ETV Bharat / bharat

ମହଙ୍ଗା ପଡିଲା ଅଜବ ସଉକ, ଯୁବକଙ୍କ ପେଟରୁ ବାହାରିଲା ୨ ଫୁଟର ଲୁହା ବେଲଣା

Iron cylinder found in patient's stomach : ଯୁବକଙ୍କ ପେଟରୁ ବାହାରିଲା ୨ ଫୁଟର ଲୁହା ବେଲଣା । ଗୋରଖପୁର ସହରର ଶାହି ଗ୍ଲୋବାଲ ହସ୍ପିଟାଲରେ ଜଣେ ରୋଗୀଙ୍କ ପେଟରୁ ଏକ ଲୁହା ସିଲିଣ୍ଡର ବାହାର କରାଯାଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 18, 2024, 10:43 PM IST

ମହଙ୍ଗା ପଡିଲା ଅଜବ ସଉକ, ଯୁବକଙ୍କ ପେଟରୁ ବାହାରିଲା ୨ ଫୁଟର ଲୁହା ବେଲଣା
ମହଙ୍ଗା ପଡିଲା ଅଜବ ସଉକ, ଯୁବକଙ୍କ ପେଟରୁ ବାହାରିଲା ୨ ଫୁଟର ଲୁହା ବେଲଣା

ଲକ୍ଷ୍ନୌ: ମହଙ୍ଗା ପଡିଲା ଯୁବକଙ୍କୁ ଅଜବ ସୌକ । ଯାହା ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋବାକୁ ପଡିଛି । ଆଉ ଅପରେସନରେ ବାହାରିଛି ୨ ଫୁଟର ଲୁହା ବେଲଣା । ଉତ୍ତରପ୍ରଦେଶ ଗୋରଖପୁର ସହରର ଶାହି ଗ୍ଲୋବାଲ ହସ୍ପିଟାଲରେ ଜଣେ ରୋଗୀଙ୍କ ପେଟରୁ ଏକ ଲୁହା ବେଲଣା ବାହାର କରାଯାଇଛି । ଡାକ୍ତରଖାନାର ନିର୍ଦ୍ଦେଶକ ଡାକ୍ତର ଶିବ ଶଙ୍କର ଶାହି ନିଜେ ରବିବାର ଦିନ ଏହି ଅପରେସନ କରିଥିଲେ ଏବଂ ପେଟରୁ ଲୁହା ବେଲଣା ବାରିବା ତାଙ୍କୁ ବିସ୍ମିତ କରିଥିଲା । ତେବେ ରୋଗୀ ଜଣଙ୍କ ୩୨ ବର୍ଷର ହୋଇଥିବା ବେଳେ ତାଙ୍କ ଘର ଗୋରଖପୁର ବୋଲି ଜଣାପଡିଛି ।

ପେଟ ଯନ୍ତ୍ରଣା ହେତୁ ରୋଗୀ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କୁ ଅଲଟ୍ରାସାଉଣ୍ଡ କରାଯାଇଥିଲା । ଅଲଟ୍ରାସାଉଣ୍ଡରୁ ଡାକ୍ତରଙ୍କ ସମ୍ମୁଖରେ ଆସିଥିବା ଫଟୋ ଦେଖି ଖୋଦ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ଫୋଟୋରେ ରୋଗୀର ପେଟରେ ଏକ ଲୁହା ସିଲିଣ୍ଡର ଦେଖାଯାଉଥିଲା । ପେଟ ପରୀକ୍ଷା କରିବା ପରେ ଜଣାପଡିଥିଲା ଯେ ଲୁହା ଭଳି କିଛି ଅଛି, ଯାହାର ଲମ୍ବ ଦୁଇ ଫୁଟ ଏବଂ ପ୍ରସ୍ଥ 8 ସେଣ୍ଟିମିଟର । ପେଟରେ ଯନ୍ତ୍ରଣା ଯୋଗୁଁ ରୋଗୀଙ୍କ କାନ୍ଦିବା ବନ୍ଦ ହୋଇନଥିଲା । ଏଭଳି ପରିସ୍ଥିତିରେ ଡାକ୍ତର ପାଖେ ଶେଷ ଉପାୟ ଥିଲା ଅପରେସନ୍ କରି ପେଟରୁ ସିଲିଣ୍ଡର ବାହାର କରିବା । ଶେଷରେ, ଡାକ୍ତର ଶାହି ତାଙ୍କ ଡାକ୍ତର ଦଳ ସହିତ ଏହି ରୋଗୀଙ୍କୁ ଆନାସ୍ଥେସିଆ ଦେଇଥିଲେ ଏବଂ ତାଙ୍କୁ ଚେତାଶୂନ୍ୟ କରିବା ପରେ ତାଙ୍କ ପେଟରୁ ଲୁହା ସିଲିଣ୍ଡର ବାହାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ ...ପରୀକ୍ଷା ଦେବା ବେଳେ ପ୍ରସବ ଯନ୍ତ୍ରଣା, ଶିଶୁକୁ ଜନ୍ମ ଦେଲେ ମହିଳା

ତେବେ ଡାକ୍ତର ରୋଗୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କିଛି ସ୍ପଷ୍ଟ ଭାବେ କହି ନ ଥିଲେ । ଯେତେବେଳେ ଅନ୍ତନଳୀ ଯାଞ୍ଚ କରାଯାଇଥିଲା, ଅନ୍ତନଳୀ ଭିତରେ ଏତେ ବଡ ଲୁହା ସିଲିଣ୍ଡର ମିଳିଥିଲା ଏବଂ ଏହା ଫଳରେ ସଂକ୍ରମଣ ବହୁତ ବ୍ୟାପି ଯାଇଥିଲା । ରୋଗୀ ଜଣକ କିଛି କହୁ ନ ଥିଲେ ମଧ୍ୟ ଏହା ଭୁଲବଶତଃ ହୋଇଛି ବୋଲି କହିଥିଲେ । ତେବେ ପରେ ରୋଗୀଜଣକ ନିଜ ମଳଦ୍ବାରରେ ଲୁହା ବେଲଣା ପ୍ରବେଶ କରିବାର କଥା କହିଥିଲେ ଏବଂ ତାହା ଅନ୍ତନଳୀଠାରେ ଫସିଯାଇଥିଲା ବୋଲି ସ୍ବୀକାର କରିଥିଲେ । ଡାକ୍ତରଙ୍କ ମତରେ ଏଭଳି କାର୍ଯ୍ୟକଳାପ ମାନସିକ ରୋଗର ଲକ୍ଷଣ ଅଟେ । ଶାରୀରିକ ସୁଖ ପାଇଁ ଏ ପ୍ରକାର ଉନ୍ମାଦନାକୁ ତ୍ୟାଗ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଆଉ ୧-୨ ଦିନ ମଧ୍ୟରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.