ETV Bharat / bharat

ଜଳଦସ୍ୟୁ କବଳରୁ 19 ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

author img

By ETV Bharat Odisha Team

Published : Jan 30, 2024, 12:51 PM IST

INS Sumitra Rescue Irani Ship: ପୁଣିଥରେ ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା । 19 ଜଣ ପାକିସ୍ତାନୀଙ୍କୁ ଉଦ୍ଧାର କରିଛି । ଅଧିକ ପଢନ୍ତୁ

INS Sumitra Rescue Irani Ship
INS Sumitra Rescue Irani Ship

ନୂଆଦିଲ୍ଲୀ: ଆରବ ସାଗରରେ ପୁଣିଥରେ ପରାକ୍ରମ ଦେଖାଇଲା ଭାରତୀୟ ନୌସେନା । ଗତ 24 ଘଣ୍ଟା ମଧ୍ୟରେ ଦୁଇଟି ମାଛଧରା ଡଙ୍ଗା ସହ ମତ୍ସ୍ୟଜୀବୀଙ୍କୁ ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କରିଛି ଭାରତୀୟ ନୌସେନା ଜାହାଜ 'ଆଇଏନଏସ ସୁମିତ୍ରା' । ଗୋଟିଏ ଜାହାଜରୁ 19 ଜଣ ପାକିସ୍ତାନୀ ଏବଂ ଅନ୍ୟ ଏକ ଜାହାଜରୁ 17 ଜଣ ଇରାନୀ କ୍ରୁ ମେମ୍ବରକୁ ସୁମିତ୍ରା ଉଦ୍ଧାର କରିଛି ।

ଭାରତୀୟ ନୌସେନା 28 ଏବଂ 29 ଜାନୁଆରୀରରେ ଆରବ ସାଗରରୁ ଦୁଇଟି ଜାହାଜକୁ ହାଇଜାକ ହେବାରୁ ରକ୍ଷା କରିଛି । ପିଟିଆଇର ସୂଚନା ମୁତାବକ, ଯୁଦ୍ଧପୋତ INS Sumitra ରବିବାର ପ୍ରଥମେ ଏକ ଇରାନ ଜାହାଜ FB Iranକୁ ହାଇଜାକ ହେବାରୁ ରକ୍ଷା କରିଥିଲା । ଏହାପରେ ପୁଣିଥିରେ ଆରବ ସାଗରରେ ସ୍ପେଶାଲ ଅପରେସନ ଦ୍ବାରା ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଏଲ ନୀମି ନାମକ ଏକ ଜାହାଜ ଏବଂ ମତ୍ସଜୀବୀଙ୍କୁ ଉଦ୍ଧାର କରିଛି । ଏହି ଅପରେସନରେ 19 ଜଣ କ୍ରୁ ମେମ୍ବର ଏବଂ ଜାହାଜକୁ ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କରିଛି ।

ସୂଚନା ଅନୁସାରେ, 11 ଜଣ ସଶସ୍ତ୍ର ବାହିନୀ ପାକିସ୍ତାନୀ କ୍ରୁ ସଦସ୍ୟ ରହିଥିବା ନୀମି ନାମକ ଏକ ମତ୍ସ୍ୟଜୀବୀ ଜାହାଜକୁ ହାଇଜାକ କରି ନେଇଥିଲେ । ଉକ୍ତ ଜାହାଜରେ 19ଜଣ ପାକିସ୍ତାନୀ କ୍ରୁ ସଦସ୍ୟ ରହିଥିଲେ । ତେବେ ଜଳଦସ୍ୟୁମାନଙ୍କର ଅପହରଣ ଅଭିଯାନକୁ ଭଣ୍ଡୁର କରିଥିଲା ସୁମିତ୍ରା । ଭାରତୀୟ ନୌସେନା ଜାହାଜ ‘ଆଇଏନଏସ ସୁମିତ୍ରା’ ଉକ୍ତ ହାଇଜାକ ଜାହାଜକୁ ଅଟକାଇ 19 ଜଣ କ୍ରୁ ସଦସ୍ୟଙ୍କୁ ମୁକ୍ତ କରିଛି । କେରଳର କୋଚି ଉପକୂଳ ଠାରୁ 850 ମାଇଲ ଦୂରରେ ଏହି ଅପରେସନ କରି ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ସୁମିତ୍ରା ।

ଏହା ମଧ୍ୟ ପଢନ୍ତୁ: ସୋମାଲିଆ ଜଳଦସ୍ୟୁଙ୍କ କବଳକୁ 17 ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ପ୍ରକାଶ ଥାଉକି, 24 ଘଣ୍ଟା ମଧ୍ୟରେ ଭାରତୀୟ ନୌସେନାର ଏହା ଦ୍ବିତୀୟ ସଫଳ ଅଭିଯାନ । ପୂର୍ବରୁ ଆରବ ସାଗରର ସୋମାଲିଆ ଉପକୂଳରେ ଏକ ମାଛଧରା ଜାହାଜକୁ ସୋମାଲିଆ ଜଳଦସ୍ୟୁମାନେ ଅପହରଣ କରି ନେଇଥିଲେ । ଭାରତୀୟ ପଶ୍ଚିମ-ଉପକୂଳର କୋଚି ଠାରୁ ପ୍ରାୟ 7ଶହ ମାଇଲ ଦୂରରେ ଏହି ଅପରେସନ କରି ସମସ୍ତ ଅପହୃତ ମତ୍ସ୍ୟଜୀବୀଙ୍କୁ ଭାରତୀୟ ନୌସେନା ଉଦ୍ଧାର କରିବାରେ ସଫଳ ହୋଇଥିଲା ସୁମିତ୍ରା । ଅତ୍ୟାଧୁନିକ ପ୍ରତିରକ୍ଷା ପ୍ରଣାଳୀରେ ବ୍ୟବସ୍ଥିତ ସୁମିତ୍ରାରେ ଧ୍ରୁବ ହେଲିକପ୍ଟର ମଧ୍ୟ ନିୟୋଜିତ ହୋଇଥିଲା । ସମୁଦାୟ 36 ଜଣ(17 ଇରାନୀ, 19 ପାକିସ୍ତାନୀ) କ୍ରୁ ମେମ୍ବରକୁ ଉଦ୍ଧାର କରିବାରେ ସଫଳ ହୋଇପାରିଛି ସୁମିତ୍ରା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.