ETV Bharat / bharat

ଚର୍ଚ୍ଚାରେ ଭଗତ ସିଂ ଓ ଆମ୍ବେଦକରଙ୍କ ଫଟୋ ମଝିରେ କେଜ୍ରିଓ୍ବାଲଙ୍କ ଫଟୋ - Kejriwal picture row

author img

By ETV Bharat Odisha Team

Published : Apr 4, 2024, 9:56 PM IST

Kejriwal's picture between Bhagat Singh and BR Ambedkar: ଭଗତ ସିଂ ଓ ଆମ୍ବେଦକରଙ୍କ ଫଟୋ ମଧ୍ୟରେ କେଜ୍ରିଓ୍ବାଲଙ୍କ ଫଟୋ ଲଗାଯିବାକୁ ସଂଘର୍ଷର ପ୍ରତୀକ କହିଲା AAP । ମନ୍ତ୍ରୀ ଅତିଶୀ କହିଲେ, ଏକଛତ୍ରବାଦ ବିରୋଧରେ ସ୍ବାଧୀନତା ସଂଗ୍ରାମ । ଅଧିକ ପଢନ୍ତୁ

ଭଗତ ସିଂ ଓ ଆମ୍ବେଦକରଙ୍କ ଫଟୋ ମଝିରେ କେଜ୍ରିଓ୍ବାଲଙ୍କ ଫଟୋକୁ ସଂଘର୍ଷର ପ୍ରତୀକ କହିଲା AAP

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଜେଲରୁ ପଠାଇଥିବା ବାର୍ତ୍ତାକୁ ଭିଡିଓ ମାଧ୍ୟମରେ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ପତ୍ନୀ ସୁନୀତା । ପୂର୍ବରୁ ମଧ୍ୟ ଥରେ ସୁନିତା ସମାନ ଢଙ୍ଗରେ କେଜ୍ରିଓ୍ବାଲଙ୍କ ବାର୍ତ୍ତାକୁ ନେଇ ସମ୍ବୋଧିତ କରିଥିଲେ । ମାତ୍ର ଆଜି ଏହି ଘଟଣାକ୍ରମରେ କିଛି ରୋଚକ ଘଟଣା ମଧ୍ୟ ନଜର ଆସିଛି । ସୁନିତା ସମ୍ବୋଧିତ କରୁଥିବା ପ୍ରକୋଷ୍ଠର ପଛପଟ କାନ୍ଥରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଶହୀଦ ଭଗତ ସିଂ ଓ ସମ୍ବିଧାନ ପ୍ରଣେତା ଡ.ଭୀମରାଓ ଆମ୍ବେଦକରଙ୍କ ଫଟୋ ଲାଗିଛି । ଏହି ଦୁଇ ମହାପରୁଷଙ୍କ ଫଟୋ ମଧ୍ୟରେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଜେଲରେ ଥିବା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଫଟୋ ମଧ୍ୟ ଲଗାଯାଇଥିବା ଦେଖିବାକୁ ମିଳିଛି । ସେ ବି କେଜ୍ରିଓ୍ବାଲଙ୍କ ସାଧାରଣ ଫଟୋ ନୁହେଁ ବରଂ କେଜ୍ରିଓ୍ବାଲ ଜେଲର ଲୁହା ରେଲିଂ ପଛରେ ଥିବା ଏକ ସମ୍ପାଦିତ ଫଟୋ (ଏଡିଟେଡ ଫଟୋ) । ଯାହାକୁ ନେଇ ବିରୋଧୀ ଆମ ଆଦମୀ ପାର୍ଟିକୁ କଟାକ୍ଷ କରଛନ୍ତି । ମାତ୍ର ଦଳ କିନ୍ତୁ ଏହାକୁ ଭିନ୍ନ ଢଙ୍ଗରେ ଡିଫେଣ୍ଡ କରିଛି । ଏହି ଦୁଇ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଫଟୋ ମଧ୍ୟରେ କେଜ୍ରିଓ୍ବାଲଙ୍କ ଫଟୋକୁ ରଖାଯିବା ମଧ୍ୟ ସଂଘର୍ଷର ପ୍ରତୀକ ବୋଲି ଦଳ କହିଛି ।

ଆଜି ସୁନୀତାଙ୍କ ସମ୍ବୋଧନ ପରେ ଏହି ଫୋଟକୁ ନେଇ ଚର୍ଚ୍ଚା ବଢିଛି । ଦଳର ବରିଷ୍ଠ ନେତ୍ରୀ ତଥା ମନ୍ତ୍ରୀ ଅତିଶୀ କହିଛନ୍ତି, ‘‘ଏହା ସଂଘର୍ଷର ପ୍ରତୀକ । ବିଜେପି ସରକାର ମିଛ ମାମଲାରେ କେଜ୍ରିଓ୍ବାଲଙ୍କୁ ଗିରଫ କରି ଜେଲ ପଠାଇଛି । ଏହା ମୋଦି ସରକାରର ଏକଛତ୍ରବାଦ ବିରୋଧରେ ଏକ ସଂଘର୍ଷ । ଏହି ଫଟୋ ସେଠାରେ ଲଗାଯିବାର କାରଣ ଏହା ଆମକୁ ସବୁବେଳ ମନେ ପକାଇବ ଯେ, ଏବେ ମଧ୍ୟ ସଂଘର୍ଷ ଜାରି ରହିଛି । ଏବେ ଦିଲ୍ଲୀରେ ଜାରି ରହିଥିବା ସଂଘର୍ଷ କୌଣସି ସ୍ବାଧୀନତା ସଂଗ୍ରାମ ଠାରୁ ମଧ୍ୟ କମ ନୁହେଁ । ଯେତେବେଳେ ଆମେ ବିଜେପିର ଏକଛତ୍ରବାଦ ବିରୋଧରେ ଲଢେଇ କରୁଛୁ, ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଜେଲରେ ରହି ଲଢେଇ ଲଢୁଛନ୍ତି । ଏହି ଫଟୋ ତାଙ୍କ ସଂଘର୍ଷର ପ୍ରତୀକ ଭାବେ ଆମକୁ ପ୍ରେରଣା ଦେବ ।’’

ଏହା ମଧ୍ୟ ପଢନ୍ତୁ :- ଆମେଠୀରୁ ଏଥର ରାହୁଲଙ୍କ ପରିବର୍ତ୍ତେ ଭିଣୋଇ ରବର୍ଟ ଭଦ୍ରା ! - Robert Vadra Hints Contesting Polls

ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନରୁ ରାଜନୀତିକୁ ଆସି କ୍ଷମତା ହାସଲ କରି ସରକାର ଗଠନ କରିଥିବା କେଜ୍ରିଓ୍ବାଲ ଏବେ ନିଜେ ଭ୍ରାଷ୍ଟାଚାର ଅଭିଯୋଗରେ ଜେଲର ଚାରିକାନ୍ଥ ମଧ୍ୟରେ । ହେଲେ ସେ ଓ ତାଙ୍କ ଦଳର ତମାମ ନେତା ଏହାକୁ ଉଦ୍ଦେଶ୍ଯମୂଳକ କର୍ଯ୍ୟାନୁଷ୍ଠାନ ବୋଲି ପ୍ରଥମରୁ କହିଆସିଛନ୍ତି । ତେବେ ଜେଲ ଯିବା ପରେ ମଧ୍ୟ କେଜ୍ରିଓ୍ବାଲ ହିଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ବୋଲି ଦଳ ସ୍ପଷ୍ଟ କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.