ETV Bharat / bharat

ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି, ତେଣୁ ତା'ର ସମ୍ମାନ କର: ମଣିଶଙ୍କର ଆୟର - Mani Shankar Aiyar Statement - MANI SHANKAR AIYAR STATEMENT

Mani Shankar Aiyar On Pakistan: ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅଡୁଆରେ ଛନ୍ଦି ହେଉଛନ୍ତି କଂଗ୍ରେସ ନେତା । ସାମ ପିଟ୍ରୋଡାଙ୍କ ପରେ ମଣିଶଙ୍କର ଆୟରଙ୍କ ସାକ୍ଷାତକାର ସାମ୍ନାକୁ ଆସିଛି । ତାଙ୍କ ବୟାନ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି

Mani Shankar Aiyar On Pakistan
Mani Shankar Aiyar On Pakistan (ETV Bharat Odisha)
author img

By ETV Bharat Odisha Team

Published : May 10, 2024, 2:23 PM IST

ନୂଆଦିଲ୍ଲୀ: ପାକିସ୍ତାନ ପରମାଣୁ ବୋମା ରଖିଛି ତେଣୁ ତା'ର ସମ୍ମାନ କରିବା ଉଚିତ । ଏଭଳି କିଛି ବୟାନ ଦେଇ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛନ୍ତି ମଣିଶଙ୍କର ଆୟର । ସାମ ପିଟ୍ରୋଡାଙ୍କ ପରେ ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଣିଶଙ୍କର ଆୟରଙ୍କ ସାକ୍ଷାତକାର ସାମ୍ନାକୁ ଆସିଛି । ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ସାକ୍ଷାତକାର ଦେବାବେଳେ ଆୟର୍ ପୁନର୍ବାର ପାକିସ୍ତାନ ସହ ଆଲୋଚନାକୁ ସମର୍ଥନ କରିଛନ୍ତି । ପିଟ୍ରୋଡାଙ୍କ ପରେ ଆୟରଙ୍କ ମନ୍ତବ୍ୟ ବର୍ତ୍ତମାନ କଂଗ୍ରେସ ପାଇଁ ଚିନ୍ତାର କାରଣ ସାଜିଛି ।

ସେ ସାକ୍ଷାତକାରରେ କହିଛନ୍ତି, ପାକିସ୍ତାନ ସହିତ ବାର୍ତ୍ତାଳପ କରିବା ଉଚିତ ଏବଂ ତାଙ୍କୁ ସମ୍ମାନ ଦେବା ଉଚିତ । ପାକିସ୍ତାନ ନିକଟରେ ପରମାଣୁ ବୋମା ରହିଛି । ଯଦି ଆମେ ପାକିସ୍ତାନକୁ ସମ୍ମାନ କରିବୁ ନାହୁଁ ତେବେ କିଛି ପାଗଳ ନେତା ଆସି ପରମାଣୁ ବୋମା ବାହାର କଲେ ଆମେ କ'ଣ କରିବା ? ସେ ଆହୁରି ମଧ୍ୟ କହିଛନ୍ତି, "ପାକିସ୍ତାନ ଏଭଳି ଏକ ଦେଶ, ଯାହାକୁ ଭାରତ ସମ୍ମାନ ଦେବା ଉଚିତ । ଆପଣ ହାତରେ ବନ୍ଧୁକ ଧରି ବୁଲିଲେ ଏହାର ସମାଧାନ କିଛି ହେବ ନାହିଁ । ବରଂ ଚିନ୍ତା ବଢିବ ।"

ବିଶ୍ବଗୁରୁ ହେବାକୁ ହେଲେ ବାର୍ତ୍ତାଳାପ କରିବାକୁ ହେବ: କେନ୍ଦ୍ରମନ୍ତ୍ରୀ ମଣିଶଙ୍କର ଆୟର କହିଛନ୍ତି, "ଆମ ପାଖରେ ଆଟମ୍ ବମ୍ ରହିଛି । ଯଦି ଆମେ ଏହାକୁ ଲାହୋର ଷ୍ଟେସନରେ ପକାଇବା ତାହେଲେ ଏହା କାମ କରିବାକୁ ମାତ୍ର 8 ସେକେଣ୍ଡ ଲାଗିବ ଏବଂ ଏହାର ରେଡିଓ ଆକ୍ଟିଭିଟି ଅମୃତସର ଯାଏଁ ପହଞ୍ଚିବ । ଯଦି ଆମେ ବିଶ୍ବ ନେତା ହେବାକୁ ଚାହୁଁଛେ, ତାହାଲେ ବଡ ସମସ୍ୟାର ସମାଧାନ ପାଇଁ କଠିନ ପରିଶ୍ରମ କରିବା ଜରୁରୀ । କିନ୍ତୁ ଗତ 10 ବର୍ଷ ମଧ୍ୟରେ ସମସ୍ତ କଠିନ ପରିଶ୍ରମ କରିବା ବନ୍ଦ ହୋଇଯାଇଛି । ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବାରୁ ବିଜେପି କୌଣସି ପ୍ରକାର ବାର୍ତ୍ତାଳାପ କରିବା ନେଇ ମନା କରିଦେଉଛି । ଆତଙ୍କବାଦୀକୁ ସମୂଳେ ବିନାଶ ପାଇଁ ଆଲୋଚନା ଜରୁରୀ ।"

ଏହା ମଧ୍ୟ ପଢନ୍ତୁ: ପୁଣି ପିଟ୍ରୋଡାଙ୍କ ବିବାଦୀୟ ବୟାନ; ପୂର୍ବ ଭାରତୀୟ ଲୋକ ଚାଇନିଜ୍ ଭଳି ଦେଖିବାକୁ...କଂଗ୍ରେସ କହିଲା ଦୁର୍ଭାଗ୍ୟଜନକ - Congress Sam Pitroda

ପୂର୍ବରୁ ପିଟ୍ରୋଡା ପୂର୍ବରାଜ୍ୟର ଲୋକଙ୍କୁ ଚୀନ ଓ ଦକ୍ଷିଣ ଭାରତୀୟ ଲୋକଙ୍କୁ ଆଫ୍ରିକା ସହ ତୁଳନା କରିଥିଲେ । ସାକ୍ଷାତକାରରେ କହିଥିଲେ "ଭାରତର ପୂର୍ବୋତ୍ତର ଲୋକମାନେ ଚୀନ ନାଗରିକ ଭଳି ଦେଖାଯାଉଥିବା ବେଳେ ଦକ୍ଷିଣ ଭାରତୀୟ ଲୋକେ ଆଫ୍ରିକୀୟ ଭଳି ଲାଗନ୍ତି । ଆମେ ଭାରତ ଭଳି ବିବିଧତାପୂର୍ଣ୍ଣ ଦେଶକୁ ଯୋଡି ରଖିପାରିବା । ଯେଉଁଠି ପୂର୍ବୋତ୍ତର ଲୋକେ ଚୀନବାସୀ ଭଳି ଦେଖାଯାନ୍ତି, ପଶ୍ଟିମ ଭାରତ ଲୋକେ ଆରବ ଭଳି ଦେଖାଯାନ୍ତି ଉତ୍ତରରେ ଲୋକେ ହ୍ୱାଇଟ ଦେଖାଆଯାନ୍ତି ଓ ଦକ୍ଷିଣ ଭାରତ ଲୋକେ ଆଫ୍ରିକୀୟ ଭଳି ଲାଗନ୍ତି । ଏଥିରେ କିଛି ଫରକ ପଡେନି । ଆମେ ସମସ୍ତେ ଭାଇ ଭଉଣୀ ଅଟନ୍ତି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.