ETV Bharat / bharat

5ଲକ୍ଷରେ କିଡନୀ କିଣି 30ଲକ୍ଷରେ ବିକ୍ରି; ଦିଲ୍ଲୀରେ ବଡ଼ ଧରଣର ଅର୍ଗାନ ଟ୍ରାନ୍ସପ୍ଲାଣ୍ଟର ପର୍ଦ୍ଦାଫାସ - Kidney Transplant Racket in Delhi

author img

By ETV Bharat Odisha Team

Published : Jul 9, 2024, 6:05 PM IST

Kidney Transplant Racket in Delhi: କିଡନୀ କିଣୁଥିଲେ 5 ଲକ୍ଷରେ, ଆଉ ବିକୁଥିଲେ 30 ଲକ୍ଷରେ । ପୋଲିସ ହାତରେ ଲାଗିଛି ମାନବ ଅଙ୍ଗପ୍ରତ୍ୟଙ୍ଗ ଟ୍ରାନ୍ସପ୍ଲାଣ୍ଟ ରାକେଟର ଚେର । ଡାକ୍ତର ବି ସର୍ଜରୀ ପିଛା ନେଉଥିଲେ 2 ଲକ୍ଷ ଟଙ୍କା । ଅଧିକ ପଢନ୍ତୁ

Kidney Transplant Racket in Delhi
Kidney Transplant Racket in Delhi (ETV Bharat Odisha)

ନୂଆଦିଲ୍ଲୀ: ପୋଲିସ ହାତରେ ଧରାପଡିଛି ଅନ୍ତର୍ଜାତୀୟ ଅଙ୍ଗ ତସ୍କରୀ ରାକେଟ । ଆଜି ଦିଲ୍ଲୀ ପୋଲିସ ଏକ ଅନ୍ତର୍ଜାତୀୟ କିଡନୀ ଟ୍ରାନ୍ସପ୍ଲାଣ୍ଟ ରାକେଟର ପର୍ଦ୍ଦାଫାସ କରିଛି । ଏହି ମାନବ ଅଙ୍ଗ ତସ୍କରୀ ରାକେଟ ଜଣେ କିଡନୀ ଦାନକାରୀଙ୍କ ଠାରୁ ୪-୫ ଲକ୍ଷରେ କିଡନୀ ନେଇ ତାକୁ ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ ୨୦ରୁ ୩୦ ଲକ୍ଷ ମଧ୍ୟରେ ବିକ୍ରି କରୁଥିଲେ । ସେହିଭଳି ସର୍ଜରୀ କରିଥିବା ମହିଳା ଡାକ୍ତର ପ୍ରତି ସର୍ଜରୀ ପିଛା ୨ଲକ୍ଷ ଟଙ୍କା ନେଉଥିଲେ ।

ପୋଲିସର ସୂଚନା ମୁତାବକ ଯେଉଁ ହସ୍ପିଟାଲରେ ଏହି ସର୍ଜରୀ ହେଉଥିଲା ତାହା ନୋଏଡା ଅଞ୍ଚଳର ଏକ ବଡ଼ ହସ୍ପିଟାଲ ଅଟେ । କିଡନୀ ଡୋନର ଓ ରିସିଭରଙ୍କୁ ଦିଲ୍ଲୀର ଜସୋଲା ଫ୍ଲାଟରେ ରଖାଯାଉଥିଲା । ସେଠାରେ ବାଂଲାଦେଶ ହାଇ କମିଶନଙ୍କ ଅନେକ ନକଲି କାଗଜପତ୍ର ଜବତ କରାଯାଇଛି । ପୋଲିସ ଏହି ରାକେଟ ସହ ଜଡିତ ୭ଜଣ ଲୋକଙ୍କୁ ଗିରଫ କରିଛି । ଏହି ଗିରଫ ବ୍ୟକ୍ତି ମାନଙ୍କ ସମ୍ବନ୍ଧ ବାଂଲାଦେଶ ସହ ରହିଥିବା ନେଇ ସୂଚନା ରହିଛି । ଏହି ରାକେଟର ମାଷ୍ଟର ମାଇଣ୍ଡ ବାଂଲାଦେଶର ବୋଲି ଜଣାପଡିଛି । ଏକ ବଡ଼ ଘରୋଇ ହସ୍ପିଟାଲର ସିନିଅର ଡାକ୍ତର ବିଜୟା କୁମାରୀଙ୍କର ନାଁ ମଧ୍ୟ ସାମନାକୁ ଆସିଛି । ତାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ... ସାଂଘାତିକ ହୋଇପାରେ କିଡନୀ ରୋଗ, ଠିକ୍ ସମୟରେ କରନ୍ତୁ ଚିକିତ୍ସା

ଡାକ୍ତରଙ୍କ ଛଡା, ଗତ ମାସ ୩ ଜଣ ବାଂଲାଦେଶୀ ନାଗରିକ ମାନଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ନୂଆଦିଲ୍ଲୀ ସ୍ଥିତ ବାଂଲାଦେଶ କମିଶନରଙ୍କ ନାଁରେ ନକଲି ଦସ୍ତାବିଜ ତିଆରି ହୋଇଥିଲା । ଯେଉଁଥିରେ ଅଙ୍ଗଦାନ କରୁଥିବା ଓ ଗ୍ରହଣ କରିଥିବା (ଉଭୟ ବାଂଲାଦେଶୀ)ଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ଦାବି କରାଯାଇଥିଲା । ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ଅବୈଧ ରୂପେ ଚାଲିଥିବା ମାନବ କିଡନୀର କଳାବଜାରୀ ବାଂଲାଦେଶରୁ ପରିଚାଳିତ ହେଉଥିଲା କିନ୍ତୁ ଭାରତରେ ଏହାକୁ କାର୍ଯ୍ୟାନ୍ବିତ କରାଯାଉଥିଲା ।

ସୂଚନାଯୋଗ୍ୟ ଯେ ବିଜୟା କୁମାରୀ ସିନିୟର କଂସଲଟେଣ୍ଟ ଓ କିଡନୀ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଅଟନ୍ତି । ୫୦ ବର୍ଷୀୟା ଡାକ୍ତର ବିଜୟା କୁମାରୀଙ୍କୁ ହସ୍ପିଟାଲରୁ ନିଲମ୍ବନ କରାଯାଇଛି । ସେ ୨୦୨୧ରୁ ୨୦୨୩ ମଧ୍ୟରେ ନୋଏଡା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପ୍ରାୟ ୧୫ରୁ ୧୬ଟି ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.