ETV Bharat / bharat

ଚଳିତ ଆର୍ଥିକବର୍ଷର ତୃତୀୟ ତ୍ରୈମାସିକରେ GDP ଅଭିବୃଦ୍ଧି ହାର 8.4 % - India growth

India's economy : ଚଳିତ ଆର୍ଥିକବର୍ଷର ତୃତୀୟ ତ୍ରୈମାସିକରେ GDP ଅଭିବୃଦ୍ଧି ହାର 8.4 % । ଅଧିକ ପଢନ୍ତୁ

ଚଳିତ ଆର୍ଥିକବର୍ଷର ତୃତୀୟ ତ୍ରୈମାସିକରେ GDP ଅଭିବୃଦ୍ଧି ହାର 8.4 %

author img

By ETV Bharat Odisha Team

Published : Feb 29, 2024, 10:57 PM IST

ହାଇଦ୍ରାବାଦ: ଆଜି ଚଳିତ ଆର୍ଥିକବର୍ଷ ‘2023-24’ ର ତୃତୀୟ ତ୍ରୈମାସିକ (ଅକ୍ଟୋବର- ଡିସେମ୍ବର) ଜିଡିିପି ଅଭିବୃଦ୍ଧି ହାର ପ୍ରକାଶ ପାଇଛି । ଯାହା ଦେଶର ଅର୍ଥବ୍ୟବସ୍ଥାରେ ଅଭିବଦ୍ଧିକୁ ଦର୍ଶାଇଛି । ତୃତୀୟ ତ୍ରୈମାସିକ (ଅକ୍ଟୋବର- ଡିସେମ୍ବର) ମଧ୍ୟରେ ଦେଶର ‘ସକଳ ଘରୋଇ ଉତ୍ପାଦ’ ବା ଜିଡିପି ଅଭିବୃଦ୍ଧି ପୂର୍ବାକଳନକୁ ମଧ୍ୟ ପଛରେ ପକାଇଛି । ଏହି ଅବଧିରେ ଜିଡିପି ଅଭିବୃଦ୍ଧି ହାର ରହିଛି 8.4% ରହିଛି । ଦେଶରେ ଉତ୍ପାଦନ ଓ ସରକାରୀ ଖର୍ଚ୍ଚରେ ପ୍ରଗତି କାରଣରୁ ଜିଡିପିର ଅଭିବୃଦ୍ଧି ହାର ମଧ୍ୟ ବଢିଛି । ଏହାର ପୂର୍ବ ତ୍ରୈମାସିକରେ ଏହି ହାର 7.6 ପ୍ରତିଶତ ରେକର୍ଡ କରାଯାଇଥିଲା ।

ତେବେ ଭାରତୀୟ ଅର୍ଥବ୍ୟବସ୍ଥା ବିଶ୍ବ ଅର୍ଥବ୍ୟବସ୍ଥାରେ ଏକ ପ୍ରମୁଖ ଅଂଶ ଭାବେ ଦ୍ରୁତଗତିରେ ଆଗକୁ ବଢିବାରେ ଲାଗିଛି, ଏହା ତାର ସଙ୍କେତ ଦେଇଛି । ଏହି ଅଭିବୃଦ୍ଧିକୁ ବିଶ୍ବବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପରି ପ୍ରମୁଖ ବୈଶ୍ବିକ ଆର୍ଥିକ ସଂଗଠନ ପ୍ରଶଂସା କରିଛନ୍ତି । ତେବେ ଏବେ ଚଳିତ ବର୍ଷର ତୃତୀୟ ତ୍ରୈମାସିକର ଅଭିବୃଦ୍ଧି ହାର ଭାରତୀୟ ଅର୍ଥନୀତିର ଦୃତ ଅଭିବୃଦ୍ଧିକୁ ସ୍ପଷ୍ଟ କରିଛି ।

ଚଳିତବର୍ଷ ମାର୍ଚ୍ଚରେ ଶେଷ ହେବାକୁ ଥିବା 2023-24 ଆର୍ଥିକ ବର୍ଷ ପାଇଁ ବାର୍ଷିକ ଅଭିବୃଦ୍ଧି ହାର 7 ପ୍ରତିଶତ ରହିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବାକଳନ ପ୍ରକାଶ କରିଥିଲା । ସେହିପରି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ପୂର୍ବାକଳନରେ ଏହି ହାର 7.3 ରହିବା ନେଇ ତଥ୍ୟ ପ୍ରକାଶ ପାଇଥିଲା । ଯାହା ରିଜର୍ଭ ବ୍ୟାଙ୍କ ଦ୍ବାରା ପ୍ରଦତ୍ତ ହାର ଅପେକ୍ଷା ସାମାନ୍ୟ ଅଧିକ ଥିଲା । ଦେଶରେ ଘରୋଇ ଚାହିଦାର ବୃଦ୍ଧି ହେବା ଫଳରେ ଜିଡିପି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ 3 ବର୍ଷ ମଧ୍ୟରେ ଜିଡିପି ହାର 7 ପ୍ରତିଶତ ଅଧିକ ରହୁଛି ।

ଏହା ମଧ୍ୟ ପଢନ୍ତୁ :- ହ୍ବିଲଚେୟାର ନମଳିବାରୁ ବୃଦ୍ଧଙ୍କ ମୃତ୍ୟୁ ଘଟଣା: 30 ଲକ୍ଷର ଫାଇନ୍‌ ଗଣିବ ‘ଏୟାର ଇଣ୍ଡିଆ’

ତେବେ ମୋଦି ସରକାର ସାଧାରଣ ନିର୍ବାଚନରେ ତୃତୀୟ ଥର କ୍ଷମତାକୁ ଆସିବା ପରେ ଦେଶର ଅର୍ଥବ୍ୟବସ୍ଥାକୁ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପହଞ୍ଚାଇବା ପାଇଁ ଘୋଷଣା କରିସାରିଛି । ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହି ଦମ୍ଭୋକ୍ତି କରିଛନ୍ତି । ଭାରତ ଏବେ ବିଶ୍ବର 5ମ ବୃହତ୍ତମ ଅର୍ଥ୍ୟବସ୍ଥାରେ ରହିଛି । ବିଜେପିର ତୃତୀୟ କାର୍ଯ୍ୟାଳୟରେ ଭାରତ ବିଶ୍ବର ତୃତୀୟ ଅର୍ଥବ୍ୟବସ୍ଥାରେ ପହଞ୍ଚିବାକୁ ଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.