ETV Bharat / bharat

Kolkata Doctor Death Case; କୋଲକାତା ଲଜ୍ଜା ଉଦ୍‌ବେଗଜନକ କହିଲେ ରାଷ୍ଟ୍ରପତି ମୁର୍ମୁ, ସନ୍ଦୀପ ଘୋଷ ସସ୍‌ପେଣ୍ଡ, ମମତା କହିଲେ ‘ବେଙ୍ଗଲ ଜଳିଲେ ଦିଲ୍ଲୀ ବି ଜଳିବ’, ଦିଦିଙ୍କ ବୟାନକୁ ବିରୋଧ କଲେ ମୁଖ୍ୟମନ୍ତ୍ରୀ ମୋହନ - President on crimes against women - PRESIDENT ON CRIMES AGAINST WOMEN

Kolkata Doctor Death Case; Enough is enough anguished President Murmu asks nation to wake up end crimes against women: କୋଲକାତା ଲଜ୍ଜା ମାମଲାରେ 12 ଘଣ୍ଟିଆ ବନ୍ଦ ପାଳନ କରିଛି ବିଜେପି । ଏପଟେ ବିଜେପିକୁ ଟାର୍ଗଟେ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନତା ବାନାର୍ଜୀ । ଦିଦି କହିଛନ୍ତି, ବେଙ୍ଗଲ ଜଳିଲେ ଦିଲ୍ଲୀ ବି ଜଳିବ । ଏପଟେ ଏହି ମାମଲାରେ ଆଜି ଗଭୀର ଉଦେବଗ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

Kolkata Doctor Death Case
Kolkata Doctor Death Case (ETV Bharat Odisha)
author img

By ETV Bharat Odisha Team

Published : Aug 28, 2024, 10:57 PM IST

ହାଇଦ୍ରାବାଦ: କୋଲକାତା ଘଟଣାକୁ ଉଦ୍‌ବେଗଜନକ ଓ ଭୟାନକ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପିଟିଆଇକୁ ଦେଇଥିବା ଏକ ଲେଖାରେ ଘଟଣାକୁ ଘୋର ନିନ୍ଦା କଲେ ରାଷ୍ଟ୍ରପତି । କୋଲକାତା ଘଟଣା ଉଦ୍‌ବେଗଜନକ ଓ ଭୟାନକ କହିଲେ ରାଷ୍ଟ୍ରପତି ମୁର୍ମୁ । ମହିଳାଙ୍କ ପ୍ରତି ହିଂସାକୁ ‘ବହୁତ ହୋଇଗଲା’ ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ । ମହିଳାଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ବଦଳାଇବାକୁ ଆହ୍ବାନ ଦେଲେ ରାଷ୍ଟ୍ରପତି । ଏପଟେ କୋଲକାତା ଲଜ୍ଜା ମାମଲାରେ ସନ୍ଦୀପ ଘୋଷଙ୍କୁ ସସ୍‌ପେଣ୍ଡ କଲା IMA । ଆର୍‌ଜି କର୍‌ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ । ସନ୍ଦୀପଙ୍କୁ ସଦସ୍ୟତା ପଦରୁ ସସ୍‌ପେଣ୍ଡ କଲା ଆଇଏମ୍‌ଏ । ଏପଟେ ବିଜେପି ବନ୍ଦକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଦିଦି କହିଲେ ବେଙ୍ଗଲ ଜାଳିଲେ କାଲି ଦିଲ୍ଲୀ ବି ଜଳିବ ।

ରାଷ୍ଟ୍ରପତିଙ୍କ ଉଦବେଗ-

ବହୁତ ହୋଇଗଲା । ବର୍ତ୍ତମାନ ଭାରତକୁ ଜାଗ୍ରତ ହେବାକୁ ପଡିବ । ମହିଳା ବିରୋଧୀ ଅପରାଧରେ ପୂର୍ଣ୍ଣଚ୍ଛେଦ ଆସିବାର ସମୟ ଆସିଛି । ଏବେବେ ମହିଳାଙ୍କୁ ଶକ୍ତିହୀନା, କମ ଦକ୍ଷତା ସମ୍ପନ୍ନ ଏବଂ ସ୍ବଳ୍ପ ଜ୍ଞାନୀ ବୋଲି ସମାଜରେ ଲୋକେ ଭାବୁଛନ୍ତି । ଏପରି ମାନସିକତାରୁ ଉପରକୁ ଆସିବାକୁ ପଡିବ । କୋଲକାତା ଆରଜି କର ମେଡିକାଲ କଲେଜ ମହିଳା ଡାକ୍ତରାଣୀଙ୍କୁ ଦୁଷ୍କର୍ମ ହତ୍ୟା ମାମଲାରେ ଗଭୀର ଉଦବେଗ ପ୍ରକାଶ କରି ଏହା କହିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

"କୌଣସି ସଭ୍ୟ ସମାଜ ମହିଳାଙ୍କ ପ୍ରତି ଏଭଳି ଅନ୍ୟାୟ ଅପରାଧକୁ ବରାଦାସ୍ତ କରିବ ନାହିଁ । ଅଭୟାଙ୍କୁ ନ୍ୟାୟ ଦାବିରେ ଆଜି ସାରା ଭାରତରେ ସ୍ବର ଏକ ହୋଇଛି । ମୁଁ ମଧ୍ୟ ଏହି ମାମଲାରେ ନିଜକୁ ରୋକି ପାରିଲି ନାହିଁ ।" ମହିଳା ସୁରକ୍ଷା; ବହୁତ ହୋଇଗଲା ଶୀର୍ଷକ ଲେଖାରେ ପ୍ରଥମ ଥ ପାଇଁ ଅଗଷ୍ଟ 9 ତାରିଖ କୋଲକାତା ଲଜ୍ଜାରେ ଚିନ୍ତା ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ପୁଣି କହିଛନ୍ତି, " କୋଲକାତାରେ ଡାକ୍ତର, ଛାତ୍ରଛାତ୍ରୀ ଏବଂ ନାଗରିକ ଗଣ ରାସ୍ତାକୁ ଓହ୍ଲାଇଛନ୍ତି ଅଭୟାଙ୍କୁ ନ୍ୟାୟ ଦାବିରେ । ଅପରାଧୀ ଶାସ୍ତି ପାଇବା ବଦଳରେ ବାହାରେ ବୁଲୁଛନ୍ତି । ଏଭଳି ଅପରାଧର ମଧ୍ୟ କୁନି କୁନି ପିଲାମାନେ ଶିକାର ହେଉଛନ୍ତି ।"

ସନ୍ଦୀପ ଘୋଷଙ୍କୁ ସସ୍‌ପେଣ୍ଡ-

କୋଲକାତା ଲଜ୍ଜା ମାମଲାରେ ସନ୍ଦୀପ ଘୋଷଙ୍କୁ ସସ୍‌ପେଣ୍ଡ କଲା IMA । ଆର୍‌ଜି କର୍‌ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ । ସନ୍ଦୀପଙ୍କୁ ସଦସ୍ୟତା ପଦରୁ ସସ୍‌ପେଣ୍ଡ କଲା ଆଇଏମ୍‌ଏ ।

‘ଆଜି ବେଙ୍ଗଲ ଜଳିଲେ, କାଲି ଦିଲ୍ଲୀ ଜଳିବ’

ଅଭୟାଙ୍କୁ ନ୍ୟାୟ ଦାବିରେ ଗୋଟିଏ ପରେ ସାରା ଭାରତ ସମେତ ପଶ୍ଚିମବଙ୍ଗରେ ବିକ୍ଷୋଭ ଜାରି ରହିଥିବା ବେଳେ ଏହା ଉପରେ ମତାମତା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା । ସେ କହିଛନ୍ତି, "ଆଜି ବେଙ୍ଗଲ ଜାଳିବାକୁ ଉଦ୍ୟମ ହେଉଛି । ଯଦି ଆଜି ବେଙ୍ଗଲ ଜଳେ କାଲି ଦିଲ୍ଲୀ ଜଳିବ ।" ତୃଣମୂଳ କଂଗ୍ରେସ ଛାତ୍ର ସଂଗଠନ ପ୍ରତିଷ୍ଠା ଦିବସକୁ ଉଦବୋଧନ ଦେବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା । କେନ୍ଦ୍ରକୁ ଚେତାବନୀ ଦେବାକୁ ଯାଇ କହିଛନ୍ତି, "ମନେରଖନ୍ତୁ ଯଦି ବଙ୍ଗଳା ଜଳିଯାଏ, ତେବେ ଆସାମ, ବିହାର, ଝାଡଖଣ୍ଡ, ଓଡିଶା ଏବଂ ଦିଲ୍ଲୀ ମଧ୍ୟ ଜଳିଯିବ ।"

ମମତାଙ୍କୁ ପ୍ରବଳ ବିରୋଧ କଲା ବିଜେପି-

ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ଉତ୍ତେଜନା ସୃଷ୍ଟି କରିଥିବା ଅଭିଯୋଗ କରି ତାଙ୍କ ଇସ୍ତଫା ଦାବି କରିଛି । ବିଜେପି ରାଜ୍ୟ ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି ଯେ, ଏକ ଉଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ବ୍ୟକ୍ତି, ସିଏମ୍ ମମତାଙ୍କ ଏଭଳି ମନ୍ତବ୍ୟ ଘୋର ନିନ୍ଦନୀୟ । ସୁକାନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଏକ ଚିଠି ଲେଖି ସିଏମ ମମତାଙ୍କ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ପ୍ରତି ଦୃଷ୍ଟି ଦେଇ ପଶ୍ଚିମବଙ୍ଗରେ ଜନ ଶୃଙ୍ଖଳା ପୁନଃସ୍ଥାପନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି।

ମମତାଙ୍କ ବୟାନକୁ ବିରୋଧ କଲେ ଓଡିଶା ମୁଖ୍ୟମନ୍ତ୍ରୀ-

"ଓଡ଼ିଶା ସମ୍ପର୍କରେ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେବାପାଇଁ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଏ ଅଧିକାର ଦେଲା କିଏ ? ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଓଡ଼ିଶାବାସୀ ମଧ୍ୟ ଦାୟିତ୍ୱବାନ ଏବଂ ସଚେତନ । ଆମ ରାଜ୍ୟ ଓଡ଼ିଶା ପ୍ରତି ଆପଣଙ୍କର ଏଭଳି ବିଦ୍ୱେଷ ଭାବ, ନକରାତ୍ମକ ମନ୍ତବ୍ୟ ଏବଂ ସମ୍ବେଦନହୀନ ମନୋଭାବକୁ ଆମ ଓଡ଼ିଶାବାସୀ କେବେବି ଗ୍ରହଣ କରିବେ ନାହିଁ । ଜଘନ୍ୟ ଅପରାଧର ଶିକାର ହୋଇଥିବା ଝିଅକୁ ନ୍ୟାୟ ନ ଦେଇ, ପ୍ରତିଶୋଧ ପରାୟଣ ଭାବ ନେଇ ଆପଣ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହା ଦେଶପାଇଁ ବିପଦ ଜନକ ।" ବୋଲି ସୋସିଆଲ ମିଡିଆ ‘ଏକ୍ସ’ ଲେଖିଛନ୍ତି ମୋହନ ମାଝୀ ।

ବହୁଚର୍ଚ୍ଚିତ ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା-

ଏହି ମାମଲାରେ ଛାତ୍ରଛାତ୍ରୀଙ୍କ ବିକ୍ଷୋପ ପରେ ବୁଧବାର ରାଜ୍ୟ ବିଜେପି ପକ୍ଷରୁ 12 ଘଣ୍ଟିଆ ପ୍ରତିବାଦ କରାଯାଇଥିବାବେଳେ କୋଲକାତା ବନ୍ଦ ଡ଼ାକରା ଦିଆଯାଇଛି । ମମତା ସରକାରଙ୍କ ଗଡ଼ରେ ବଡ଼ ଧରଣ ବିକ୍ଷୋଭ କରିଛି ଭାରତୀୟ ଜନତା ପାର୍ଟି । ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କାଁଭାଁ ଗାଡ଼ି ମୋଟର ଚଳାଚଳ କରୁଛି। ବିଜେପି ପକ୍ଷରୁ 12 ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡ଼ାକରା ଦିଆଯାଇଥିବାବେଳେ ସଜାଗ ରହିଛି ପୋଲିସ ।

ନବାନ୍ନ ଘେରାଉ:

ଗତକାଲି (ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ ଘେରାଉ କରିଥିଲେ ହଜାର ହଜାର ଛାତ୍ରଛାତ୍ରୀ । ଏହି ବିକ୍ଷୋଭକୁ ସେମାନେ 'ନବାନ୍ନ ଘେରାଉ' ନାଁ ଦେଇଛନ୍ତି।

'ଜଷ୍ଟିସ ଫର୍ ଅଭୟା'

ହାତରେ ପ୍ଲାକାର୍ଡ ଧରି 'ଜଷ୍ଟିସ ଫର୍ ଅଭୟା' ନାରା ଦେଇ ରାଜରାସ୍ତାକୁ ଓହ୍ଲାଇଥିଲେ ହଜାର ହଜାର ଛାତ୍ରଛାତ୍ରୀ। ନ୍ୟାୟ ପାଇଁ ସରକାରଙ୍କୁ ପ୍ରଶ୍ନ କରିଥିଲେ ଆନ୍ଦୋଳନକାରୀ।

କୋଲକାତାରେ କର୍ଫ୍ୟୁ:

କୋଲକାତାରେ ଛାତ୍ର ସଂଗଠନର ଆକ୍ରୋଶ ରାଲି ଦେଖିବାକୁ ମିଳିଥିଲା। ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଏହାକୁ ନିୟନ୍ତ୍ରଣ କରିବାକୁ କର୍ଫ୍ୟୁ ଜାରି ହେବା ସହ ଦୋକାନବଜାର ଆଦି ବନ୍ଦ କରିଦିଆଯାଇଥିଲା।

ଆନ୍ଦୋଳନକାରୀଙ୍କ ଉପରେ ଲାଠି ଚାର୍ଜ:

ବିକ୍ଷୋଭ ସମୟରେ ଛାତ୍ରଛାତ୍ରୀମାନେ ବ୍ୟାରିକେଡ୍ ଡେଇଁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଥିବାବେଳେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ପୋଲିସ ଲାଠିଚାର୍ଜ ସହ ପାଣି ମାଡ଼ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ସେପଟେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ପ୍ରତିବାଦ କରିଛି ରାଜ୍ୟ ବିଜେପି।

କ'ଣ ଥିଲା ସେଦିନ ରାତିର ଘଟଣା?

ସୂଚନାନୁସାରେ, ପୀଡିତା ଏବଂ ଦୁଇଜଣ ପ୍ରଥମ ବର୍ଷର ସ୍ନାତକୋତ୍ତର ଟ୍ରେନି ଡାକ୍ତର ପ୍ରାୟ ମଧ୍ୟରାତ୍ରିରେ ଏକାଠୀ ରାତ୍ରୀଭୋଜନ କରିଥିଲେ । ତା’ପରେ ସେମାନେ ସେମିନାର ରୁମକୁ ଯାଇ କିଛି ସମୟ ବିଶ୍ରାମ କରିଥିଲେ । ସେଠାରେ ସେମାନେ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ ଜାଭେଲିନ୍ ଇଭେଣ୍ଟ ଦେଖିଥିଲେ । ରାତି ପ୍ରାୟ 2ଟା ସମୟରେ ଦୁଇ ସହକର୍ମୀ ସେମିନାର ହଲରୁ ଶୟନ କୋଠରୀକୁ ଯାଇଥିଲେ । ସେଠାରେ ସେମାନେ ଡ୍ୟୁଟିରେ ଥିବା ଡାକ୍ତରମାନଙ୍କ ବିଶ୍ରାମ ପାଇଁ ଥିବା ପ୍ରକୋଷ୍ଠରେ ବିଶ୍ରାମ କରିଥିଲେ । କିନ୍ତୁ ପୀଡିତା ସେମିନାର ରୁମରେ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.