ETV Bharat / bharat

ବିଶ୍ବରେ ଟୀକାକରଣରେ ଭାରତ ଅଗ୍ରଣୀ, ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ କାମ କରିବ AI: ବିଲ୍ ଗେଟ୍ସ

author img

By ETV Bharat Odisha Team

Published : Mar 1, 2024, 10:22 AM IST

Bill Gates on Vaccines: ଭାରତରେ କୋଭିଡ-19 ଟୀକା ନେଇ ମଧ୍ୟ ପ୍ରଶଂସା କରିଛନ୍ତି ବିଲ୍ ଗେଟ୍ସ । କହିଲେ ବିଶ୍ବରେ ଟୀକାକରଣରେ ଅଗ୍ରଣୀ ଭାରତ । ଅଧିକ ପଢନ୍ତୁ

ବିଲ୍ ଗେଟ୍ସ
ବିଲ୍ ଗେଟ୍ସ

ନୂଆଦିଲ୍ଲୀ: ଭାରତ ଗସ୍ତରେ ରହିଛନ୍ତି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ । ଏହି ସମୟରେ ସେ କହିଛନ୍ତି ବିଭିନ୍ନ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଇନୋଭେସନର ଆବଶ୍ୟକତା ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ହେଉଛି ସବୁଠାରୁ ପରିବର୍ତ୍ତନଶୀଳ ପ୍ରଯୁକ୍ତି ବିଦ୍ୟା । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(ଆଇଆଇଟି) ଦିଲ୍ଲୀର ଛାତ୍ରମାନଙ୍କୁ ସମ୍ବୋଧିତ କରି ସାମାଜିକ ମଙ୍ଗଳ ପାଇଁ ଟେକ୍ନୋଲୋଜି ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ । ଏଆଇର ଅଗ୍ରଗତି ନୂତନ ସୁଯୋଗ ଦେବ ଏବଂ ନୂଆ ସିଷ୍ଟମ ବିଷୟରେ ଚିନ୍ତା କରିବା ପାଇଁ ବାଧ୍ୟ କରିବ । ଭାରତରେ କୋଭିଡ-19 ଟିକା ନେଇ ମଧ୍ୟ ପ୍ରଶଂସା କରିଛନ୍ତି ବିଲ୍ ଗେଟ୍ସ । ଟୀକାକରଣରେ ଭାରତ ବିଶ୍ବରେ ଅଗ୍ରଣୀ ରହିଛି ।

ଭାରତ ଉପରେ ପ୍ରଧାନମନ୍ତ୍ରୀଙ୍କ ଭିଜନକୁ ନେଇ ବିଲ ଗେଟ୍ସ କହିଛନ୍ତି, " ଆର୍ଥିକ ଅଭିବୃଦ୍ଧି ଏବଂ ନବସୃଜନ ଦୃଷ୍ଟିରୁ ଆଜି ଭାରତର ଶକ୍ତି ଅତ୍ୟନ୍ତ ରୋମାଞ୍ଚକ । ଯେତେବେଳେ ଗଣତନ୍ତ୍ର ଭଲ କାର୍ଯ୍ୟ କରେ ସେତେବେଳେ ଯାଦୁ ଭଳି ଦେଖାଯାଏ । ଏହା ଅର୍ଥନୀତି ଏବଂ ଶିକ୍ଷାର ଉନ୍ନତି ଆଣିବ ।"

ଭାରତରେ କୋଭିଡ-19 ଟୀକା ନେଇ ବିଲ୍ ଗେଟ୍ସଙ୍କ ପ୍ରତିକ୍ରିୟା: ସେ କହିଛନ୍ତି, "ଆଷ୍ଟ୍ରୋଜେନିକ ଟୀକା ସମସ୍ତ ଭ୍ୟାକ୍ସିନ ନିର୍ମାତାଙ୍କ ପାଇଁ ଉପଲବ୍ଧ ରହିଥିଲା । ଆମେ ସେରମ ଇନଷ୍ଟିଚ୍ୟୁଟକୁ 300 ମିଲିୟନ ଡଲାରର ଫଣ୍ଡିଂ କରିଥିଲୁ । ଏହାପରେ ସେମାନେ ଶୀଘ୍ର ଟିକା ତିଆରି ପାଇଁ ଆଗଭର ହୋଇଥିଲେ । ଭାରତର ଫାର୍ମାସିଟିକାଲ ଇଣ୍ଡଷ୍ଟ୍ରି ବହୁଲ ଭଲ କାମ କରୁଛନ୍ତି । ଆମେ ବିଶ୍ବର ଅନ୍ୟ ଦେଶ ଅପେକ୍ଷା ଭାରତରେ ଅଧିକ କାମ କରୁ । ଆପଣଙ୍କ ସହଭାଗିତା ଆମକୁ ଭଲ ଅନୁଭବ ହୁଏ । ଆମେ ନିକଟରେ ଏକ ମହତ୍ବପୂର୍ଣ୍ଣ ଟାର୍ଗେଟ ରହିଛି । ଏହା କେବଳ ଭାରତ ନୁହେଁ ବରଂ ବିଶ୍ବ ପାଇଁ ମଧ୍ୟ ଲାଭଦାୟକ ହେବ । "

ଏହା ମଧ୍ୟ ପଢନ୍ତୁ: 'ଡଲି ଚାଏ ୱାଲା'ଙ୍କ ଫ୍ୟାନ୍ ହେଲେ ବିଲ୍ ଗେଟ୍ସ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ: ଭାରତରେ ଆର୍ଟିଫିସିଆଲ ଇଣ୍ଚେଲିଜେନ୍ସକୁ ନେଇ ବିଲ୍ ଗେଟ୍ସ କହିଛନ୍ତି, "ଭାରତରେ କୃତ୍ରିମ ବୁଦ୍ଧିମତା ସାହାଯ୍ୟରେ ଅନେକ କାର୍ଯ୍ୟ କରାଯାଉଛି । ଭାରତ ପାଖରେ ଓ୍ବାଧଓ୍ବାନି ଭଳି ଗୋଷ୍ଠୀ ରହିଛି । ଏହାସହିତ ଆଇଆଇଟି ସମୁହ ରହିଛି ଯାହା ଅତ୍ୟାଧୁନିକ ସୁବିଧା ପ୍ରଦାନ କରିଥାଏ । ଭାରତରେ ଏଆଇ ଏକ ବଡ ନେତୃତ୍ବ ହୋଇ କାର୍ଯ୍ୟ କରିବ ଯାହା ସ୍ବାସ୍ଥ୍ୟ ଏବଂ କୃଷି ଭଳି କ୍ଷେତ୍ରରେ ଗରୀବ ଲୋକମାନଙ୍କୁ ସାହାଯ୍ୟ କରିବ । "

ବିଲ୍ ଗେଟ୍ସ ଆହୁରି ମଧ୍ୟ କହିଛନ୍ତି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହେଇଛି ସବୁଠାରୁ ପରିବର୍ତ୍ତନଶୀଳ ପ୍ରଯୁକ୍ତିବିଦ୍ୟା । ଯଦି ମୁଁ ଜଣେ ଛାତ୍ର ହୋଇଥାଆନ୍ତି ତାହେଲେ ଏଆଇର ରହସ୍ଯ ମୋତେ ଆକର୍ଷିତ କରିଥାଆନ୍ତା । ମୁଁ ଭାବୁଛି ଛାତ୍ରମାନଙ୍କର ଭିବଷ୍ୟତ ବହୁଳ ଉଜ୍ବଳ ଅଟେ । ଆପଣଙ୍କର ବିଶେଷତା କଣ ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ । ସେ ଇଞ୍ଜିନିୟର ହୁଅନ୍ତୁ କିମ୍ବା ନୂଆ ଔଷଧର ଆବିଷ୍କାର ହେଉ ଭାରତୀୟ ଛାତ୍ର ଶୀର୍ଷରେ ପହଞ୍ଚିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.