ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ 2024 ପରୀକ୍ଷା ଫଳ । ଜାତୀୟ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ଆଜି(ମଙ୍ଗଳବାର) ପ୍ରଥମ ଅଧିବେଶନ ପାଇଁ ଜେଇଇ ମେନ୍ ପରୀକ୍ଷା ଫଳ ଘୋଷଣା କରାଯାଇଛି । ତେବେ ଚଳିତ ପରୀକ୍ଷାରେ 23ଜଣ ଶତପ୍ରତିଶତ ସ୍କୋର ହାସଲ କରିଥିବା ନେଇ ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସକାଳ ପ୍ରାୟ 3ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାର୍ଥୀମାନେ jeemain.nta ଓ୍ବେବସାଇଟରେ ପରୀକ୍ଷା ଫଳ ଦେଖିପାରିବେ । ଏନେଇ ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, ଫେବୃଆରୀ 12 ତାରିଖରେ ଏନଟିଏ ପରୀକ୍ଷା ଫଳ ଘୋଷଣା କରିବା ନେଇ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଦ୍ବିପହରରେ ଜେଇଇ ମେନ୍ ଉତ୍ତର ଜାରି କରାଯାଇଥିବା ବେଳେ ଆଜି ଭୋରୁ ସ୍କୋର କାର୍ଡ ଜାରି କରାଯାଇଛି । ପରୀକ୍ଷାର୍ଥୀମାନେ JEE ପଞ୍ଜିକରଣ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ସ୍କୋର କାର୍ଡ ଡାଉନଲୋଡ୍ କରିପାରିବେ । 23ଜଣ ଶତପ୍ରତିଶତ ସ୍କୋର ହାସଲ କରିଥିବା ବେଳେ ଅଧିକାଂଶ ତେଲେଙ୍ଗାନାର ରହିଥିବା ନେଇ ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରଥମ ଆଡିସନ ପାଇଁ 11.70 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତେବେ ସେମାନଙ୍କ ମଧ୍ୟରୁ 23 ଜଣ ଶତ ପ୍ରତିଶତ ରଖିଥିବା ବେଳେ 7ଜଣ ତେଲେଙ୍ଗାନା, 2ଜଣ ହରିୟାଣା, 3ଜଣ ଲେଖାଏଁ ଆନ୍ଧ୍ରପ୍ରଦେଶ, ରାଜସ୍ଥାନା ଏବଂ ମହାରାଷ୍ଟ୍ରର ରହିଛନ୍ତି । ସେହିପରି 2ଜଣ ଦିଲ୍ଲୀ ଏବଂ ଜଣେ ଲେଖାଏଁ ଗୁଜୁରାଟ, କର୍ଣ୍ଣାଟକ ଏବଂ ତାମିଲନାଡୁର ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ପ୍ରକାଶ ପାଇଲା JEE MAIN ସେସନ୍-୧ ରେଜଲ୍ଟ
କେମିତି ଦେଖିବେ ପରୀକ୍ଷା ଫଳ:
- ପ୍ରଥମେ jeemain.nta ଓ୍ବେବସାଇଟ ଖୋଲନ୍ତୁ
- 2024 ସେସନ ଓ୍ବାନ ସ୍କୋର ଡାଉନଲୋଡ୍ ଲିଙ୍କ ଖୋଲନ୍ତୁ
- ଆପ୍ଲିକେସନ ନମ୍ବର ଏବଂ ଜନ୍ମ ତାରିଖ ଦେଇ ଲଗ୍ଇନ କରନ୍ତୁ
ଏଜେନ୍ସି ପକ୍ଷରି ଉତ୍ତର ମଧ୍ୟ ଓ୍ବେବସାଇଟରେ ଜାରି କରାଯାଇଛି । ପ୍ରଥମେ ଫେବୃଆରୀ 6 ତାରିଖରେ ପ୍ରୋଭିଜନାଲ ଉତ୍ତର ଜାରି କରାଯାଇଥିଲା । ଏହାପରେ ଆପତ୍ତି ରଖିବା ପାଇଁ ଗତ 9 ତାରିଖ ଯାଏଁ ସମୟ ଦିଆଯାଇଥିଲା । ତେବେ ପ୍ରଥମ ସେସନର ପରୀକ୍ଷା ଫଳ ବାହାରି ସାରିଥିବା ବେଳେ ଏପ୍ରିଲ ମାସରେ ଦ୍ବିତୀୟ ସେସନ ହେବ । ଏପ୍ରିଲ 4 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ