ETV Bharat / bharat

‘ଆପଣମାନେ 2029ରେ ଅଟକିଛନ୍ତି, ମୁଁ 2047 ପାଇଁ ଚିନ୍ତା କରୁଛି’

author img

By ETV Bharat Odisha Team

Published : Mar 16, 2024, 10:32 PM IST

I am planning for 2047: 2047କୁ ଦୃଷ୍ଟିରେ ରଖି କାମ କରୁଛନ୍ତି ପ୍ରଧାନମନ୍ତ୍ରୀ । କହିଲେ ସେ, ହେଡଲାଇନରେ ନୁହେଁ ଡେଡଲାଇନରେ କାମ ସାରିବାରେ ବିଶ୍ବାସ କରନ୍ତି । ଅଧିକ ପଢନ୍ତୁ

‘ଆପଣମାନେ 2029ରେ ଅଟକିଛନ୍ତି, ମୁଁ 2047 ପାଇଁ ଚିନ୍ତା କରୁଛି’
‘ଆପଣମାନେ 2029ରେ ଅଟକିଛନ୍ତି, ମୁଁ 2047 ପାଇଁ ଚିନ୍ତା କରୁଛି’

ନୂଆଦିଲ୍ଲୀ: ଆଜି ସାରା ଦେଶରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ସହ ନିର୍ବାଚନ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି । କେନ୍ଦ୍ରରେ 2014ରୁ କ୍ରମାଗତ ଦୁଇଥର ଶାସନରେ ଥିବା ଭାରତୀୟ ଜନତା ପାର୍ଟି ନିଜର ପୂର୍ବ ରେକର୍ଡ ଭାଙ୍ଗି 370 ଆସନରେ ସହ ତୃତୀୟ ପାଳି ଆରମ୍ଭ ଲକ୍ଷ୍ୟ ସହ ନିର୍ବାଚନ ଲଢିବାକୁ ଯାଉଛି । ଦଳର ସବୁଠୁ ବଡ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ନୀତିକୁ ଆଧାର କରି ଦଳ ଏହି ରେକର୍ଡର ଅଧିକାରୀ ହେବାକୁ ବେଶ ଆଶାବାଦୀ । ଆଜି ଏହାରି ମଧ୍ୟରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଏକ ବୟାନ ସମ୍ନାକୁ ଆସିଛି । ସେ 2047 ପାଇଁ ଚିନ୍ତା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ଆଜି ରାଜଧାନୀ ଦିଲ୍ଲୀରେ ଏକ ଘରୋଇ ଜାତୀୟ ଗଣମାଧ୍ୟମର କନକ୍ଲେଭରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସେ କେବେ ଗଣମାଧ୍ୟମରେ ହେଡଲାଇନ ହେବା ପାଇଁ କାମ କରନ୍ତି ନାହିଁ, ବରଂ ଡେଡଲାଇନରେ କାମ ସାରିବା ପାଇଁ କାମ କରନ୍ତି । ଉପସ୍ଥିତ ଜନତାଙ୍କୁ ମୋଦି କହିଛନ୍ତି, ‘‘ଆପଣମାନେ 2029ରେ ଅଟକି ରହିଛନ୍ତି, ହେଲେ ମୁଁ 2047 ପାଇଁ ଚିନ୍ତା କରୁଛି ।’’

ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଆଜି ସବୁଠୁ ବଡ ଗଣତାନ୍ତ୍ରିକ ଉତ୍ସବ ପାଳନର ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁ ସମୟରେ ସମଗ୍ର ବିଶ୍ୱ ଆଜି ଅନିଶ୍ଚିତତାର ସମ୍ମୁଖୀନ ହେଉଛି, ସେହି ସମୟରେ ଗୋଟିଏ କଥା ନିଶ୍ଚିତ ଯେ ଭାରତ ଦ୍ରୁତ ଗତିରେ ବିକାଶ ଜାରି ରଖିବ । ଆଜି ଦେଶର ମନୋବଳ ବଢିଛି । ଦେଶବାସୀଙ୍କ ମୁଡ ଦେଶକୁ ବିଶ୍ବର ତୃତୀୟ ଅର୍ଥବ୍ୟବସ୍ଥାରେ ପହଞ୍ଚାଇବା ଦିଗରେ ପରିବର୍ତ୍ତନ ହୋଇସାରିଛି । ଭାରତକୁ ଏକ ବିକଶିତ ଭାରତରେ ପରିଣତ କରିବା ପାଇଁ ଦେଶବାସୀ ମୁଡ ବନେଇ ସାରିଛନ୍ତି । ଯେତେବେଳେ ବି ମୁଁ ଏଭଳି କୌଣସି ସମ୍ମିଳନୀ ବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରେ, ମୋର କୌଣସି କଥା ସେମାନଙ୍କ ହେଡଲାଇନ ହେବ ବୋଲି ଗଣମାଧ୍ୟମ ଆଶା କରେ, କିନ୍ତୁ ମୁଁ ହେଡଲାଇନ୍ ପାଇଁ ନୁହେଁ, କିନ୍ତୁ ଡେଡଲାଇନ ପାଇଁ କାମ କରେ ।’’

ଏହା ମଧ୍ୟ ପଢନ୍ତୁ :- ‘ଲୋକସଭା ନିର୍ବାଚନ ପରେ ଖୁବଶୀଘ୍ର ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ’

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ବିଜେପି ଦୁଇଟି ସଫଳତା ନେଇ ଦମ୍ଭୋକ୍ତି କରିଛି । ମୋଦିଙ୍କ ନେତୃତ୍ବରେ ଦଳ ଏଥର ଏକାକୀ 370 ଓ ଏନଡିଏ ମେଣ୍ଟର ଅନ୍ୟ ସହଯୋଗୀ ଦଳଙ୍କ ଆସନ ମିଶାଇ ମୋଟ 400 ପାର ସହ କ୍ଷମତା ବଜାୟ ରଖିବ । ଅନ୍ୟଟି ହେଉଛି, ମୋଦି ନେତୃତ୍ବାଧୀନ ତୃତୀୟ କାର୍ଯ୍ୟକାଳରେ ଦେଶ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପହଞ୍ଚିବ । ଏହା ସହ ସ୍ବାଧୀନତାର 100 ବର୍ଷ ପୂର୍ତ୍ତି ତଥା 2047 ସୁଦ୍ଧା ଭାରତକୁ ବିକଶିତ ଦେଶରେ ପରିଣତ କରିବା ପାଇଁ ମଧ୍ୟ ମୋଦି ସରକାର ଏକାଧିକ କାର୍ଯ୍ୟପନ୍ଥା ଗ୍ରହଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.