ETV Bharat / bharat

IRCTC: ଲୋୟର ବର୍ଥ ପାଇଁ ନୂଆ ନିୟମ, ଟ୍ରେନ ଟିକେଟ ବୁକିଂ ବେଳେ ଏମିତି କରନ୍ତୁ... - IRCTC TICKET BOOKING

ଟ୍ରେନରେ ଲୋୟର ବର୍ଥ ଚାହୁଁଛନ୍ତି କି ? IRCTC ୱେବସାଇଟରେ ଟ୍ରେନ ଟିକେଟ ବୁକିଂ ବେଳେ ଜାଣନ୍ତୁ ଭାରତୀୟ ରେଳବାଇ (Indian Railway)ର ନୂଆ ନିୟମ ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Nov 29, 2024, 5:12 PM IST

ହାଇଦ୍ରାବାଦ: ଭାରତରେ ରହିଛି ବିଶ୍ବର ଚତୁର୍ଥ ବୃହତ୍ତମ ରେଳ ନେଟୱର୍କ । ଦେଶରେ ଗଡୁଛି ୨୨,୫୯୩ରୁ ଅଧିକ ଟ୍ରେନ । ପ୍ରତିଦିନ ପାଖାପାଖି ୨ କୋଟି ୪୦ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି । ଗୋଟିଏ ବ୍ୟବସ୍ଥାରେ ପରିଚାଳିତ ହେବାରେ, ଭାରତୀୟ ରେଳବାଇ, ବିଶ୍ବର ସବୁଠୁ ବଡ଼ ରେଲୱେ ନେଟୱର୍କର ମାନ୍ୟତା ପାଇଛି । କମ ଖର୍ଚ୍ଚରେ ଯାତ୍ରା କରିବା ସହ ବିଶ୍ବସନିୟତା ହିଁ ଦେଶରେ ରେଳ ସେବାର ମହତ୍ତ୍ବ ବଢ଼ାଇ ଦେଇଛି ।

ଆପଣ ଦୂର ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରୁଛନ୍ତି କି ? ସୁବିଧା ଏବଂ ସୁଗମ ଯାତ୍ରା ପାଇଁ ଭାରତରେ ଅନ୍ୟତମ ବଡ଼ ସାଧନ ହେଉଛି ଟ୍ରେନ ବା ରେଳ ଯାତ୍ରା । ସବୁଠୁ ବଡ଼ କଥା ହେଉଛି, ଭାରତବର୍ଷରେ ଟ୍ରେନ ଯାତ୍ରା ଉପରେ ନିର୍ଭର କରନ୍ତି ସର୍ବାଧିକ ଲୋକ । କମ ଖର୍ଚ୍ଚରେ ଦୂର ସ୍ଥାନକୁ ସୁରକ୍ଷିତ ଯାତ୍ରା କରିବା ନେଇ ଭାରତୀୟ ରେଳବାଇ ପକ୍ଷରୁ ସର୍ବଦା ପ୍ରଚେଷ୍ଟା ଜାରି ରହିଛି । ଟିକେଟ ରିଜର୍ଭେସନ ବା ସିଟ୍ ବୁକିଂକୁ ନେଇ ମଧ୍ୟ ରେଳବାଇ ପକ୍ଷରୁ ବ୍ୟବସ୍ଥା ହୋଇଛି ।

Railway Lower Berth IRCTC Ticket Booking
Railway Lower Berth IRCTC Ticket Booking (Photo: GETTY)

ଟ୍ରେନରେ ସାଧାରଣତଃ ସବୁ ବୟସ ବର୍ଗର ଲୋକ ଯାତ୍ରା କରିଥାନ୍ତି । ବିଶେଷ କରି ଛୋଟ ପିଲା, ମହିଳା ଏବଂ ବୟସ୍କ ପୁରୁଷ-ମହିଳାମାନେ ମଧ୍ୟ ଯାତ୍ରା କରନ୍ତି । ସେମାନଙ୍କୁ ଚାହିଦା ଏବଂ ଉପଲବ୍ଧ ଆଧାରରେ ହିଁ ଟ୍ରେନର ଲୋୟର ବର୍ଥ ଦିଆଯାଇଥାଏ । ଯଦି ବରିଷ୍ଠ ନାଗରିକଙ୍କୁ ଲୋୟର ବର୍ଥ ମିଳୁନାହିଁ, ତେବେ ଏହା ସୁନିଶ୍ଚିତ କରିବାକୁ ଭାରତୀୟ ରେଳବାଇ ( Indian Railway) ପକ୍ଷରୁ କି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି, ଆସନ୍ତୁ ଜାଣିବା ।

ଏହା ମଧ୍ୟ ପଢ଼ନ୍ତୁ-

IRCTC ଟିକେଟ ବୁକିଂ ନୂଆ ନିୟମ, ସହଜରେ ମିଳିବ କନଫର୍ମ ଟିକେଟ, ଜାଣନ୍ତୁ ୫ ଉପାୟ

ବଦଳିଛି ଟ୍ରେନ ଟିକେଟ ବୁକିଂ ନିୟମ; ଅନଲାଇନରେ କେମିତି ଟିକେଟ କରିବେ ଜାଣିନିଅନ୍ତୁ

ବରିଷ୍ଠ ନାଗରିକଙ୍କୁ ଲୋୟର ବର୍ଥ :

୬୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କ ସୁରକ୍ଷିତ ଟ୍ରେନ ଯାତ୍ରା ପାଇଁ , ଭାରତୀୟ ରେଲବାଇ ପକ୍ଷରୁ ବିଭିନ୍ନ ନୂଆ ବ୍ୟବସ୍ଥା ରହିଛି । ବିଶେଷ କରି IRCTC ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଲୋୟର ବର୍ଥ ପ୍ରଦାନକୁ ପ୍ରାଥମିକତା ଦିଆଯାଉଛି । ଜଣେ ବୟସ୍କ ବ୍ୟକ୍ତି ସୋସିଆଲ ମିଡିଆ Xରେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ପାଦରେ ସମସ୍ୟା ଥିବାରୁ ସେ ଟିକେଟ ବୁକିଂ ବେଳେ ଲୋୟର ବର୍ଥ ପାଇଁ ଆବେଦନ କରିଥିଲେ । ମାତ୍ର ଏହା ସତ୍ତ୍ବେ ତାଙ୍କୁ ଲୋୟର ବଦଳରେ ଅପର ସିଟ୍ ମିଳିଥିଲା ।

ବରିଷ୍ଠ ନାଗରିକଙ୍କୁ କେମିତି ମିଳିବ ଲୋୟର ବର୍ଥ ?

ବରିଷ୍ଠ ନାଗରିକ ଏବଂ ଅସୁସ୍ଥ ବ୍ୟକ୍ତିଙ୍କୁ ଟ୍ରେନରେ ଲୋୟର ବର୍ଥ ପ୍ରଦାନ ନେଇ ଭାରତୀୟ ରେଳବାଇ ପକ୍ଷରୁ ସ୍ବତନ୍ତ୍ର ସୁବିଧା ରହିଛି । ଜଣେ ଯାତ୍ରୀଙ୍କ 'X'ରେ ଅଭିଯୋଗ ଉପରେ ରେଳବାଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଯଦି କୌଣସି ଯାତ୍ରୀ ଜେନେରାଲ କୋଟାରେ ଟିକେଟ ବୁକ୍ କରୁଛନ୍ତି, ସିଟ୍ ଆଲର୍ଟ ଏବଂ ଉପଲବ୍ଧ ଆଧାରରେ ସିଟ୍ ମିଳିଥାଏ । ମାତ୍ର ଯଦି ଆପଣ ରିଜର୍ଭେସନ ଚଏସ ବୁକ୍ ସହ ଟିକେଟ ବୁକ୍ କରୁଛନ୍ତି, ତେବେ ଲୋୟର ବର୍ଥ ଆଲର୍ଟ ବେଳେ ଲୋୟର ବର୍ଥ ହିଁ ମିଳିବ ।

ଏହା ମଧ୍ୟ ପଢ଼ନ୍ତୁ -

ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର, ଏମିତି ଟିକେଟ ବୁକିଂ କଲେ ମିଳିବ ଲୋୟର ବର୍ଥ - Lower Berth For Senior Citizens

ଟ୍ରେନ ଛାଡିବାର ୫ ମିନିଟ୍‌ ପୂର୍ବରୁ ବୁକିଂ କରିପାରିବେ ଟିକଟ, କାଣନ୍ତୁ କେମିତି - Book Train Ticket Before Departure

ଆଉ କେମିତି ମିଳିପାରିବ ଲୋୟର ବର୍ଥ ?

ରେଳବାଇର ସୂଚନା ଅନୁସାରେ, ଜେନେରାଲ କୋଟାରେ ଟିକେଟ ବୁକ୍ କରୁଥିବା ଯାତ୍ରୀଙ୍କୁ ସେତେବେଳେ ସିଟ୍ ଆଲର୍ଟ ହୁଏ, ଯେତେବେଳେ ସିଟ୍ ଉପଲବ୍ଧ ବା ଫାଙ୍କା ରହିବା ଅନୁସାରେ ମିଳିଥାଏ । ଏହା ପ୍ରଥମେ ଟିକେଟ କାଟୁଥିବା ଆଧାରରେ ସିଟ୍ ଆଲର୍ଟ ହୋଇଥାଏ । ଅର୍ଥାତ ପ୍ରଥମେ ଆସ, ପ୍ରଥମେ ପାଅ । ସାଧାରଣ କୋଟାରେ ନିଜ ପସନ୍ଦ ସିଟ୍ ମିଳିବା ନେଇ କୌଣସି ପ୍ରକାର ମାନବୀୟ ହସ୍ତକ୍ଷେପ କରାଯାଏ ନାହିଁ ବା କେହି ଜାଣି ଶୁଣି ଏମିତି କରିନଥାନ୍ତି । ଲୋୟର ବର୍ଥ ବା ତଳ ସିଟ୍ ପାଇଁ ଟ୍ରେନରେ ଥିବା ଟିଟିଇ (TTE)ଙ୍କ ସହ ଆପଣ ସଂପର୍କ କରିପାରିବେ । ତାଙ୍କ ସହ ଆଲୋଚନା କରିବା ସହ ଯଦି ଫାଙ୍କା ଥାଏ ବା ଉପଲବ୍ଧ ହୁଏ, ତେବେ ସଂପୃକ୍ତ ଟିଟିଇ, ଆପଣଙ୍କୁ ଲୋୟର ବର୍ଥ ପ୍ରଦାନ କରିପାରିବେ ।

ଏହା ମଧ୍ୟ ପଢ଼ନ୍ତୁ -

ରେଳବାଇରେ ବିପ୍ଳବ ଆଣିଛି 'ବନ୍ଦେ ଭାରତ ଏକ୍ସପ୍ରେସ', କଣ ରହିଛି ନୂଆ ଫିଚର ଓ ଫେସିଲିଟି ? - Vande Bharat Express

ଓଡ଼ିଶା ଟ୍ରାକରେ ଗଡ଼ିଲା ଆଉ ୩ ବନ୍ଦେ ଭାରତ ଏକ୍ସପ୍ରେସ, ଦେଖନ୍ତୁ ଫଟୋ - Vande Bharat Express

Vande Bharat: ରେଳଯାତ୍ରୀ ଧ୍ୟାନ ଦିଅନ୍ତୁ, ବନ୍ଦେ ଭାରତ ସ୍ଲିପର ପରେ ଆସୁଛି କବଚ ଓ ବନ୍ଦେ ମେଟ୍ରୋ - Vande Bharat Express Train

ଲୋୟର ବର୍ଥ ପାଇଁ କେମିତି କରିବେ ଆବେଦନ ?

ସାଧାରଣତଃ ଆମେ ଯେତେବେଳେ ସଂରକ୍ଷିତ ଟିକେଟ ବା Reservation Ticket ବୁକ୍ କରନ୍ତି, ସେତେବେଳେ ବର୍ଥ ବା ସିଟ୍ ଚଏସ ଅପସନ ବ୍ୟବହାର କରିବାକୁ ପଡ଼ିବ । ଅନଲାଇନ ବା IRCTC ୱେବସାଇଟ ମାଧ୍ୟମରେ ଟିକେଟ କରନ୍ତୁ କିମ୍ବା କାଉଣ୍ଟର ଟିକେଟ, ସବୁଥିରେ ନିଜ ପସନ୍ଦ ସିଟ୍ ଯେମିତି ଲୋୟର, ମିଡଲ, ଅପର, ସାଇଡ ଲୋୟର ଏବଂ ସାଇଡ ଅପର ଚଏସ ଲେଖିବାକୁ କିମ୍ବା ଫିଲଅପ୍ କରିବାକୁ ପଡ଼ିବ । ସେହି ଆଧାରରେ ଆପଣଙ୍କ ପସନ୍ଦ ସିଟ୍ ଖାଲି ଥିଲେ, ମିଳିବାରେ କୌଣସି ସମସ୍ୟା ହେବ ନାହିଁ । ଯଦି ନିଜ ପସନ୍ଦ ସିଟ୍ ପୂରଣ ହୋଇଯାଇଥିବ, ତେବେ ଉପଲବ୍ଧ ସିଟ୍ ମଧ୍ୟରୁ ଚୟନ କରିବାକୁ ପଡ଼ିବ । କାଉଣ୍ଟର ଟିକେଟ ବୁକ୍ କରିବା ସମୟରେ ରେଳବାଇ କର୍ମଚାରୀଙ୍କ ସହ ସିଧା ସଳଖ କଥା ହେବାର ସୁବିଧା ଥିବା ବେଳେ, IRCTC ୱେବସାଇଟରେ ଟିକେଟ ବୁକ୍ ସମୟରେ ବୟସ, ମହିଳା, ଗର୍ଭବତୀ, ଛୋଟ ପିଲା, ରୋଗାଗ୍ରସ୍ତ ଏବଂ ସିଟ୍ ଉପଲବ୍ଧତାକୁ ଦେଖି ଆଲର୍ଟ କରାଯାଇଥାଏ ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଟିକେଟ ରିଜର୍ଭେସନ (ସଂରକ୍ଷଣ) ପାଇଁ ୧୨୦ ଦିନ ବା ୪ ମାସ ଧାର୍ଯ୍ୟ ହୋଇଥିଲା । ମାତ୍ର ୨୦୨୪ ନଭେମ୍ବର ୧ ତାରିଖରୁ ଏହି ସୀମାକୁ ୬୦ ଦିନ ବା ୨ ମାସକୁ ହ୍ରାସ କରାଯାଇଛି । ଏହା ପଛରେ ମୁଖ୍ୟ ଲକ୍ଷ୍ୟ ହେଉଛି ଟ୍ରେନ ଯାତ୍ରୀଙ୍କୁ ସୁବିଧାରେ ସଂରକ୍ଷିତ ଟିକେଟ ପ୍ରଦାନ କରିବା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.