ETV Bharat / bharat

ମହଙ୍ଗା ପଡ଼ିଲା ସୋସିଆଲ ମିଡିଆ ପୋଷ୍ଟ: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ନାଁରେ ରୁଜୁ ହେବ ମାମଲା !

author img

By ETV Bharat Odisha Team

Published : Feb 7, 2024, 11:36 AM IST

Updated : Feb 7, 2024, 11:59 AM IST

FIR against Karnataka Deputy Chief minister DK Shivakumar: ବିଜେପି ନେତାଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରି ଅଡୁଆରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଶିବକୁମାର । ତାଙ୍କ ନାଁରେ ଏତଲା ରୁଜ୍ଜୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

FIR against DK Shivakumar
ଶିବକୁମାରଙ୍କ ନାଁରେ ଏତଲା

ବେଙ୍ଗାଲୁରୁ: ଅଡ଼ୁଆରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଶିବକୁମାର । ତାଙ୍କ ନାଁରେ ଏତଲା ରୁଜ୍ଜୁ କରିବାକୁ ପୋଲିସକୁ କୋର୍ଟଙ୍କ ନିର୍ଦ୍ଦେଶ । ବିଜେପି ନେତାମାନଙ୍କ ନାଁରେ ମିଥ୍ୟା ତଥା ଭୁଲ ତଥ୍ୟ ପୋଷ୍ଟ କରିବା ମାମଲାରେ ତାଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ହାଇଗ୍ରାଉଣ୍ଡ ଷ୍ଟେସନ ପୋଲିସକୁ ବେଙ୍ଗାଲୁରୁର 42ତମ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ(ACMM) ନିର୍ଦ୍ଦେଶ ଦେଇଛନ୍ତି ।

କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ତଥା କେପିସିସି ସଭାପତି ଡିକେ ଶିବକୁମାରଙ୍କ ନାଁରେ ଚାଲିବ ମକଦ୍ଦମା । ବିଜେପି ରାଜ୍ୟ ସଭାପତି ବି ଓ୍ବାଇ ବିଜୟେନ୍ଦ୍ର ଏବଂ ଅନ୍ୟ ବିଜେପି ନେତାଙ୍କ ନାଁରେ ଡିକେ ଶିବକୁମାର ଓ କଂଗ୍ରେସ ସୋସିଆଲ ମିଡିଆ ମୁଖ୍ୟ ବି. ଆର୍. ନାଇଡୁ ସୋସିଆଲ ମିଡିଆରେ ମିଥ୍ୟା ତଥା ଭୁଲ ତଥ୍ୟ ପୋଷ୍ଟ କରିଥିବା ନେଇ କୋର୍ଟରେ ବିଜେପି ସେଲ୍ ସଂଯୋଜକ ଯୋଗେନ୍ଦ୍ର ହୋଦାଘଟ୍ଟା ଅଭିଯୋଗ କରିଥିଲେ । ଏହି ମାମଲାର ଶୁଣାଣି କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଶିବକୁମାର ଓ ନାଇଡୁଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବା ସହ ଏହି ମାମଲାର ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉ ମଧ୍ୟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ 30 ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି କୋର୍ଟ ।

ଏହାମଧ୍ୟ ପଢନ୍ତୁ.. ପ୍ରଧାନମନ୍ତ୍ରୀଙ୍କ ଲୋକସଭା ଅଭିଭାଷଣକୁ ସଞ୍ଜୟଙ୍କ ସମାଲୋଚନା, ‘କଂଗ୍ରେସର ଭୟରୁ ମୁକ୍ତ ହୁଅ’

ଜାନୁଆରୀ 2014 ପ୍ରଥମ ସପ୍ତାହରେ ହୁବଲି ପୋଲିସ 31 ବର୍ଷ ତଳର ଏକ ମାମଲାରେ ଜଣେ 60 ବର୍ଷୀୟ ହିନ୍ଦୁ କର୍ମକର୍ତ୍ତା ଶ୍ରୀକାନ୍ତ ପୁଜାରୀଙ୍କୁ ଗିରଫ କରିଥିଲା । ଏହି ଘଟଣାକୁ ନିନ୍ଦା କରିବା ସହ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲା ବିଜେପି । ବିରୋଧ ପ୍ରଦର୍ଶନ ସମୟରେ ବିଜେପିର ରାଜ୍ୟ ସଭାପତି ବିଜୟେନ୍ଦ୍ର ୟେଦିୟୁରପ୍ପା, ପୂର୍ବତନ ମନ୍ତ୍ରୀ ସୁନୀଲ କୁମାର, କେଏସ ଇଶ୍ୱରପ୍ପା, ସାଂସଦ ପ୍ରତାପ ସିହ୍ନା, ସିଟି ରବି ଓ ଅନ୍ୟ ନେତାମାନେ "ମୁଁ କରସେବକ ଅଟେ, ମୋତେ ଗିରଫ କରାଯାଉ" ଲେଖାଯାଇଥିବା ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଥିଲେ ।

କଂଗ୍ରେସ ବି ଓ୍ବାଇ ବିଜୟେନ୍ଦ୍ରଙ୍କର ଏହି ସମୟରେ ଫୋଟୋକୁ ବ୍ୟବହାର କରି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲା । ଯେଉଁଥିରେ ଲେଖାଯାଇଥିଲା ଯେ, ମୁଁ ଆରଟିଜିଏସ ମାଧ୍ୟମରେ 40 ହଜାର କୋଟି ଟଙ୍କାର ଲାଞ୍ଚ ନେଇଛି , ମୋତେ ଗିରଫ କରାଯାଉ।" ଏହି ପୋଷ୍ଟକୁ ନେଇ ବିଜେପି ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛି । କଂଗ୍ରେସ ଅଭିଯୋଗ ଭିତ୍ତିହୀନ ହୋଇଥିବା ବେଳେ ଏହା ଘୃଣାଭାବ ସୃଷ୍ଟି କରୁଥିବା ଅଭିଯୋଗ କରିଛି ବିଜେପି । ଏହି ପୋଷ୍ଟକୁ ହଜାର ହଜାର ଲୋକେ ଦେଖୁଛନ୍ତି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛି ବିଜେପି । ...

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 7, 2024, 11:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.