ETV Bharat / bharat

ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି, ଜରୁରୀ ଅବତରଣ କଲା ସେନା ହେଲିକପ୍ଟର - ARMY HELICOPTER EMERGENCY LANDING

author img

By ETV Bharat Odisha Team

Published : May 4, 2024, 7:40 PM IST

Army Helicopter Emergency Landing: ସେନା ହେଲିକପ୍ଟରରେ ଦେଖାଦେଇଥିବା ଯାନ୍ତ୍ରିକ ତୃଟି ପାଇଁ ସାଙ୍ଗଲି ଜିଲ୍ଲାରେ ଜରୁରୀକାଳୀନ ଅବତରଣ । ହେଲିକପ୍ଟର ଦେଖିବାକୁ ଗାଁ ଲୋକଙ୍କ ନାହିଁ ନଥିବା ଭିଡ଼ । ଅଧିକ ପଢନ୍ତୁ

Army Helicopter Makes Emergency Landing
Army Helicopter Makes Emergency Landing (Etv Bharat)
Army Helicopter Makes Emergency Landing (ETV BHARAT)

ମୁମ୍ବାଇ: ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ହେଲିକପ୍ଟର । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପାଇଁ ରକ୍ଷା ହେଲା ଜୀବନ । ଯାନ୍ତ୍ରିକ ତ୍ରୁଟିକୁ ଜାଣିପାରି ଗାଁର କ୍ଷେତରେ ହେଲିକପ୍ଟର କଲା ଅବତରଣ । ଘଟଣାଟି ଘଟିଛି ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ । ସୂଚନା ଅନୁଯାୟୀ, ଏକ ଭାରତୀୟ ସେନା ହେଲିକପ୍ଟର ସାଙ୍ଗଲି ଜିଲ୍ଲାର ଇରାନଡୋଲି ଗାଁରେ ଜରୁରୀକାଳୀନ ଅବତରଣ କରିଥିଲା । ହେଲିକପ୍ଟରରେ ଦେଖାଦେଇଥିବା ଯାନ୍ତ୍ରିକ ତୃଟି କାରଣରୁ ପାଇଲଟ କ୍ଷେତ ମଧ୍ୟରେ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ ।

ଏହି ଖବରଟି ଚାହୁଁ ଚାହୁଁ ବିଜୁଳି ବେଗରେ ଗାଁରେ ପ୍ରଚାର ହୋଇଯାଇଥିଲା । ଫଳରେ ଗାଁରେ ରହୁଥିବା ସାଧାରଣ ଲୋକମାନଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଥିଲା । ଗାଁ ଲୋକମାନେ ହେଲିକପ୍ଟରକୁ ଦେଖିବା ପାଇଁ ଧାଇଁ ଆସିଥିଲେ । ଆଜି ସକାଳେ ଭାରତୀୟ ସେନାର ଏହି ହେଲିକପ୍ଟରଟି ବେଙ୍ଗାଲୁରୁକୁ ଯିବା ପାଇଁ ନାସିକରୁ ଉଡାଣ ଭରିଥିଲା । କିନ୍ତୁ ଇରାନଡୋଲି ଅଞ୍ଚଳ ନିକଟବର୍ତ୍ତୀ ହେବା ପରେ ହେଲିକପ୍ଟରରେ କୌଣସି ଯାନ୍ତ୍ରିକ ତୃଟି ଥିବା ନେଇ ପାଇଲଟଙ୍କ ନଜରକୁ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ ... UBT ନେତାଙ୍କୁ ଆଣିବାକୁ ଯିବା ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ଅବତରଣ ବେଳେ ହେଲା କ୍ରାସ - Maharashtra Helicopter Crash

ତତକ୍ଷଣାତ ତିଳେ ମାତ୍ର କାଳ ବିଳମ୍ବ ନକରି ପାଇଲଟ ଜଣକ ହେଲିକପ୍ଟରକୁ କ୍ଷେତରେ ଅବତରଣ କରାଇଥିଲେ । ହେଲିକପ୍ଟରରେ ସେନା ଅଧିକାରୀ ମାନେ ବେଙ୍ଗାଲୁରୁ ଯାଉଥିଲେ । ହେଲିକପ୍ଟରରେ ୩ ଜଣ ସେନା ଅଧିକାରୀଙ୍କ ସହିତ ଜଣେ ଲ୍ୟୁଟେନାଣ୍ଟ, ପାଇଲଟ ଓ ସହ ପାଇଲଟ ଥିଲେ । ଜିଲ୍ଲା ପ୍ରଶାସନ ଏସମ୍ପର୍କରେ ଖବର ପାଇବା ମାତ୍ରେ ଘଟଣା ସ୍ଥଳକୁ ଯାଇଥିଲେ । ପ୍ରଶାସନିକ ଅଧିକାରୀ ମାନେ ଏପ୍ରକାର ଜରୁରୀକାଳୀନ ଅବତରଣ ସମ୍ପର୍କରେ ସଂଜ୍ଞାନ ନେଇଥିଲେ । ଅନ୍ୟ ଏକ ହେଲିକପ୍ଟର ଜରିଆରେ ଭାରତୀୟ ସେନାର ଏକ ଟିମ ଆସି ତୃଟିଯୁକ୍ତ ହେଲିକପ୍ଟରର ଅନୁଧ୍ୟାନ କରିବା ସହ ସଜାଡିଥିଲେ । ସୌଭାଗ୍ୟବଶତଃ ଏକ ବଡ ଧରଣର ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲା ସେନା ହେଲିକପ୍ଟର ।

ସୂଚନାଯୋଗ୍ୟ ଯେ ଗତକାଲି ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ହେଲିକପ୍ଟର । ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତାଙ୍କୁ ଆଣିବାକୁ ଯାଉଥିବା ବେଳେ ଲ୍ୟାଣ୍ଡ ସମୟରେ ହେଲିକପ୍ଟରଟି କ୍ରାସ ହୋଇଯାଇଥିଲା । ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ସୁଶମା ଅନ୍ଧାରେ ଲୋକସଭା ନିର୍ବାଚନ ଲାଗି ବାରମତି ଠାରେ ଏକ ଜନସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ତାଙ୍କୁ ଆଣିବା ଲାଗି ପ୍ରାଇଭେଟ ଚପର୍‌ ରାୟଗଡ଼ ଜିଲ୍ଲାର ହେଲିପ୍ୟାଡରେ ପହଞ୍ଚିଥିଲା । ହେଲେ ଅବତରଣ କରିବା ପୂର୍ବରୁ ହିଁ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣା ପ୍ରାୟ ସକାଳ 9ଟା 30 ସମୟରେ ଘଟିଛି । ପାଇଲଟ ହେଲିକପ୍ଟରକୁ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଏହା ଗୋଟିଏ ଦିଗକୁ ଢଳି ଯାଇଥିଲା । ପ୍ରାଥମିକ ସୂଚନା ଅନୁସାରେ ପାଇଲଟଙ୍କୁ ଆଘାତ ଲାଗିଥିବା ବେଳେ ହେଲିକପ୍ଟରର ରୋଟର ବ୍ଲେଡ କ୍ଷତିଗ୍ରସ୍ତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.