ETV Bharat / bharat

କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟରେ ବ୍ରିଟେନଠୁ ଆଗରେ ଭାରତ: ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା - Cornea Transplants

Cornea Transplants: କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କଲା ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ । 50 ହଜାରରୁ ଊର୍ଦ୍ଧ୍ବ କର୍ଣ୍ଣିଆ ପ୍ରତିରୋପଣ କରି ଇତିହାସ ସୃଷ୍ଟି କରିଛି ଏହି ସଂସ୍ଥା । ଏହି ଅବସରରେ ପ୍ରତିଷ୍ଠାନର ମୁଖ୍ୟ ଡ଼.ଗୁଲପଲ୍ଲୀ ନାଗେଶ୍ବର ରାଓଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର ।

CORNEA TRANSPLANTS
CORNEA TRANSPLANTS (ETV Bharat)
author img

By ETV Bharat Odisha Team

Published : Sep 14, 2024, 7:44 PM IST

ହାଇଦ୍ରାବାଦ: ଚକ୍ଷୁ ବିଜ୍ଞାନ କ୍ଷେତ୍ରରେ ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌( LVPEI) ମାଇଲଖୁଣ୍ଟ ସ୍ଥାପନ କରିଛି । ହାଇଦ୍ରାବାଦରେ ସ୍ଥାପନ ହୋଇଥିବା ଏହି ଚକ୍ଷୁ ଚିକିତ୍ସା କେନ୍ଦ୍ର ବିଗତ 30 ବର୍ଷରୁ ଉର୍ଦ୍ଧ୍ବ ଧରି ସମୟ ଧରି ଲୋକଙ୍କୁ ଉନ୍ନତ ସେବା ଯୋଗାଇ ଆସୁଛି । ଚକ୍ଷୁ ଚିକିତ୍ସା ସେବା ଦେବା କ୍ଷେତ୍ରରେ ଏହି ସଂସ୍ଥାଟି ଏବେ ମାଇଲଖୁଣ୍ଟ ସ୍ଥାପନ କରିଛି । 50 ହଜାରରୁ ଊର୍ଦ୍ଧ୍ବ କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ କରି ବିଶ୍ବର ପ୍ରଥମ ଗ୍ଲୋବାଲ ସଂସ୍ଥା ପାଲଟିଛି । ଏହି ଅବସରରେ ଏଲ.ଭି ପ୍ରସାଦର ପ୍ରତିଷ୍ଠାତା ଡ଼.ଗୁଲପଲ୍ଲୀ ନାଗେଶ୍ବର ରାଓ, ଡ.ପ୍ରଶାନ୍ତ ଗର୍ଗ ସଂସ୍ଥାର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ଶାନ୍ତିଲତା ସାଙ୍ଗଭି କୋରନିଆ ଇଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡ.ପ୍ରବୀଣ ବଡାଭଲ୍ଲିଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର କରିଛି ଇଟିଭି ଭାରତ

ପ୍ରଶ୍ନ: 50 ହଜାର କୋରନେଲ ଟ୍ରାନ୍ସପ୍ଲାଣ୍ଟ କରି ମାଇଲଖୁଣ୍ଟ ସ୍ଥାପନ, କେମିତି ଥିଲା ଯାତ୍ରା ?

ଉତ୍ତର: ଡ଼.ଗୁଲପଲ୍ଲୀ ନାଗେଶ୍ବର ରାଓ କହିଛନ୍ତି, ଏହି ଯାତ୍ରା ଖୁବ ସୁନ୍ଦର ଥିଲା । ଆମେ ବହୁତ ଖୁସି ଭାରତରେ କୋଣ ଅନୁକୋଣରେ ଥିବା ଲୋକଙ୍କ ଜୀବନ ଯାତ୍ରାରେ ସାମିଲ ହୋଇପାରିଛୁ । ଆମେ ଯେତେବେଳେ ଏହି ଯାତ୍ରା ଆରମ୍ଭ କରି ପ୍ରଥମେ ପ୍ରଥମେ ଆମକୁ ହତୋତ୍ସାହିତ କରାଯାଉଥିଲା । ଆମେ ବିଫଳ ହେଇଯିବୁ । ହେଲେ ଆମେ ପଛକୁ ଫେରିଲୁନି କଷ୍ଟରେ ଯାତ୍ରା ଜାରି ରଖିଲୁ ଫଳରେ ସଫଳତା ହାସଲ କଲୁ । ଏହି ଯାତ୍ରାରେ ବିଭିନ୍ନ ଲୋକ ଓ ସଙ୍ଗଠନର ସମର୍ଥନ ଯୋଗୁଁ ସମ୍ଭବ ହୋଇଛି । ସେମାନଙ୍କ ନିକଟରେ ମୁଁ କୃତଜ୍ଞ । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ମୁଁ ଜାଣିନି । କିନ୍ତୁ ସେମାନଙ୍କ ସମର୍ଥନ ପାଇଁ ଏସବୁ ସମ୍ଭବ ହେଲା । ଲୋକଙ୍କ ଯେଉଁ ଧାରଣା ଥିଲା କିଏ ଚକ୍ଷୁଦାନ କରନ୍ତି ନାହିଁ ତାହାକୁ ଆମେ ଭୁଲ ପ୍ରମାଣିତ କରିଦେଲୁ । ଲୋକେ ବୁଝୁଛନ୍ତି ଚକ୍ଷୁ ଦାନର ଅର୍ଥ । ବର୍ତ୍ତମାନ 60 ପ୍ରତିଶତ ପରିବାର ଚକ୍ଷୁଦାନ କରିବାର ଇଚ୍ଛା ପ୍ରକାଶ କରୁଛନ୍ତି । ଆମେରିକା ହସ୍ପିଟାଲ ଠାରୁ ଏ ସଂଖ୍ୟା ଅଧିକ ।

ପ୍ରଶ୍ନ: ଏହି ସଫଳତା ପାଇବା ସହଜ ନୁହେଁ, ଲୋକଙ୍କୁ ଅଙ୍ଗଦାନ ଓ ଚକ୍ଷୁଦାନ ପାଇଁ କିପରି ବୁଝାଇଲେ ?

ଉତ୍ତର: ଡ଼.ଗୁଲପଲ୍ଲୀ ନାଗେଶ୍ବର ରାଓ କହିଛନ୍ତି, ଲୋକେ ଚକ୍ଷୁଦାନ ଓ ଅଙ୍ଗଦାନ ବିଷୟରେ ଜାଣିଛନ୍ତି, ଇଚ୍ଛୁକ ମଧ୍ୟ ଅଛନ୍ତି । କିନ୍ତୁ ଦାନ କରୁନଥିଲେ, ଆମେ ଶିଖିଲୁ, ଲୋକଙ୍କୁ ବୁଝାଇଲୁ ଲୋକେ ବୁଝିଲେ । ଏହା ହେଉଛି ତାର ସଫଳତା । ଆଉ ଏଥିରେ ୟୁଏସର କିଛି ସଙ୍ଗଠନ ଆମକୁ ସମର୍ଥନ କଲେ । ବିଦେଶରେ ବା ଅନ୍ତରାଷ୍ଟ୍ରୀୟ ସ୍ତରରେ କୋନିୟଲ ପ୍ରତ୍ୟାରୋପଣ କରୁଥିବା ସଂସ୍ଥା ଭଳି ନେତ୍ର ବ୍ୟାଙ୍କ, ସିଷ୍ଟମ ସ୍ଥାପନ ପାଇଁ ସହାୟତା କଲେ । ମୁଁ ଆମେରିକାରେ ପ୍ରଶିକ୍ଷଣ ନେଲି । ଭାରତ ଫେରିବା ପରେ ଅଭ୍ୟାସ ଜାରି ରଖିଲି । ପ୍ରଶିକ୍ଷଣ ପ୍ରଣାଳୀ ସ୍ଥାପନ କଲି ଅନ୍ୟ ଡାକ୍ତରଙ୍କୁ ବି ତାଲିମ ଦେଲି । ଥରେ ଟ୍ରେନିଂ ନେଇଗଲେ ଏହା ଉପରେ ଜ୍ଞାନ ଆସିଯାଏ, ଏବଂ କଷ୍ଟସାଧ୍ୟ ହୋଇନଥାଏ ।

ପ୍ରଶ୍ନ: ଏହା ଜାଣିବାକୁ ସହଜ ଲାଗୁଛି କିନ୍ତୁ ଏଥିପାଇଁ ଅନେକ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡିଥିବ । ଆପଣ କହିବେ କି ଯାହା ଉପରେ ଆପଣଙ୍କୁ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ?

ଉତ୍ତର: ଏହାର ଉତ୍ତର ଦେଇ ଡ.ପ୍ରଶାନ୍ତ ଗର୍ଗ କହିଛନ୍ତି, ଟ୍ରାନ୍ସପ୍ଲାଣ୍ଟରେ ଆହୁରି ସଫଳତା ହାସଲ ପାଇଁ ମୋ ଟିମ୍‌ କାମ କରୁଛି । ଅନେକ ଲୋକେ ଏହା ପରେ ଫଲୋଅପ୍‌ ବା ପୁନଃ ପରୀକ୍ଷା ପାଇଁ ଆସନ୍ତି ନାହିଁ । ଯଦି ସେମାନେ ପୁନଃ ପରୀକ୍ଷା ନକରିବେ ତାହାଲେ ଟ୍ରାନ୍ସପ୍ଲାଣ୍ଟ ଠିକରେ କାମ କରିବନି ବା ସଫଳ ହେବନି । ତେଣୁ ସେମାନଙ୍କୁ ବୁଝାଇବାକୁ ପଡିବ ଚିକିତ୍ସା ପାଇଁ ପୁନଃ ପରୀକ୍ଷା କରି ମହତ୍ବପୂର୍ଣ୍ଣ ଅଟେ । ଡାକ୍ତର ଦେଇଥିବା ପରାମର୍ଶ ଓ ଔଷଧ ଖାଇବା ଉଚିତ୍‌ । ଯଦି ସେମାନେ ଏସବୁ ପାଳନ କରିବେନି ତାହାଲେ ପ୍ରତିରୋପଣ କରିବାର କିଛି ଲାଭ ମିଳିବନି ।

ପ୍ରଶ୍ନ: ଭାରତରେ କର୍ଣ୍ଣିଆ ପ୍ରତ୍ୟାରୋପଣର ସଫଳତା ହାର କେତେ ?

ଉତ୍ତର: ଡ.ପ୍ରଶାନ୍ତ ଗର୍ଗ ସଂସ୍ଥାର କାର୍ଯ୍ୟକାରୀ ଅଧ୍ୟକ୍ଷ କହିଛନ୍ତି, ଅଙ୍ଗ ପ୍ରତ୍ୟାରୋପଣ ହାର ଅପେକ୍ଷା କର୍ଣ୍ଣିଆ ପ୍ରତ୍ୟାରୋପଣ ସଫଳତା ଅଧିକ ରହିଛି । ମୁଖ୍ୟତଃ ସ୍ବଚ୍ଛପଟଳ ବା କର୍ଣ୍ଣିଆରେ ରକ୍ତର ଆବଶ୍ୟକତା ନଥାଏ । ବାହାରୁ ମିଳୁଥିବା ଅମ୍ଲଜାନରେ ପୋଷଣ ମିଳିଥାଏ । ଏଥିପାଇଁ ଏହାର ସଫଳତା ହାର ଅଧିକ । ମୁଖ୍ୟତଃ କର୍ଣ୍ଣିଆ ପ୍ରତ୍ୟାରୋପଣରେ ସଫଳତା ହାର 96ରୁ 97 ପ୍ରତିଶତ । ଯଦି କୌଣସି ରୋଗ ବା ସଂକ୍ରମଣ ଥାଏ ତାହାଲେ କର୍ଣ୍ଣିଆ ପ୍ରତିରୋପଣରେ ସଫଳତା କମିଯାଏ । ଏପରି କ୍ଷେତ୍ରରେ ସଫଳତା ହାର କମିଯାଏ । ପ୍ରଥମ ଥରରେ ଏହା ସଫଳତା ମିଳେନାହିଁ ଦ୍ବିତୀୟ ଥରରେ ଏହାର ସଫଳତା ହାର ଅଧିକ ଥାଏ । ଜମାରୁ ବି ବ୍ୟସ୍ତ ହୁଅନ୍ତୁ ନାହିଁ ଏପରି କଲେ ଦୃଷ୍ଟିବାଧିତ ହୋଇଯିବେ । କର୍ଣ୍ଣିଆ ପ୍ରତିରୋପଣରେ ଦୃଷ୍ଟିହୀନତାକୁ ମଧ୍ୟ ଦୂରାଯାଇପାରେ ।

ପ୍ରଶ୍ନ: ଯେଉଁ ମାନଙ୍କର ଆଖି ସମସ୍ୟା ଅଛି, ସେମାନଙ୍କୁ କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକତା ଅଛି କି ?

ଉତ୍ତର: ଏଲଭି ପ୍ରସାଦ ଇନଷ୍ଟିଚ୍ୟୁଟ ସହ ଜଡିତ ଥିବା ଶାନ୍ତିଲତା ସାଙ୍ଗଭି କର୍ଣ୍ଣିଆ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡ.ପ୍ରବୀଣ ବଡାଭଲ୍ଲି କହିଛନ୍ତି, ବହୁ ଦୃଷ୍ଟି ଅସୁବିଧା ଆସେ, ଆମକୁ ପ୍ରଥମେ କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକତାକୁ କମ୍‌ କରିବା, ସଠିକ ଉପଚାର ଓ ଚିକିତ୍ସା ଫଳରେ ଯେଉଁମାନଙ୍କୁ କର୍ଣ୍ଣିଆ ପ୍ରତ୍ୟାରୋପଣର ଆବଶ୍ୟକତା ରହିଛି ସେମାନଙ୍କୁ ମଧ୍ୟ ଭଲ କରାଯାଇପାରିବ । ଏବେ ଆମ ପାଖରେ ଲେୟର-ବାଏ-ଲେୟର ଟ୍ରାନ୍ସପ୍ଲାଣ୍ଟ ଭଳି ବ୍ୟବସ୍ଥା ଅଛି । ଫଳରେ ସଫଳତା ହାର ମଧ୍ୟ ଅଧିକ ରହୁଛି । କର୍ଣ୍ଣିଆ ପ୍ରତିରୋପଣ ହୋଇଗଲେ ପରେ ଜୀବନ ସାରା ପାଇଁ ଡାକ୍ତର ସହ ରୋଗୀଙ୍କୁ ସମ୍ପର୍କ ରଖିବାକୁ ପଡେ । ଆମକୁ ଜୀବନସାରା ପାଇଁ ଏହାର ଯତ୍ନନେବା ଆବଶ୍ୟକତା ରହିଛି ।

ପ୍ରଶ୍ନ: ଆପଣ କର୍ଣ୍ଣିଆ ଚକ୍ଷୁ ବ୍ୟାଙ୍କର ବୁଝାସୁଝା କରୁଛନ୍ତି, ଏ କ୍ଷେତ୍ରରେ ଆପଣଙ୍କୁ କଣ ସବୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡେ ?

ଉତ୍ତର: ଏଲଭି ପ୍ରସାଦ ଇନଷ୍ଟିଚ୍ୟୁଟ ସହ ଜଡିତ ଥିବା ଶାନ୍ତିଲତା ସାଙ୍ଗଭି କର୍ଣ୍ଣିଆ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡ.ପ୍ରବୀଣ ବଡାଭଲ୍ଲି କହିଛନ୍ତି, ଆମେ ଯଦି ଦେଶରେ ଚକ୍ଷୁ ବ୍ୟାଙ୍କ ସ୍ଥିତି ଉପରେ ଆଲୋଚନା କରିବା ତେବେ ଦେଶରେ ପାଖାପାଖି 200 ଚକ୍ଷୁ ବ୍ୟାଙ୍କ ରହିଛି । ସେଥିରୁ 90 ପ୍ରତିଶତ କାର୍ଯ୍ୟରେ ଆସୁନି, କାରଣ କର୍ଣ୍ଣିଆ ସଂଗ୍ରହ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଦେଶରୁ ସଂଗୃହିତ ହୋଇଥିବା 60 ହଜାର କର୍ଣ୍ଣିଆରୁ 70 ପ୍ରତିଶତ 10ଟି ଚକ୍ଷୁ ବ୍ୟାଙ୍କରେ ସଂଗ୍ରହ କରାଯାଉଛି । ଏହା ଅର୍ଥ ଚକ୍ଷୁ ବ୍ୟାଙ୍କ କେବଳ ଏକ ଚିହ୍ନ ହୋଇରହିଯାଇଛି । ଏହାର କୌଣସି ପ୍ରତିବଦ୍ଧତା ନାହିଁ । ମୁଁ ଯେତେବେଳେ ଆମର 4 ଚକ୍ଷୁ ବ୍ୟାଙ୍କର ତୁଳନା ଅନ୍ୟ ସେଣ୍ଟର ସହ ତୁଳନା କରେ ତାହା ସହ ଆମର ଲିଙ୍କ୍‌ ଥାଏ । ଆମେ ବର୍ଷକୁ 12 ହଜାରରୁ ଅଧିକ କର୍ଣ୍ଣିଆ ସଂଗ୍ରହ କରୁଛୁ ଯାହାକି ଦେଶରେ ସଂଗୃହିତ ହେଉଥିବା କର୍ଣ୍ଣିଆର 20 ପ୍ରତିଶତ ଅଟେ । ଚକ୍ଷୁ ବ୍ୟାଙ୍କ ଗୁଡିକୁ ପର୍ଯ୍ୟାପ୍ତ ପରିମାଣରେ ପ୍ରଶିକ୍ଷିତ ଲୋକଙ୍କ ଦ୍ବାରା ଚଳାଇବା ଉଚିତ୍‌ ।

ଚକ୍ଷୁ ବ୍ୟାଙ୍କ ଚଳାଉଥିବା ଅନେକ ଲୋକ ପ୍ରଶିକ୍ଷଣ ବିନା ଚଳାଉଛନ୍ତି । ସେମାନେ ଟେକ୍ନିସିଆନ ଓ ପରାମର୍ଶଦାତାଙ୍କୁ ପ୍ରଶିକ୍ଷଣ ଦେଉନାହାନ୍ତି । ସେଥିପାଇଁ ସମସ୍ୟା ସୃଷ୍ଟି ହେଉଛି । ଆମେ କର୍ଣ୍ଣିଆକୁ ସଂଗ୍ରହ କରୁଛୁ ପରେ ଅନ୍ୟ ଜଣଙ୍କ ଶରୀରରେ ପ୍ରତ୍ୟାରୋପଣ କରୁଛୁ । ଯଦି ଏହାର ଗୁଣବତ୍ତା ସଠିକ୍‌ ନଥାଏ ତେବେ ସଂକ୍ରମଣ ବ୍ୟାପି ପାରେ । ଅନେକ ଚିକିତ୍ସିକ ଯାହା ପ୍ରୋଟୋକଲ ରହିଛି ତାହାର ଅନୁପାଳନ କରୁନାହାନ୍ତି ।

ପ୍ରଶ୍ନ: LVPEI ଅନ୍ୟ ରାଜ୍ୟରେ ଚକ୍ଷୁ ବ୍ୟାଙ୍କ ସ୍ଥାପନ କରିବାରେ ସହାୟତାର ହାତ ବଢାଇଛି, ଏହା କିପରି କାମ କରିବ ?

ଉତ୍ତର: ଡ଼.ଗୁଲପଲ୍ଲୀ ନାଗେଶ୍ବର ରାଓ କହିଛନ୍ତି, ଆମେ ଯାତ୍ରା ବହୁ ପୂର୍ବରୁ ଆରମ୍ଭ କରିସାରିଛୁ । ଅରବିସ୍‌ ଇଣ୍ଟରନ୍ୟାସନାଲ( ଏକ ଏନଜିଓ ଯିଏକି ଦୃଷ୍ଟିବାଧିତଙ୍କ ପାଇଁ କାମ କରୁଛି) ସହ କାମ କରୁଛୁ । ଯିଏକି ସାରା ଦେଶରେ 10ଟି ଚକ୍ଷୁ ବ୍ୟାଙ୍କ ଚିହ୍ନଟ କରି ସେମାନେ କିପରି ଆହୁରି ଭଲ ଭାବରେ କାମ କରିବେ, ସେମାନଙ୍କ ପ୍ରଦର୍ଶନ ଭଲ ରହିବ ତାହାର ଦାୟିତ୍ବ ନେଇଛି । ଏହା ଆମେ 2017ରେ ଆରମ୍ଭ କରିଥିଲୁ । ପରେ ଅନେକ ଏନଜିଓ, ହଂସ ଫାଉଣ୍ଡେସନ ଆଗକୁ ଆସି ଆମକୁ ଅବଗତ କରାଇଲେ କି, ଦେଶରେ ଅନେକ ରାଜ୍ୟରେ ସକ୍ରିୟ ଚକ୍ଷୁ ବ୍ୟାଙ୍କ ନାହିଁ ଆମେ ତାଙ୍କୁ ଏଥିରେ ସାହାଯ୍ୟ କଲୁ । ତେଣୁ ଫାଉଣ୍ଡେସନ ସହ ମିଶି ଦାୟିତ୍ବ ନେଲୁ । ଋଷିକେଶ ଏମ୍ସରେ ଚକ୍ଷୁ ବ୍ୟାଙ୍କର ଉଦଘାଟନ କଲୁ । କୋଭିଡ ପରେ ଆମେ ବନାରସ ହିନ୍ଦୁ ବିଶ୍ବ ବିଦ୍ୟାଳ. ଆୟୁବିଜ୍ଞାନ ସଂସ୍ଥାନକୁ ନିଜସ୍ବ ଚକ୍ଷୁ ବ୍ୟାଙ୍କ ଆରମ୍ଭ କରିବାରେ ସାହାଯ୍ୟ କଲୁ । ନିକଟରେ ଆମେ ପାଟନା ଓ ରାଞ୍ଚିରେ 2ଟି ଚକ୍ଷୁ ବ୍ୟାଙ୍କ ଖୋଲିବାରେ କାମ କରୁଛୁ । ଏଥିପାଇଁ ଚୁକ୍ତିପତ୍ର ସ୍ବାକ୍ଷରିତ କରିଛୁ । ସେହିପରି ଆମେ ଦେଶର କୋଣଅନୁକୋଣରେ ଏହିପରି ମଡେଲ ତିଆରି କରିବା ଉପରେ କାମ କରୁଛୁ । ଲୋକଙ୍କୁ ଏ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି । ଯେମିତି ସେମାନେ ଆଗକୁ ଆତ୍ମ ନିର୍ଭର ହୋଇପାରିବେ ।

ପ୍ରଶ୍ନ: ଆପଣ କିଛି ବର୍ଷ ପୂର୍ବେ କର୍ଣ୍ଣିଆ ଦାନ ଉପରେ ସଚେତନ କରିବା ଏକ ପରାମର୍ଶଦାତା ପ୍ରଣାଳୀ ଆରମ୍ଭ କରିଥିଲେ, ଏହା ଉପରେ କହିବେ ଏହା କିପରି କାମ କରେ ?

ଉତ୍ତର: ଡ଼.ଗୁଲପଲ୍ଲୀ ନାଗେଶ୍ବର ରାଓ କହିଛନ୍ତି, ଏହା ହେଉଛି ପ୍ରଶିକ୍ଷଣ, କଠିନ ପରିସ୍ଥିତି ଦେଇ ଗତିକରୁଥିବା ପରିବାର ଆଲୋଚନା କରିବା । ଯେମିତି କୌଣସି ପରିବାରର କେହି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଉ ତାଙ୍କର ବଞ୍ଚିବା ଆଶା କ୍ଷୀଣ । ସେତେବେଳେ ଆମେ ପରିବାର ସଦସ୍ୟଙ୍କ ସହ କାଉସିଲିଂ କରୁ । ଆଉ ଆମେ ଚକ୍ଷୁ ଦାନ ସମ୍ପର୍କରେ ବୁଝାଉ, କିପରି ସେମାନେ ଚକ୍ଷୁ ଦାନ କରି ଲୋକଙ୍କ ସାହାଯ୍ୟ କରିପାରିବେ । ଏହା ସବୁ ସାବଧାନ ପୂର୍ବକ ଓ ସହାନୁଭୂତି ସହ କରାଯିବା ଉଚିତ୍‌ । ଏଥିପାଇଁ ଆମେ ଆମ ପରାମର୍ଶଦାତାଙ୍କୁ ପ୍ରଶିକ୍ଷଣ ଦେଉ । ଏଥିପାଇଁ ଯେଉଁଠି ରୋଗୀ ଥାନ୍ତି ଏମାନଙ୍କୁ ସେଠାରେ କାର୍ଯ୍ୟ ଦିଆଯାଏ । ଏହା ମୁଁ 12 ବର୍ଷ ଧରି ୟୁଏଏସରେ ଥିବା ବେଳେ ଦେଖିଥିଲି । ପ୍ରଥମ ସାତ ବର୍ଷ ଠିକ ନଥିଲା, କାହିଁକିନା କର୍ଣ୍ଣିଆ ଉପଲବ୍ଧ ନଥିଲା, ଆଉ ଯେତେବେଳେ ବି ଥାଏ ଆମକୁ ଅପରେସନ କରିବାକୁ ପଡୁଥିଲା ।

ବିଶେଷକରି ବିଳମ୍ବିତ ରାତିରେ କର୍ଣ୍ଣିଆ ପ୍ରତିରୋପଣ କରାଯାଏ । ସେ ସମୟରେ ରୋଗୀଙ୍କୁ କର୍ଣ୍ଣିଆ ମିଳିବା ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଥିଲା । ପରେ ପରେ କର୍ଣ୍ଣିଆ ରିଟ୍ରିବଲ୍‌ କାର୍ଯ୍ୟକ୍ରମ ଆରମ୍ଭ ହେଲା । ଏବଂ ପରାମର୍ଶ ଦାତା ସାମ୍ନାକୁ ଆସିଲେ ରାତାରାତି ଏସବୁ ବଦଳି ଗଲା । ପରେ ଯୋଜନା ପ୍ରସ୍ତୁତ କରାଗଲା । ଯେମିତି ମୋତିଆ ବିନ୍ଦୁ ଅପରେସନ ଯୋଜନା ପ୍ରସ୍ତୁତ ହୋଇଥିଲା । ରୋଗୀଙ୍କ ପାଇଁ ସର୍ଜରୀର ମଧ୍ୟ ଯୋଜନା ହେଲା ତାକୁ ନିର୍ଦ୍ଧାରିତ କରାଗଲା । ବିଳମ୍ବିତ ରାତିରେ ଏହା ଏକ ଶିକ୍ଷା ଥିଲା ମୋ ପାଇଁ । ଏହାକୁ ମୁଁ ଭାରତକୁ ଆଣିବାକୁ ଚାହୁଁଥିଲି । ଏବଂ ଆମ ହସ୍ପିଟାଲରେ ଲାଗୁ କରିବାକୁ ଚାହୁଁଥିଲି । ପ୍ରଥମେ ନିଜାମ ପରେ ଅନ୍ୟ ହସ୍ପିଟାଲର ସହଯୋଗ ମିଳିଲା । ଅନେକ ହସ୍ପିଟାଲ ଏହାର ସମର୍ଥନ କରୁଛନ୍ତି ।

ପ୍ରଶ୍ନ: ଆମେ ଚିକିତ୍ସା ବିଜ୍ଞାନରେ ଆଗକୁ ବଢିଛେ ଫଳରେ ବିଫଳତାର ସମ୍ଭାବନା କମ ହୋଇଯାଇଛି, ତଥାପି ଲୋକେ ଶରୀରର ଅନ୍ୟ ସମସ୍ୟା ଅପେକ୍ଷା ଆଖି ସମ୍ବନ୍ଧିତ ସମସ୍ୟାରୁ ବଞ୍ଚନ୍ତି, ଏହାର କାରଣ କଣ ?

ଉତ୍ତର: ଡ଼.ଗୁଲପଲ୍ଲୀ ନାଗେଶ୍ବର ରାଓ କହିଛନ୍ତି, ପୂର୍ବରୁ ସଚେତନତା କମ ଥିଲା, ବର୍ତ୍ତମାନ ସମୟ ବଦଳିଛି । ବାସ୍‌ ଏସବୁର ଧ୍ୟାନ ରଖିବା ଆବଶ୍ୟକତା ରହିଛି । ସୁବିଧାର ଅଭାବ ନାହିଁ ସବୁଠି ଉପଲବ୍ଧ ରହିଛି । ଉପଚାର ସମସ୍ୟା ମଧ୍ୟ ନାହିଁ, କାରଣ ଅନେକ ସରକାରୀ ହସ୍ପିଟାଲରେ ବହୁତ କମ ଖର୍ଚ୍ଚ କରିବାକୁ ପଡୁଛି ।

ପ୍ରଶ୍ନ: ଆମେ ଦେଶରେ କୁଶଳୀ ଚକ୍ଷୁ ବିଶେଷଜ୍ଞ ଓ ophthalmologists(ଓପଥାଲମୋଜିଷ୍ଟ) ଅଛନ୍ତି ?

ଉତ୍ତର: ଡ଼.ଗୁଲପଲ୍ଲୀ ନାଗେଶ୍ବର ରାଓ କହିଛନ୍ତି, ୟୁକେ ଓ ଅନ୍ୟ ବିକାଶଶୀଳ ରାଷ୍ଟ୍ର ତୁଳନାରେ ଆମ ପାଖରେ 80 ହଜାରରୁ ଲକ୍ଷେ କୁଶଳ ଡାକ୍ତର ଅଛନ୍ତି । ଚକ୍ଷୁ କ୍ଷେତ୍ରରେ ଆମେ ଅନେକଠୁ ଆଗରେ ଅଛୁ । ଦୁନିଆରେ ସବୁଠୁ ଅଧିକ ମୋତିଆ ବିନ୍ଦୁ ସର୍ଜରୀ(8 ମିଲିୟନ) କରାଯାଇଛି । ନବେ ଦଶକରେ ତାହା ଏକ ମିଲିୟନ ଥିଲା। ବିଗତ କିଛି ବର୍ଷ ମଧ୍ୟରେ ଏହା ଆଠ ଗୁଣା ବଢିଛି ।

ଯଦି ସମାଜ ହିସାବରେ ଦେଖିବା ଆମେ ଚକ୍ଷୁ ଦାନ କ୍ଷେତ୍ରରେ କିପରି ଯୋଗଦାନ କରିପାରିବା ?

ଉତ୍ତର: ଡ଼.ଗୁଲପଲ୍ଲୀ ନାଗେଶ୍ବର ରାଓ କହିଛନ୍ତି, ସମାଜରେ ଚକ୍ଷୁ ଦାନ ପାଇଁ ମନ ଭିତରେ ଭାବନା ଆଣିବାକୁ ପଡିବ । ଯାହାକି ବହୁତ ଜରୁରୀ ଅଟେ । ଚକ୍ଷୁ ସହିତ ଆପଣ ଅନ୍ୟାନ୍ୟ ଅଙ୍ଗ ଲିଭର, ହାର୍ଟ ମଧ୍ୟ ଦାନ କରିପାରିବେ । ଫଳରେ ଅନେକ ଲୋକଙ୍କୁ ଲାଭ ମିଳିପାରିବ । ଯାହାକି ଅନ୍ୟ କିଛି ଦାନ ଠାରୁ ବହୁତ ଗୁରୁତ୍ବପୂର୍ଣ୍ଣ । ଅଙ୍ଗଦାନ ହେଉଛି ଏକ ଆଶୀର୍ବାଦ । ଆଶୀର୍ବାଦ ସବୁଠୁ ବଡ ଧନ ଅଟେ ଯାହାକୁ ଆପଣ ଜମା କରିପାରିବେ ।

ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ଚକ୍ଷୁଦାନ ସଚେତନତା; ଆପଣଙ୍କ ଚକ୍ଷୁ, ଦୁଇଟି ଜୀବନକୁ କରିବ ଆଲୋକିତ

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକ୍ଷୁଦାନ ପକ୍ଷ; ଚକ୍ଷୁଦାନ ପାଇଁ ଗାଁ ବୁଲିବେ ଆଶା-ଅଙ୍ଗନବାଡି କର୍ମୀ

ଚକ୍ଷୁ ପ୍ରତିରୋପଣରେ ରାଜ୍ୟରେ ଆଗରେ MKCG; ଅନ୍ଧକାରରୁ ଆଲୋକର ଦୁନିଆ ଦେଖିଛନ୍ତି 700 ବ୍ୟକ୍ତି, ବର୍ତ୍ତମାନ ଜରୁରୀ ‘ଚକ୍ଷୁ ବ୍ୟାଙ୍କ’

ଚକ୍ଷୁଦାନ କରନ୍ତୁ, ମୃତ୍ୟୁ ପରେ ମୃତ୍ୟୁଞ୍ଜୟ ହୁଅନ୍ତୁ; ପୁରୀରେ ଦୃଷ୍ଟିଦାନର ସଚେତନତା ରାଲି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.