସରରେ ଘୁରିବୁଲିବା ପରେ କୌଣସି ଏକ ପରିତ୍ୟକ୍ତ ସ୍ଥାନରେ ମଦ୍ୟ ମଧ୍ୟ ପାନ କରିଥିଲା । ଏହା ପରେ ସେ ମହିଳା କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲା । ମୃତଦେହକୁ ସେମିନାର ହଲର ଏକ କୋଣରେ ଛାଡିଦେଇ ଫେରାର ହୋଇଥିଲା ।

  • ପ୍ରଥମେ ପୋଲିସ ଓ ଏବେ ‘ସିବିଆଇ’ କରୁଛି ତଦନ୍ତ :-

ଘଟଣା ସମ୍ପର୍କରେ ଜଣାପଡିବା ପରେ ପରଦିନ ଅର୍ଥାତ 10 ତାରିଖରେ କୋଲକାତା ପୋଲିସ ତାକୁ ଗିରଫ କରିଥିଲା । ମାତ୍ର ପରେ ଏହି ଘଟଣାକୁ ନେଇ ସାରା ଦେଶରେ ଉଦବେଗ୍‌ ପ୍ରକାଶ ପାଇବା ପରେ ତଦନ୍ତଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗ୍ରହଣ କରିଥିଲା । ଅଭିଯୁକ୍ତ ଏବେ କେନ୍ଦ୍ରୀୟ ସଂସ୍ଥାର ହେପାଜତରେ ଅଛି । ଅତ୍ୟନ୍ତ ଗମ୍ଭୀର ଓ ଲୋମହର୍ଷଣକାରୀ ମାମଲା ହୋଇଥିବା କାରଣରୁ କେନ୍ଦ୍ରୀୟ ସଂସ୍ଥା ସର୍ବୋତ୍ତମ ତଦନ୍ତ ପ୍ରଣାଳୀ ବ୍ୟବହାର କରୁଛି । ପଲିଗ୍ରାଫ ଟେଷ୍ଟ ପାଇଁ ‘ସିବିଆଇ’ କୋଲକାତା ହାଇକୋର୍ଟଙ୍କ ଅନୁମତି ଲୋଡିଥିଲା । ଅନୁମତି ମିଳିବା ପରେ ଆଜି ଏହି ଟେଷ୍ଟ ହେବା ପରେ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ ।

ଏହା ମଧ୍ୟ ପଢନ୍ତୁ :- କୋଲକାତା ହରର: ହସ୍ତକ୍ଷେପ କଲେ ସର୍ବୋଚ୍ଚ ନ୍ୟାୟାଳୟ, ମଙ୍ଗଳବାର ଶୁଣାଣି - SC On Kolkata Rape Murder Case

  • ନିଜ ଆଡୁ ହସ୍ତକ୍ଷେପ କରିଥିଲେ ସର୍ବୋଚ୍ଚ କୋର୍ଟ:-

18 ତାରିଖରେ ଏହି ମାମଲାରେ ସୁପ୍ରିମକୋର୍ଟ ନିଜ ଆଡୁ ମାମଲାର ହସ୍ତକ୍ଷେପ କରିଥିଲେ । ଏକ ପ୍ରେସରିଲିଜ ମାଧ୍ୟମରେ ସୁପ୍ରିମକୋର୍ଟ ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହ ତଥ୍ୟ ମାଗିଥିଲେ । ଆଜି ଏହି ମାମଲାଟି ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ଶୁଣାଣି ହେବ । ଜଷ୍ଟିସ ଜେ.ବି ପର୍ଦ୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ର ଏହି ଖଣ୍ଡପୀଠରେ ସଦସ୍ୟ ବିଚାରପତି ଅଛନ୍ତି । ଆଜିର ଶୁଣାଣି ଉପରେ ସମଗ୍ର ଦେଶର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.