ETV Bharat / bharat

ବିହାରରେ ବ୍ରିଜ୍ ଟ୍ରାଜେଡି: ଭୁଶୁଡ଼ିଲା ଦେଶର ସର୍ବବୃହତ ବକୋର ପୋଲ, ଜଣେ ମୃତ - BIHAR BRIDGE COLLAPSE - BIHAR BRIDGE COLLAPSE

Bihar Bridge Collapse: ଭୁଶୁଡିଲା ଦେଶର ସର୍ବବୃହତ ପୋଲ । ବିହାରର ସୁପୋଲରେ ନିର୍ମାଣାଧୀନ ପୋଲର 3ଟି ଗାର୍ଡର ଖସି ପଡ଼ିଛି । ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଅଧିକ ପଢନ୍ତୁ,

Bakour Bridge
Bakour Bridge
author img

By ETV Bharat Odisha Team

Published : Mar 22, 2024, 10:21 AM IST

ପାଟନା: ଗତ କିଛି ଦିନ ହେବ ପୋଲ ଟ୍ରାଜେଡି ପାଇଁ ଚର୍ଚ୍ଚାରୁ ହଟୁନି ବିହାର । ଭୁଶୁଡିଲା ଦେଶର ସର୍ବବୃହତ ବକୋର ବ୍ରିଜ । ଗତ କିଛି ଦିନ ପୂର୍ବେ ସୁଲତାନଗଞ୍ଜରେ ଗଙ୍ଗାନଦୀ ଉପରେ ନିର୍ମାଣାଧୀନ ଏକ ପୋଲ ଏବଂ କିଶନଗଞ୍ଜ ଜିଲ୍ଲାରୁ କଟିହାରକୁ ସଂଯୋଗ କରିବା ପାଇଁ ମେଚୀ ନଦୀ ଉପରେ ନିର୍ମାଣାଧୀନ ଏହି ପୋଲର ନଦୀରେ ମଧ୍ୟଭାଗରେ ଥିବା ଖମ୍ବଟି ଦବି ଯାଇଥିବା ବେଳେ ଏବେ ବକୋର ବ୍ରିଜ ଭୁଶୁଡି ପଡିଛି । ବ୍ରିଜର 3ଟି ସ୍ତମ୍ଭର ଗାର୍ଡର ଖସିଯାଇଛି । ତେବେ ସକାଳ ପ୍ରାୟ 7ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲ ତଳେ କିଛି ଶ୍ରମିକ ଚାପି ହୋଇ ରହିଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଛି ।

ଦେଶର ସର୍ବବୃହତ ପୋଲ କ୍ଷତିଗ୍ରସ୍ତ: ଏହି ପୋଲରେ ସମୁଦାୟ 171ଟି ପିଲର ରହିଛି । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା 150ରୁ ଅଧିକ ସ୍ତମ୍ଭ ନିର୍ମାଣ କରାଯାଇଥିଲା । କିନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଶେଷ ହୋଇନଥିଲା । ମାଧୁବନୀ ଏବଂ ସୁପାଲ ମଧ୍ୟରେ ବକୋର ସେତୁ ନିର୍ମାଣ କରାଯାଉଛି । ଏହା ହେଉଛି ଦେଶର ସର୍ବବୃହତ୍ତ ସେତୁ । ଆସାମର ଭୁପେନ ହଜରିକା ବ୍ରିଜଠାରୁ ମଧ୍ୟ ଏହା ଏକ କିଲୋମିଟର ଲମ୍ବ ଅଟେ ।

ଏହା ମଧ୍ୟ ପଢନ୍ତୁ: ବିହାରରେ ପୁଣି ଟ୍ରାଜେଡି: ଦବିଗଲା ନିର୍ମାଣାଧୀନ ପୋଲ

3ଟି ଗାର୍ଡର ଖସିଲା: ପିଲର ନମ୍ବର 50,51 ଏବଂ 52 ସମ୍ପୂର୍ଣ୍ଣ ଭାବେ ଖସି ପଡିଛି । ଏହି ଦୁର୍ଘଟଣାରେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିହାରରେ ସେତୁ ଭୁଶୁଡିବା ଏହା ପ୍ରଥମ ଘଟଣା ନୁହେଁ । ବକୋର ସେତୁ ନିର୍ମାଣ ପାଇଁ 1200 କୋଟି ଟଙ୍କା ବିନିମୟ କରାଯାଇଥିବା ସୂଚନା ରହିଛି ।

10.2 କିମି ଲମ୍ବା ପୋଲ: କେନ୍ଦ୍ରୀୟ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଏହି ସେତୁ ନିର୍ମାଣ କରିଛନ୍ତି । ଏହି ସେତୁର ଲମ୍ବ ପ୍ରାୟ 10.2 କିଲୋମିଟର । ଏହି ବ୍ରିଜ ସୁପୋଲ ଏବଂ ମଧୁବନୀ ମଧ୍ୟରେ ଦୂରତାକୁ 30 କିଲୋମିଟର ହ୍ରାସ କରିବା ନେଇ ଆଶା ରଖାଯାଇଥିଲା । ତେବେ ଏହି ପୋଲ ବର୍ଷା ପାଇଁ ବେଶ ଉପଯୋଗୀ ବୋଲି କୁହାଯାଉଥିଲା । କାରଣ ବର୍ଷା ହେଲେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ । କେବଳ ଏତିକି ନୁହେଁ ବର୍ଷା ହେଲେ 100 କିଲୋମିଟର ଅଧିକ ଦୂରତା ଯିବାକୁ ପଡିଥାଏ । ତେବେ ବିହାରରେ ବାରମ୍ବାର ପୋଲ ଭୁଶୁଡିବା ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.