ହାଇଦ୍ରାବାଦ: ଜନ୍ମ ତିଥି, ବାର, ମାସରୁ ଭବିଷ୍ୟତ ବିଷୟରେ ଅନେକ କିଛି ଜାଣିହୁଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେମିତି କୌଣସି ବ୍ୟକ୍ତିଙ୍କ ରାଶି ଅନୁସାରେ ତା'ର ସ୍ବଭାବ କୁହାଯାଏ, ଠିକ୍ ସମେତି ଜନ୍ମ ମାସରୁ ମଧ୍ୟ ତାଙ୍କ ସ୍ବଭାବ ଓ ଜୀବନ ବିଷୟରେ ସୂଚନା ମିଳିପାରେ । ଏବେ ସେପ୍ଟେମ୍ବର ମାସ ଆରମ୍ଭ ହେବାକୁ ଯାଉଛି । କ୍ୟାଲେଣ୍ଡର ଅନୁସାରେ, ସେପ୍ଟେମ୍ବର ବର୍ଷର ନବମ ମାସ । ଅଙ୍କ ଜ୍ୟୋତିଷ ମୁତାବକ, ସେପ୍ଟେମ୍ବର ମଙ୍ଗଳ ଗ୍ରହର ମାସ ଭାବେ ବିବେଚନା କରାଯାଏ । ମଙ୍ଗଳ ସାହାସ ଓ ପରାକ୍ରମର ପ୍ରତୀକ । ମାନ୍ୟତା ଅନୁସାରେ, ମଙ୍ଗଳ ଗ୍ରହର ପ୍ରଭାବ କାରଣରୁ ଏହି ମାସରେ ଜନ୍ମିତ ଲୋକେ ନିର୍ଭୟରେ ନିଜ କଥା ରଖନ୍ତି ଓ ଖୁବ୍ କୋମଳ ହୃଦୟର ହୋଇଥାନ୍ତି । ଏମିତିରେ ଚାଲନ୍ତୁ ଜାଣିବା, ସେପ୍ଟେମ୍ବରରେ ଜନ୍ମିତ ବ୍ୟକ୍ତି ସ୍ବଭାବ, କ୍ୟାରିଅର ଓ ପ୍ରେମ ବ୍ୟାପାରରେ କେମିତି...
ପରିଶ୍ରମୀ:
ସେପ୍ଟେମ୍ବରରେ ଜନ୍ମ ହୋଇଥିବା ଲୋକ ଖୁବ୍ ପରିଶ୍ରମୀ ହୋଇଥାନ୍ତି । ସବୁ କାମ ପୁରା ନିଷ୍ଠା ସହକାରେ କରିବାକୁ ଚେଷ୍ଟା କରନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏମାନଙ୍କୁ କ୍ୟାରିୟରରେ ଶୀଘ୍ର ସଫଳତା ମିଳିଥାଏ । ଏମାନେ କେବେ କୌଣସି କାମରୁ ପଛଘୁଞ୍ଚା ଦିଅନ୍ତି ନାହିଁ ଓ ଖୁବ୍ ଜିଜ୍ଞାସୁ ସ୍ବଭାବର ହୋଇଥାନ୍ତି । ଏହି ମାସରେ ଜନ୍ମିତ ଲୋକେ ଭଲ ବୈଜ୍ଞାନିକ, ଶିକ୍ଷକ, ପରାମର୍ଶଦାତା ଓ ରାଜନୀତିଜ୍ଞ ହୋଇପାରନ୍ତି ।
କୋମଳ ହୃଦୟର:
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସେପ୍ଟେମ୍ବରରେ ଜନ୍ମ ହୋଇଥିବା ଲୋକେ ହୃଦୟରୁ ଅତି କୋମଳ ଓ ସ୍ବଚ୍ଛ । ଏମାନେ ଅଧିକ ଭାବୁକ ମଧ୍ୟ ହୋଇଥାନ୍ତି । ଏମାନେ ଅନ୍ୟ ଆଗରେ ନିଜକୁ ଅତି କଠୋର ଓ ମଜଭୁତ ଦେଖାଇବାକୁ ଚେଷ୍ଟା କରନ୍ତି ହେଲେ ହୃଦୟରୁ ଖୁବ୍ କୋମଳ ହୋଇଥାନ୍ତି ।
ସୃଜନଶୀଳ ଓ ବୁଦ୍ଧିମାନ:
ଏହି ଲୋକମାନେ ବହୁତ ସୃଜନଶୀଳ ବା କ୍ରିଏଟିଭ ହୋଇଥାନ୍ତି । ପେଣ୍ଟିଂ, ମ୍ୟୁଜିକ ଓ ଅନ୍ୟ କ୍ରିଏଟିଭିଟି ମାଧ୍ୟମରେ ନିଜକୁ ପ୍ରକାଶ କରିବାକୁ ଭଲ ପାଆନ୍ତି । ଏଥିସହ ଏମାନେ ବୁଦ୍ଧିମାନ ହୋଇଥିବାରୁ ତାର୍କିକ ଢଙ୍ଗରେ ଯେକୌଣସି କଠିନ ପରିସ୍ଥିତିର ସମାଧାନ ବାହାର କରିପାରନ୍ତି ।
ସେପ୍ଟେମ୍ବରରେ ଜନ୍ମିତ ଲୋକଙ୍କ ବୈବାହିକ ଜୀବନ:
ସେପ୍ଟେମ୍ବର ମାସରେ ଜନ୍ମ ହୋଇଥିବା ଲୋକଙ୍କ ବୈବାହିକ ଜୀବନ ସୁଖପ୍ରଦ ହୋଇଥାଏ । ତାଙ୍କୁ ନିଜ ଜୀବନସାଥୀର ପୂର୍ଣ୍ଣ ସହଯୋଗ ମିଳିଥାଏ । କେବେ କେବେ ନିଜର ସ୍ବଭାବ କାରଣରୁ ସେମାନଙ୍କୁ ଜୀବନରେ ଉତ୍ଥାନ ଓ ପତନ ଦେଖିବାକୁ ପଡେ । ହେଲେ ସମୟ ସହିତ ପରିବର୍ତ୍ତନ ପରେ ସେମାନଙ୍କୁ ଶୁଭଫଳ ପ୍ରାପ୍ତ ହୋଇଥାଏ ।
ସେପ୍ଟେମ୍ବରରେ ଜନ୍ମିତ ଲୋକଙ୍କ ଏହି ଖରାପ ଗୁଣ:
ମଙ୍ଗଳର ପ୍ରଭାବ କାରଣରୁ ଏହି ଲୋକମାନଙ୍କୁ ବହୁତ ଶୀଘ୍ର ରାଗ ଆସିଥାଏ । ସେମାନେ ନିଜ ରାଗ ଲୁଚାଇ ପାରନ୍ତି ନାହିଁ ଓ ତୁରନ୍ତ ଜାହିର୍ କରିଦିଅନ୍ତି । ଏମାନେ ସମ୍ପର୍କରେ ମିଛ ଓ ଧୋକା ଆଦୌ ବରଦାସ୍ତ କରନ୍ତିନି । ଏହି ଲୋକମାନେ ନିଜର ଓ ନିଜ ପାର୍ଟନର ମଧ୍ୟରେ କୌଣସି ତୃତୀୟ ଲୋକର ହସ୍ତକ୍ଷେପ ଜମାରୁ ପସନ୍ଦ କରନ୍ତି ନାହିଁ ।
Disclaimer- ଏହି ଖବର ଲୋକମାନ୍ୟତା ଉପରେ ଆଧାରିତ । ଏଥିରେ ସାମିଲ ସୂଚନା ଓ ତଥ୍ୟର ସଠିକତା ପାଇଁ ଇଟିଭି ଭାରତ ଉତ୍ତରଦାୟୀ ନୁହେଁ ।