ETV Bharat / bharat

ପ୍ରୀତି ସୁଦନ ହେଲେ UPSC ଅଧ୍ୟକ୍ଷା; ନିକଟରେ ଇସ୍ତଫା ଦେଇଥିଲେ ମନୋଜ ସୋନି, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ଥିଲେ ପ୍ରୀତି, କୋଭିଡ ନିୟନ୍ତ୍ରଣରେ ଥିଲା ପ୍ରମୁଖ ଭୂମିକା - New UPSC Chairperson

author img

By ETV Bharat Odisha Team

Published : Jul 31, 2024, 11:37 AM IST

New UPSC Chairperson: IAS ଅଧିକାରୀ ପ୍ରୀତି ସୁଦନ ହେଲେ UPSC ଅଧ୍ୟକ୍ଷା । 2022ରୁ ଆୟୋଗର ଥିଲେ ସଦସ୍ୟା । ନିକଟରେ ଇସ୍ତଫା ଦେଇଥିଲେ ମନୋଜ ସୋନି । ଅଧିକ ପଢନ୍ତୁ

IAS ଅଧିକାରୀ ପ୍ରୀତି ସୁଦାନ ହେଲେ UPSC ଅଧ୍ୟକ୍ଷା, ନିକଟରେ ଇସ୍ତଫା ଦେଇଥିଲେ ମନୋଜ ସୋନି
IAS ଅଧିକାରୀ ପ୍ରୀତି ସୁଦାନ ହେଲେ UPSC ଅଧ୍ୟକ୍ଷା, ନିକଟରେ ଇସ୍ତଫା ଦେଇଥିଲେ ମନୋଜ ସୋନି (ETV Bharat Odisha)

ନୂଆଦିଲ୍ଲୀ: ସର୍ବାଭାରତୀୟ ସେବା ପରୀକ୍ଷା ପରିଚାଳନା କରୁଥିବା ସଂଘ ଲୋକସେବା ଆୟୋଗ (UPSC)ର ନୂଆ ମୁଖ୍ୟ ହେଲେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ପ୍ରୀତି ସୁଦନ । ପ୍ରୀତି ହେଉଛନ୍ତି 1983 ବ୍ୟାଚର ଆନ୍ଧ୍ର ପ୍ରଦେଶ କ୍ୟାଡର ‘ଆଇଏଏସ’ ଅଧିକାରୀ । ସେ ପ୍ରଶାସକ ଜୀବନରୁ ଅବସର ଗ୍ରହଣ କରିବା 2022 ରୁ UPSCର ସଦସ୍ୟ ଭାବେ ସାମିଲ ହୋଇଥିଲେ । ନିକଟରେ ଅଧ୍ୟକ୍ଷ ପଦରୁ ମନୋଜ ସୋନି ଇସ୍ତଫା ଦେବା ପରେ ପ୍ରୀତି ଏବେ ଆୟୋଗର ସର୍ବୋଚ୍ଚ ପଦ ଗ୍ରହଣ କରିବାକୁ ଯାଉଛନ୍ତି । ଆସନ୍ତାକାଲି ସେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିବେ ।

ପ୍ରୀତି ସୁଦନ ହେଲେ UPSC ଅଧ୍ୟକ୍ଷା, ନିକଟରେ ଇସ୍ତଫା ଦେଇଥିଲେ ମନୋଜ ସୋନି
ପ୍ରୀତି ସୁଦନ ହେଲେ UPSC ଅଧ୍ୟକ୍ଷା, ନିକଟରେ ଇସ୍ତଫା ଦେଇଥିଲେ ମନୋଜ ସୋନି (ETV Bharat Odisha)

ପ୍ରୀତିଙ୍କ ସମ୍ପର୍କରେ...

ପ୍ରୀତି ରାଜ୍ୟ ଓ କେନ୍ଦ୍ର ପ୍ରଶାସନରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଅବସ୍ଥାପିତ ହୋଇଛନ୍ତି । 37ବର୍ଷର ପ୍ରାଶାସକ ଜୀବନ ପରେ 2020 ରେ ସେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଭାବେ ଅବସର ଗ୍ରହଣ କରିଥିଲେ । କୋଭିଡ ସମୟରେ ସେ ସ୍ବାସ୍ଥ୍ୟ ସଚିବ ଭାବେ ଚର୍ଚ୍ଚାକୁ ଆସିଥିଲେ । ଏହା ପୂର୍ବରୁ ମଧ୍ୟ ସେ ପ୍ରତିରକ୍ଷା ଓ କେନ୍ଦ୍ର ମହିଳା ସଶକ୍ତିକରଣ ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ । ରାଜ୍ୟ କ୍ୟାଡରରେ ଥିବା ସେ ପର୍ଯ୍ୟଟନ, କୃଷି, ଅର୍ଥ ଓ ଯୋଜନା ବିଭାଗରେ ମଧ୍ୟ ସଚିବ ଭାବେ କାର୍ଯ୍ୟ କରିଥିଲେ ।

ନିକଟରେ ଇସ୍ତଫା ଦେଇଥିଲେ ମନୋଜ ସୋନି:-

ଜୁଲାଇ 20 ତାରିଖରେ‘ୟୁପିଏସି’ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ମନୋଜ ସୋନି । ବର୍ଷେ କି ଦୁଇ ବର୍ଷ ନୁହେଁ, ବରଂ କାର୍ଯ୍ୟକାଳ ଶେଷ ହେବାର ଦୀର୍ଘ 5ବର୍ଷ ପୂର୍ବରୁ ମନୋଜ ଆୟୋଗର ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ । ତେବେ ଇସ୍ତଫା ପାଇଁ ସେ ବ୍ୟକ୍ତିଗତ କାରଣ ଦର୍ଶାଇଥିଲେ । ଏହି ଇସ୍ତଫାର, ଜାରି ରହିଥିବା ବିବାଦ ସହ କୌଣସି ସମ୍ପର୍କ ନଥିବା ତାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ:- ଆହୁରି ବଢିଲା ସସପେନ୍ସ, ଅଚାନକ ପଦ ଛାଡିଲେ UPSC ଅଧ୍ୟକ୍ଷ ମନୋଜ ସୋନି - UPSC Chairperson Manoj Soni resigns

କାହିଁକି ବିବାଦ ଘେରରେ ‘ୟୁପିଏସସି’:-

ମହାରାଷ୍ଟ୍ରର ଟ୍ରେନି ‘ଆଇଏଏସ’ ଅଧିକାରୀ ପୂଜା ଖେଡକାରଙ୍କ ମାମଲାରେ ‘ୟୁପିଏସସି’ ବିବାଦ ଘେରରେ ରହିଛି । ଏହାରି ମଧ୍ୟରେ ପୂଜାଙ୍କ ବିରୋଧରେ ଅପରାଧିକ ମାମଲା ମଧ୍ୟ ଦାଏର ହୋଇସାରିଛି । ତାଙ୍କୁ ପ୍ରୋବେସନାରୀ ଅଧିକାରୀ ଭାବେ ମିଳିଥିବା ପୋଷ୍ଟିଂରୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଛି । ପୂଜା ନିଜ ଆୟ ପ୍ରମାଣପତ୍ର ଓ ଶାରିରୀକ ଭିନ୍ନକ୍ଷମତା ସମ୍ପର୍କରେ ମିଥ୍ୟା ମେଡିକାଲ ପ୍ରମାଣପତ୍ର ଦେଇ ଚୟନ ହେଇଥିବା ଅଭିଯୋଗ ହୋଇଥିଲା । ଏପରିକି ଚୟନ ସମୟରେ ରହିଥିବା ନିର୍ଦ୍ଦେଶାବଳି ଉଲ୍ଲଂଘନ କରିବା ସହ ଆୟୋଗ ପୂଜାଙ୍କ ପ୍ରତି ଅହେତୁକ ସହାନୁଭତି ଦେଖାଯାଇଥିବା ଅଭିଯୋଗ ହେବା ପରେ ‘ୟୁପିଏସସି’ର ସ୍ବଚ୍ଛ୍ବତା ଉପରେ ପ୍ରଶ୍ନବାଚୀ ଉଠିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.