ETV Bharat / bharat

IRCTCର କ୍ଲାଉଡ କିଚେନ, ଟ୍ରେନ ଯାତ୍ରୀଙ୍କୁ ଉନ୍ନତ ମାନର ଖାଦ୍ୟ - IRCTC Cloud Kitchen

author img

By ETV Bharat Odisha Team

Published : Sep 12, 2024, 5:29 PM IST

New Facility By IRCTC: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଟ୍ରେନରେ ଦୂର ଯାଗାକୁ ଯାତ୍ରା କରୁଥିଲେ, ଏଣିକି ଆଉ ଖାଦ୍ୟ କ୍ବାଲିଟିକୁ ନେଇ ଚିନ୍ତିତ ହେବା ଆବଶ୍ୟକ ନାହିଁ । କାରଣ ଆପଣଙ୍କ ପାଇଁ IRCTC ଆଣିଦେଇଛି ଉନ୍ନତମାନର ସୁବିଧା । ଜାଣନ୍ତୁ କେଉଁଠି ଉପଲବ୍ଧ ଏବଂ କ'ଣ ଏହି ସୁବିଧା ?

Cloud Kitchen
Cloud Kitchen (ETV Bharat, IRCTC)

ହାଇଦ୍ରାବାଦ: ଯାତ୍ରୀଙ୍କ ପାଇଁ IRCTC ଆଣିବାକୁ ଯାଉଛି ନୂଆ ସୁବିଧା । ଟ୍ରେନରେ ମିଳୁଥିବା ଖାଦ୍ୟର ମାନ ଏଣିକି ଆହୁରି ଉନ୍ନତ ହେବ । କାରଣ ବେସ କିଚେନକୁ (Base Kitchen) ଏଣିକି କ୍ଲାଉଡ କିଚେନ(Cloud Kitchen)ରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛି ଦ ଇଣ୍ଡିଆନ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (IRCTC) । ଏହା ପ୍ରଥମ ଥର ମୁମ୍ବାଇରେ କାର୍ଯ୍ୟକାରୀ ହେବା ନେଇ ରେଳବାଇ ପକ୍ଷରୁ ସୂଚନା ଜାରି ହୋଇଛି ।

IRCTC Cloud Kitchen
IRCTC Cloud Kitchen (ETV Bharat Odisha)

କେବେଠୁ କ୍ଲାଉଡ କିଚେନ ?

ପାଖାପାଖି ମାସକ ପରେ ମୁମ୍ବାଇରେ ଏହି ସୁବିଧା ଉପଲବ୍ଧ ହେବ । ଏହି କ୍ୟାଟରିଂ ସର୍ଭିସ ପ୍ରଫେସନାଲ କ୍ୟାଟରରଙ୍କ ଦ୍ବାରା ଅପରେଟ୍ ହେବ । IRCTC ପକ୍ଷରୁ ପଶ୍ଚିମ ଜୋନରେ ପାଖାପାଖି ୨୦୦ ରୋଷେଇ ସେଟ୍ ଅପ ଏବଂ ପାଇପଲାଇନର ବନ୍ଦୋବସ୍ତ ହେବ । ଏସବୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ଭଳି ରାଜ୍ୟ ପାଇଁ ସେବା ପ୍ରଦାନ କରିବ ।

କେତୋଟି ଟ୍ରେନ ପାଇଁ କ୍ଲାଉଡ କିଚେନ ସୁବିଧା ଉପଲବ୍ଧ:

ସର୍ବମୋଟ ୨୦୦ କ୍ଲାଉଡ କିଚେନ ସୁବିଧା ଉପଲବ୍ଧ ହେବାକୁ ଥିବାବେଳେ ପ୍ରସ୍ତୁତ ହୋଇସାରିଛି ୯୦ଟି କ୍ଲାଉଡ କିଚେନ । ବର୍ତ୍ତମାନ ୫୦ଟି କାର୍ଯ୍ୟକାରୀ ହେଉଥିବାବେଳେ ଦୈନିକ ୫୦୦ ଟ୍ରେନରେ ଏହି ସୁବିଧା ମିଳିବା ନେଇ ଲକ୍ଷ୍ୟ ରହିଛି । ସେହିପରି ଦୈନିକ ୧ ହଜାରରୁ ୪ ହଜାର ପର୍ଯ୍ୟନ୍ତ ମିଲ୍ସ ପ୍ରସ୍ତୁତ ହେବାର ଲକ୍ଷ୍ୟ ରହିଛି । ପୂର୍ବରୁ ଖାଦ୍ୟର ମାନ (Food Quality)ନେଇ ଆସିଥିବା ଅଭିଯୋଗ ସଂଖ୍ୟା ହେଉଛି ୩୦୦ରୁ ୩୫୦ । ଏହାବ୍ୟତୀତ କ୍ଲାଉଡ କିଚେନ ବାବଦରେ ଆସିଥିବା ଅଭିଯୋଗ ଅପେକ୍ଷାକୃତ କମ୍ ରହିଛି । ମାତ୍ର ୭୦ରୁ ୮୦ କମ୍ପ୍ଲେନ ଆସିଥିବା ସୂଚନା ମିଳିଛି ।

କୁର୍ଲାରେ ହେବ ସବୁଠୁ ବଡ଼ କ୍ଲାଉଡ କିଚେନ:

ସୂଚନା ଅନୁସାରେ, ମୁମ୍ବାଇର କୁର୍ଲା ସ୍ଥିତ LBS ରୋଡରେ ସବୁଠୁ ବଡ଼ କ୍ଲାଉଡ କିଚେନ କରିବାକୁ ଲକ୍ଷ୍ୟ ରଖିଛି IRCTC । ପାଖାପାଖି ୪ ହଜାର ମିଲ୍ସ ଏଠାରେ ପ୍ରସ୍ତୁତ କରାଯିବ । ଯେଉଁଥିରେ ଜଳଖିଆ ମଧ୍ୟ ଅନ୍ତର୍ଭୁକ୍ତ ରହିବ । ପାଣ୍ଟ୍ରି କାରରେ ଏହାକୁ ପରିବହନ କରାଯାଇ ଦୂରକୁ ଯାତ୍ରା କରିବାକୁ ଥିବା ଟ୍ରେନକୁ ସପ୍ଲାଇ କରାଯିବ ବୋଲି ଜଣାପଡ଼ିଛି ।

IRCTC Cloud Kitchen
IRCTC Cloud Kitchen (ETV Bharat Odisha)

ଏହା ବି ପଢନ୍ତୁ...ରାଜ୍ୟ ପାଇଁ ଖୁସି ଖବର, 15ରେ ଗଡ଼ିବ ଆଉ 3 ବନ୍ଦେ ଭାରତ ଏକ୍ସପ୍ରେସ - New Vande Bharat

ଏହା ବି ପଢନ୍ତୁ...Vande Bharat: ରେଳଯାତ୍ରୀ ଧ୍ୟାନ ଦିଅନ୍ତୁ, ବନ୍ଦେ ଭାରତ ସ୍ଲିପର ପରେ ଆସୁଛି କବଚ ଓ ବନ୍ଦେ ମେଟ୍ରୋ - Vande Bharat Express Train

ଏହା ବି ପଢନ୍ତୁ...Vande Bharat: ବନ୍ଦେ ଭାରତ ସ୍ଲିପର ଟ୍ରେନରେ ରହିଛି ଏସବୁ ଫିଚର: ଭୁଲିଯିବେ ବିମାନ ଯାତ୍ରା ! ଜାଣନ୍ତୁ କେବେଠୁ ଗଡିବ ଟ୍ରାକରେ - Vande Bharat sleeper coach

ଏହା ବି ପଢନ୍ତୁ...ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ; ପୁରୀ-ବିଶାଖାପାଟଣା ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଖାଦ୍ୟରୁ ବାହାରିଛି ପୋକ, ଅସରପା:

Food Related Complain
Food Related Complain (ETV Bharat Odisha)

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ନଭେମ୍ବର୨୦୨୩ ମଧ୍ୟରେ ୫ ହଜାର ଟଙ୍କାରୁ ଆରମ୍ଭ କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଆଦାୟ କରାଯାଇଛି । ଏପରିକି ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରି ଦେବା ଅଭିଯୋଗରେ ଅନେକ କଣ୍ଟ୍ରାକ୍ଟ ମଧ୍ୟ ବାତିଲ ହୋଇଛି । ଆସିଥିବା ୩୦୦ରୁ ୩୫୦ ଅଭିଯୋଗ ମଧ୍ୟରେ ୧୦ରୁ ୧୨ଟି ସାଂଘାତିକ ଅଭିଯୋଗ ରହିଛି । ଯେଉଁଥିରେ ପୋକ, ଅସରପା ଏବଂ ଅନ୍ୟାନ୍ୟ ଜିନିଷ ଖାଦ୍ୟ ସାମଗ୍ରୀରୁ ବାହାରିଥିବା ନେଇ ଯାତ୍ରୀ ଅଭିଯୋଗ ଆଣିଥିବାର ନଜିର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.