ETV Bharat / bharat

‘ଏ ଯୁଗରେ ଯଦି ଶ୍ରୀରାମ ଥାଆନ୍ତେ, ବିଜେପି ତାଙ୍କ ନିକଟକୁ ମଧ୍ୟ ED, CBI ପଠାଇ ଦେଇଥାନ୍ତା’ - Arvind kejriwal

Arvind Kejriwal target BJP: ଶ୍ରୀରାମଙ୍କୁ ନେଇ ଏମିତି କାହିଁକି ବିଧାନସଭାରେ କହିଲେ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

‘ଏ ଯୁଗରେ ଯଦି ଶ୍ରୀରାମ ଥାଆନ୍ତେ, ବିଜେପି ତାଙ୍କ ନିକଟକୁ ମଧ୍ୟ ED, CBI ପଠାଇ ଦେଇଥାନ୍ତା’

author img

By ETV Bharat Odisha Team

Published : Mar 9, 2024, 10:57 PM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇକୁ ବିଜେପି ସରକାର ବିରୋଧୀଙ୍କୁ ଭୟଭୀତ କରିବାକୁ ବ୍ୟବହାର କରୁଛି ବୋଲି ବିରୋଧୀ ନିୟମିତ ଅଭିଯୋଗ କରିଆସିଛନ୍ତି । ଏହି ଅଭିଯୋଗ କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସର୍ବଦା ଆଗରେ ରହିଛନ୍ତି । ଆଜି ବିଧାନସଭାରେ ସମ୍ବୋଧନ ରଖିବା ବେଳେ କେଜ୍ରିଓ୍ବାଲ ଏହି ପ୍ରସଙ୍ଗରେ ବିଜେପିକୁ ଭିନ୍ନ ଢଙ୍ଗରେ ସମାଲୋଚନା କରିଛନ୍ତି । କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ଉଦାହରଣ ଦେଇ କେଜ୍ରିଓ୍ବାଲ କହିଛନ୍ତି, ଯଦି ଏହି ଯୁଗରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଥାଆନ୍ତେ, ତେବେ ତାଙ୍କ ନିକଟକୁ ମଧ୍ୟ ବିଜେପି ଇଡି ଓ ସିବିଆଇ ପଠାଇ ଦେଇଥାଆନ୍ତା ।

ମାର୍ଚ୍ଚ 4 ତାରିଖରେ ଦିଲ୍ଲୀ ବିଧାନସଭାରେ ଚଳିତ ଆର୍ଥିକ ବର୍ଷର ବଜେଟ ଉପସ୍ଥାପିତ ହୋଇଥିଲା । ରାମ-ରାଜ୍ୟ ଅନୁଚିନ୍ତା ସହ ଏହି ବଜେଟକୁ ଅର୍ଥମନ୍ତ୍ରୀ ଅତିଶୀ ଗୃହରେ ଉପସ୍ଥାପିତ କରିଥିଲେ । ତେବେ ତିନି ଦିନ ପାଇଁ ବଜେଟ ଆଲୋଚନା ଜାରି ରହିଥିବା ବେଳେ ଆଜି (ଶନିବାର) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୃହରେ ନିଜ ସମ୍ବୋଧନ ରଖିଥିଲେ । କେଜ୍ରିଓ୍ବାଲ କହିଛନ୍ତି, ଦେଶ ସମ୍ମୁଖରେ ଏବେ ବିକାଶର ଏକ ମଡେଲ ଏବଂ ବିନାଶର ଏକ ମଡେଲ ଅଛି । ଉଭୟ ମଡେଲ ନିର୍ବାଚନରେ ଲଢୁଛନ୍ତି । ବର୍ତ୍ତମାନ ଦେଶର ଲୋକଙ୍କୁ ହିଁ ନିଷ୍ପତ୍ତି ନେବାକୁ ପଡିବ ଯେ, ସେମାନେ ଦେଶର ବିକାଶ କିମ୍ବା ବିନାଶ ଚାହୁଁଛନ୍ତି । ଏହି କଟାକ୍ଷ ଛଳରେ କେଜ୍ରିୱାଲ କହିଛନ୍ତି ଯେ ଯଦି ଏହି ଯୁଗରେ ଶ୍ରୀ ରାମ ଥାଆନ୍ତେ, ତେବେ ବିଜେପି ମଧ୍ୟ ତାଙ୍କ ଘରକୁ ମଧ୍ୟ ଇଡି ଏବଂ ସିବିଆଇ ପଠାଇ ଦେଇଥାନ୍ତେ ।

ଏହା ମଧ୍ୟ ପଢନ୍ତୁ :- ଷ୍ଟିଲସିଟିରେ ନିର୍ବାଚନୀ ତାତି: ମୁଦ୍ଦା ସହ ପ୍ରସ୍ତୁତ 3 ଦଳ, କିଏ ଜିତିବ ଜନତାଙ୍କ ବିଶ୍ବାସ

କେଜ୍ରିଓ୍ବାଲ ଦିଲ୍ଲୀରେ ତାଙ୍କ ନେତୃତ୍ବାଧୀନ ସରକାର ଓ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାର ମଧ୍ୟରେ ତୂଳନାତ୍ମକ ବ୍ୟାଖ୍ୟା କରିଛନ୍ତି । କହିଛନ୍ତି କିଛି ମାସ ପୂର୍ବରୁ, ଦିଲ୍ଲୀର ଲୋକମାନେ ଆମ୍ ଆଦମୀ ପାର୍ଟିକୁ ବିଧାନସଭା ନିର୍ବାଚନରେ ​​70 ଆସନ ମଧ୍ୟରୁ 67 ଟିରେ ବିଜୟୀ କରାଇ ସରକାର ଗଠନ କରିବାର ସୁଯୋଗ ଦେଇଥିଲେ । ବିଗତ ୧୦ ବର୍ଷ ମଧ୍ୟରେ ଦେଶ ଦୁଇଟି ସରକାରଙ୍କ ଦୁଇଟି ମଡେଲକୁ ଦେଖିଛି । ଗୋଟିଏ ପାର୍ଶ୍ୱରେ ବିକାଶର ମଡେଲ ଏବଂ ଅନ୍ୟପଟେ ବିନାଶର ମଡେଲ ରହିଛି । ଆମ୍ ଆଦମୀ ପାର୍ଟି ସରକାର ଶିଶୁ, ବୃଦ୍ଧ, ମହିଳା ଏବଂ ରୋଗୀଙ୍କ ଯତ୍ନ ନେବା ସହ ବଜେଟରେ ଏକାଧିକ ଯୋଜନା ପ୍ରସ୍ତୁତ କରୁଛି । ଠିକ ଅନ୍ୟପକ୍ଷରେ ବିଜେପି ସରକାର କେବଳ ପୁଞ୍ଜିପତିଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛି । ନିର୍ଣ୍ଣୟ ଦେଶବାସୀଙ୍କୁ ହିଁ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.