ETV Bharat / bharat

ହେମନ୍ତ ସୋରେନଙ୍କୁ ବଡ ଝଟକା, JMM ସହିତ ସମ୍ପର୍କ ତୁଟାଇଲେ ଚମ୍ପାଇ ସୋରେନ ! ମେଣ୍ଟ ନେଇ ବଡ ସଙ୍କେତ - champai soren to form his own party

author img

By ETV Bharat Odisha Team

Published : Aug 21, 2024, 5:39 PM IST

Updated : Aug 21, 2024, 7:24 PM IST

Champai Soren will form his own party: ଜଏଏମଏମ ସହିତ ସମ୍ପର୍କ ତୁଟାଇବେ ଚମ୍ପାଇ ସୋରେନ । ନୂଆ ଦଳ ଗଢିବା ନେଇ ଘୋଷଣା କଲେ ଚମ୍ପାଇ । ନୂଆ ଦଳ ନାଁ ଏଯାଏଁ ଘୋଷଣା କରିନାହାଁନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ରାଞ୍ଚି: ନୂଆ ଦଳ ଗଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ବିଜେପିରେ ଯୋଗ ଦେବା ନଇ ଚର୍ଚ୍ଚା ମଧ୍ୟରେ ଦିଲ୍ଲୀରୁ ଫେରିବା ପରେ ଏହି ବଡ ଘୋଷଣା କରିଛନ୍ତି ଚମ୍ପାଇ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡ ଝଟକା । କାରଣ ଜଏଏମଏମ ସହିତ ସମ୍ପର୍କ ତୁଟାଇବେ ଚମ୍ପାଇ ସୋରେନ । ତେବେ ନୂଆ ଦଳ ନାଁ ଏଯାଏଁ ଘୋଷଣା କରିନାହାଁନ୍ତି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜିଏମଏମ)ରେ ରାଜନୈତିକ ହଟ୍ଟଚମଟ ମଧ୍ୟରେ ବଡ ଘୋଷଣା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ନୂଆ ରାଜନୈତିକ ଦଳ ଗଢିବେ ଚମ୍ପାଇ । ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ନିଷ୍ପତ୍ତି ନେଲେ ଚମ୍ପାଇ । ବୁଧବାର ଝାଡଖଣ୍ଡର ହଟା ଅଞ୍ଚଳରେ ସମର୍ଥକଙ୍କ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି ସୋରେନ ।

ଏହା ବି ପଢନ୍ତୁ-ଝାଡଖଣ୍ଡ ରାଜନୀତିରେ ବଡ ହଲଚଲ: 6 ସମର୍ଥିତ ବିଧାୟକଙ୍କ ସହ ଦିଲ୍ଲୀରେ ଚମ୍ପାଇ ସୋରେନ, ବିଜେପିରେ ମିଶିବେ ! - Champai Soren likely to join BJP

ତେବେ ଏହି ଘୋଷଣା ପରେ ବିଜେପିରେ ସୋରେନ ମିଶିବା ଚର୍ଚ୍ଚାରେ ରୋକ ଲାଗିଛି । ସେ ଆଜି ଦଳ ନାଁ ଘୋଷଣା କରିନଥିବା ବେଳେ ଆଗାମୀ 7 ଦିନ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି । ତେବେ ଗତକାଲିଠାରୁ ସରାଇକେଲା ସ୍ଥିତ ତାଙ୍କ ବାସଭବନରେ ଶତାଧିକ ସମର୍ଥକଙ୍କ ଭିଡ ଲାଗିରହିଥିଲା । ତେବେ ଆଗାମୀ ଦିନରେ ସୋରେନ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାତ୍ରା କରି ସମର୍ଥକଙ୍କୁ ଭେଟିବା ସୂଚନା ରହିଛି ।

ଏହା ବି ପଢନ୍ତୁ- ଚମ୍ପାଇ ସୋରେନଙ୍କ ଭାବବିହ୍ବଳ ଟ୍ବିଟ୍‌, 'ମୁଖ୍ୟମନ୍ତ୍ରୀ ଥିବାବେଳେ ମିଳିଛି ଅପମାନ' - Champai Soren letter on X

ସେ କହିଛନ୍ତି, ତାଙ୍କ ସହିତ ଲକ୍ଷ ଲକ୍ଷ ଲୋକଙ୍କ ସମର୍ଥନ ରହିଛି ତେଣୁ ତାଙ୍କୁ ନୂଆ ଦଳ ଠିଆ କରିବା ସହଜ ହେବ । ତେବେ ସୋରେନ ତାଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳରେ ନିନ୍ଦିତ ହୋଇଥିବା ମିଡିଆ ରିପୋର୍ଟ ପ୍ରକାଶ ପାଇଥିଲା । ଏହା ପରେ ସୋରେନ ସୋସିଆଲ ମିଡିଆ ଏକ୍ସରେ ଲେଖିଥିଲେ କି, ମୋତେ ଅନ୍ୟ ବିକଳ୍ପ ବାଛିବାକୁ ପଡିବ । ସେ କହିଥିଲେ ମୋ ଆଗରେ ବର୍ତ୍ତମାନ 3ଟି ରାସ୍ତା ରହିଛି । ବର୍ତ୍ତମାନ ସ୍ଥିତିରେ ତିଷ୍ଠି ରହିବା, ନୂଆ ଦଳ ଗଢିବା ନଚେତ ରାଜନୀତିରୁ ସନ୍ୟାନ ନେବା ।

ଏହା ବି ପଢନ୍ତୁ-ଆଜି ପଦ୍ମ ଧରିବେ ଚମ୍ପାଇ ! ‘ବାଘ’ ବୋଲି କହି ସ୍ବାଗତ କଲେ କେନ୍ଦ୍ରମନ୍ତ୍ରୀ ଜୀତନରାମ ମାଞ୍ଝୀ - Jitan Ram welcome Champai Soren

ପୂର୍ବରୁ ରିପୋର୍ଟ ଆସିଥିଲା କି, ସୋରେନ ବିଜେପି ହେଭିଓ୍ବେଟ୍ ନେତାଙ୍କ ସମ୍ପର୍କରେ ଅଛନ୍ତି ଏବଂ ବିଜେପିରେ ଯୋଗ ଦେଇପାରନ୍ତି । ତେବେ ଶେଷ ମୁହୂର୍ତ୍ତରେ ଗୋଟି ବଦଳି ଯାଇଛି । ତାଙ୍କ ଦିଲ୍ଲୀ ଯାତ୍ରା ରାଜନୈତିକ ନୁହେଁ ବରଂ ବ୍ୟକ୍ତିଗତ ସାବ୍ୟସ୍ତ ହୋଇଛି । ତେବେ ବର୍ତ୍ତମାନ ସମୟରେ ବିଜେପି ସହିତ ମେଣ୍ଟ ରାସ୍ତା ଖୋଲା ରହିଛି ।

Last Updated : Aug 21, 2024, 7:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.