ETV Bharat / bharat

ବିଶ୍ୱଶକ୍ତି ଭାବେ ଉଭା ହୋଇଛି ଭାରତ, 2047 ସୁଦ୍ଧା ହେବ ବିକଶିତ ରାଷ୍ଟ୍ର

author img

By ETV Bharat Odisha Team

Published : Feb 1, 2024, 12:20 PM IST

Updated : Feb 1, 2024, 1:31 PM IST

Interim Budget 2024: ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି କେନ୍ଦ୍ର ସରକାର । 2047 ସୁଦ୍ଧା ବିକଶିତ ରାଷ୍ଟ୍ର ଆମର ଲକ୍ଷ୍ୟ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ

Interim Budget 2024
Interim Budget 2024

ହାଇଦ୍ରାବାଦ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି ଅନ୍ତରୀଣ ବଜେଟ । ଷଷ୍ଠ ଥର ପାଇଁ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ବିକାଶ ବ୍ୟବସ୍ଥା କରାଯାଇଥିବା ବେଳେ ସବକା ବିକାଶ ଏବଂ ସବକା ପ୍ରୟାସ ଚାଲୁ ରହିବା କଥା କହିଛନ୍ତି ଅର୍ଥମନ୍ତ୍ରୀ । ଏହା ସହିତ ଦେଶର ବିକାଶକୁ ବଜେଟରେ ଗୁରୁତ୍ବ ଦିଆଯାଇଛି । 2047 ସୁଦ୍ଧା ବିକଶିତ ଭାରତ ଆମର ଲକ୍ଷ୍ୟ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, "ଆର୍ଥିକ ସୁଧାର ସହିତ ମୋଦି ସରକାର ଅଧୀନରେ ଦେଶ ଯେଉଁଭଳି ଭାବେ ଅଗ୍ରଗତି କରୁଛି, ଆମେ ଆଶା ରଖିଛୁ 2047 ସୁଦ୍ଧା ଦେଶକୁ ଏକ ବିକିଶତ ରାଷ୍ଟ୍ରରେ ପରିଣତ ହେବ । ଆମେ ସ୍ବଚ୍ଛତା ସହିତ କାର୍ଯ୍ୟ କରୁଛୁ । ପ୍ରଧାନମନ୍ତ୍ରୀ ମୋଦୀଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଗରିବ, ମହିଳା, କୃଷକଙ୍କ ବିକାଶ ଏବଂ ପ୍ରଗତି ସରକାରଙ୍କ ପ୍ରଥମ ପ୍ରାଥମିକତା ଅଟେ । ସେମାନଙ୍କୁ ସଶକ୍ତ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଗରୀବ କଲ୍ୟାଣ ଦେଶର କଲ୍ୟାଣ ଅଟେ ।" ଗତ 10 ବର୍ଷ ମଧ୍ୟରେ 25 କୋଟି ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଥିବା କହିଛନ୍ତି ନିର୍ମଳା ସୀତାରମଣ ।

ଏହା ମଧ୍ୟ ପଢନ୍ତୁ : ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ନିଜ ହାତରେ ଦହି ଖୁଆଇଲେ ରାଷ୍ଟ୍ରପତି

2014 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଶାସନ ଭାର ଗ୍ରହଣ କରିବା ସମୟରେ ତାଙ୍କ ସାମ୍ନାରେ ଅନେକ ଚାଲେଞ୍ଜ ରହିଥିଲା । ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି । ସମସ୍ତ ଲୋକଙ୍କ ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି ମୋଦି ସରକାର । 2014 ମସିହାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ 10 ବର୍ଷ ମଧ୍ୟରେ ଦେଶର ବିକାଶଧାରା ଅବ୍ୟାହତ ରହିଛି। ଶକ୍ତି କ୍ଷେତ୍ରରେ ମଧ୍ୟ ଭାରତ ଆତ୍ମନିର୍ଭର ହୋଇପାରିଛି । ଯୁବପିଢିଙ୍କ ପାଇଁ ଦେଶରେ ବର୍ତ୍ତମାନ ଅନେକ ଆକାଂକ୍ଷା ରହିଛି । ସେମାନଙ୍କ ଆକାଂକ୍ଷା ଏବଂ ଆବଶ୍ୟକତା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ଅନ୍ୟପଟେ ଯେଉଁ ଯୋଜନା ସବୁ କାର୍ଯ୍ୟକାରୀ କରାଯାଇଛି ତାହା ଦ୍ବାରା ଅନେକ ଚାକିରି ପାରିବେ । ବିକାଶ ଉପରେ ସରକାରଙ୍କ ଧ୍ୟାନ ରହିଛି ଏବଂ ସମସ୍ତ ବର୍ଗ ଏବଂ ଲୋକଙ୍କ ପାଇଁ ବିକାଶର ଆଲୋଚନା ହେଉଛି । ଏଭଳି ଧାରା ଜାରି ରହିଲେ 2047 ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 1, 2024, 1:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.