ETV Bharat / bharat

ଛୁଟିରେ ଆସି ଗ୍ୟାଙ୍ଗ ଗଢିଲେ, କଳାକନା ବୁଲାଇଲେ ଅଗ୍ନିବୀର; ବହୁ କଷ୍ଟରେ ଧରିଲା ପୋଲିସ, ସେନା ଆକ୍ସନକୁ ଅପେକ୍ଷା - Indian army soldier turns robber

author img

By ETV Bharat Odisha Team

Published : Jul 26, 2024, 12:47 PM IST

Updated : Jul 26, 2024, 1:24 PM IST

Agniveer formed a gang involved in highway robberies: ଗତ 2022ରେ ଅଗ୍ନିବୀରରେ ସାମିଲ ହେବା ପରେ ଇସମିତ ପଶ୍ଚିମବଙ୍ଗରେ ମୂତୟନ ହୋଇଥିଲେ । ସେ ଦୁଇ ମାସ ତଳେ ଛୁଟିରେ ଆସିଥିଲେ । ପରେ ସେ ଆଉ ଡ୍ୟୁଟିକୁ ନଫେରି ଗୋଟଏ ଘର ଭଡା ନେଇ ଆପରାଧ ସାମ୍ରାଜ୍ୟକୁ ବଢାଇଥିଲେ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ହାଇଦ୍ରାବାଦ: ଗତ 2022 ନଭେମ୍ବର ମାସରେ ସେନାରେ ଅଗ୍ନବୀର ଭାବେ ନିଯୁକ୍ତି ପାଇଥିଲେ କିନ୍ତୁ ଆଗକୁ ସେ ଆଉ ସେନାରେ କାମ କରିବା କେତେ ଉଚିତ ସେ ପ୍ରଶ୍ନ ଉଠିଛି । ପଞ୍ଜାବର ଅଗ୍ନିବୀର ଯବାନ ଇସମିତ୍ ସିଂ । ସେନାରେ ତାଙ୍କ କାର୍ଯ୍ୟକାଳ ସମୟରେ ଛୁଟିରେ ଆସି ଅପରାଧ ଦୁନିଆକୁ ଏଣ୍ଟ୍ରି କରିଛନ୍ତି । ଅପରାଧ ପୁଣି ଏମିତି ସେମିତି ନୁହେଁ, ନିଜେ ଗଢିଛନ୍ତି ଗ୍ୟାଙ୍ଗ । ହାତେଇଛନ୍ତି ଅନେକ ବେଆଇନ ଅସ୍ତ୍ରଶସ୍ତ୍ର । ଏହା ପରେ ଆରମ୍ଭ କରିଥିଲେ ଅସଲି ଖେଳ । କିନ୍ତୁ ଅପରାଧର ବାଦଶାହ ଦେବାକୁ ଦେଖିଥିବା ତାଙ୍କ ସ୍ବପ୍ନ, ସ୍ବପ୍ନରେ ହିଁ ରହିଯାଇଛି । ବେଶି ଦିନ ସେ ଅପରାଧର କଳା କୋଠରୀ ମଧ୍ୟରେ ଲୁଚି ପାରିନାହାଁନ୍ତି । ଚୋର ପାଇଁ ଅନ୍ଧାର ଘର ଦିନେ ନା ଦିନେ ଆଲୋକିତ ହେବା ଭଳି ସେ ପୋଲିସରେ ଧରାପଡିଯାଇଛନ୍ତି ।

ପଞ୍ଜାବ ରାଜଧାନୀ ମୋହାଲିରେ ଜାତୀୟ ରାଜପଥରୁ ଲୁଟ ତରାଜୁ ଏବଂ ଗାଡି ଚୋରି ଅଭିଯୋଗରେ ତାଙ୍କୁ ଗିରଫ କରିଛି ମୋହାଲି ପୋଲିସ । ଖାଲି ତାଙ୍କୁ ଧରିନି ବରଂ ପୁରା ଗ୍ୟାଙ୍ଗକୁ ମାଡି ବସିଛି ପୋଲିସ । ଇସମିତ ସହିତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଏହି ଗ୍ୟାଙ୍ଗରେ ସାମିଲ ଥିଲେ ତାଙ୍କ ଭାଇ ପ୍ରଭଦୀପ ସିଂ । ତୃତୀୟ ଅଭିଯୁକ୍ତ ଥିଲା ଇସମିତଙ୍କ ବନ୍ଧୁ ବାଲକରନ ସିଂ । ଅଭିଯୁକ୍ତଙ୍କୁ ଗିରଫ ପରେ ପୋଲିସ ଗ୍ୟାଙ୍ଗ ନିକଟରୁ ଏକ ଚୋରୀ ଟ୍ୟାକ୍ସି, ବୁଲେଟ ମଟର ସାଇକେଲ, ସ୍କୁଟର ଏବଂ ଦେଶୀ ବନ୍ଧକ ଜବତ କରିଛି ।

ପରେ ପୋଲିସ ସୂଚନା ଦେଇଛି କି, 2022ରେ ଅଗ୍ନିବୀରରେ ସାମିଲ ହେବା ପରେ ଇସମିତ ପଶ୍ଚିମବଙ୍ଗରେ ମୂତୟନ ହୋଇଥିଲେ । ସେ ଦୁଇ ମାସ ତଳେ ଛୁଟିରେ ଆସିଥିଲେ । ପରେ ସେ ଆଉ ଡ୍ୟୁଟିକୁ ନଫେରି ଗୋଟଏ ଘର ଭଡା ନେଇ ଆପରାଧ ସାମ୍ରାଜ୍ୟକୁ ବଢାଇଥିଲେ । ତେବେ ଏହି ଗ୍ୟାଙ୍ଗ ନେଇ ପୋଲିସ ପାଖରେ ଖବର ପହଞ୍ଚିବା ପରେ ପୋଲିସ ଅପରେସନ ଆରମ୍ଭ କରିଥିଲା । ସେମାନେ ଗାଡି ଚୋରି କରି ଡୁପ୍ଲିକେଟ ନମ୍ବର ଲଗାଇ ବ୍ୟବହାର କରୁଥିଲେ ବୋଲି ପୋଲସ କହିଛି ।

ଏହା ବି ପଢନ୍ତୁ- ଫେସବୁକ୍‌ ଫଟୋକୁ କଦର୍ଥ କରି ଯୁବତୀଙ୍କୁ ବ୍ଲାକମେଲ୍‌, ବନ୍ଧା ହେଲା ଅଭିଯୁକ୍ତ - Man threatened girl in Balngir

ଏପଟେ ସେନା ପକ୍ଷରୁ ଏହି ଖବର ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ । ସେନା ଏବଂ ସରକାର ଅଗ୍ନିବୀର ନିଯୁକ୍ତି ନେଇ ବାରମ୍ବାର ବିରୋଧୀଙ୍କର ସମାଲୋଚନାର ଶିକାର ହେଉଛନ୍ତି । ତେବେ ଦେଖିବାକୁ ବାକି ରହିଲା ସେନା ଏହି ଘଟଣାରେ କଣ ଆକ୍ସନ ନେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 26, 2024, 1:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.