ETV Bharat / bharat

ପଶ୍ଚିମବଙ୍ଗ ଟ୍ରେନ ଟ୍ରାଜେଡି: ବାଇକରେ ପହଞ୍ଚି ସ୍ଥିତି ପରଖିଲେ ରେଳମନ୍ତ୍ରୀ, ଆହତଙ୍କୁ ଭେଟିଲେ - Railway Minister At Accident Spot - RAILWAY MINISTER AT ACCIDENT SPOT

Railway Minister At Accident Spot: ବାଇକରେ ଆସି ଘଟଣାସ୍ଥଳ ପରିଦର୍ଶନ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେପଟେ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । ଅଧିକ ପଢନ୍ତୁ

Railway Minister At Accident Spot
Railway Minister At Accident Spot (ANI)
author img

By ETV Bharat Odisha Team

Published : Jun 17, 2024, 7:50 PM IST

କୋଲକାତା: ଘଟଣାସ୍ଥଳ ପରିଦର୍ଶନ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରଙ୍ଗପାଣି ଷ୍ଟେସନ ନିକଟରେ ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ରେଳମନ୍ତ୍ରୀ । ଦିଲ୍ଲୀରୁ ବିମାନ ଯୋଗେ ଆସିବା ପରେ ବାଗଦୋଗ୍ରାରେ ପହଞ୍ଚିଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେଠାରୁ ବାଇକ ଯୋଗେ ଘଟଣାସ୍ଥଳରେ ପହଞ୍ଚିଥିଲେ ରେଳମନ୍ତ୍ରୀ । ଏହାସହ ଦୁର୍ଘଟଣାରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ସେପଟେ ଦୁର୍ଘଟଣା ପଛରେ ମାନବୀୟ ତ୍ରୁଟି ଦର୍ଶାଇଛି ରେଳବାଇ ।

ସେପଟେ ଦୁର୍ଘଟଣାକୁ ନେଇ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । କଂଗ୍ରେସ ସାସଂଦ ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ସେହିପରି AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, "ଏହା ରେଳ ବିଭାଗର ପରିଚାଳନାଗତ ତ୍ରୁଟିକୁ ଦର୍ଶାଇଛି । ମୋଦି ସରକାର କ୍ୟାମେରାରେ ନିଜର ପ୍ରମୋସନ କରିବାରେ ବ୍ୟସ୍ତ । ଆଜିର ଏହି ଦୁଃଖଦ ଘଟଣା ସରକାରର ବାସ୍ତବତାକୁ ପଦାରେ ପକାଇଛି ।" ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କେନ୍ଦ୍ରର ଅବହେଳା ଦର୍ଶାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ତେବେ ବିରୋଧୀଙ୍କ ଏହି ଟାର୍ଗେଟ୍ ପରେ ପ୍ରତିକ୍ରିୟା ରଖିଛନ୍ତି ରେଳମନ୍ତ୍ରୀ । "ଏହା ରାଜନୀତି କରିବାର ସମୟ ନୁହେଁ"ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଏହା ବି ପଢନ୍ତୁ...ପଶ୍ଚିମବଙ୍ଗରେ ଏକ୍ସପ୍ରେସକୁ ପିଟିଲା ମାଲବାହୀ ଟ୍ରେନ: 16 ମୃତ, 60 ଆହତ ! ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ - Kanchenjunga Express accident

ପଶ୍ଚିମବଙ୍ଗର ଦାର୍ଜିଲିଂରେ ଏକ ଯାତ୍ରୀବାହି ଏକ୍ସପ୍ରେସକୁ ଧକ୍କା ଦେଇଥିଲା ମାଲଗାଡି । ଆଜି ସକାଳ ପ୍ରାୟ 9 ଟା ସମୟରେ ନୂଆ-ଜଲପାଇଗୁଡି ଷ୍ଟେସନ ନିକଟରେ ଟ୍ରାକରେ ଛିଡା ହୋଇଥିବା ଗୌହାଟୀ- ସିଆଲଦା କାଞ୍ଜନଜଙ୍ଗା ଏକ୍ସପ୍ରେସ (ଗାଡିସଂଖ୍ୟା-13174)କୁ ପଛରୁ ଏକ ମାଲବାହୀ ଟ୍ରେନ ଧକ୍କା ଦେଇଛି । ଏକ୍ସପ୍ରେସର ପଛ 2ଟି ବଗି ବ୍ୟାପକ ଭାବେ ଓ ଏକାଧିକ ବଗି ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, 16 ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ 60 ଜଣ ଆହତ ହୋଇଛନ୍ତି । ଏପଟେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଶୋକ ପ୍ରକାଶ କରିଥିବାବେଳେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.