ETV Bharat / bharat

ଏମିତି ବଦଳିଲା ଭାଗ୍ୟ, ରାତାରାତି ଜିତିଲେ 25 କୋଟି

ରାତାରାତି ବଦଳିଗଲା ଭାଗ୍ୟ । ମେକାନିକରୁ କୋଟିପତି । ଭାଗ୍ୟ ଫିଟାଇ ଦେଲା 500 ଟଙ୍କିଆ ଲଟେରୀ ।

author img

By ETV Bharat Odisha Team

Published : 3 hours ago

MECHANIC WINS LOTTERY
MECHANIC WINS LOTTERY (ETV Bharat Odisha)

ବେଙ୍ଗାଲୁରୁ: ଭାଗ୍ୟ କେତେବେଳେ ବି ବଦଳିଯାଏ । ରାତାରାତି କୋଟିପତିରୁ କିଏ ଭିକାରୀ ହୋଇଯାଏ ତ କିଏ ହୋଇଯାଏ କୋଟିପତି । କଥାରେ ଅଛି ନା ରାତାରାତି କିଏ ରାଜା ହୋଇଯାଏ ତ କିଏ ଦାଣ୍ଡର ଭିକାରୀ । ଭାବୁଛନ୍ତି କି ଏକଥା ଆମେ କାହିଁକି କହୁଛୁ । ହଁ ଆଜ୍ଞା କର୍ଣ୍ଣାଟକରେ ଘଟିଛି ଏମିତି ଏକ ଘଟଣା । ଜଣେ ମେକାନିକଙ୍କ ରାତାରାତି ବଦଳି ଯାଇଛି ଭାଗ୍ୟ । ଆଉ ହୋଇଯାଇଛନ୍ତି କୋଟିପତି । ଯାହା ଏବେ ପୂରା କର୍ଣ୍ଣାଟକରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଲଟେରୀରୁ ଜିତିଲେ 25 କୋଟି:

କର୍ଣ୍ଣାଟକର ଜଣେ ବାଇକ ମେକାନିକ ଜିତିଛନ୍ତି 25 କୋଟିର ଲଟେରୀ । ଯାହା ଆଜି ତାଙ୍କ ଭାଗ୍ୟ ବଦଳାଇ ଦେଇଛି । ଲଟେରୀ ଜିତିଥିବା ଯୁବକ ହେଲେ କର୍ଣ୍ଣାଟକ ମହିଶୂରର ଉଲତାଫ ପାଶା । ସେ ଗତ 15 ବର୍ଷ ହେଲା ସେ ଲଟେରୀ ଟିକେଟ କିଣିଆସୁଛନ୍ତି । ଆଶା ଥିଲା ଦିନେ ନା ଦିନେ ଜିତିବେ । ଶେଷରେ ସେ 25 କୋଟିର ଲଟେରୀ ଜିତିଛନ୍ତି ।

ଭାଗ୍ୟ ବଦଳାଇଲା ଲଟେରୀ:

ଏମିତି ଘଟିଥିଲା କି ତାଙ୍କ ବନ୍ଧୁକୁ 500 ଟଙ୍କିଆ ଲଟେରୀ ଟିକେଟ କିଣିବାକୁ କହିଥିଲେ ଉଲତାଫ । କିନ୍ତୁ ତାଙ୍କ ସାଙ୍ଗ ଜଣଙ୍କ ଦୁଇଟି ଟିକେଟକୁ ଅଦଳ ବଦଳ କରିଦେଇଥିଲା । ହେଲେ ଭାଗ୍ୟକୁ ଯେଉଁ ଟିକେଟଟି ଉଲତାଫଙ୍କୁ ମିଳିଲା ସେଟା ହିଁ ହେଲା ଜ୍ୟାକପଟ । କୋଟିପତି ହେବା ପରେ ବି ସେ ବିଶ୍ବାସ କରିପାରୁନଥିବା ଗଣମାଧ୍ୟମକୁ କହିଛନ୍ତି ।

MECHANIC WINS LOTTERY
MECHANIC WINS LOTTERY (ETV Bharat)

ଝିଅକୁ କରିବେ ଡାକ୍ତର ?

ମହିଶୂରରେ ଏକ ଛୋଟିଆ ଦୋକାନ ଖୋଲି ମେକାନିକ ଭାବେ କାମ କରୁଛନ୍ତି ଉଲତାଫ । ତାଙ୍କର 18 ବର୍ଷର ଝିଅ ବି ଅଛି । ଜିତିଥିବା ଟଙ୍କାରେ ଝିଅକୁ ଡାକ୍ତର କରିବେ ବୋଲି କହିଛନ୍ତି ଉଲତାଫ । ଏହା ସହ ସ୍ବପ୍ନ ସବୁ ପୂରଣ କରିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

କିଏ କିଣି ପାରିବେ କେରଳ ଲଟେରୀ ଟିକେଟ୍ ?

ରାତାରାତି ମାଲେମାଲ ବଙ୍ଗାଳୀ ଶ୍ରମିକ, ଲଟେରୀରେ ଜିତିଲେ ୧ କୋଟି

ବଦଳିଲା ଅଟୋ ଚାଳକଙ୍କ ଭାଗ୍ୟ, ଜିତିଲେ ୨୫ କୋଟି ଟଙ୍କାର ଲଟେରୀ

15 ବର୍ଷ ହେଲା କିଣୁଥିଲେ ଟିକେଟ:

ତେବେ ବର୍ଷେ କି ଦୁଇ ବର୍ଷ ନୁହେଁ ଲଗାତାର 15 ବର୍ଷ ହେଲା କେରଳର ଲଟେରୀ ଟିକେଟ କିଣୁଥିଲେ ମେକାନିକ । ମନରେ ଆଶା ଥିଲା କେବେ ନା କେବେ ଲଟେରୀ ଫୁଟିବ । ହେଲେ ଏଥର ସେୟା ହେଲା ଲଟେରୀ ଟିକେଟରୁ ସେ ଜିତି ଯାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.