ହାଇଦ୍ରାବାଦ: ସନାତନ ଧର୍ମରେ ରାଶିଫଳକୁ ବିଶ୍ବାସ କରାଯାଏ । ଭିନ୍ନ ନକ୍ଷତ୍ର, ମୂହୁର୍ତ୍ତରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ଭିନ୍ନ ଭିନ୍ନ ରାଶି ହୋଇଥାଏ । ତେବେ ରାଶି ଅନୁସାରେ ବ୍ୟକ୍ତିଙ୍କ ଭ୍ୟଗ୍ୟରେ ସୁଖ, ସମୃଦ୍ଧ, ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ସେହିପରି ରାଶି ଅନୁସାରେ ମଧ୍ୟ ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ଭିନ୍ନ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କ କିଭଳି ବ୍ୟକ୍ତିତ୍ବ ।
ମେଷ: ଏହିରାଶିର ବ୍ୟକ୍ତି ଅନ୍ୟମାନଙ୍କର ଭଲ ବନ୍ଧୁ ହୋଇଥାନ୍ତି । ଏହି ରାଶିର ବ୍ୟକ୍ତିମାନେ ମୁଖ୍ୟତଃ ସ୍ପଷ୍ଟବାଦୀ । ପ୍ରତ୍ୟେକ କାର୍ଯ୍ୟକୁ ନିର୍ଭୟର ସହ ସମ୍ପାଦନ କରିଥାନ୍ତି । ଲୋକମାନେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତି । ଅନ୍ୟର ଦୁଖଃ ସମୟରେ ଛିଡ଼ା ହୋଇଥାନ୍ତି । ବ୍ୟବସାୟ କ୍ଷେତ୍ରରେ ଏମାନେ ସଫଳତା ପାଇଥାନ୍ତି । ବୁଲାବୁଲି କରିବାକୁ ପସନ୍ଦ କରନ୍ତି ।
ବୃଷ: ଏହି ରାଶିର ବ୍ୟକ୍ତିମାନେ କର୍ମନିଷ୍ଠ । ସରଳ ବିଶ୍ବାସୀ ସ୍ବଭାବର ହୋଇଥାନ୍ତି । ଏମାନଙ୍କ ମନ ନିର୍ମଳ ଓ ଶାନ୍ତ ସ୍ବଭାବର । ସର୍ବଦା ଭାବନାତ୍ମକ ରାଇଜରେ ମଜି ରୁହନ୍ତି । ଏହି ରାଶିର ବ୍ୟକ୍ତି ସେମାନଙ୍କ ଜୀବନସାଥୀଙ୍କୁ ବହୁତ ଭଲ ପାଆନ୍ତି । ଅଳ୍ପ ପରିଶ୍ରମରେ ଏମାନଙ୍କୁ ଫଳ ପ୍ରାପ୍ତି ହୋଇଥାଏ । ଭବିଷ୍ୟକୁ ଆଖିଆଗରେ ରଖି କାର୍ଯ୍ୟ କରନ୍ତି ।
ମିଥୁନ: ଏହା ରାଶିର ବ୍ୟକ୍ତି ଅନ୍ୟମାନଙ୍କ ଭଲ ବନ୍ଧୁ ହୋଇଥାନ୍ତି । ଏମାନେ ଅତି ସୌଭାଗ୍ୟବାନ । ଉଚ୍ଚାଭିଳାଷୀ ସ୍ବଭାବର ହୋଇଥାନ୍ତି । ଖୋଲା ମନୋଭାବ ପୋଷଣ କରନ୍ତି । ସମ୍ପର୍କ ଗଢ଼ିବା ଉପରେ ଧ୍ୟାନ ଦିଅନ୍ତି । ସହଜରେ ଅନ୍ୟମାନଙ୍କୁ ବିଶ୍ବାସ କରିନିଅନ୍ତି । ସମସ୍ତଙ୍କୁ ନିଜର ମନର କଥା ପ୍ରକାଶ କରନ୍ତି ନାହିଁ । ସବୁ ସମସ୍ୟାର ସମାଧାନ ପାଇଁ ଏହା ରାଶିର ବ୍ୟକ୍ତିଙ୍କ ପାଖରେ ବାଟ ଥାଏ ।
କର୍କଟ: ଏହା ରାଶିର ବ୍ୟକ୍ତି ବିଶେଷମାନେ ରୋକଠୋକ କହିବାରେ ବିଶ୍ବାସ କରନ୍ତି । ଅନ୍ୟମାନଙ୍କୁ ସହଜରେ ବିଶ୍ବାସ କରନ୍ତି ନାହିଁ । ପରିସ୍ଥିତି ଦେଖି ନିଷ୍ପତ୍ତି ନେଇଥାନ୍ତି । ନିଜ କାର୍ଯ୍ୟ ହାସଲ କରିବା ପାଇଁ ପ୍ରତ୍ୟେକ ସମସ୍ୟାର ସମ୍ମୁଖୀନ ହେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଏମାନେ ସ୍ପଷ୍ଟବାଦୀ । ପଶୁପକ୍ଷୀ ପ୍ରେମୀ । ପ୍ରାକୃତିକ ପରିବେଶରେ ସମୟ କାଟିବା ପାଇଁ ପସନ୍ଦ କରନ୍ତି ।
ସିଂହ: ଏହି ରାଶିର ବ୍ୟକ୍ତିମାନେ ଶୀଘ୍ର ରାଗି ଯାଇଥାନ୍ତି । ମାତ୍ର ମନ ଭିତରୁ ନିର୍ମଳ ହୋଇଥାନ୍ତି । କାହାର କ୍ଷତି କଥା କେବେ ବି ଚିନ୍ତା କରନ୍ତି ନାହିଁ । ଏହି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ କାର୍ଯ୍ୟ ପରଫେକ୍ଟ ହେବା ଦରକାର । ଅଯଥାରେ ଏମାନେ ଅନ୍ୟ କଥାରେ ମୁଣ୍ଡ ଖେଳାଇବାକୁ ଆଦୌ ପସନ୍ଦ କରନ୍ତି ନାହିଁ । ନିଜ ମନର କଥା ଅନୁସାରେ ଏମାନେ କାର୍ଯ୍ୟ କରନ୍ତି ।
କନ୍ୟା: ଏହି ରାଶିର ବ୍ୟକ୍ତିମାନେ ମୁଖ୍ୟତଃ ଶାନ୍ତ ସରଳ ସ୍ବଭାବର । ପ୍ରତ୍ୟେକ କାର୍ଯ୍ୟକୁ ଧ୍ୟାନ ସହକାରେ କରନ୍ତି । ଅଧିକାଂଶ ବ୍ୟକ୍ତି ପ୍ରେମ ବିବାହ କରିଥାନ୍ତି । ଠିକ ସମୟରେ ଏବଂ ବୃତ୍ତିଗତ ଢଙ୍ଗରେ ସେମାନଙ୍କର ଲକ୍ଷ୍ୟ ହାସଲ କରିଥାନ୍ତି । ଅନ୍ୟର ଦୁଃଖରେ ଏମାନେ ଦୁଃଖି ହୋଇଯାଆନ୍ତି । ମାତ୍ର ଏହି ରାଶିର ବ୍ୟକ୍ତି ବହୁତ ଚାଲାକ ସ୍ବଭାବର । ମିଛ କହୁଥିବା ବ୍ୟକ୍ତିକୁ ଏହି ରାଶିର ବ୍ୟକ୍ତି ସହଜରେ ଜାଣିପାରନ୍ତି ।
ତୁଳା: ବ୍ୟକ୍ତିମାନେ ମୁଖ୍ୟତଃ ମେଳାପି ସ୍ବଭାବର । ବ୍ୟକ୍ତିମାନେ ସହଜରେ ନିଜ ମନର କଥା ଅନ୍ୟ କାହା ଆଗରେ ପରିପ୍ରକାଶ କରନ୍ତି ନାହିଁ । କ୍ରିଏଟିଭ କାର୍ଯ୍ୟରେ ଅଧିକ ଆଗ୍ରହ ପ୍ରକାଶ କରିଥାନ୍ତି । ଏହି ଲୋକମାନେ ଖୁସି ମିଜାଜର ଏବଂ ଏହି ଗୁଣ ପାଇଁ ସେମାନେ ନିଜ ଜୀବନରେ କିଛି ଚମତ୍କାର ହାସଲ କରିବାରେ ସକ୍ଷମ ହୁଅନ୍ତି ।
ବିଛା: ବ୍ୟକ୍ତିମାନେ ଭାଗ୍ୟବାନ ହୋଇଥାନ୍ତି । ବଡ ବଡ଼ କାର୍ଯ୍ୟ ଗୁଡ଼ିକୁ ମଧ୍ୟ ସହଜରେ କରିବାକୁ ସକ୍ଷମ ହୁଅନ୍ତି । ଏହାସହ ଏମାନେ ସାହସୀ ସ୍ବଭାବର ଅଟନ୍ତି । ଯଦିଓ ଏମାନେ ସମାନ୍ୟ ରାଗି ସ୍ବଭାବର ହୋଇଥାନ୍ତି, ମାତ୍ର ମନରେ ଅନ୍ୟମାନଙ୍କ ପ୍ରତି ଭଲ ପାଇବା ରହିଥାଏ । ନିଜର ଭଲପାଇବାକୁ ପରିପ୍ରକାଶ କରିପାରନ୍ତି ନାହିଁ । ପ୍ରତ୍ୟେକ କାର୍ଯ୍ୟକୁ ଶୀଘ୍ର ଶୀଘ୍ର କରିବାକୁ ଚେଷ୍ଟା କରନ୍ତି ।
ଧନୁ: ବ୍ୟକ୍ତି ଅତ୍ୟନ୍ତ ଧର୍ଯ୍ୟଶୀଳ ଓ ଯତ୍ନବାନ । ଏହାସହ ସାମାନ୍ୟ ରାଗି ସ୍ବଭାବର । ମାତ୍ର ଏମାନଙ୍କ ମନ ନିର୍ମଳ । ଏହି ବ୍ୟକ୍ତିମାନେ ଜୀବନରେ ସୁଖ ସମୃଦ୍ଧି ସହ ମାନ ସମ୍ମାନ ପାଇଥାନ୍ତି । ଏମାନେ ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତି ନାହିଁ । କୌଣସି ପରିସ୍ଥିତିରେ ମଧ୍ୟ ଅନ୍ୟ ଆଗରେ ମୁଣ୍ଡ ନୁଆଁଇ ନଥାନ୍ତି । କଥାକୁ ସିଧାସିଧା କହିଥାନ୍ତି । ଏମାନେ ତୀକ୍ଷ୍ନ ବୁଦ୍ଧି ସମ୍ପର୍ଣ୍ଣର ବ୍ୟକ୍ତିତ୍ବ ।
ମକର: ସରଳ ଓ ସଙ୍କୁଚିତ ମନୋଭାବ ବ୍ୟକ୍ତିମାନେ ନିଜ ହିସାବରେ ତାଙ୍କ ଜୀବନ ଅତିବାହିତ କରିଥାନ୍ତି । ଏହା ବ୍ୟତୀତ ସେମାନେ ତାଙ୍କ ଜୀବନରେ ଯାହା ଚାହାଁନ୍ତି ତାହା ହାସଲ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି । ଈଶ୍ବରଙ୍କ ଉପରେ ବିଶ୍ୱାସ ରଖିଥାନ୍ତି । ପ୍ରତ୍ୟକ କାର୍ଯ୍ୟରେ ବାରମ୍ବାର ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତି ।
କୁମ୍ଭ: ଏହି ରାଶିର ବ୍ୟକ୍ତି ବହୁତ ଚାଲାକିର ସହ କାର୍ଯ୍ୟ କରନ୍ତି । ଅନ୍ୟର ବିପଦ ସମୟରେ ସାଥ ଦିଅନ୍ତି । ଅନ୍ୟମାନଙ୍କୁ ଆପଣାର କରିବା କଳା ଏହି ରାଶିର ବ୍ୟକ୍ତିଙ୍କ ପାଖରେ ଥାଏ । କଠିନ କାର୍ଯ୍ୟକ୍ଷେତ୍ରରେ ଶକ୍ତିଶାଳୀ ହୋଇ କାର୍ଯ୍ୟ କରନ୍ତି । ମାତ୍ର ଏହି ରାଶିର ବ୍ୟକ୍ତିମାନଙ୍କର ଅନେକ ସମୟରେ ଅର୍ଥ ସମସ୍ୟା ଦେଖାଦେଇଥାଏ । ଏହି ରାଶିର ବ୍ୟକ୍ତି ବାରମ୍ବାର ପ୍ରେମରେ ପଡ଼ନ୍ତି ।
ମୀନ: ଏହି ରାଶିର ବ୍ୟକ୍ତି ସବୁବେଳେ ହସଖୁସିରେ ରହିବାକୁ ଚେଷ୍ଟା କରନ୍ତି । ବହୁତ ସାହାସୀ ସ୍ବଭାବର ହୋଇଥାନ୍ତି । କଠିନ ପରିଶ୍ରମୀ ହୋଇଥାନ୍ତି । ନିଜ ସହ ନିଜ ଚତୁଃର୍ପାଶ୍ବରେ ଥିବା ଲୋକମାନଙ୍କ ଉପରେ ତୀକ୍ଷ୍ନ ନଜର ରଖିଥାନ୍ତି । ଅନ୍ୟକୁ ମିଠା କଥା କହି ବଶ କରିବାର କଳା ଏମାନଙ୍କ ପାଖରେ ଥାଏ । ଏହି ରାଶିର ବ୍ୟକ୍ତି ପ୍ରେମ ବିବାହ କରିବାକୁ ପସନ୍ଦ କରନ୍ତି ।