ETV Bharat / bharat

‘ଏକ ରୋଟି ସେ ପେଟ ନେହିଁ ଭରତା’: ଦୁଇଟି ମନ୍ତ୍ରୀ ପଦ ପାଇଁ ଅଡିଲେ ଜୀତନରାମ

author img

By ETV Bharat Odisha Team

Published : Feb 6, 2024, 5:51 PM IST

Updated : Feb 6, 2024, 9:49 PM IST

Jitan Ram Manjhi:‘ ଏକ ରୋଟିରେ ସେ ପେଟ ନେହିଁ ଭରତା, ଏସିଲିଏ ଦୋ ମାଙ୍ଗତେ ହୈ..’ । ଅଧିକ ମନ୍ତ୍ରୀ ପଦ ଚାହାନ୍ତି ମାଞ୍ଝୀ । ଅଧିକ ପଢନ୍ତୁ

‘ଏକ ରୋଟିରେ ସେ ପେଟ ନେହି ଭରତା’: ଦୁଇଟି ମନ୍ତ୍ରୀ ପଦ ପାଇଁ ଅଡିଲେ ଜୀତନରାମ

ପାଟନା: ବିହାରରେ ମହାମେଣ୍ଟ ସମର୍ଥିତ ସରକାର ଭାଙ୍ଗି ବିଜେପି ଓ ‘ହାମ’ ସମର୍ଥନରେ ନୀତିଶଙ୍କ ଜେଡିୟୁ ପୁଣି ସରକାର ଗଠନ କଲା । ମୁଖ୍ୟମନ୍ତ୍ରୀ ଭାବେ 9ମ ଥର ଶପଥ ନେଲେ ନୀତିଶ କୁମାର । 12 ତାରିଖରେ ନୀତିଶ ଗୃହରେ ସଂଖ୍ୟାବହୁମତର ପ୍ରମାଣ ଦେବାକୁ ଯାଉଛନ୍ତି । ଏହା ପୂର୍ବରୁ ଅସନ୍ତୋଷ ସାମାନ୍ୟ ତେଜୁଥିବାର ଗନ୍ଧ ଆସୁଛି । ମାତ୍ର 4 ବିଧାୟକ ସହ ନୀତିଶ ସରକାରରେ ସହଯୋଗୀ ଦଳ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଞ୍ଝୀଙ୍କ ଦଳ ‘ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା’ ଦୁଇଟି ମନ୍ତ୍ରୀ ପଦ ପାଇଁ ଦାବି କରିଛି । ପୂର୍ବରୁ ଜୀତନଙ୍କ ପୁଅ ସନ୍ତୋଷ ସୁମନ ମନ୍ତ୍ରୀପଦ ପାଇଛନ୍ତି । ହେଲେ ଦଳ ଗୋଟିଏ ନୁହେଁ ବରଂ ଅତିକମରେ ଦୁଇଟି ମନ୍ତ୍ରୀପଦ ଚାହୁଁଥିବା ନିଜେ ଜୀତନ ସ୍ପଷ୍ଟ କରିଛନ୍ତି । ଏପରିକି ସେ ଗଣମାଧ୍ୟମ ପ୍ରତିକ୍ରିୟାରେ କହିଛନ୍ତି,‘‘ଗୋଟିଏ ରୁଟିରେ ପେଟ ପୁରୁନି, ସେଥିପାଇଁ ଦୁଇଟି ରୁଟି ମାଗୁଛୁ ।’’

ଆଜି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବା ବେଳେ ଜୀତନଙ୍କ ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡୁଥିଲା । ସେ କହିଥିଲେ, ଏହି ପ୍ରସଙ୍ଗରେ ଗଣମାଧ୍ୟମରେ କହିବାର ଆବଶ୍ୟକ ନାହିଁ । ଏହି କଥା ସେ ମେଣ୍ଟରେ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି । ଯଦି ଗୋଟିଏ ରୋଟିରେ ପେଟ ନଭରିବ, ତେବେ ଦୁଇଟି ରୋଟି ମାଗିବାରେ କୌଣସି ଅସ୍ବାଭାବିକତା ମଧ୍ୟ ନାହିଁ । ସେ ଏକଥା ଦଳରେ ସ୍ପଷ୍ଟ କରିସାରିଛନ୍ତି । ତାଙ୍କୁ ଗୋଟିଏ ମନ୍ତ୍ରୀ ପଦ ମିଳିଛି । ତାହା ବି ପାରମ୍ପରିକ ବିଭାଗ । ପୂର୍ବରୁ ତାଙ୍କୁ ଯେଉଁ ବିଭାଗ ମିଳିଥିଲା, ଏବେ ପୁଅ ସନ୍ତୋଷଙ୍କୁ ସେହି ବିଭାଗ ମିଳିଛି । ଅନ୍ୟ କିଛି ବିଭାଗ ସହ ଅତିକମରେ ଦୁଇଟି ମନ୍ତ୍ରୀପଦ ମିଳିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- UCC ବିଲ୍‌: "ଲିଭ-ଇନ୍‌ ରିଲେସନସିପ ପାଇଁ ପଞ୍ଜୀକରଣ, ବହୁବିବାହ ସମ୍ପୂର୍ଣ୍ଣ ନିଷେଧ"

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶାସକ ମେଣ୍ଟର ସବୁଠୁ ବଡ ଦଳ ଭାରତୀୟ ଜନତା ପାର୍ଟିକୁ ଦୁଇଟି ଉପ-ମୁଖ୍ୟମନ୍ତ୍ରୀ ପଦବୀ ଯାଇଛି । ଦଳର ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ, ଓ ବରିଷ୍ଠ ନେତା ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସଂଖ୍ୟା ନଥାଇ ମଧ୍ୟ ଜେଡିୟୁ ମୁଖ୍ୟ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଛନ୍ତି । ସେହିପରି ମାତ୍ର 4 ବିଧାୟକ ଥିବା ମାଞ୍ଝୀଙ୍କ ଦଳ ‘ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା’ କୁ ଗୋଟିଏ ମନ୍ତ୍ରୀପଦ ମିଳିଛି । ଜୀତନଙ୍କ ପୁଅ ସନ୍ତୋଷ ସୁମନ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । 12 ତାରିଖରେ ନୀତିଶ ସରକାର ଆସ୍ଥା ଭୋଟର ସାମ୍ନା କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 6, 2024, 9:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.